ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି । ଯେଉଁମାନେ କ୍ୟାସ୍ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର ସମସ୍ୟା ହୋଇନି ।
ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ, ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡିଶାକୁ ୩୬ଟି ବିଧାନସଭା ଦାୟିତ୍ୱ ମିଳିଥିଲା । ଆସାମ ତୁଳନାରେ ବେଙ୍ଗଲକୁ ଅଧିକ କାର୍ଯ୍ୟକର୍ତ୍ତା ଯାଇଥିଲେ ।
ବିରୋଧୀଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ ବୋଲି ମନମୋହନ ସାମଲ କହିଛନ୍ତି । ଆଉ କିଛି ନେତା ବିଜେପିକୁ ଆସିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି ଯେ, ଆମ ଦ୍ବାର ଖୋଲା ଅଛି ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ ।
ନୂଆଦିଲ୍ଲୀ: ଆଜି ଶପଥ ନେଲେ ଓଡ଼ିଶାର ୩ ନବନିର୍ବାଚିତ ସାଂସଦ। ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ଡକ୍ଟର ସଂତୃପ୍ତ ମିଶ୍ର । ଓଡ଼ିଆରେ ଶପଥ ନେଲେ ମନମୋହନ, ଦିଲ୍ଲୀପ, ସଂତୃପ୍ତ। ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ଦ୍ବିତୀୟ ପାଳି। ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ ।
Rajya Sabha Election: ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ୍ କୁମାର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ରାଜ୍ୟସଭା ନିର୍ବାଚନ ଜିତିଛନ୍ତି
ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସୋମବାର ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ଅଛନ୍ତି। ଚତୁର୍ଥ ଆସନ ଲାଗି ବିଜେପି ସମତ ଦିଲ୍ଲୀପ ରାୟ ଏବଂ ବିଜେଡି – କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହ
Dilip Ray: ଓଡ଼ିଶା ରାଜ୍ୟସଭା ରାଜନୀତିରେ ଏକ ବଡ଼ ଧରଣର ଟ୍ୱିଷ୍ଟ ଆସିଛି। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଗାମୀ ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି।
BJP Candidate: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ପ୍ରାର୍ଥୀ ଚୟନ ନେଇ ମାନସମନ୍ଥନ ହୋଇଥିଲା । ତେବେ ରାଜ୍ୟରେ ବିଜେପି ସରକାର ଗଠନରେ ରାଜ୍ୟ ସଭାପତି ମନମୋହନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହାପରଠୁ ତାଙ୍କ ରାଜନୈତିକ ଦବଦବା ସହ ସେ ରାଜ୍ୟସଭା ଯାଇପାରନ୍ତି ବୋଲି ବେଶ୍ ଚର୍ଚ୍ଚା ଧରିଥିଲା।
ମନମୋହନ ଏକଥା ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ଆୟ ଦ୍ଵିଗୁଣା ହେବ, କାରଣ ଚାଷୀଙ୍କ ରୋଜଗାର ବଢ଼ିଲେ ଦେଶର ବିକାଶ ହେବ ।
ଯେଉଁ ୫ ଲକ୍ଷ ହିତାଧିକାରୀ ଅଛନ୍ତି ଯେଉଁମାନେ ଚିଟଫଣ୍ଡରେ ଟଙ୍କା ଜମା କରିଛନ୍ତି ସେମାନଙ୍କୁ ଟଙ୍କା ମିଳିବ । ବିଶେଷ କରି ସ୍ୱଳ୍ପ ଜମାକାରୀ ତଥା ୧୦ ହଜାର ଭିତରେ ଜମା କରିଥିଲେ ଏବଂ ସେମାନେ ଆବେଦନ କଲେ ତାଙ୍କୁ ତାଙ୍କ ପଇସା ଫେରସ୍ତ ଦିଆଯିବ ।
BJP Odisha appointments: ଭାରତୀୟ ଜନତା ପାର୍ଟି (BJP) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛି। ଘୋଷଣା ଅନୁସାରେ ଅଭିଳାଷ ପଣ୍ଡାଙ୍କୁ (Avilash Panda) ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ଭାବରେ ଏବଂ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ (Aishwarya Biswal) ମହିଳା ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତ କରାଯାଇଛି।
ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଜାରି କରିଛି। ଏହି ନିର୍ବାଚନ ପ୍ରଚାରର ଶୀର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହିଛନ୍ତି। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଏହି ତାଲିକାରେ ୩ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦୁଇଦିନିଆ ଦିଲ୍ଲୀଗସ୍ତରେ ସକାଳୁ ବାହାରିଛନ୍ତି। ଆସନ୍ତାକାଲି ଉପରାଷ୍ଟପ୍ରତି ନିର୍ବାଚନ ଥିବାରୁ ଦଳୀୟ ସାଂସଦମାନଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କର ଏ ଗସ୍ତ ଉଦ୍ଦିଷ୍ଟ ବୋଲି କୁହାଯାଉଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଅଚାନକ ଗସ୍ତ ବିଜେପି-ବିଜେଡି ସମୀକରଣକୁ ବଦଳାଇବା ଲାଗି ଉଦ୍ଦିଷ୍ଟ ବୋଲି ଆଲୋଚନା ହେଉଛି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଏହି ଘଟଣାରେ ଆମେ ଅତ୍ୟନ୍ତ ଦୁଃଖିତ। ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ । ଆମ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ ବୋଲି ମନମୋହନ କହିଛନ୍ତି ।
Odisha cabinet expansion: ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋରଦାର ହୋଇଛି। ସଭାପତିଙ୍କ ଇଙ୍ଗିତ ଏହାକୁ ଖୋରାକି ଦେଇଛି। ଏହି ଚର୍ଚ୍ଚା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଦ ଉଡ଼ାଇବାକୁ ଯାଉଛି।
ଭୁବନେଶ୍ୱର: ରାଜ୍ୟ ବିଜେପିର ଡବଲ ଇଞ୍ଜିନ୍କୁ୍ ପୁଣି ଭରସା କରିଛି ଦଳ। ଯେଉଁ ନେତୃତ୍ୱ ଦଳକୁ ଅସମୟରେ ନିର୍ବାଚନ ଜିତାଇଥିଲା ତାହାରି କାନ୍ଧରେ ୨୦୨୯ର ଭିତ୍ତିଭୂମି ପକାଇବାକୁ ଭାର ଦେଇଛି । ଅବଶ୍ୟ ବିଧିବଦ୍ଧ ଭାବେ ତାଙ୍କ ନିର୍ଚାଚନ ବିଷୟ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ କିନ୍ତୁ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀପତ୍ର ନପଡ଼ିବ ଏହାକୁ ସ୍ପଷ୍ଟ କ
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମନମୋହନ ପୁଣି ରାଜ୍ୟ ବିଜେପି ସଭାପତି ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି ।
ଏ ଭିତରେ ଦୁଇଜଣ ପ୍ରଚ୍ଛଦପଟ୍ଟରେ ଥିବା ନେତାଙ୍କ ନାଁ ବି ଚର୍ଚ୍ଚା ହୁଏ। ଜଣେ ବରଗଡ଼ ସାଂସଦ ଆଉ ଜଣେ କନ୍ଧମାଳ ସାଂସଦ। ଏମାନେ ବିଭିନ୍ନ କ୍ଷମତା କେନ୍ଦ୍ରର ପ୍ରାର୍ଥୀ ହୋଇପାରନ୍ତି। ଏଭଳି ସ୍ଥଳରେ ଯଦି ବର୍ତ୍ତମାନର ସଭାପତି ଏମାନଙ୍କ ମନ ନ ଜିତିପାରିବେ ତେବେ ଆସନ୍ତା କାଲି ନିର୍ବାଚନ ପକ୍କା।
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଖ୍ୟାତନାମା ଖବରକାଗଜର ପ୍ରଥମ ପୃଷ୍ଠା ସରକାରଙ୍କ ଦ୍ୱାରା କିଣା ଯାଇଛି। ଯେଉଁଥିରେ ଏକ ବିଶାଳ ବିଜ୍ଞାପନ ପ୍ରକାଶ କରାଯାଇ କୁହାଯାଇଛି ଯେ ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦିଆଯାଇଥିଲା ତାହା ପୂରଣ ହୋଇଛି। ୯ଟି ବିନ୍ଦୁକୁ ନେଇ ସରକାର ବିଜ୍ଞାପନ ପ୍ରକାଶ କରିଛନ୍ତି । ଆସନ୍ତୁ ସେଇ ବିନ୍ଦୁ ଗୁଡ଼ିକକୁ ଆ
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ମିଥ୍ୟା ସତ୍ୟପାଠର ଖୁଲାସା କରିଥିଲେ।
ପ୍ରଶ୍ନ ଉଠୁଛି ଦଳରେ ଏପରି କଂଗ୍ରେସ ସିଣ୍ଡ୍ରୋମ କାହିଁକି? କାହିଁକି ବଢ଼ୁଛି ଦଳୀୟ କନ୍ଦଳ ଆଉ କାହିଁକି ଏହାକୁ ପ୍ରଶମିତ କରିପାରୁ ନାହାନ୍ତି ବଡ଼ ବଡ଼ ନେତା? ମୁଖ୍ୟମନ୍ତ୍ରୀ ଭାବେ ଭୁଲ୍ ପ୍ରାର୍ଥୀଙ୍କୁ କେନ୍ଦ୍ର ନତୃତ୍ୱ ଓଡ଼ିଶା ଉପରେ ଲଦିଦେଇଛନ୍ତି କି?
ଦୀର୍ଘ ୨୪ ବର୍ଷ ଧରି ସାରା ରାଜ୍ୟବାସୀ ଅଣନିଶ୍ୱାସୀ ହୋଇଯାଇଥିବା ବେଳେ ଓଡିଶା ପାଇଁ ଭାରତୀୟ ଜନତା ପାର୍ଟିର ମଙ୍ଗ ଧରିଥିବା ବରିଷ୍ଠ ନେତା ମନମୋହନ ସାମଲ ସାମ୍ନାକୁ ଆସିଥିଲେ। ସାଢେ ୪ କୋଟି ଜନତାଙ୍କ ପରିବର୍ତ୍ତନର ସ୍ୱର ତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେଇଯାଇଥିଲା। ସାମ୍ନାକୁ ଆସିଥିଲେ ଏବଂ ଓଡିଶାବାସୀଙ୍କ ପରିବର୍ତ୍ତନର ସ୍ୱର ସହିତ ସ୍