କଂଗ୍ରେସ ବିଧାୟକ ମ୍ଯାନେଜ ହୋଇଥିବା ନେଇ ମନ୍ତବ୍ଯ ଦେବା ପରେ ସମ୍ବିତଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯିବା ସହ ତୁରନ୍ତ କ୍ଷମା ମାଗିବାକୁ କୁହା ଯାଇଥିଲା। ହେଲେ ସେ ଏହା ନକରିବାରୁ କଂଗ୍ରେସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।
Trending Photos
ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ପରୀ ହତ୍ଯା ଘଟଣାରେ (Pari Murder Case) ବିଜେପି ଜାତୀୟ ମୁଖପାତ୍ର (BJP National Spokeperson) ସମ୍ବିତ ପାତ୍ର (Sambit Patra) ଦେଇଥିବା ମନ୍ତବ୍ୟ ଦେଇଥିବା ବିରୁଦ୍ଧରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ପ୍ରତିଦ୍ୱନ୍ଦୀ କଂଗ୍ରେସ (Congress)। ଏହି ଘଟଣାରେ କଂଗ୍ରେସ ବିଧାୟକ ବିଧାନସଭାରେ ମ୍ଯାନେଜ ହୋଇ ଚୁପ ହୋଇଗଲେ ବୋଲି ମନ୍ତବ୍ୟ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର।
Also Read:ପରୀ ହତ୍ୟା ପ୍ରସଙ୍ଗ; କଂଗ୍ରେସ ନୋଟିସର ଜବାବ ଦେବେ ସମ୍ବିତ ପାତ୍ର!
ବିରୋଧି ଦଳର ପ୍ରବକ୍ତାଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା କଂଗ୍ରେସ। ଆଉ ଏବେ ଏହା ବିରୁଦ୍ଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ନେବା ଆରମ୍ଭ କରିଛି ଦଳ। କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିଜେପି ମୁଖପାତ୍ରଙ୍କ ବିରୋଧରେ ଓକିଲ ନୋଟିସ ପଠାଇଛନ୍ତି। କଂଗ୍ରେସ ବିଧାୟକ ମ୍ଯାନେଜ ହୋଇଥିବା ନେଇ ମନ୍ତବ୍ଯ ଦେବା ପରେ ସମ୍ବିତଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯିବା ସହ ତୁରନ୍ତ କ୍ଷମା ମାଗିବାକୁ କୁହା ଯାଇଥିଲା।
Also Read: ପରୀ ଘଟଣା; ପ୍ରଶ୍ନବାଣ ମାରିଲା କଂଗ୍ରେସ, ଜବାବ ଦେଲା ବିଜେପି
ହେଲେ ସେ ଏହା ନକରିବାରୁ କଂଗ୍ରେସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ମୋକିମ ନୁହଁନ୍ତି ଆଗକୁ ସମସ୍ତ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ସମ୍ବିତଙ୍କୁ ଓକିଲ ନୋଟିସ ପଠାଯିବା ସହ ଏହା ପରେ ଆଇନ ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ଯପକ୍ଷେ ଏଭଳି ମନ୍ତବ୍ଯ ଦେଇ କଂଗ୍ରେସ ବିଧାୟକଙ୍କୁ ଅପମାନିତ କରିଥିବାରୁ ଏହାର ପରିଣାମ ଭୟଙ୍କର ହେବ ଏବଂ ଏହାର ଜବାବ ଦିଆଯିବ ବୋଲି କହିଛି ଦଳ।
Also Read: ପରୀ ଆତ୍ମାକୁ ଶାନ୍ତି କେବେ?
ଏ ପର୍ଯ୍ୟନ୍ତ ଓକିଲ ନୋଟିସ ମିଳିନଥିବା କହିଛି ବିଜେପି। ନୋଟିସ ମିଳିବା ପରେ ଏ ସମ୍ପର୍କରେ କଣ ପଦକ୍ଷେପ ନିଆଯିବ ସେ ନେଇ ନିଷ୍ପତ୍ତି ନିଆଯିବ। କଂଗ୍ରେସ ପକ୍ଷରୁ ହେବାକୁ ଥିବା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଦଳ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର। ଏହା ସହିତ କଂଗ୍ରେସ ଖୋଦ ନିଜ ଦଳର ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ ରାଉତରାୟଙ୍କ ପୂର୍ବ ମନ୍ତବ୍ଯ ଦେଖୁ ବୋଲି ବିଜେପି କହିଛି। ସେପଟେ ଆଇନ ବିଶାରଦଙ୍କ କହିବା କଥା ଏଭଳି ପ୍ରସଙ୍ଗରେ ସମ୍ବିତ ପାତ୍ରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇପାରେ।