ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଟେନସନ୍ ବଢ଼ାଇଲା ୧୦ ବିଧାୟକ, ୩ଟି ଆସନ ଜିତିବା ପାଇଁ ଆବଶ୍ୟକ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍
Advertisement

ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଟେନସନ୍ ବଢ଼ାଇଲା ୧୦ ବିଧାୟକ, ୩ଟି ଆସନ ଜିତିବା ପାଇଁ ଆବଶ୍ୟକ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍

Rajya Sabha Election 2022: କିଛି ବିଧାୟକ ମଧ୍ୟ ଏପରି ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିନାହାଁନ୍ତି । ସେମାନଙ୍କ ମଧ୍ୟରେ ବେଙ୍ଗୁ ବିଧାୟକ ରାଜେନ୍ଦ୍ର ବିଧୁରୀ, ବାରୀ ବିଧାୟକ ଗିର୍ରାଜ ସିଂ ମାଲିଙ୍ଗା ମଧ୍ୟ ସାମିଲ ଅଛନ୍ତି । ନିଜ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ମାଲିଙ୍ଗା ଅସନ୍ତୁଷ୍ଟ ଅଛନ୍ତି ଓ ଡିଜିପିଙ୍କ ବିରୋଧରେ ଖୋଲାଖୋଲି ଭାବେ କହିଛନ୍ତି ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଟେନସନ୍ ବଢ଼ାଇଲା ୧୦ ବିଧାୟକ, ୩ଟି ଆସନ ଜିତିବା ପାଇଁ ଆବଶ୍ୟକ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍

ନୂଆଦିଲ୍ଲୀ: Rajya Sabha Election 2022: ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ରାଜନୀତି (Rajasthan Politics) ର ପାରା ବଢ଼ିବାରେ ଲାଗିଛି । ଏହାସହ କଂଗ୍ରେସ (Congress) ର ଆଭ୍ୟନ୍ତରୀଣ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । କଂଗ୍ରେସର ୧୦ରୁ ଅଧିକ ବିଧାୟକ (Congress MLAs) ବିଭିନ୍ନ ପ୍ରସଙ୍ଗରେ ଅସନ୍ତୁଷ୍ଟ ଅଛନ୍ତି ବୋଲି ଜଣାପଡ଼ିଛି । କଂଗ୍ରେସ ଚିନ୍ତା କରୁଛି ଯେ ଏହି ବିଧାୟକଙ୍କ ଅସନ୍ତୋଷ ରାଜ୍ୟସଭା ନିର୍ବାଚନରେ ଭାରି ପଡ଼ିପାରେ, କାରଣ ୩ଟି ରାଜ୍ୟ ସଭା ଆସନ ଜିତିବା ପାଇଁ ପ୍ରତ୍ୟେକ ବିଧାୟକ (Congress MLA) ଙ୍କ ଭୋଟ୍ ଆବଶ୍ୟକ ।

ଏଭଳି ପରିସ୍ଥିତିରେ ବିଧାୟକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଆଭ୍ୟନ୍ତରୀଣ ଡେମେଜ୍ କଣ୍ଟ୍ରୋଲ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Rajasthan CM Ashok Gehlot) ଓ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଡୋଟାସରା (Congress State President Govind Singh Dotasara) ମଧ୍ୟ ଅନେକ ବିଧାୟକଙ୍କ ସହ କଥା ହୋଇଛନ୍ତି, କିନ୍ତୁ ଅସନ୍ତୋଷ ଦୂର ହୋଇ ନାହିଁ । ଅନେକ ବିଧାୟକ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଅନେକ ଭିତରେ ଭିତରେ ଅସନ୍ତୁଷ୍ଟ ଅଛନ୍ତି । ଆଦିବାସୀ ଅଞ୍ଚଳର ବିଧାୟକ ଗଣେଶ ଘୋଗ୍ରା ଏବଂ ରାମଲାଲ ମୀନା ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତ ସିଂ କୁନ୍ଦନପୁର, ଅମିନ ଖାନ, ଦିବ୍ୟା ମଦେରନା ମଧ୍ୟ ସେମାନଙ୍କ ପ୍ରସଙ୍ଗରେ ଦୃଢ଼ ମନୋଭାବ ପ୍ରଦର୍ଶନ କରିଛନ୍ତି ।

କିଛି ବିଧାୟକ ମଧ୍ୟ ଏପରି ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିନାହାଁନ୍ତି । ସେମାନଙ୍କ ମଧ୍ୟରେ ବେଙ୍ଗୁ ବିଧାୟକ ରାଜେନ୍ଦ୍ର ବିଧୁରୀ, ବାରୀ ବିଧାୟକ ଗିର୍ରାଜ ସିଂ ମାଲିଙ୍ଗା ମଧ୍ୟ ସାମିଲ ଅଛନ୍ତି । ନିଜ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ମାଲିଙ୍ଗା ଅସନ୍ତୁଷ୍ଟ ଅଛନ୍ତି ଓ ଡିଜିପିଙ୍କ ବିରୋଧରେ ଖୋଲାଖୋଲି ଭାବେ କହିଛନ୍ତି ।

ଏହା ବି ପଢ଼ନ୍ତୁ:-'ଶିବଲିଙ୍ଗ ନୁହେଁ ଭିତରେ ଅଛି ଫୱାରା, ପିଲାଦିନରୁ ଦେଖି ଆସୁଛି', ମସଜିଦ ପଛରେ ଥିବା ମନ୍ଦିରର ପୂଜାରୀଙ୍କ ବଡ଼ ଦାବି

ଏହା ବି ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ ଦର ଶସ୍ତା ହେବା ପରେ ଆସିଲା ଆଉ ଏକ ଖୁସି ଖବର, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ଏହା ବି ପଢ଼ନ୍ତୁ:-ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ, ଜାଣନ୍ତୁ ତାଙ୍କ ବିଷୟରେ...

 

ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ସରକାର ଓ ଦଳକୁ କ୍ଷତି ପହଞ୍ଚାଇବା ପୂର୍ବରୁ ଚାପ ରାଜନୀତି ଆରମ୍ଭ କରିଦେଇଛନ୍ତି । ଅସନ୍ତୁଷ୍ଟ ଥିବା ବିଧାୟକମାନେ କ୍ରସ୍ ଭୋଟି ନ କରିପାରନ୍ତି କିନ୍ତୁ ନିଜର ଅସନ୍ତୋଷ ଦେଖାଇ ସେମାନେ ବର୍ତ୍ତମାନ ଅଟକି ରହିଥିବା କାର୍ଯ୍ୟ ଏବଂ ବିଚାରାଧୀନ ସମସ୍ୟାର ସମାଧାନ କରିନେବାକୁ ଚାହୁଁଛନ୍ତି । ବିଧାୟକଙ୍କ ପାଇଁ ସରକାରଙ୍କ ଉପରେ ଚାପ୍ ପକାଇବା ବର୍ତ୍ତମାନ ସଠିକ୍ ସମୟ, କାରଣ ରାଜ୍ୟସଭା ନିର୍ବାଚନ ଅପେକ୍ଷା ବିଧାୟକମାନଙ୍କ ପାଖରେ ସରକାରଙ୍କୁ ଚାପରେ ପକାଇବାର ଅଧିକ ପ୍ରଭାବଶାଳୀ ସୁଯୋଗ ମିଳିବ ନାହିଁ । ସେପଟେ ଗେହଲୋଟ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ଶେଷ ରାଜ୍ୟସଭା ନିର୍ବାଚନ । ବର୍ତ୍ତମାନ ପରବର୍ତ୍ତୀ ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ ୨୦୨୪ରେ ହେବ, ଏହା ପୂର୍ବରୁ ବିଧାନସଭା ନିର୍ବାଚନ ହେବାର ଅଛି ।