ଜାନୁଆରୀ ୩ ତାରିଖରୁ ପୁରୀ ଜିଲ୍ଲା ଏବଂ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ ବାଧ୍ୟତାମୂଳକ ରହିଥିବାରୁ ବାହାର ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଉ। ଦିଲ୍ଲୀରେ ଯେପରି କୋଭିଡ ମୋବାଇଲ ଭ୍ୟାନ ଦ୍ବାରା ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀକ୍ଷେତ୍ର ହେବ ବିଶ୍ୱସ୍ତରୀୟ ଐତିହ ସହର। ଏନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିୟନ,ଉନ୍ନୟନ କମିଶନର ସୁରେଶ ମହାପାତ୍ର। ଶ୍ରୀମନ୍ଦିର ଐତିହ୍ଯ କରିଡର (Srikhetra Historic Corridor) ମଧ୍ୟରେ ରହିବ ସାଧାରଣ ଭକ୍ତଙ୍କ ଲାଗି ଅନେକ ସୁବିଧା। ସେପଟେ ୧୦୦-୧୫୦ଟଙ୍କା ମୁଲ୍ଯରେ ଭକ୍ତ ପାଇବେ ରହଣି ସୁବିଧା। ଏନେଇ ବାସେଳିସାହୀ ମୌଜାରେ ଚିହ୍ନଟ ହୋଇଛି ୧୦ ଏକର ଜମି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ନିସ୍ପତ୍ତି ନିଆଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ।
ସେପଟେ ଡିସେମ୍ବର ୨୩ ତାରିଖରେ ମନ୍ଦିର ଦର୍ଶନ କିଭଳି କରାଯିବ ସେନେଇ ମଧ୍ୟ ସମୀକ୍ଷା କରିଛନ୍ତି ୫ଟି ସଚିବ। ଏଣିକି ଶହେରୁ ଦେଢ ଶହ ଟଙ୍କା ଭଡାରେ ଭକ୍ତଙ୍କୁ ଶ୍ରୀକ୍ଷେତ୍ରରେ ମିଳିବ ରହଣୀ ସୁବିଧା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) କରିଛି ସ୍ୱତନ୍ତ୍ର ରଣନୀତି। ସ୍ୱଳ୍ପ ମୁଲ୍ଯରେ ରହଣି ପାଇଁ ବାସେଳିସାହୀ ମୌଜାରେ ଚିହ୍ନଟ ହୋଇଛି ୧୦ ଏକର ଜମି। ଏଠାରେ ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଧର୍ମଶାଳା।
ପ୍ରଥମ ପର୍ଯ୍ୟାୟରେ ୩-୪ ହଜାର ଭକ୍ତଙ୍କ ପାଇଁ ହେବ ରହଣି ବ୍ଯବସ୍ଥା। ଏହା ସହିତ ଶ୍ରୀକ୍ଷେତ୍ରକୁ କରାଯିବ ବିଶ୍ୱସ୍ତରୀୟ ସହର। ବିଭିନ୍ନ ଉନ୍ନୟନ ମୂଳକଯୋଜନାର କରାଯାଇଛି ସମୀକ୍ଷା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀକ୍ରୀଷ୍ଣନ୍ନ କୁମାରଙ୍କ ଅଧ୍ଯକ୍ଷତାରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ। ଶ୍ରୀମନ୍ଦିର ଐତିହ୍ୟ କରିଡରର ୭୫ ମିଟର ପରିଧି ମଧ୍ୟରେ ୫୫ମିଟରରେ ହେବ ଐତିହ୍ୟ କରିଡର ପ୍ରାଚୀର, ବାକି ୨୦ ମିଟରରେ ହେବ ବଫର ରୋଡ। ଏଥିସହିତ ଜଗନ୍ନାଥ ବଲ୍ଲଭ ଓ ଯାତ୍ରୀକା ଠାରେ କରାଯିବ ବହୁତଳ ପାର୍କିଂ ବ୍ଯବସ୍ଥା।
Also Read: ଖୋଲିବ ବଡ ଦେଉଳ; ଦର୍ଶନ ପାଇଁ ପୁରୀବାସୀଙ୍କୁ ଅଗ୍ରାଧିକାର
ଜେଲରୋଡ, ମ୍ଯୁନିସିପାଲିଟି ମାର୍କେଟ, ମହୋଦଧି ମାର୍କେଟ ସହ ସ୍ୱର୍ଗଦ୍ୱାର ଆଦି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାମ ଖୁବଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଲେ ମୁଖ୍ୟ ପ୍ରଶାସକ। ସେପଟେ ଆସନ୍ତା ୨୩ ତାରିଖରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। କିଭଳି ରହିବ ଭକ୍ତଙ୍କ ଦର୍ଶନ ବ୍ଯବସ୍ଥା ସେନେଇ ଜାରି କରାଯାଇଥିବା ଏସଓପି ଉପରେ ସମୀକ୍ଷା କରିଛନ୍ତି ୫ଟି ସଚିବ। ସେପଟେ ଜୋରଦାର ଚାଲିଛି ବ୍ୟାରିକେଡ କାର୍ଯ୍ୟ। ୯ ଲେନ ବିଶିଷ୍ଟ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।
ହେଲେ କେମିତି ହେବ ଦର୍ଶନ ବ୍ୟବସ୍ଥା। କେବେ ଜାରି ହେବ ଏସ୍ଓପି ତାକୁ ନେଇ କୈଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲିନାହାଁନ୍ତି କେବଳ ଜିଲ୍ଲାପାଳ ପୂର୍ବରୁ କହିଥିଲେ ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜ ବ୍ୟବସ୍ଥାକୁ କଡାକଡି କରାଯିବ, ଓ୍ବାଡ ଅନୁସାରେ ଦର୍ଶନ ବ୍ୟବସ୍ଥା କରାଯିବ। ସେପଟେ ସେବାୟତ ମହଲରୁ ଦର୍ଶନକୁ ନେଇ ଅନେକ ପ୍ରସ୍ତାବ ଦିଆଯାଇଛି। ସହରରେ ଅଢେଇ ଲକ୍ଷ ଭକ୍ତ ତେଣୁ ୭ ଦିନ ଭିତରେ ସହରର ସମସ୍ତ ଭକ୍ତ ଦର୍ଶନ କରିପାରିବେ ନାହିଁ ତେଣୁ ଅଧିକ ଭକ୍ତଙ୍କ ପାଇଁ ଵ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ବରିଷ୍ଠ ଦଇତାପତି ଦାବି କରିଛନ୍ତି।
Also Read: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର
ପୁଣି ଜାନୁଆରୀ ୩ ତାରିଖରୁ ପୁରୀ ଜିଲ୍ଲା ଏବଂ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ ବାଧ୍ୟତାମୂଳକ ରହିଥିବାରୁ ବାହାର ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଉ। ଦିଲ୍ଲୀରେ ଯେପରି କୋଭିଡ ମୋବାଇଲ ଭ୍ୟାନ ଦ୍ବାରା ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ। ଗୋଟିଏ ପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଚାଲିଛି ବ୍ଯାରିକେଡିଂ ସହ କୋଭିଡ୍ କଟକଣା ଆଧାରରେ ବ୍ଯବସ୍ଥା।