ପୂରଣ କରୁଛି ମାନଦଣ୍ଡ; ହେଲେ କାହିଁକି ମିଳୁନି ନଗର ନିଗମ ମାନ୍ଯତା?
Advertisement

ପୂରଣ କରୁଛି ମାନଦଣ୍ଡ; ହେଲେ କାହିଁକି ମିଳୁନି ନଗର ନିଗମ ମାନ୍ଯତା?

ପୁରୀ ପୌରପାଳିକାକୁ  ନଗର ନିଗମ ମାନ୍ଯତା ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। 

 ପୂରଣ କରୁଛି ମାନଦଣ୍ଡ; ହେଲେ କାହିଁକି ମିଳୁନି ନଗର ନିଗମ ମାନ୍ଯତା?

ସଞ୍ଜୟ ମହାପାତ୍ର,ପୁରୀ: ସଜେଇ ହେଉଛି ପୁରୀ। ଶ୍ରୀମନ୍ଦିର (Srimandir) ସହିତ ରହିଛି ଅନେକ ଆକର୍ଷଣୀୟ କୀର୍ତ୍ତିରାଜି। ଏହାସହିତ ଅଛି ବିସ୍ତୀର୍ଣ୍ଣ ସାମୁଦ୍ରିକ ବେଳାଭୂମି। ବ୍ଲୁଫ୍ଲାଗ ବିଚ୍ (Blue Flag Beach) ସହ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ (Balukhand Sanctuary)। ଦୈନିକ ଲକ୍ଷଲକ୍ଷ ଭକ୍ତଙ୍କ ସହ ପର୍ଯ୍ଯଟକଙ୍କ ଗହଳି ଜମୁଛି। ସେପଟେ ଆଗେଇ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୁରୀକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିତୋଳିବା ନେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ। ଏଭଳି ସ୍ଥିତିରେ ପୁରୀକୁ କାହିଁକି ନମିଳିବ ନଗର ନିଗମ (Municipal Corporation) ମାନ୍ଯତା। କେଉଁଠି କମ ରହିଛି ନଗର ନିଗମ ମାନ୍ଯତା ମିଳିବା ନେଇ ମାନଦଣ୍ଡରେ। ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସ୍ଥାନୀୟ ବାସିନ୍ଦାଙ୍କ ମନରେ।

ପୁରୀ ପାଇଁ ଯୋଜନା ଅଥବା ଅର୍ଥର କୌଣସି ଅଭାବ ରହିବ ନାହିଁ ବୋଲି କହୁଛନ୍ତି ସରକାର। ହେଲେ କର୍ପୋରେସନ କରିବା ପ୍ରସ୍ତାବ ଏବେ ମଧ୍ୟ ଝୁଲୁଛି ସରକାରୀ ଫାଇଲରେ। ଦୀର୍ଘ ଦିନ ହେବ ପ୍ରସ୍ତାବ ପଡି ରହିଥିଲେ ମଧ୍ୟ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ଓଡିଶା ସରକାର। ଭୁବନେଶ୍ୱର, କଟକ, ବ୍ରହ୍ମପୁର ପରେ ରାଉରକେଲା ସହ ସମ୍ବଲପୁରକୁ ମିଳିସାରିଛି ନଗର ନିଗମ ମାନ୍ୟତା। ହେଲେ ଏହି ମାନ୍ୟତା ପାଇବାରୁ ପୁରୀ କାହିଁକି ବାଦ ପଡିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ। 

fallback

ସେପଟେ ୨୦୧୫-୧୬ ବର୍ଷରୁ ପୁରୀ ପୌରସଂସ୍ଥା (Puri Municipality) ପକ୍ଷରୁ କାଉନସିଲରେ ପ୍ରସ୍ତାବ ପାସ୍ କରାଯାଇ ରାଜ୍ଯ ସରକାରଙ୍କ ନଗର ଉନ୍ନୟନ (Urban Development) ବିଭାଗକୁ ପଠାଯାଇଥିଲା। ସରକାର ଏହାକୁ ଅନୁଧ୍ୟାନ କରି ପୁରୀକୁ ମାନ୍ଯତା ଦେବା ଆବଶ୍ୟକ ବୋଲି କହିଛନ୍ତି ସହରବାସୀ। ଦୀର୍ଘ ୫ବର୍ଷ ତଳେ ପୁରୀ ପୌରପାଳିକା ପକ୍ଷରୁ  ସହରକୁ ମହାନଗର ନିଗମ କରିବା ପାଇଁ  ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ବିଶେଷ କରି ନଗର ନିଗମ ମାନ୍ୟତା ପାଇବା ନେଇ ରହିଥିବା ନିର୍ଦ୍ଦିଷ୍ଟ ମାନଦଣ୍ଡ (Criteria) ପୂରଣ କରିବା ପାଇଁ ମଧ୍ୟ ରଣନୀତି (Blueprint) ପ୍ରସ୍ତୁତ କରାଯାଇଥିଲା। 

Also Read: ଅଠରନଳା ସହ ମୁଷା ନଦୀର ଫେରିବ ଚମକ

 

