UP Election 2022: ଛୋଟ ଦଳ ସହ ମେଣ୍ଟ କରି କ୍ଷତି ସହିବ କି Samajwadi Party?
Advertisement
Article Detail0/zeeodisha/odisha1042911

UP Election 2022: ଛୋଟ ଦଳ ସହ ମେଣ୍ଟ କରି କ୍ଷତି ସହିବ କି Samajwadi Party?

ଯେତେବେଳେ କୌଣସି ଦଳ ବହୁ ଦଳ ସହ ମେଣ୍ଟ ସମ୍ପର୍କ ସ୍ଥାପନ କରେ ସେତେବେଳେ ବହୁବିଧ ସମସ୍ୟା ଉପୁଜିଥାଏ। 

UP Election 2022: ଛୋଟ ଦଳ ସହ ମେଣ୍ଟ କରି କ୍ଷତି ସହିବ କି Samajwadi Party?

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ଏନେଇ ଦିନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରସ୍ତୁତି। ଏହି କ୍ରମରେ ସମାଜବାଦୀ ପାର୍ଟି ପକ୍ଷରୁ ଦଳୀୟ ପ୍ରଚାର ଅଭିଯାନକୁ ଦଳର ସୁପ୍ରିମୋ ଅଖିଲେଶ ଯାଦବ ଆଗେଇ ନେବା ସହ ମେଣ୍ଟ ଗଠନ କରିବା ନେଇ ଅନ୍ୟ ଦଳ ସହ ଜାରି ରହିଛି କଥାବାର୍ତ୍ତା।  

ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ବାଜିମାତ କରି ରାଜ୍ୟରେ ପୁନର୍ବାର ସରକାର ଗଠନ (Samajwadi Govt in UP) କରିବାକୁ ଲକ୍ଷ୍ୟ ରଖିଛି ସମାଜବାଦୀ ପାର୍ଟି (Samajwadi Party)। ଏନେଇ ମେଣ୍ଟ ସହଯୋଗୀଙ୍କୁ ନେଇ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହେବାକୁ ଯାଉଛି ଏହି ଦଳ। ରାଜ୍ୟ ରାଜନୀତିରେ (Uttar Pradesh Politics)  ବେଶ ଗୁରୁତ୍ୱ ବହନ କରୁଥିବା ଜାତିଗତ ସମୀକରଣକୁ ନଜରରେ ରଖି ଅନ୍ୟ ଦଳ ସହ ମେଣ୍ଟ କରିବା ପାଇଁ ଦଳ ଅନେକ ବିଚାର ବିମର୍ଶ କରୁଛି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଦିଓ ସହଯୋଗୀଙ୍କୁ ସାଥିରେ ନେଇ ସମାଜବାଦୀ ପାର୍ଟି ରାଜ୍ୟ ରାଜନୀତିରେ ଏହାର ଶକ୍ତି ବୃଦ୍ଧି କରୁଛି ହେଲେ ଏହି ମେଣ୍ଟରେ ଅଂଶୀଦାର ଥିବା ଦଳଙ୍କ ମଧ୍ୟରେ ଟିକେଟ ବଣ୍ଟନ କରିବା ସହଜ ହୋଇନପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଲୋକ ଦଳ, ମହାନ ଦଳ, ଅପନା ଦଳ, ଜନବାଦୀ ସୋଶାଲିଷ୍ଟ ପାର୍ଟି, ସୁହଲଦେବ ଭାରତୀୟ ସମାଜ ପାର୍ଟି ପ୍ରଭୃତି ଦଳ ସହ ଗଠବନ୍ଧନ ହୋଇସାରିଛି। ହେଲେ ଏହି ମେଣ୍ଟର ସାମିଲ ଥିବା ସହଯୋଗୀଙ୍କୁ କେତେ ଆସନ ମିଳିବ ସେ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ।

Also Read: UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?

ସେହିପରି ପ୍ରଗତିଶୀଳ ସମାଜବାଦୀ ପାର୍ଟି, ଆଜାଦ ସମାଜ ପାର୍ଟି, ଆମ ଆଦମୀ ପାର୍ଟି ଭଳି ଦଳ ମେଣ୍ଟ ଗଠନ କରିବାକୁ ନେଇ ସମାଜବାଦୀ ପାର୍ଟି ସହ ଯୋଗାଯୋଗରେ ରହିଛି। ଅନ୍ୟପକ୍ଷରେ ସମଗ୍ର ଦେଶରେ ବିରୋଧି ପକ୍ଷରୁ ନିଜକୁ ବିକଳ୍ପ ଭାବେ ଉପସ୍ଥାପିତ କରୁଥିବା ତୃଣୂମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ମେଣ୍ଟରେ ସାମିଲ ଥିବା ଅଂଶୀଦାର ଦଳ ସେମାନଙ୍କ ଦାବି ମୁତାବକ ଆସନ ଦାବି କରିବେ। ଯଦି ଦାବି ମୁତାବକ ସିଟ୍ ନମିଳେ ତାହେଲେ ଏହା ସମାଜବାଦୀ ପାର୍ଟି ନେତୃତ୍ୱାଧିନ ମେଣ୍ଟ ଲାଗି ନିର୍ବାଚନରେ ଏକ ବଡ଼ ଆହ୍ୱାନ ଭାବେ ଉଭା ହେବ।

