ଭଉଁରୀ ତିଥିରେ ଚକ ସହ ଅଖର ସଂଯୋଗ, ଗୋଲେଇ କାର୍ଯ୍ୟ ଶେଷ
Advertisement
Article Detail0/zeeodisha/odisha2265073

ଭଉଁରୀ ତିଥିରେ ଚକ ସହ ଅଖର ସଂଯୋଗ, ଗୋଲେଇ କାର୍ଯ୍ୟ ଶେଷ

ରଥଖଳାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୋଳବେଦୀ ଅସ୍ଥାୟୀ କମାର ଶାଳଠାରେ ଅର କଣ୍ଟା, ତୁମ୍ବର ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି । ଏଥି ସହ ଆଜି ତିନି ରଥର ୫ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହେବାକୁ ଯାଉଅଛି ।

ଭଉଁରୀ ତିଥିରେ ଚକ ସହ ଅଖର ସଂଯୋଗ, ଗୋଲେଇ କାର୍ଯ୍ୟ ଶେଷ

ପୁରୀ: ମଇ ୨୯ ବୁଧବାର ଦିନ ପବିତ୍ର ଭଉଁରୀ ତିଥିରେ ଚକ ସହିତ ଅଖ ସଂଯୋଗ ହେବ ।  ଏଥି ପାଇଁ ତିନି ରଥର ଗୋଟିଏ ଲେଖାଏଁ ନାହାକା ଅଖର ଅନୁକୂଳ ପୂଜା ସମ୍ପନ୍ନ ହେବା ସହ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ରଥଖଳାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୋଳବେଦୀ ଅସ୍ଥାୟୀ କମାର ଶାଳଠାରେ ଅର କଣ୍ଟା, ତୁମ୍ବର ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି । ଏଥି ସହ ଆଜି ତିନି ରଥର ୫ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହେବାକୁ ଯାଉଅଛି ।

 

ପୂର୍ବରୁ ଚତୁର୍ଦ୍ଦଶ ଦିବସରେ ରଥ ଖଳା ଠାରେ ଗୁଜ କାର୍ଯ୍ୟ ସହ ସିଙ୍ଗଡ଼ା ବାଡ଼ିଆ ଓ ପଇ କାମ ହୋଇଥିଲା । ତୁମ୍ବରେ ଅର ସଂଯୋଗ ସହ ପନ୍ଦାରି ବଳା ବସି ପଇ ବିନ୍ଧା କାମ କରାଯାଇଥିଲା । ପଞ୍ଚଦଶ ଦିବସରେ ମଧ୍ୟ ରଥ ଖଳାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ, ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ହୋଇଥିଲା । ଅନ୍ୟପଟେ
ଚନ୍ଦନ ଯାତ୍ରାର ଷୋଡଶ ଦିବସରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ନରେନ୍ଦ୍ର ପୁଷ୍କରିଣୀଠାରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତିର ସହ ଚାପ ଅନୁଷ୍ଠିତ ହେଉଥିବା ସମୟରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

Also Read- Cyclone Remal: ରେମାଲ ନେଲା ଭୀଷଣ ବାତ୍ୟା ରୂପ, ଛେଚୁଛି ତୁହାକୁ ତୁହା ବର୍ଷା

Also Read- ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ ମୋଦୀ ଓ ଶାହା