କଂଗ୍ରେସର ସ୍ଥାନ ନେବାକୁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି! ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ' ଆଗରେ କେଜ୍ରିୱାଲଙ୍କ ଏହା ହେଉଛି ପ୍ଲାନ୍
Advertisement
Article Detail0/zeeodisha/odisha1329922

କଂଗ୍ରେସର ସ୍ଥାନ ନେବାକୁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି! ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ' ଆଗରେ କେଜ୍ରିୱାଲଙ୍କ ଏହା ହେଉଛି ପ୍ଲାନ୍

Lok Sabha Election 2024: ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ସେପ୍ଟେମ୍ବର ୭ରୁ ହରିୟାଣାରୁ ସାରା ଭାରତ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ AAP ସଂଗଠନ ବିସ୍ତାର ଓ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ।

କଂଗ୍ରେସର ସ୍ଥାନ ନେବାକୁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି! ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ' ଆଗରେ କେଜ୍ରିୱାଲଙ୍କ ଏହା ହେଉଛି ପ୍ଲାନ୍

ନୂଆଦିଲ୍ଲୀ: Lok Sabha Election 2024: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାରା ଭାରତରେ ରାଜନୈତିକ ପାରା ବଢ଼ିବ ବୋଲି ଆଶା କରାଯାଉଛି । ଗୋଟିଏ ପଟେ କଂଗ୍ରେସ (Congress) ସେପ୍ଟେମ୍ବର ୭ରୁ 'ଭାରତ ଯୋଡ଼ୋ' ଯାତ୍ରା (Bharat Jodo Yatra) ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଅନ୍ୟପଟେ ଆମ୍ ଆଦମୀ ପାର୍ଟି (Aam Aadmi Party) ମଧ୍ୟ ସେପ୍ଟେମ୍ବର ୭ରୁ 'ମେକ୍ ଇଣ୍ଡିଆ ନମ୍ବର ୱାନ୍' (Make India N0 1) ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । କୁହାଯାଉଛି ଯେ ଜାତୀୟ ରାଜନୀତିରେ କଂଗ୍ରେସର ସ୍ଥାନ ନେବାକୁ ଆପ୍ (AAP) ପ୍ରସ୍ତୁତ ହେଉଛି । ସେପଟେ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ଏହି ଯାତ୍ରା ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ସେପ୍ଟେମ୍ବର ୭ରୁ ହରିୟାଣାରୁ ସାରା ଭାରତ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ AAP ସଂଗଠନ ବିସ୍ତାର ଓ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି । ବିଶେଷ କଥା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୭ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । କେଜ୍ରିୱାଲ 'ମେକ୍ ଇଣ୍ଡିଆ ନଂ 1' ମାଧ୍ୟମରେ ରାଜ୍ୟରେ ରାଲି କରିବେ ଓ ଯୁବକମାନଙ୍କ ସହ ବୈଠକ ଏବଂ ତ୍ରିରଙ୍ଗା ଯାତ୍ର କରିବେ । ଏହାର ଆରମ୍ଭ ଅକ୍ଟୋବର ୭-୮ ରେ ହରିୟାଣାରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କାର୍ଯ୍ୟକ୍ରମ ସହ ହେବ ।

ଚଳିତ ବର୍ଷ ଶେଷ ଆଡ଼କୁ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହା ପରେ ମଧ୍ୟ ଆପ୍ ହରିୟାଣାକୁ କାହିଁକି ବାଛିଲା? ବାସ୍ତବରେ, ଆପ୍ ପଞ୍ଜାବରେ ମିଳିଥିବା ଐତିହାସିକ ବିଜୟର ଲାଭ ହରିୟାଣାରେ ନେବାକୁ ପ୍ରୟାସ କରୁଛି । ଏହି କାର୍ଯ୍ୟକ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହ ଯୋଗଦେବେ । ଖବର ମୁତାବକ ସେ ଆଦମପୁର ଓ ହିସାରରେ ରାଲି ମାଧ୍ୟମରେ ଏହି ଅଭିଯାନ ଆରମ୍ଭ କରିବେ ।

ଏହା ବି ପଢ଼ନ୍ତୁ:-'ଯଦି ମୁଁ ଜାଣିଥାନ୍ତି ରାଜନୀତି ଏତେ ଖରାପ ତ ଏଥିରେ କେବେ ଆସି ନଥାନ୍ତି', ଜାଣନ୍ତୁ ଏମିତି କାହିଁକି କହିଲେ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ:-ଘରୋଇ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବଡ଼ ଖୁସି ଖବର, ଗ୍ରାଚ୍ୟୁଇଟିକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ଆଦେଶ

ଏହା ବି ପଢ଼ନ୍ତୁ:-୨୦୨୪ରେ ନୀତିଶ କୁମାର ନା ଅନ୍ୟ କେହି ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଜାଣନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଜବାବ

 

ଅନ୍ୟପକ୍ଷେ, ଚେନ୍ନାଇ ନିକଟସ୍ଥ ଶ୍ରୀପୁରୁମୁଦୁର ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ଦଳ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra)  ଆରମ୍ଭ କରିବେ । ଏହି ପଦଯାତ୍ର କନ୍ୟାକୁମାରୀରୁ ତିରୁବନନ୍ତପୁରମ୍, କୋଚି, ନୀଲମ୍ବର, ମୈସୂର, ବେଲାରୀ, ରାଇଚୁର, ବିକାରବାଦ, ନାନ୍ଦେଡ଼, ଜଲଗାଓଁ, ଇନ୍ଦୌର, କୋଟା, ଦୌସା, ଅଲୱାର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ଜାମ୍ମୁ ପର୍ଯ୍ୟନ୍ତ ଯିବ ଓ ଏହି ଯାତ୍ରା କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଶେଷ ହେବ । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ଯାତ୍ରା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କାରଣ ଏହି ଯାତ୍ରା ମାଧ୍ୟମରେ ଦଳ ନିଜର ସଂଗଠନକୁ ମଜଭୁତ କରିବାକୁ ପ୍ରୟାସ କରିବ । ଏହାସହ ଦଳ ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ କ୍ଷମତାରୁ ହଟାଇବା ପାଇଁ ଲକ୍ଷ୍ୟ ରଖିବ ।