Political Violence: West Bengal ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ Convoy ଉପରେ ଆକ୍ରମଣ
Advertisement

Political Violence: West Bengal ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ Convoy ଉପରେ ଆକ୍ରମଣ

ନିର୍ବାଚନରେ ପରେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ତାହାର ସମୀକ୍ଷା କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। 

Political Violence: West Bengal ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ Convoy ଉପରେ ଆକ୍ରମଣ

କୋଲକାତା: ବ୍ୟାପକ ରାଜନୈତିକ ହିଂସାକାଣ୍ଡ ଘଟଣାକୁ ନେଇ ଥରିଉଠୁଛି ପଶ୍ଚିମବଙ୍ଗ ମାଟି। ନିର୍ବାଚନୀ ହିଂସା ମଧ୍ୟରେ ଅନୁ୍ଷ୍ଠିତ ହୋଇଛି ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୧। ବିଗତ କିଛି ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଏପରି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଶାସକ ଟିଏମସି ଏବଂ ବିରୋଧି ବିଜେପି।

ସଦ୍ୟ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) ସରିବା ପରେ ମଧ୍ୟ ରାଜ୍ୟରେ ବନ୍ଦ ହେବାର ନାଁ ଧରୁନାହିଁ ରାଜନୈତିକ ହିଂସାକାଣ୍ଡ। ଯାହାର ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମ ମେଦୀନିପୁର (West Medinipur) ଜିଲ୍ଲାରେ। ମେ ୬ ତାରିଖ ଗୁରୁବାର ଏହି ଜିଲ୍ଲା ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (External Affairs State Minister) ଭୀ.ମୂରଲୀଧରନଙ୍କ (V.Muraleedharan) କାଫିଲା ଉପରେ ଆକ୍ରମଣ କଥିତ ଭାବେ ଆକ୍ରମଣ କରିଛନ୍ତି ଶାସକ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) କର୍ମକର୍ତ୍ତା। 

Also Read: WB Election 2021: ଆହୁରି ୭୧ କମ୍ପାନୀ CAPF ପଠାଇବ କେନ୍ଦ୍ର ଗୃହମନ୍ତ୍ରଣାଳୟ

ନିର୍ବାଚନରେ ପରେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ତାହାର ସମୀକ୍ଷା କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଗସ୍ତ ସମୟରେ ଆକ୍ରମଣର ଶିକାର ହୋଇଛି କେନ୍ଦ୍ରୀୟ କମିଟି। ଯାହାର ଭିଡିଓକୁ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୂରଲୀଧରନ। ଆକ୍ରମଣ ପଛରେ ଟିଏମସି କର୍ମକର୍ତ୍ତାଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ହେଉଛି।  

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

 

ପଶ୍ଚିମ ମେଦିନୀପୁର ଜିଲ୍ଲାରେ ହୋଇଥିବା ଆକ୍ରମଣ ଘଟଣାରେ ଟ୍ୱିଟରରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଟିଏମସି ସମର୍ଥିତ ଗୁଣ୍ଡା ମୋ କାଫିଲା ସହ ମୋର ବ୍ୟକ୍ତିଗତ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି।  ଏହି କାରଣରୁ ଗସ୍ତକୁ ଅଧାରୁ ବନ୍ଦ କରିବାକୁ ପଡିଛି।    

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

 

ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବ୍ୟବସ୍ଥା କିପରି ରହିଛି ତାହାର ସ୍ଥିତି ଅନୁଧ୍ୟାନ କରି କରି ରିପୋର୍ଟ ଦେବାକୁ ଏହି କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ବାବଦରେ ରାଜ୍ୟପାଳ ଜଗଦୀପ ଧନକଡଙ୍କ ଠାରୁ ରିପୋର୍ଟ ମାଗିଛି ଗୃହ ମନ୍ତ୍ରଣାଳୟ।