West Bengal Poll 2021: ଆର ପାର ଲଢେଇକୁ ନେଇ ମୁହାଁମୁହିଁ ଶାହ-ମମତା
Advertisement

West Bengal Poll 2021: ଆର ପାର ଲଢେଇକୁ ନେଇ ମୁହାଁମୁହିଁ ଶାହ-ମମତା

ଏହି ରାଲିରେ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ତଥା ଦଳର ସ୍ଥାନୀୟ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। 

West Bengal Poll 2021: ଆର ପାର ଲଢେଇକୁ ନେଇ ମୁହାଁମୁହିଁ ଶାହ-ମମତା

କୋଲକାତା: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ହେଲେ ବର୍ତ୍ତମାନ ଠାରୁ ରାଜ୍ୟରେ ଅନୁଭୂତଚ ହେଲାଣି ନିର୍ବାଚନୀ ତାତି।  ଏପରିକି ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ରଣାଙ୍ଗନରକେ ଲଢେଇ ପାଇଁ ମୈଦାନକୁ ଲମ୍ପ ମାରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ ଏବଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। 

ଏହି କ୍ରମରେ ଉଭୟେ ରାଜ୍ୟର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଉଭୟେ ରାଲି କରିଛନ୍ତି। ଜିଲ୍ଲାର କାକଦ୍ୱୀପ ଠାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ପଞ୍ଚମ ପରିବର୍ତ୍ତନ ରାଲିକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। 

Also Read: 'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'

 

ରାଲିକୁ ସମ୍ବୋଧିତ କରି ଅମିତ ଶାହ (Amit Shah) କହିଛନ୍ତି, ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାରଙ୍କୁ ଉପାଡି ଫିଙ୍ଗିବୁ। ରାଜ୍ୟବାସୀଙ୍କୁ ନିବେଦନ କରି  କହିଛନ୍ତି ଥରେ ଆମକୁ ବିଜେପି ସରକାର ଗଠନ କରିବାକୁ ଦିଅନ୍ତୁ। ରାଜ୍ୟର ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ଦିଆଯିବ। ଶିକ୍ଷକଙ୍କୁ ଉଚିତ ମାନଦଣ୍ଡ ଦେବ ଲାଗି ଆମ ଦଳ ଏକ ଗଠନ କରିବ।     

 

Also Read: Fish Farming: ରାହୁଲ ଗାନ୍ଧୀଙ୍କୁ ବିଦେଶୀ ଭାଷାରେ ଜବାବ ଦେଲେ ଗିରିରାଜ ସିଂହ

 

ଶାସକ ଟିଏମସି ଗୁଣ୍ଡାଙ୍କ ଆକ୍ରମଣରେ ୧୩୦ ଦଳୀୟ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଯଦି ମମତା ବାନାର୍ଜୀ ଭାବୁଛନ୍ତି କାହାକୁ ହତ୍ୟା କରିଦେଲେ ବିଜେପି ଅଟକି ଯିବ ତାହା ସମ୍ପୂର୍ଣ୍ଣ ଭୁଲ। ଦଳ ଦଳୀୟ କର୍ମକର୍ତ୍ତାଙ୍କ ବଳିଦାନ ତ୍ୟାଗ ଏବଂ ସେମାନଙ୍କ ତାକତ ବଳରେ ଛିଡା ହେବ।   

Also Read: Metro Man in BJP: ପେବୃଆରୀ ୨୧ ତାରିଖରେ ନେବେ ସଦସ୍ୟତା

 

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ (Union Home Minsiter) ଗୁରୁବାର ପ୍ରଥମ ଦିନରେ ସେ କୋଲକାତାର ଭାରତ ସେବାଗ୍ରାମରେ ପୂଜା କରି ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ ସେ ଗଙ୍ଗାସାଗରର କପିଲ ମୁନି ଆଶ୍ରମରେ ପହଞ୍ଚି ଗଙ୍ଗାସାଗରରେ ପୂଜା କରିଥିଲେ। ଏହା ପରେ ସେ ବିଜେପିର ପଞ୍ଚମ ପରିବର୍ତ୍ତନ ଯାତ୍ରାକୁ ପତାକା ଦେଖାଇଥିଲେ। ମୁଁ ଆଜି ଗଙ୍ଗାସାଗରକୁ ଆସିଛି, ତୀର୍ଥଯାତ୍ରାର ତୀର୍ଥଯାତ୍ରା, ଏହା ମୋ ପାଇଁ ଅତ୍ୟନ୍ତ ଭାଗ୍ୟବାନ ଦିନ। ମୁଁ ପଶ୍ଚିମ ପ୍ରାନ୍ତରେ ଜନ୍ମଗ୍ରହଣ କରିଥିଲି, ଯେଉଁଠାରେ ଗଙ୍ଗା ପଡେ।

Also Read: 'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର 

ଏହି ରାଲିରେ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ତଥା ଦଳର ସ୍ଥାନୀୟ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'ଟିଏମସିରେ କେବଳ ଗୋଟିଏ ସ୍ଲୋଗାନ ଅଛି ପୁତୁରାକୁ ଆଗକୁ ବଢାଅ। ପୁତୁରାଙ୍କ କଲ୍ୟାଣ ବ୍ୟତୀତ ଟିଏମସିର ମନରେ କୌଣସି ଇଚ୍ଛା ନାହିଁ। ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନ ହେଉଛି ସବକା ସାଥ, ସାବକା ବିକାଶ, ସବକା ବିଶ୍ୱାସ। '

ସେହିପରି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata  Banerjee ) ଦକ୍ଷିଣ ୨୪ ପରଗାନା ଜିଲ୍ଲାର କେ ପାଲାନ ଠାରେ ଏକ  ଦଳୀୟ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଛନ୍ତି।