Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2364276

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ଓଡ଼ିଶାରେ ଆଳୁ ସଙ୍କଟକୁ ଦୂର କରିବ ଉତ୍ତର ପ୍ରଦେଶ ଏବଂ ଆଜି ସକାଳର ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.Odisha to Bring Potato from UP: ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତର ପ୍ରଦେଶରୁ ରାଜ୍ୟ ସରକାର ଆଳୁ ଆଣିବେ। ରାଜ୍ୟର ଚାହିଦା ମେଣ୍ଟାଇବା ଲାଗି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ବ୍ୟବସାୟୀ ଚେଷ୍ଟା କରିବେ। ଏଥିଲାଗି ଉତ୍ତରପ୍ରଦେଶ ସରକାରଙ୍କ ସହ ରାଜ୍ୟ ସରକାର ସଂଯୋଗରେ ରହିଛନ୍ତି। ଗତ କିଛିଦିନ ହେଲା ଆଳୁ ସମସ୍ୟା ରାଜ୍ୟରେ ଉତ୍କଟ ହେବାପରେ ରାଜ୍ୟ ସରକାର ଓ ବ୍ୟବସାୟୀ ଏ-ହି ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ପ୍ରଥମ କିଛି ଟ୍ରକ୍‍ ଆଳୁ ଓଡ଼ିଶାରେ ପହଞ୍ଚିଛି। 

2.One More Bronze in Olympic: ଅଲମ୍ପିକ୍‍ ୨୦୨୪ରେ ଭାରତ ଆଉ ଏକ ପଦକ ହାସଲ କରିଛି। କୋହ୍ଲାପୁରର ସ୍ୱପ୍ନିଲ୍‍ କୁଶାଲେ ଏହି ପଦକ ବିଜେତା ହୋଇଛନ୍ତି। ୫୦ ମିଟର ଶୁଟିଂ ପ୍ରତିଯୋଗୀତାରେ ସେ ଭାରତ ପାଇଁ ଏହି ପଦକ  ହାସଲ କରିଛନ୍ତି। ଏହାଙ୍କ ଦ୍ୱାରା ଭାରତର ପଦକ ସଂଖ୍ୟ୍ୟା ୩ରେ ପହଞ୍ଚିଛି। ଏ ସମସ୍ତ ପଦକ ଶୁଟିଂରେ ହିଁ ମିଳିଛି। 

3.Sub category in SC ST Reservation Permitted: ଅନୁସୂଚିତ ଜାତି ବର୍ଗରେ ଆସୁଥିବା ସମସ୍ତ ଜାତି ସମାନ ନୁହନ୍ତି। ଏଣୁ ସରକାର ଚାହିଁଲେ ଅଧିକ ଜରୁରୀ ବର୍ଗଙ୍କୁ ଅଧିକ ସଂରକ୍ଷଣ ଦେଇପାରିବେ।  ସୁପ୍ରିମକୋର୍ଟଙ୍କ ୭ ଜଣିଆା ଖଣ୍ଡପୀଠ ଏନେଇ ଏକ ମାମଲାର ବିଚାର କରିବା ବେଳେ ଏହା କହିଛନ୍ତି। 

4.Mamata Mahanta Joins BJP: ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ବିଜେପିରେ ଯୋଗ ଦେଇଛନ୍ତି। ବିଜେଡିରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିଲେ। ଏବେ ଓଡ଼ିଶାରୁ ରାଜ୍ୟ ସଭା ପାଇଁ  ଥିବା ୧୦ ଆସନ ଭିତରୁ ୮ଟିରେ ବିଜେଡି ଏବଂ ଗୋଟିଏ ଆସନରେ ବିଜେପି ସଦସ୍ୟ ରହିଛନ୍ତି।  ଗୋଟିଏ ଆସନ ଖାଲି ଥିବାରୁ ଏହି ପଦବୀ ଲାଗି ନିର୍ବାଚନ ଖୁବଶୀଘ୍ର ହେବା ସମ୍ଭାବନା ପ୍ରକାଶ ପାଇଛି।   ଏବେ ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠ ଥିବାରୁ  ବିଜେପି ପ୍ରତିନିଧି ହିଁ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ। ଏଣୁ ଏହି ପଦବୀରେ କାହାକୁ ଦଳ ଟିକଟ ଦେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  

5.Manmohan For Rajya Sabha: ରାଜ୍ୟସଭା ନିର୍ବାଚନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହୋଇପାରନ୍ତି। ୨୦୨୪ ବିଧାନସଭା ନିର୍ବାଚନରେ ଦଳ ତାଙ୍କରି ନେତୃତ୍ୱରେ ଲଢ଼ି ୭୮ ଆସନ ଲାଭ କରିଛି। କିନ୍ତୁ ସେ ନିଜେ ଧାମନଗରରୁ ବରାଜିତ ହୋଇଛନ୍ତି। ଦଳ କିନ୍ତୁ ତାଙ୍କର ଅନୁଭୂତି ଓ ଅବଦାନକୁ ଦେଖି ତାଙ୍କୁ ରାଜ୍ୟସଭା ପଠାଇପାରେ ବୋଲି ଚର୍ଚ୍ଚା ହେଉଛି। 

6.We are not Reel creating People: ରେଳ ବିଭାଗର ଅନୁଦାନ ଦାବି ବାବଦୀୟ ଚର୍ଚ୍ଚା ବେଳେ ଲୋକସଭାରେ ବିରୋଧୀ ଦଳ ସଦସ୍ୟଙ୍କୁ କଡ଼ି ସମାଲୋଚନା କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ବିଭାଗକୁ ସମାଲୋଚନା କରିବା ଲାଗି ବିରୋଧୀ ଦଳ ସୋସିଆଲ୍‍ ମିଡିଆରେ ଟ୍ରୋଲ ଆର୍ମି ବ୍ୟବହାର କରୁଛି ଏବଂ ଏହା ଦ୍ୱାରା ଅନେକ ଅସତ୍ୟ ତଥ୍ୟକୁ ପରିବେଷଣ କରିଛି ବୋଲି ଶ୍ରୀ ବୈଷ୍ଣବ ଦାବି କରିଛନ୍ତି। ବିରୋଧୀ ଦଳକୁ ସେ ସୋଶାଲ୍‍ ମିଡିଆରେ ରିଲ କରୁଥିବା ଦଳ ବୋଲି ପରୋକ୍ଷରେ କହିଛନ୍ତି। ସେ କହିଛନ୍ତି ‘ ଆମେ ଏଠାକୁ ରିଲ୍‍ କରିବାକୁ ନୁହେଁ କାମ କରିବାକୁ ଆସିଛୁ।  

7.CBI Chargesheet on NEET: ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ମାମଲାରେ ସିବିଆଇ ଏହାର ପ୍ରଥମ ଚାର୍ଜଶିଟ ଦାଖଲ କରିଛି। ଏଥିରେ ୧୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏମାନଙ୍କୁ ଦୋଷୀ ବୋଲି ପ୍ରମାଣ ଦାଖଲ କରିଛି ସିବିଆଇ। ଏବେ ତଦନ୍ତ ଶେଷ ହୋଇ ନଥିବାରୁ ସିବିଆଇ ଅଭିଯୋଗ ଫର୍ଦ୍ଦ ଆହୁରି ବଢ଼ିବା ସମ୍ଭାବନା ରହିଛି। 

8.18 MLAs Suspended: ଝାଡଖଣ୍ଡ ବିଧାନସଭାରୁ ୧୮ ଜଣ ବିଜେପି ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି। ଏ ସମସ୍ତ ସଦସ୍ୟ ବିଜେପିର। ଏମାନଙ୍କ ବିରୁଦ୍ଧରେ ବିଧାନସଭା ଭିତରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗ କରିଛି ଶାସକ ଦଳ। ଆସନ୍ତା ନଭେମ୍ବରରେ ଝାଡଖଣ୍ଡ ବିଧାନସଭା ଭଙ୍ଗ ହେବ। ଏଣୁ ବିଧାନସଭା ବାଚସ୍ପତିଙ୍କ ଏହି ନିଷ୍ପତ୍ତି ରାଜନୀତିକ ଉଦ୍ଦେଶ୍ୟ ଥିବା ନେଇ ଅଭିଯୋଗ ହୋଇଛି। 

9.Police Documents in Odia: ଏଣିକି ପୁଲିସ ନଥିସବୁ ଓଡ଼ିଆରେ ଲେଖାଯିବ। ଏଥିନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ ଇଣ୍ଟରନେଟ ନେଟଓ୍ୱର୍କରେ ତଥ୍ୟ ଇଂରାଜୀରେ ରହିବ। ଲୋକଙ୍କ ପାଖରେ ପୋଲିସକୁ ନିକଟତର କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। 

10.Weather: ବଙ୍ଗୋପସାଗରରେ ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ରହିଛି। ଏଣୁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାରେ ସତର୍କତା ଜାରି କରାଯାଇଛି।