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜଣେ ସମାଜବାଦୀ ପାର୍ଟି ନେତା କହିଛନ୍ତି ଦଳ ଆଗରେ ବର୍ତ୍ତମାନ ଦୁଇଟି ଚ୍ୟାଲେଞ୍ଜ ରହିଛି। ଗୋଟିଏ ହେଉଛି ଦଳୀୟ ସମର୍ଥକ, ନେତା, କର୍ମୀଙ୍କୁ ଦଳ ସହ ଯୋଡି଼ ରଖିବା। ଦ୍ୱିତୀୟ ହେଉଛି ମେଣ୍ଟରେ ସାମିଲ ଥିବା ନେତାଙ୍କ ଦାବିକୁ ପୂରଣ କରିବା। ସହଯୋଗୀଙ୍କ ମଧ୍ୟରେ ଆସନ ଭାଗବାଣ୍ଟ କରିବାକୁ ନେଇ ଦଳ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଯଦି ଯଥା ଶୀଘ୍ର ଏନେଇ କୌଣସି ନିଷ୍ପତ୍ତି ନିଆନଯାଏ ତାହେଲେ ଏହା ନିଶ୍ଚିତ ଭାବେ ମେଣ୍ଟ ଲାଗି ଅସୁବିଧା ସୃଷ୍ଟି କରିବ।

Also Read: UP Poll: ଜାତୀୟ ନୁହେଁ ଆଞ୍ଚଳିକ ଦଳ ସହ ମେଣ୍ଟ କରୁଛି ସମାଜବାଦୀ ପାର୍ଟି

ସମାଜବାଦୀ ପାର୍ଟି ନେତୃତ୍ୱାଧିନ ମେଣ୍ଟରେ ସାମିଲ ଥିବା ସମସ୍ତ ଦଳ ପ୍ରାୟ ୫୦-୬୦ ଆସନ ଦାବି କରୁଛନ୍ତି। ବର୍ତ୍ତମାନ ଅନେକ ଦଳ ଏହି ମେଣ୍ଟରେ ଯୋଗ ଦେଉଛନ୍ତି। ସମସ୍ତ ଅଂଶୀଦାର ଦଳ ନିଜ ପାଇଁ ଆସନ ମାଗିବେ। ଏପରି ପରିସ୍ଥିତିରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ କରିଥିବା ଦଳର ଆଶାୟୀ ପ୍ରାର୍ଥୀଙ୍କ ସ୍ଥିତି କ’ଣ ହେବ ତାହା ସନ୍ଦେହ ଘେରରେ ରହିଛି। ଯଦି ସେମାନଙ୍କ ଆସନ ମେଣ୍ଟ ସହଯୋଗୀଙ୍କ ଖାତାକୁ ଯାଏ ତାହେଲେ ସେମାନେ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିପାରନ୍ତି। 

ଯଦି କୌଣସି ଦଳୀୟ ନେତା  ଦଳ ବିରୁଦ୍ଧରେ ଖୋଲାଖୋଲି ଭାବେ ବିଦ୍ରୋହ କରନ୍ତି ନାହିଁ ତାହେଲେ ସେମାନେ ଭିତିରିଆ ଦଳ ବିରୋଧି କାର୍ଯ୍ୟ କରିବାର ସମ୍ଭାବନା ରହିଛି। ଏପରି ଅନେକ ସମସ୍ୟା ଅଛି। ଯାହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏଭଳି ସମସ୍ୟାର ସମାଧାନ କରି ଆଗାମୀ ନିର୍ବାଚନ ସମାଜବାଦୀ ପାର୍ଟିକୁ ପ୍ରସ୍ତୁତ ହେବାକୁ ପଡି଼ବ।  

Also Read: UP Poll 2022: ମେଣ୍ଟ ଗଠନରେ ବଡ଼ ଦଳ ଆଗରେ ଭାରୀ ପଡ଼ୁଛନ୍ତି ଛୋଟ ଦଳ

ଯେତେବେଳେ କୌଣସି ଦଳ ବହୁ ଦଳ ସହ ମେଣ୍ଟ ସମ୍ପର୍କ ସ୍ଥାପନ କରେ ସେତେବେଳେ ବହୁବିଧ ସମସ୍ୟା ଉପୁଜିଥାଏ। ଯେତେବେଳେ ଏକ ଦଳ ସହଯୋଗୀଙ୍କୁ ନେଇ ମେଣ୍ଟ ଗଠନ କରେ ସେତେବେଳେ ଛୋଟ ଛୋଟ ଦଳ ସେମାନଙ୍କ ଦାବି ଖୋଲାଖୋଲି ଭାବେ ଉପସ୍ଥାପିତ କରିଥାନ୍ତି। ଏପରିକି ଦଳୀୟ ସଙ୍ଗଠନର ସାମର୍ଥ୍ୟ ଠାରୁ ଅଧିକ ଆସନ ଦାବି କରିଥାନ୍ତି। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ନିଜକୁ ଏକ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉପସ୍ଥାପନ କରୁଛି। ହେଲେ ଏଭଳି ପରିସ୍ଥିତିରେ ଦଳର ମେଣ୍ଟ ସହଯୋଗୀ ସେମାନଙ୍କ ସ୍ଥିତି ଅପେକ୍ଷା ଅଧିକ ଆସନ ଆବଶ୍ୟକ କରୁଛନ୍ତି। ଯାହା ପାର୍ଟି ପାଇଁ ଅସୁବିଧାକୁ ବଢାଇବ।