ସୁଲେମାନୀଙ୍କୁ ଅଲବିଦା କହିବାକୁ ଜନସମୁଦ୍ର
Advertisement
Article Detail0/zeeodisha/odisha620477

ସୁଲେମାନୀଙ୍କୁ ଅଲବିଦା କହିବାକୁ ଜନସମୁଦ୍ର

ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ବିଦାୟ ଦେଉଛନ୍ତି ଇରାନବାସୀ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ବିଦାୟ ଦେଉଛନ୍ତି ଇରାନବାସୀ । ତାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଇରାନ ରାଜଧାନୀ ତେହରାନରେ ଦେଖିବାକୁ ମିଳିଛି ଜନସମୁଦ୍ର । ଯେତେବେଳେ ଇରାକରୁ ଇରାନଙ୍କୁ ତାଙ୍କ ମୃତଦେହ ନିଆଯାଉଥିଲା, ସେତେବେଳେ ମଧ୍ୟ ଏଭଳି ଜନସମୁଦ୍ର ଦେଖିବାକୁ ମିଳିଥିଲା । ଆମେରିକା ଯାହାକୁ ଆତଙ୍କବାଦୀ କହି ମାରିଛି, ସେ ଯେ ଇରାନ ଲୋକଙ୍କ ହୃହୟରେ ଛାପ ଛାଡ଼ିଯାଇଛନ୍ତି, ଏ ଦୃଶ୍ୟ ଏଭଳି କିଛି ହିଁ କହୁଛି । 

ଗତ ଜାନୁଆରୀ ୩ ତାରିଖରେ ଇରାକର ବାଗଦାଦ ବିମାନ ବନ୍ଦରରେ ସୁଲେମାନୀଙ୍କୁ ଏୟାର ଷ୍ଟ୍ରାଇକ କରି ମାରିଥିଲା ଆମେରିକା । ଆଉ ଏହା ପରେ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ିଛି ।  ଇରାକରେ ଥିବା ଆମେରିକା ଦୂତବାସ ଉପରେ ତୁହାକୁତୁହା ଆକ୍ରମଣ କରୁଛି ଇରାନ । ଏପରିକି ୨୦୧୫ରେ ହୋଇଥିବା ପରମାଣୁ ଚୁକ୍ତିକୁ ମଧ୍ୟ ଇରାନ ଉଲଙ୍ଘନ କରିବ ବୋଲି ଚେତାବନୀ ଦେଲାଣି । ଯଦି ଏପରି ହୁଏ, ସ୍ଥିତି ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇବା ସୁନିଶ୍ଚିତ । ଯାହାକୁ ନେଇ ଭରତ ସମେତ ବହୁ ଦେଶ ଏବେ ଚିନ୍ତିତ । 

ବଢ଼ୁଛି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା । ୨୦୧୫ ପରମାଣୁ ଚୁକ୍ତି ଉଲଙ୍ଘନ କରାଯିବା ନେଇ ଇରାନୀ ଟିଭିରେ ଚର୍ଚ୍ଚା । ଖୁବଶୀଘ୍ର ପରମାଣୁ ଚୁକ୍ତି ଉଲଙ୍ଘନ କରିପାରେ ଇରାନ । ଆମେରିକୀୟ ଖବର ସରବରାହ ସଂସ୍ଥା The Associated Press ଏହି ସୂଚନା ଦେଇଛି । ଏବେ ବିଶ୍ୱର ବହୁ ଦେଶ ଏନେଇ ଚିନ୍ତିତ । ସୁଲେମାନୀଙ୍କୁ ଏୟାର ଷ୍ଟ୍ରାଇକ କରି ମାରିବା ପରେ ପୁରା ସ୍ଥିତି ଉପରେ ଭାରତ ମଧ୍ୟ ନଜର ରଖୁଛି । ଆମେରିକା ପ୍ରତିପକ୍ଷ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ଫୋନ କରି ଆଲୋଚନା କରିଛନ୍ତି । ସେହିପରି ଇରାନ ପ୍ରତିପକ୍ଷଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ଜୟଶଙ୍କର । 

ଇରାକ ସ୍ଥିତ ଆମେରିକା ଦୂତବାସ ଉପରେ ହମଲା

ସେପଟେ ଲଗାତାର ଦୁଇଦିନ ହେଲା ଇରାକ ସ୍ଥିତ ଆମେରିକା ଦୂତବାସ ଉପରେ ହମଲା କରୁଛି ଇରାନ । ଗତକାଲି ଦୂତବାସ ଉପରେ ଦୁଇ ରକେଡ଼ ମାଡ଼ କରିଥିଲା ଇରାନ । ତେବେ ଏଥିରେ ୩ରୁ ୪ ଜଣ ଆହତ କୁହାଯାଉଛି । ସେହିପରି ଶନିବାର ରାତି ମଧ୍ୟ ଦୂତବାସ ନିକଟରେ ରକେଟ ମାଡ଼ କରିଥିଲା ଇରାନ । 

ଭାରତ ଚିନ୍ତିତ

ଇରାନ ଓ ଆମେରିକା ମଧ୍ୟରେ ଉତ୍ତଜନାମୂଳକ ସ୍ଥିତି ନେଇ ଭାରତ ଚିନ୍ତାପ୍ରକଟ କରିଛି । ସ୍ଥିତି ସ୍ୱାଭାବିକ କରିବା ପାଇଁ ଉଭୟ ଦେଶକୁ ଭାରତ ଅପିଲ କରିଛି । ଉଭୟ ଦେଶର ପ୍ରତିପକ୍ଷଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଆଲୋଚନା କରିଛନ୍ତି । ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ଏସ। ଜୟଶଙ୍କରଙ୍କ ସହ ଆଲୋଚନା କରିଥିବା ଟ୍ୱିଟ କରିଛନ୍ତି । ସେହିପରି ଜୟଶଙ୍କର ମଧ୍ୟ ପୁରା ଘଟଣା ନେଇ ଭାରତ ଚିନ୍ତିତ ଥିବା କହିଛନ୍ତି । 

ଆହୁରି ପଢ଼ନ୍ତୁ; ଜେଲରୁ ଚାଲୁଛି ଝାଡ଼ଖଣ୍ଡ ସରକାର ! ଭାଇରାଲ ଭିଡ଼ିଓ