PM Modi ଙ୍କ ଦୃଢୋକ୍ତି; 'ଖେଲା ନହିଁ ବିକାଶ ହୋବେ'
Advertisement
Article Detail0/zeeodisha/odisha868247

PM Modi ଙ୍କ ଦୃଢୋକ୍ତି; 'ଖେଲା ନହିଁ ବିକାଶ ହୋବେ'

ଏବେ ପଶ୍ଚିମବଙ୍ଗରୁ ଟିଏମସି ସରକାର ବିଦାୟ ନେବାର ସମୟ ଗଣନା ଆରମ୍ଭ ହୋଇଗଲାଣି।

PM Modi ଙ୍କ ଦୃଢୋକ୍ତି; 'ଖେଲା ନହିଁ ବିକାଶ ହୋବେ'

କୋଲକାତା: ମାର୍ଚ୍ଚ ୧୮ ତାରିଖ ଗୁରୁବାକର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ନିର୍ବାଚନ ରାଲି। ପୂର୍ବରୁ ସେ ଗତ ୭ ତାରିଖରେ  କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରି ସାରିଛନ୍ତି। ଯାହା ତାଙ୍କର ପ୍ରଥମ ନିର୍ବାଚନୀ ରାଲି ଥିଲା। 

ପୁରୁଲିଆ ଠାରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ପିଏମ ମୋଦି କହିଛନ୍ତି ତାହା ହେଉଛି ସୁନାର ବଙ୍ଗଳା ଯେଉଁଠି ଗରିବ, ମଜଦୂର, ଆଦିବାସୀ, କୃଷକ, ଭାଇବନ୍ଧୁ ସମସ୍ତେ ସମ୍ମାନର ସହ ବଞ୍ଚିପାରିବେ।  ଯେଉଁଠି ମା, ଭଉଣୀ, ଝିଅ ସମସ୍ତେ ସୁରକ୍ଷିତ ରହିପାରିବେ। ଯୁବପିଢିଙ୍କୁ ଶିକ୍ଷା ସହ ରୋଜଗାର ମିଳୁଥିବା। ଶିଳ୍ପାୟନର କୌଣସି ଅଭାବ ନଥିବ। ଦୁର୍ନୀତି, ଭ୍ରଷ୍ଟାଚାର ହେଉନଥିବ। ଗୁଣ୍ଡା, ଅପରାଧି, ଉଗ୍ରବାଦୀ ଜେଲରେ ରହିଥିବେ। ବଙ୍ଗଳାର ପ୍ରତ୍ୟେକ ଲୋକଙ୍କୁ ମନେ ରଖିବାକୁ ହେବ ଯେଉଁଠି ନିଜ ଜନ୍ମଭୂମିର ବିକାଶ ପାଇଁ  କିଛି କରିବାକୁ ହେବ। ଏଭଳି ଦମନକାରୀ ଅତ୍ୟାଚାରୀ ଶାସନତନ୍ତ୍ରରୁ ପଶ୍ଚିମବଙ୍ଗ ମାଟିକୁ ମୁକ୍ତ କରିବାକୁ ଏବେ ସମୟ ଆସିଗଲାଣି।         

Also Read: Assembly Election 2021: ପଶ୍ଚିମବଙ୍ଗ-ଆସାମ ରାଲିରେ ଯୋଗଦେବେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବଙ୍ଗଳାବାସୀଙ୍କ ଉଦ୍ଦେଶ୍ୟରେ କହୁଛି ମେ ୨  ତାରିଖରେ ବିଜେପି ସରକାର ଗଠନ ପରେ ପ୍ରତ୍ୟେକ ଅତ୍ୟାଚାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜେପି ସରକାରରେ ଆଇନର ଶାସନ ପୁନଃପ୍ରତିଷ୍ଠା ହେବ। ଗୁରୁଦେବ ରବୀନ୍ଦ୍ରନାଥ ଠାକୁର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦଙ୍କ ପରି ମହାନ ବ୍ୟକ୍ତିତ୍ୱର ସ୍ୱପ୍ନର ସୁନାର ବଙ୍ଗଳାକୁ ପୁନଃନିର୍ମାଣ କରିବାକୁ ପଡିବ। 