ପୌରସଂସ୍ଥାର ମୋଟ ୨୯ ୱାର୍ଡକୁ ବୃଦ୍ଧି କରାଯାଇ ୩୨ଟିରେ ପରିବର୍ତ୍ତନ କରାଯାଇଥିଲା ସହର ସଂଲଗ୍ନ ୩ଟି ଉନ୍ନତ ପଞ୍ଚାୟତ ଅର୍ଥାତ ସିପସରୁବାଲି, ଗୋପିନାଥପୁର, ଛଇତନା ଆଦି ଅଞ୍ଚଳକୁ ସାମିଲ କରିବା ପାଇଁ ସର୍ଭେ କରାଯାଇ ନଗର ଉନ୍ନୟନ ବିଭାଗକୁ ପଠାଯାଇଥିଲା। ୨୦୧୧ ଜନଗଣନା ପରେ ପୁରୀର ଜନଗଣନା ବୃଦ୍ଧି ପାଇ ଏବେ ପ୍ରାୟ ଅଢେଇ ଲକ୍ଷରେ ପହଞ୍ଚିଥିବା ବେଳେ ପଞ୍ଚାୟତ ମିଶିଲେ ମହାନଗର ନିଗମ ମାନ୍ୟତା ପାଇବାକୁ ରହିଥିବା ମାନଦଣ୍ଡ ପୂରଣ ହୋଇପାରିବ। 

ବର୍ତ୍ତମାନ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢିତୋଳିବା ପାଇଁ ଶ୍ରୀମନ୍ଦିର ଐତିହ୍ୟ କରିଡର, ମୁଷା ନଦୀର ପୁନରୁଦ୍ଧାର ସହ ସଂଯୋଗୀକରଣ, ଅଠରନଳାର ବିକାଶ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଠାରେ ସଂଗ୍ରହାଳୟ ସହହ ଅନେକ କାର୍ଯ୍ୟ ଆଗେଇ ଚାଲିଛି। ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ହୃଦବୋଧ ହେଉଛି। ବିଶ୍ୱସ୍ତରୀୟ ସହର ସହିତ ପୁରୀକୁ ମହାନଗର ନିଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସହରବାସୀ।

fallback

Also Read: 'ମୋ ଧାମ ମୋ ଗର୍ବ'ର ସ୍ଥିତି ପରଖୁଛନ୍ତି ଜିଲ୍ଲାପାଳ

ସେପଟେ ୧୮୮୧ ମସିହାରୁ ପୁରୀ ପୌରସଂସ୍ଥା ପୁରୀବାସୀଙ୍କୁ ସେବା ଯୋଗାଇ ଆସୁଛି। ପ୍ରାୟ ୧୪୦ବର୍ଷ ମଧ୍ୟରେ ପୁରୀର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପୁରୀର ସିପସରୁବାଲି, ଗୋପିନାଥପୁର ପଞ୍ଚାୟତ, ଛଇତନା ପଞ୍ଚାୟତ ସହିତ ପୁରୀ ସହର ଏକ ପ୍ରକାର ମିଶି ଯାଇଛି। ୨୦୨୧ ଜନଗଣନାରେ ଜନସଂଖ୍ୟା ପ୍ରାୟ ସାଢେ ୩ ଲକ୍ଷ ଟପିବା ଅସମ୍ଭବ ନୁହେଁ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢା ଯାଉଥିବାରୁ ଆଉ ପୌରସଂସ୍ଥା ନୁହେଁ ତୁରନ୍ତ ପୁରୀକୁ ମହାନଗର ନିଗମ ଘୋଷଣା କରିବା ପାଇଁ ଦାବି କରିଛନ୍ତି ପୁରୀ ବିଧାୟକ (Puri MLA) ଜୟନ୍ତ ଷଡଙ୍ଗୀ (Jayant Sarangi)। ସେପଟେ ପୁରୀକୁ ନଗର ନିଗମ କରିବା ପାଇଁ ରାଜ୍ୟ ସରକାର ଯଦି ତଥ୍ଯ ମାଗିବେ ତାହେଲେ ସମସ୍ତ ତଥ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁରୀ ପୌରପାଳିକା କାର୍ଯ୍ଯନିର୍ବାହୀ ଅଧିକାରୀ। 

Also Read: ଆହୁରି ସ୍ୱଚ୍ଛ ହେବ ସହର; ବ୍ୟବହୃତ ପୂଜା ସାମଗ୍ରୀ ସଂଗ୍ରହ କରିବ 'କୈବଲ୍ୟ ରଥ'

 

ପୁରୀରେ କାର୍ଯ୍ୟକାରୀ ହେଉଛି ଉଭୟ କେନ୍ଦ୍ର ଏବଂ ରାଜ୍ଯ ସରକାରଙ୍କ ମାଳମାଳ ଯୋଜନା। ହେଲେ ସରକାର କାହିଁକି ପୁରୀକୁ ମହାନଗର ନିଗମ ମାନ୍ଯତା ପ୍ରଦାନ କରିବାରେ ପଛଘୁଞ୍ଚା ଦେଉଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ।