ଲକ୍ଷ୍ୟ ୧୦୫: ୨୪ ବର୍ଷ ବୟସରେ ୨୨ ସନ୍ତାନର ଜନନୀ, ସାଥ୍ ଦେଉଛନ୍ତି ପ୍ରାପ୍ତବୟସ୍କ ସ୍ୱାମୀ
Advertisement

ଲକ୍ଷ୍ୟ ୧୦୫: ୨୪ ବର୍ଷ ବୟସରେ ୨୨ ସନ୍ତାନର ଜନନୀ, ସାଥ୍ ଦେଉଛନ୍ତି ପ୍ରାପ୍ତବୟସ୍କ ସ୍ୱାମୀ

୫୬ ବର୍ଷିୟ Galip Ozturk ଚାହୁଁଛନ୍ତି ଯେ, ସେମାନେ ସମୁଦାୟ ୧୦୫ଟି ସନ୍ତାନର ମାତାପିତା ହେବେ। କିନ୍ତୁ ତାହା କେତେଦୂର ସମ୍ଭବ ହେବ Ozturk ଦମ୍ପତି ନିଜେ ମଧ୍ୟ ଜାଣିନାହାନ୍ତି।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସାରା ବିଶ୍ୱ ଆତଙ୍କୀତ ଅବସ୍ଥାରେ ଅଛନ୍ତି। ଆଉ ସେହି ଋଷରୁ ଏବେ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଜଣେ ୨୪ ବର୍ଷୀୟ ମହିଳା ୨୨ଟି ସନ୍ତାନର ଜନନୀ ହୋଇଛନ୍ତି। ସେ ଯଥା ସମ୍ଭବ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଚାହୁଛନ୍ତି। ମାତୃତ୍ୱ ନିଶାରେ ମହିଳା ଜଣକ ଏମିତି ବୁଡିଛନ୍ତି ଯେ, ମାତ୍ର ୧୭ ବର୍ଷ ବୟସରେ ମାଆ ହୋଇଥିଲେ। 

ବଡ ଭୟଙ୍କର ନିଶାରେ ପଡିଛନ୍ତି ଋଷର ରାଜଧାନୀରେ ବାସ କରୁଥିବା Kristina Ozturk ନାମକ ୨୪ ବର୍ଷିୟା ମହିଳା। ସେ ତାଙ୍କ ସ୍ୱାମୀ Galip Ozturk ସହ ମିଶି ଯଥାସମ୍ଭବ ସନ୍ତାନ ପ୍ରାପ୍ତି ପାଇଁ ପଣ କରିଛନ୍ତି। ହଁ ଆଜ୍ଞା, ଋଷର ଏହି ଦମ୍ପତିଙ୍କର ୨୨ ସନ୍ତାନ ଅଛନ୍ତି ଏବଂ ସେମାନେ ଅଧିକ ସନ୍ତାନ କରିବାକୁ ଚାହୁଁଛନ୍ତି। ୫୬ ବର୍ଷିୟ Galip Ozturk ଚାହୁଁଛନ୍ତି ଯେ, ସେମାନେ ସମୁଦାୟ ୧୦୫ଟି ସନ୍ତାନର ମାତାପିତା ହେବେ। କିନ୍ତୁ ତାହା କେତେଦୂର ସମ୍ଭବ ହେବ Ozturk ଦମ୍ପତି ନିଜେ ମଧ୍ୟ ଜାଣିନାହାନ୍ତି।

Also Read: ହୋଲି ପାର୍ଟିରେ ଏମିତି କ'ଣ କଲେ ଭିକି ଜୈନ? ପତି ଉପରେ ରାଗିଗଲେ ଅଙ୍କିତା

କିଛି ବର୍ଷ ପୂର୍ବେ ଜର୍ଜିଆରେ ମସ୍କୋରେ ରହୁଥିବା କ୍ରିଷ୍ଟିନା ଏବଂ ବିବାହିତ ଗାଲିପଙ୍କ ସାକ୍ଷାତ ହୋଇଥିଲେ। ସେତେବେଳେ କ୍ରିଷ୍ଟିନାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଆଉ କ୍ରିଷ୍ଟିନା ସେତେବେଳେ ମଧ୍ୟ ଏକ ଶିଶୁର ଏକକ ଜନନୀ ଥିଲେ। ସ୍ୱାମୀଠାରୁ ଅଲଗା ହେବା ପରେ ସେ ଏକାକୀ ଭିକ୍ଟୋରିଆଙ୍କ ପାଳନପୋଷଣ କରୁଥିଲେ। ଜର୍ଜିଆରେ ସାକ୍ଷାତ ପରେ କ୍ରିଷ୍ଟିନା ଏବଂ ଗାଲିପଙ୍କ ମଧ୍ୟରେ ଘନିଷ୍ଠତା ବଢିଗଲା ଏବଂ ପରେ ଉଭୟ ବିବାହ କରିବାକୁ ସ୍ଥିର କଲେ। ଗାଲିପ ଓଜଟର୍କ ଜଣେ ଆରବପତି ବ୍ୟବସାୟୀ। ତାଙ୍କର ଅପ୍ରଯ୍ୟାପ୍ତ ସମ୍ପତ୍ତି ଓ ଟ୍ରାନ୍ସପର୍ଟ ବିଜନେସ୍ ଅଛି।

fallback

ବିବାହର ୧୦ ମାସ ମଧ୍ୟରେ କ୍ରିଷ୍ଟିନା ୧୦ଟି ସନ୍ତାନକୁ ଜନ୍ମ ଦେଇଥିଲେ। ମାର୍ଚ୍ଚ ୨୦୨୦ରେ ସରୋଗେସି (surrogacy) ମାଧ୍ୟମରେ ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ ଏବଂ ଜାନୁୟାରୀ ୨୦୨୧ରେ ସେମାନଙ୍କର ଦଶମ ସନ୍ତାନ ପାଇଥିଲେ। ବର୍ତ୍ତମାନ Ozturk ଦମ୍ପତିଙ୍କର ୨୨ ଜଣ ସନ୍ତାନ ସନ୍ତତି ଅଛନ୍ତି। ପ୍ରଥମେ କ୍ରିଷ୍ଟିନା ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଗାଲିପଙ୍କ ସହ ମିଶି ସେମାନଙ୍କ ପରିବାର ବଢାଇବାକୁ ଯୋଜନା କରିଥିଲେ।  ଏହି ଦମ୍ପତି ଯଥାସମ୍ଭବ ସନ୍ତାନ ପ୍ରାପ୍ତ କରିବାକୁ ଚାହାଁନ୍ତି, ତେଣୁ ସେମାନେ ସରୋଗେସିର ପ୍ରଣାଳୀ ଆପଣେଇଛନ୍ତି। କ୍ରିଷ୍ଟିନା ନିୟମିତ ତାଙ୍କ ପିଲାଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।

Also Read: ଆମେରିକାର ପରାମର୍ଶ ସତ୍ତ୍ୱେ ଋଷିଆ ପାଖରୁ ଶସ୍ତା ତେଲ କିଣିବ କି ଭାରତ?

ପିଲାମାନଙ୍କର ଯତ୍ନ ନେବା ପାଇଁ ଏହି ଦମ୍ପତି ୧୧ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେମାନେ ପିଲାମାନଙ୍କର ଶୋଇବା, ଖାଇବା, ଖେଳିବା ସହ ସମସ୍ତ ଯତ୍ନ ନିଅନ୍ତି। ୨୨ଟି ପିଲାଙ୍କ ରହିବା ପାଇଁ ତିନି ମହଲା କୋଠାରେ ୧୦ଟି କଠୋରୀର ବ୍ୟବସ୍ଥା ରହିଛି। ଗୋଟିଏ ସରୋଗେସିରେ ଏହି ଦମ୍ପତି ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ସରଳ ଭାଷାରେ ସରୋଗେସିର ଅର୍ଥ ହେଉଛି ସରୋଗେଟ୍ ଗର୍ଭ ବା ଭଡା ଗର୍ଭ। ଏଥିରେ ଜଣେ ମହିଳା ଏବଂ ଦମ୍ପତିଙ୍କ ମଧ୍ୟରୁ ଚୁକ୍ତି ହୁଏ ଏବଂ ମେଡିକାଲ ପ୍ରକ୍ରିୟା ମାଧ୍ୟମରେ ମହିଳାଙ୍କ  ଗର୍ଭରେ ସ୍ୱାମୀର ଶୁକ୍ରାଣୁକୁ ଛଡାଯାଏ। ଆଉ ମହିଳା ପ୍ରସବ କରିବା ପରେ ସେହି ସନ୍ତାନକୁ ଚୁକ୍ତି କରିଥିବା ଦମ୍ପତିଙ୍କୁ ହସ୍ତାନ୍ତର କରନ୍ତି।