'Saamana' ଲେଖାକୁ ନେଇ ବିବାଦ; NCP ଟାର୍ଗେଟରେ Shivsena
Advertisement

'Saamana' ଲେଖାକୁ ନେଇ ବିବାଦ; NCP ଟାର୍ଗେଟରେ Shivsena

ଦଳୀୟ ମୁଖପତ୍ରରେ ପ୍ରକାଶିତ ହୋଇଥିବା ସ୍ତମ୍ଭକୁ ନେଇ ମୁହାଁମୁହଁ ହୋଇଛନ୍ତି ଶିବସେନା-ଏନସିପି।

'Saamana' ଲେଖାକୁ ନେଇ ବିବାଦ; NCP ଟାର୍ଗେଟରେ Shivsena

ମୁମ୍ବାଇ: ବିଭିନ୍ନ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରରେ ଅଂଶୀଦାର ଥିବା ଦଳ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଛନ୍ତି। ସଦ୍ୟ ରାଜ୍ୟ ସରକାରରେ ଗୃହମନ୍ତ୍ରୀ ଥିବା ଅନିଲ ଦେଶମୁଖଙ୍କ ବାବଦରେ ଲେଖାଯାଇଥିବା ଏକ ଲେଖାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି।      

ଦଳୀୟ ମୁଖପତ୍ର (Shivsena Mouthpiece) 'ସାମନା' (Saamana) ମାଧ୍ୟମରେ ମହାରାଷ୍ଟ୍ର ଗୃହମନ୍ତ୍ରୀ (Maharastra Home Minister) ଅନିଲ ଦେଶମୁଖଙ୍କ (Anil Deshmukh) ଉପରେ ଉଠାଇଥିବା ପ୍ରଶ୍ନକୁ ନେଇ ମହାବିକାଶ ଅଘାଡି ସରକାରର (Maha Vikas Aghadi) ନେତୃତ୍ୱ ନେଉଥିବା ଶିବସେନାକୁ ଟାର୍ଗେଟ ସହଯୋଗୀ ଏନସିପି (NCP)।     

ଏ ପ୍ରସଙ୍ଗରେ ସହଯୋଗୀ ଶିବସେନାକୁ ଜବାବ ଦେଇ ଏନସିପି ନେତା (NCP Leader) ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ (Maharastra Deputy Chief Minsiter) ଅଜିତ ପାୱାର (Ajit Power) କହିଛନ୍ତି ଦଳରୁ କାହାକୁ ମନ୍ତ୍ରୀ କରାଯିବ ତାହାର ନିଷ୍ପତ୍ତି ଦଳୀୟ ସୁପ୍ରିମୋ ଶରଦ ପାୱର (Sarad Power) ନେବେ। ଏହା ଉପରେ ଅନ୍ୟ କେହି ପ୍ରଶ୍ନ ଉଠାଇବା ଠିକ ନୁହେଁ। 

Also Read: ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena

 

ନିଜ ନିର୍ବାଚନମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଯୋଗ ଦେଇ ବାରାମତି (Baramati Assembly Constituency) ବିଧାୟକ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମହାବିକାଶ ଅଘାଡି ସରକାର କଂଗ୍ରେସ, ଏନସିପି, ଶିବସେନା ଆଦି ଦଳକୁ ନେଇ ଗଠିତ ହୋଇଛି। ଏହି ସରକାରରେ ଅଂଶୀଦାର ରହିଥିବା ବିଭିନ୍ନ ଦଳର ନେତାଙ୍କ ମଧ୍ୟକୁ କାହାକୁ କେଉଁ ଦାୟିତ୍ୱ ମିଳିବ ସେ ନିଷ୍ପତ୍ତି ଶିବସେନା ପକ୍ଷରୁ ଉଦ୍ଧବ ଠାକରେ, ଏନସିପି ପକ୍ଷରୁ ଶରଦ ପାୱର, କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ନେବେ। 

Also Read: ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi

 

ଶରଦ ପାୱରଙ୍କ ନିକଟରେ ଲମ୍ବା ପ୍ରଶାସନିକ ଅଭିଜ୍ଞତା ରହିଛି। ଦଳର କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ମିଳିବ ସେ ନିଷ୍ପତ୍ତି ଏନସିପି ସୁପ୍ରିମୋ ନେବେ। ଏହା ଉପରେ ପ୍ରଶ୍ନ ଉଠାଇବାକୁ କାହାର ଅଧିକାର ନାହିଁ। ଶିବସେନା ଦଳୀୟ ମୁଖପତ୍ରରେ ନିଜ ଦଳର ନେତା ତଥା ଗୃହମନ୍ତ୍ରୀ ଦେଶମୁଖଙ୍କ ଉପରେ ଲେଖାଯାଇଥିବା ଲେଖାକୁ ସହଜେ ଗ୍ରହଣ କରି ପାରିନାହାଁନ୍ତି ବାରାମତି ବିଧାୟକ ଅଜିତ ପାୱର।              
  
ରବିବାର ଦଳୀୟ ମୁଖପତ୍ରରେ ପ୍ରକାଶିତ ହେଉଥିବା ସପ୍ତାହିକ ସ୍ତମ୍ଭରେ ଶିବସେନା ନେତା (Shivsena Leader) ସଞ୍ଜୟ ରାଉତ (Sanjay Rout), ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିଥିହା ଅନିଲ ଦେଶମୁଖଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ନିଲମ୍ବିତ ପୋଲିସ ଅଧିକାରୀ ସଚିନ ବଝେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ରହି ଟଙ୍କା ଆଦାୟ କରୁଥିଲା ହେଲେ ଗୃହମନ୍ତ୍ରୀ ଏକଥା ଜାଣି ପାରୁନଥିଲେ। ଅନିଲ ଦେଶମୁଖଙ୍କୁ ଦୁର୍ଘଟଣାବଶତଃ ଗୃହମନ୍ତ୍ରୀ ପଦ ମିଳିଛି। ତାଙ୍କ ବଦଳରେ ଜୟନ୍ତ ପାଟିଲ, ଦିଲ୍ଲୀପ ବଲସେ ପାଟିଲଙ୍କୁ ଏହି ପଦ ଦେବାକୁ ଚର୍ଚ୍ଚା ହେଉଥିଲା। ହେଲେ ସେମାନେ ମନ୍ତ୍ରୀପଦ ସ୍ୱୀକାର କରିବାକୁ ମନା କରି ଦେଇଥିଲେ। ଏହା ପରେ ଶରଦ ପାୱର ତାଙ୍କୁ ପ୍ରଦାନ କରିଥିଲେ। ଗୃହମନ୍ତ୍ରୀ ପଦର ଏକ ଗାରିମା ରହିଥାଏ।

Also Read: Antilia Case: ଘେରିଲେଣୀ ବିରୋଧି, ନିଜକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ

 

ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି ମୋ  ବିରୁଦ୍ଧରେ ପୂର୍ବତନ ମୁମ୍ବାଇସ ପୋଲିସ କମିଶନର ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତଦନ୍ତ  ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।