4th Phase Election: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
Advertisement
Article Detail0/zeeodisha/odisha2270295

4th Phase Election: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪% ମତଦାନ ହାର ରହିଥିଲା। ବୋଲଗଡ଼ର ବୁଥ୍ ଭିତର ସିସିଟିଭି ଭିଡିଓ ଭାଇରାଲ୍ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।

4th Phase Election: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

4th Phase Election: ଭୁବନେଶ୍ଵର, ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରାଜ୍ୟରେ ରହିଥିବା ବେଳେ ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ। ସେଥିମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଥିବା ବେଳେ  ପୁରୁଷ ୫୦.୮୮ଲକ୍ଷ ଭୋଟର ରହିଛନ୍ତି। ସେହିପରି କିନ୍ନର ଲିଙ୍ଗି ଭୋଟର ସଂଖ୍ୟା ୬ହଜାର ୮୭ ଜଣ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ସାମ୍ବାଦିକ ସମ୍ମିଳନୀ ଆହୁରି ସୂଚନା ଦେଇଛନ୍ତି ଯେ, ଭୋଟର୍ ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର। ୧୪ ଶହ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ୨୦ ପ୍ରତିଶତ ଆଦର୍ଶ ବୁଥ ଓ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ।  ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ୬୬ ଲୋକସଭା ପ୍ରାର୍ଥୀ ଅଛନ୍ତି ଓ ୩୯୪ ବିଧାନସଭା ପ୍ରାର୍ଥୀ,  ୧୨୫ କମ୍ପାନୀ CAPF ମୁତୟନ ହେବେ। ଯାଜପୁରରେ ୨୦, ବାଲେଶ୍ବରରେ ୨୨, କେନ୍ଦ୍ରାପଡ଼ାରେ ୧୮, ଭଦ୍ରକରେ ୧୬, ଜଗତସିଂହପୁରରେ ୧୨, ମୟୁରଭଞ୍ଜରେ ୧୮, କଟକରେ ୧୨, ପୁରୀରେ ୭ କମ୍ପାନୀ ମୁତୟନ କରାଯାଇଛି। PWD ଭୋଟରଙ୍କ ପାଇଁ ନିଃଶୁକ୍ଳ ପରିବହନ ବ୍ୟବସ୍ଥା କରାଯାଇଛି। ପୋଲିଂ ବୁଥ୍ ମୋବାଇଲ ମନା। ବୁଥ୍ କୁ ଏଜେଣ୍ଡ ଓ ଭୋଟର ବୁଥ୍ ମୋବାଇଲ ନେଇପାରିବେ ନାହିଁ। କେବଳ ପ୍ରିଜାଇଡିଂ ଅଫିସର ମୋବାଇଲ ନେଇପାରିବେ। 

୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪% ମତଦାନ ହାର ରହିଥିଲା। ବୋଲଗଡ଼ର ବୁଥ୍ ଭିତର ସିସିଟିଭି ଭିଡିଓ ଭାଇରାଲ୍ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।