ପୁରୁଲିଆ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମମତା ବାନାର୍ଜୀ ବଙ୍ଗଳାରେ ଅବସ୍ଥା କଣ କରିଛନ୍ତି? ପଶ୍ଚିମବଙ୍ଗ ମାଟିରେ ଅପରାଧି, ମାଫିଆ, ଅନୁପ୍ରବେଶକାରୀ ଅଛନ୍ତି ହେଲେ ସେମାନେ ମୁକ୍ତ ଭାବେ ବୁଲୁଛନ୍ତି। ଦୁର୍ନୀତି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଗତକାଲି ରାତିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବୋମା ବିସ୍ଫୋରଣ ହୋଇଛି। ବିଜେପି କର୍ମୀଙ୍କୁ ଟାର୍ଗେଟ କରାଯାଉଛି। ଏହି ପରିସ୍ଥିତି ଠିକ୍ ନୁହେଁ।ଏହି ପ୍ରତିଶୋଧମୂଳକ ରାଜନୀତି। ଏପରି ଅତ୍ୟାଚାର, ମାଫିଆରାଜ ଆଉ ଚଳିବ ନାହିଁ।

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

 

ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ନୀତି ହେଉଛି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର-ଡିବିଟି (Direct Benefit Transfer-DBT)। ହେଲେ ପଶ୍ଚିମବଙ୍ଗକୁ ଶାସନ କରୁଥିବା  କରୁଥିବା ଟିଏମସି ସରକାରର ନୀତି ହେଉଛି ଟ୍ରାନ୍ସଫର ମାଇଁ କମିଶନ-ଟିଏମସି (Transfer My Commission-TMC)। ପଶ୍ଚିମବଙ୍ଗ ସରକାର ଜନଧାନ ଖାତା ଖୋଲିବାକୁ ଡରୁଛନ୍ତି। ବଙ୍ଗଳାରେ ଜନ ଧନ ଆକାଉଣ୍ଟ ଖୋଲାଯିବ। ଯାହାର ସିଧାସଳଖ ଫାଇଦା ଲୋକଙ୍କ ନିକଟରେ ପହଞ୍ଚିବ। ଏବେ ପଶ୍ଚିମବଙ୍ଗରୁ  ଟିଏମସି ସରକାର ବିଦାୟ ନେବାର ସମୟ ଗଣନା ଆରମ୍ଭ ହୋଇଗଲାଣି।  

କେନ୍ଦ୍ରରେ ବାଜପେୟୀ ସରକାର କ୍ଷମତାସୀନ ଥିବା ବେଳେ ଆଦିବାସୀ ସ୍ୱାର୍ଥର ସୁରକ୍ଷା ତଥା କଲ୍ୟାଣ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଥିଲେ। ଆଦିବାସୀ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଏକ ପୃଥକ ବଜେଟ୍ ପ୍ରସ୍ତୁତ କରିଛନ୍ତି। ଅନେକ ଯୋଜନା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ଦଳିତ, ଆଦିବାସୀ ଏବଂ ପଛୁଆବର୍ଗ ପରିବାର ଉଜ୍ୱଳା ଯୋଜନାରେ ୩୬ ଲକ୍ଷରୁ ଅଧିକ ଗ୍ୟାସ ସଂଯୋଗ ପାଇଛନ୍ତି। ଜଙ୍ଗଲଜାତ ଦ୍ରବ୍ୟର ଏମଏସପି ବୃଦ୍ଧି ବ୍ୟତୀତ ଆମ ସରକାର ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି। 

Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା

 

