ବଦଳିବ ଭାଗ୍ୟ! ଏହି ରାଶି ଉପରେ ଅକସ୍ମାତ ମାଡି ଆସିପାରେ ବିପଦ
Advertisement

ବଦଳିବ ଭାଗ୍ୟ! ଏହି ରାଶି ଉପରେ ଅକସ୍ମାତ ମାଡି ଆସିପାରେ ବିପଦ

କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟବସାୟୀଙ୍କ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ। ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ। 

ବଦଳିବ ଭାଗ୍ୟ! ଏହି ରାଶି ଉପରେ ଅକସ୍ମାତ ମାଡି ଆସିପାରେ ବିପଦ

ମେଷ: ଦିନଟିରେ ଆପଣ ସକଳ କାର୍ଯ୍ୟରେ ସଫଳ ହେବେ। ଆମୋଦ ପ୍ରମୋଦରେ ଦିନ କାଟିବେ। ନୂତନ ବସ୍ତ୍ରାଦି କ୍ରୟ କରିବେ। ପାରିବାରିକ ସୁଖଶାନ୍ତି ଲାଭ କରିବେ। ପରିଶ୍ରମୀ ହେବେ। ବ୍ୟବସାୟରେ ଉତ୍ତମ ଲାଭ କରିବେ।  ରାଜନୈତିକ ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ମାନର ଦିନ।

ବୃଷ: ଜୀବନ ଆନନ୍ଦମୟ ହେବ। ମାନ ସମ୍ମାନ ମିଳିବ। ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ଅକସ୍ମାତ ଧନ ଲାଭର ସୂଚନା ମିଳୁଛି। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ। ପାରିବାରିକ ଜୀବନ ଆନନ୍ଦମୟ ହେବ। 

ମିଥୁନ: ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବେ। ଶରୀର ଆରୋଗ୍ୟ ରହିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।  

Also Read: ମାନବ ଇତିହାସରେ ପ୍ରଥମ! ତିନୋଟି ଯୌନାଙ୍ଗ ସହ ଜନ୍ମ ହେଲା ଶିଶୁପୁତ୍ର

କର୍କଟ: ହସ ଖୁସିରେ ଦିନ ଅତିବାହିତ କରିବେ। ଦେହ ଓ ମନ ଭଲ ରହିବ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ। ବ୍ୟବସାୟରେ ଅଗ୍ରଗତି ହେବ। ଦୂରଯାତ୍ରା ସଫଳ ହେବ।  

ସିଂହ: ବ୍ୟସ୍ତତା ମଧ୍ୟେ ଦିନ କଟିବ। କୌଣସି ଦୁଃସମ୍ବାଦ ପାଇ ବିଚଳିତ ହେବେ। ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତାରେ ସଂଯମତା ରଖି ଚଳନ୍ତୁ।  

କନ୍ୟା: କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟବସାୟୀଙ୍କ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ। ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ପଢାପଢିରେ ମନୋନିବେଶ କରିବେ।  

Also Read: ଏଣିକି ବିନା Reservationରେ ରେଳ ଯାତ୍ରା, ଟିକଟ ପାଇଁ ଦେବାକୁ ହେବ ଏତିକି ଟଙ୍କା

ତୁଳା: ମନ ବିଷର୍ଣ୍ଣ ରହିବ। କର୍ମ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦେଖାଦେବ। ଦୁଶ୍ଚିନ୍ତା ଦେଇ ଗତି କରିବେ। ଶାରୀରିକ କିମ୍ବା ମାନସିକ ଆଘାତ ପାଇବେ। ଆୟ ବ୍ୟୟ ପ୍ରାୟ ସମାନ ରହିବ।  

ବିଛା: ଉତ୍ତମ ଆୟ  ଯୋଗ ରହୁଛି। ମନ ପ୍ରଫୁଲ୍ଲ ରହିବ।  ସ୍ୱାଦୁ ଭୋଜନ ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ। ସୁସମ୍ବାଦ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ।

ଧନୁ: କର୍ତ୍ତବ୍ୟ ନିଷ୍ଠ ହେବେ। ଆୟ ଅବ୍ୟାହତ ରହିବ। ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି। ଉଚ୍ଚ ଆଶା ସଫଳ ହେବ। ପାରିବାରିକ ଜୀବନ ଭୋଗ ବିଳାସରେ କଟିବ।  

Also Read: ଜାଣନ୍ତୁ ପାଣି ପିଇବାର ସଠିକ ସମୟ ଓ ଫାଇଦା

ମକର: ମନ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ଠାରୁ ଶୁଭ ଖବର ମିଳିବ। ଲିଖନ ପଠନରେ ଅଧିକାଂଶ ସମୟ ବିତିବ। ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ।  

କୁମ୍ଭ: ସ୍ୱାସ୍ଥ୍ୟ ସଚେତନ ହେବେ। ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ। ଅର୍ଥ ଓ ସମ୍ମାନ ମିଳିବ। ସାମାଜିକ ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରହିବ।  

ମୀନ: ମନ ପ୍ରଫୁଲ୍ଲ ରହିବ। କର୍ମ କ୍ଷେତ୍ରରେ ଉତ୍ସାହ ସହ କାର୍ଯ୍ୟ ତୁଳାଇବେ। ଅକସ୍ମାତ ସୁସମ୍ବାଦ ପ୍ରାପ୍ତ ହେବ। ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହୁଛି।