HD Kumaraswamy: ଆଗାମୀ ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ଜେଡିଏସ ନେତା
Advertisement

HD Kumaraswamy: ଆଗାମୀ ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ଜେଡିଏସ ନେତା

Karnataka  Politics: ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ସ୍ଥିତି କ'ଣ  ରହିବ ତାହା ସ୍ପଷ୍ଟ କରିଛନ୍ତି ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ।

HD Kumaraswamy: ଆଗାମୀ ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ଜେଡିଏସ ନେତା

JDS Leader HD Kumaraswamy: ଆସନ୍ତା ବର୍ଷ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ମାତ୍ର ଏହା ପୂର୍ବରୁ ଏହି ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ। ବୁଧବାର ସେ ତହିଛନ୍ତି ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ କୌଣସି ଦଳ ସହ ମେଣ୍ଟ କରିବ ନାହଁ। ଆସନ୍ତା ନଭେମ୍ବର ୧ ତାରିଖ ସୁଦ୍ଧା ରାଜ୍ୟର ୧୨୩-୧୨୬ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବ ଦଳ। ରାଜ୍ୟର ମୋଟ ୨୨୪ ଆସନ ମଧ୍ୟରୁ ଦଳ ଅତି କମରେ ୧୨୩ ଆସନ ଜିତି ରାଜ୍ୟରେ ନିଜେ ଦମ ବଳରେ ସରକାର ଗଠନ କରିବ। ନିର୍ବାଚ ପୂର୍ବରୁ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ।

ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ (Karnataka Assembly Election 2023 ) ନେଇ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Former Karnataka Chief Minister) ଏଚଡ଼ି କୁମାରସ୍ୱାମୀ (HD Kumaraswamy)। ଏନେଇ ସେ କହିଛନ୍ତି ଏହି ନିର୍ବାଚନରେ କୌଣସି ଦଳ ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ। ଯଦି ନିର୍ବାଚନରେ ଦଳ ବହୁମତ ହାସଲ ନ କରେ ତାହେଲେ ଜନତା ଦଳ ସେକ୍ୟୁଲାର (Janata Dal Secular) କ'ଣ କରିବ? ଏହାର ଉତ୍ତର ରଖି ସେ କହିଛନ୍ତି ଯେ ଜେଡିଏସ ସ୍ୱାଧୀନ ରହିବ। ମୋ ମତରେ ବର୍ତ୍ତମାନ ଦଳ ପାଇଁ ରାଜ୍ୟରେ ଏକ ଭଲ ବାତାବରଣ ରହିଛି। ତଥାପି ନିର୍ବାଚନକୁ ଆହୁରି କିଛି ମାସ ସମୟ ବାକି ରହିଛି। ଅତି କମରେ ୧୨୩ ସିଟ୍ ଜିତିବାର ଲକ୍ଷ୍ୟ ହାସଲ କରିବା ଦିଗରେ ଆମେ ଲୋକଙ୍କ ଆତ୍ମବିଶ୍ୱାସ ଜିତିବାକୁ ଚେଷ୍ଟା କରିବୁ।

Also Read: Yogi Model in Karnataka: 'ହଜାରେ ମୋଦି ଆସିଲେ ମଧ୍ୟ କର୍ଣ୍ଣାଟକରେ କିଛି ହେବ ନାହିଁ'

ଗତ ମାସରେ ବିଧାନସଭା ନିର୍ବାଚନକୁ ନେଇ କୁମାରସ୍ୱାମୀ ନିଜର ପ୍ରତିକ୍ରିୟା ଦେଇସାରିଛନ୍ତି। ଏନେଇ ସେ କହିଥିଲେ, ମୁଁ ନିଜେ ଅନେକ ଥର କହିଛି ଯେ ୨୦୨୩ ବିଧାନସଭା ନିର୍ବାଚନ ଜେଡିଏସ (JDS) ପାଇଁ ଏକ ଅଗ୍ନି ପରୀକ୍ଷା ସଦୃଶ। ଏହି ନିର୍ବାଚନର ଫଳାଫଳ ଆସନ୍ତା ୨୦-୨୫ ବର୍ଷ ପାଇଁ ତାଙ୍କ ଦଳର ରାଜନୈତିକ ଭବିଷ୍ୟତ ଉପରେ ପ୍ରଭାବ ପକାଇବ। ଏଥଥିପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠିକ୍ ସମାନ କଥା କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ମଧ୍ୟ କହି ସାରିଛନ୍ତି।

Also Read: ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ

ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଦୁହେଁ ଅନେକ ଥର ଆଲୋଚନା କରିଛୁ ଯେ ୨୦୨୩ ନିର୍ବାଚନ ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଯଦି କୌଣସି ଅପ୍ରତ୍ୟାଶିତ ଘଟଣା ଘଟେ, ତାହେଲେ ଏହା ଦଳର ଭବିଷ୍ୟତ ଉପରେ ପ୍ରଭାବ ପକାଇବ। ଆମେ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିବା ଆବଶ୍ୟକ। ଦଳର ଏକ ନୂତନ ପୁନର୍ଗଠନ ସହିତ ଆସନ୍ତା ୨୫ ବର୍ଷ ପାଇଁ ଏକ ଦୃଢ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ଉଚିତ୍।