ଅମ୍ଫାନ ମହାବାତ୍ୟା ସମୟରେ ସହାୟତା ପାଇବା ଲାଗି ଶାସକ ଟିଏମସି କହିଥିଲା ଦଳୀୟ ପାଣ୍ଠିକୁ କିଛି ଦେଲେ ସହାୟତା ମିଳିବ। ରାଜ୍ୟରେ କ୍ଷମତାସୀନ ଟିଏମସି ଦଳିତ ଆଦିବାସୀ ତଥା ଅନ୍ୟାନ୍ୟ ବର୍ଗର ଲୋକଙ୍କ ସହ କେବେ ଛିଡା ହୋଇନାହାଁନ୍ତି। ୧୦ ବର୍ଷର ଶାସନ କାଳ ମଧ୍ୟରେ ଭ୍ରଷ୍ଟାଚାରରେ ବୁଡି ରହିଛି ରାଜ୍ୟ। 

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହୁଛନ୍ତି 'ଖେଲା ହୋବେ' ହେଲେ ବିଜେପି କହୁଛି 'ବିକାଶ ହୋବେ', 'ଚାକିରି ହୋବେ', 'ଶିକ୍ଷା ହୋବେ', 'ହସ୍ପିଟାଲ ହେବ', 'ସ୍କୁଲ ହୋବେ', 'ସୋନାରା ବାଙ୍ଗଲା ହୋବେ'।  

Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

 

ତୁଷ୍ଟିକରଣ ରାଜନୀତି ଲାଗି ଟିଏମସି ସରକାର କରିଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ମନେ ରଖିଛନ୍ତି ପଶ୍ଚିମବଙ୍ଗ ବାସିନ୍ଦା। ବିଗତ ୧୦ ବର୍ଷ ଧରି ତୁଷ୍ଟିକରଣ କରିବା ସହ ଲୋକଙ୍କ ଉପରେ ପ୍ରହାର ମଧ୍ୟ କରିଛନ୍ତି। ହେଲେ ଏବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ହେଲେ ଏହା ହୃଦୟ ପରିବର୍ତ୍ତନ ନୁହେଁ ନିର୍ବାଚନରେ ପରାଜୟ ଭୟ ତାଙ୍କୁ ଘାରିଛି।   

Also Read: Assembly Election 2021: ବିଜେପି ପକ୍ଷରୁ ଦଳୀୟ Star Campaigner ତାଲିକା ଜାରି

ଦୁର୍ଗା ମାତାଙ୍କ ସହାୟତାରେ ଏଥରର ନିର୍ବାଚନରେ ଟିଏମସିକୁ ପରାସ୍ତ କରାଯିବ। ମା, ମାଟି, ମଣିଷ କଥା କହୁଥିବା ମମତା ବାନାର୍ଜୀଙ୍କର ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କ ପ୍ରତି କୌଣସି ମମତା ନାହିଁ। ପଶ୍ଚିମବଙ୍ଗରେ କ୍ଷମତାସୀନ ନିର୍ମମ ଟିଏମସି ସରକାର ମାଓବାଦୀଙ୍କ ଏକ ନୂତନ ପ୍ରଜାତିଙ୍କୁ ଜନ୍ମ ଦେଇଛି। ଯିଏ ଗରିବଙ୍କୁ ଲୁଟିବା କାର୍ଯ୍ୟୟରେ ଲାଗି ପଡିଛନ୍ତି। 

Also Read: 'ହମ ଫିଲ୍ମ କଳାକାର, ପିକଚର ଅଭି ବାକି'

 

ମେ ୨ ତାରିଖରେ ପଶ୍ଚିମବଙ୍ଗରେ ସରକାର ଗଠନ କରିବ ବିଜେପି। ରାଜ୍ୟର ବିକାଶ ଲାଗି ଏଠାରେ ଡବଲ ଇଞ୍ଜିନ ସରକାର ଗଠିତ ହେବ। ଲୋକଙ୍କ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯିବ।  ସ୍ୱାଭାବିକ ଜୀବନଯାପନ ପାଇଁ ପଶ୍ଚିମବଙ୍ଗ ଲୋକଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଯିବ।