Top 10 News Today:ଆନ୍ଦୋଳନ ଚପାଇବାକୁ ପ୍ରୟାସ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୧୦ ଖବର
Advertisement
Article Detail0/zeeodisha/odisha2390386

Top 10 News Today:ଆନ୍ଦୋଳନ ଚପାଇବାକୁ ପ୍ରୟାସ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୧୦ ଖବର

Top 10 News Today:ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today:ଆନ୍ଦୋଳନ ଚପାଇବାକୁ ପ୍ରୟାସ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୧୦ ଖବର

1. ଆଜି ଗହ୍ମା ପୂର୍ଣ୍ଣମୀ ତଥା ରକ୍ଷା ବନ୍ଧନ। ଏହିଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ ଭାବେ ମଧ୍ୟ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବା କାର୍ଯ୍ୟକ୍ରମ ରହିଛି। ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ସିଂହାରୀ ସେବକ ମାନେ ମହାବାହୁ ଙ୍କ ହାତରେ ଲାଗି କରାଇବେ। ସେହିପରି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ। ସେଠାରେ ମାଟିରେ ବଳଭଦ୍ରଙ୍କ ପ୍ରତିମା ନିର୍ମାଣ କରାଯିବା ପରେ ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବେ। ଏହାପରେ ଅନ୍ୟ ରୀତିନୀତି ପାଳନ କରାଯିବ। 

2. ଶ୍ରାବଣ ମାସର ଶେଷ ସୋମବାର ଆଜି ପାଳନ କରାଯାଉଛି। ଏହି ହେତୁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଭକ୍ତମାରନେ ମାନସିକ ମୁତାବକ ବିଭିନ୍ନ ଜଳ ଉତ୍ସରୁ ଜଳ ନେଇ ଶିବ ମନ୍ଦିରରେ ଲାଗି କରୁଛନ୍ତି। 

3. ସିଦ୍ଦରାମୟା ଯିବେ ହାଇକୋର୍ଟ। ମଇଶୂର ଉନ୍ନୟନ ପ୍ରାଧୀକରଣରେ ଜମି ଆବଣ୍ଟନ ବେଳେ ଦୁର୍ନୀତି ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତିକୁ କେନ୍ଦ୍ର କରି ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ପରିଚାଳନା ପାଇଁ ସବୁଜ ସଙ୍କେତ ଦେବା ପରେ ଏବେ ରାଜନୀତିକ କମ୍ପନ ସୃଷ୍ଟି ହୋଇଛି। ସେ ବିରୋଧୀ ଦଳ ନେତା ଥିବା ବେଳେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ବିଏସ୍‍ ୟେଦୁରପ୍ପା ଯେଉଁଭଳି ଭାବେ ରାଜନୀତିକ ସଙ୍କଟର ସମ୍ମୁଖୀନ ହୋଇ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଏବେ ତାହା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ସିଦ୍ଦରାମୟା ରାଜ୍ୟପାଳଙ୍କ ଏହି ଅନୁମୋଦନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

4. ମମତା ଆନ୍ଦୋଳନକୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ପୀଡିତାଙ୍କ ମା’।  କେଲକତା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଚାଲିଥିବା ଆନ୍ଦୋଳନକୁ କଳେ ବଳେ ବନ୍ଦ କରିବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେଥିଲାଗି ପୁଲିସ ଆନ୍ଦୋଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି କହିଛନ୍ତି ପୀଡିତାଙ୍କ ମା’।  କୋଲକତା ପୁଲିସ ବି ମାମଲାର ଠିକଣା ତଦନ୍ତ କରି ନାହିଁ। ଠିକଣା ତଦନ୍ତ ହୋଇଥିଲେ ଆଜି ମମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରନ୍ତାଣି। କିନ୍ତୁ କେବଳ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିଛି ବୋଲି ସେ କହିଛନ୍ତି। 

5. କୋଲକତାର ଆରଜି ମେଡିକାଲ୍‍ କଲାଜ ଓ ହସ୍‍ପିଟାଲରେ ଶିକ୍ଷା ନବୀଶ ଥିବା ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ବିଚାର କରିବେ ସୁପ୍ରିମ କୋର୍ଟ।  ମଙ୍ଗଳବାର ଏଥିନେଇ ସମୟ ନିର୍ଘଣ୍ଟ କରାଯାଇଛି। ଦେଶ ସାରା ଏନେଇ ଡାକ୍ତର ଆନ୍ଦୋଳନ ଚାଲିଥିବା ବେଳେ ସୁପ୍ରିମକୋର୍ଟ କି ରାୟଦେଉଛନ୍ତି ତାହାକୁ ଅପେକ୍ଷା କରାଯାଇଛି। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‍ ଜେବି ପର୍ଦିଓ୍ୱାଲା, ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣତଡପୀଠ ଏହି ମମାଲାର ଶୁଣାଣି କରିବେ। ସୁପ୍ରିମକୋର୍ଟରେ ଶନିବାରଦିନ ଏନେଇ ପିଟିସନ କରାଯାଇଥିଲା। 

6. ଗତ ଦୁଇଦିନ ଭିତରେ ୧୭ ଜଣ ଲୋକଙ୍କ ବଜ୍ରପାତଜନିତ ମୃତ୍ୟ ଓଡ଼ିଶାରେ ଘଟିଛି। ଚ ଜମିରେ ଚାଷ କାର୍ଯ୍ୟରେ ଲିପ୍ତ ଥିବାବେଳେ ଏହି ବ୍ୟକ୍ତିଙ୍କ ଅଚାନକ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସରକାର ସମବେଦନା ପ୍ରକାଶ କରିଥିବା ବେଳେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଏବଂ ଆଗକୁ ସତର୍କ ରହିବା ଲାଗି ଜନସାଧାରଣଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି। ଗତ ୮ ମାସ ଭିତରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି। 

7. ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ଭିତରେ ରାଜନୀତିକ ଅସାମଞ୍ଜସ୍ୟତା ତଥା ଆଦର୍ଶଗତ ବିଭେଦ କାରଣରୁ ଆଳୁ ରପ୍ତାନୀ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୧ ମାସ ହେଲା ରାଜ୍ୟରେ କୃତ୍ରିମ ସଙ୍କଟ ସୃଷ୍ଟି ହୋଇଛି। ସରକାର ଉତ୍ତର ପ୍ରଦେଶରୁ ବିକଳ୍ପ ଭାବେ ଆଳୁ ଆଣି ଲୋକଙ୍କୁ ଯୋଗାଇଥବା ଲାଗି ବ୍ୟବସ୍ଥା କରୁଥିଲେ ବି ତାହା ସଫଳ ହୋଇପାରୁ ନାହିଁ। ଏଭଳି ସ୍ଥଳରେ ଏବେ ଖାଉଟୀଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ ପଡ଼ିଛନ୍ତି। ଓଡ଼ିଶାର ବ୍ୟବସାୟୀଙ୍କୁ ଆଳୁ ଯୋଗାଇବାରେ ବିଫଳ ହେଉଥିବାରୁ ପଶ୍ଚିମବଙ୍ଗର ବ୍ୟବସାୟୀମାନେ ଏବେ ତାଙ୍କ ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟୃରେ ଆଜିଠାରୁ ଧର୍ମଘଟ ଆରମ୍ଭ କରିବାକୁ ଯାଉଛନ୍ତି। 

8. ରାଜ୍ୟରେ ବାଂଲାଦେଶୀ ଠକଙ୍କ ଚେର ଖୁବ ଲମ୍ବିଥିବା ପୁଲିସ ସନ୍ଦେହ କରିଛି। ଏହି ଠକ ଏଠାରେ ସିମ୍‍ ବକ୍ସ ସ୍ଥାପନ କରି ବିଭିନ୍ନ ଦେଶରୁ ଠକେଇ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଭୁବନେଶ୍ୱର ପରେ କଟକରୁ ଏକ ସିମ ବକ୍ସ ଜବତ ହେବା ପରେ ଏବେ ପୁଲିସ ଏହାକୁ ଏକ ଆନ୍ତର୍ଜାତିକ ରାକେଟ ଭାବେ ଗ୍ରହଣ କରିଛି। ବାଂଲାଦେଶର ନାଗରିକ ଆଶାଦୂର ଜମାନ ଏହି ନେଟଓ୍ୱର୍କକୁ ପରିଚାଳନା କରୁଥିବା ପୁଲିସ ଜାଣିବାକୁ ପାଇଛି। 

9. ରାଜ୍ୟର ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି, କେନ୍ଦୁଝର, ସୁନ୍ଦରଗଡ଼ଳ ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର। ବଙ୍ଗୋପସାଗରରେ ଲଘୁଚାପ କାରଣରୁ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏପରିକି ୭୦ରୁ ୧୧୧୦ ମିଲିମିଟର ବର୍ଷା ହେବାର ଆଶଙ୍କା ରହିଛି। 

10. ବିଳମ୍ବ ହୋଇପାରେ ବାଂଲାଦେଶରେ ନିର୍ବାଚନ। ମଧ୍ୟବର୍ତ୍ତୀ କାଳୀନ ସରକାରର ମୁଖ୍ୟ ଭାବେ ପ୍ରଫେସର ମହମ୍ମଦ ୟୁନୁସ ଦେଶରେ ସଂସ୍କାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ପୂର୍ବ ସରକାର ସମୟରେ ବୁଥ ଜବରଦଖଲ ସହ ଗଣତାନ୍ତ୍ର୍ରିକ ପ୍ରଥାକୁ ଦଳାଯାଇଥିବା ନେଇ ସେ ସମାଲୋଚନା କରିଛନ୍ତି। ଏଣୁ ନିର୍ବାଚନ କମିଶନ, ବିଚାର ବିଭାଗ ଏବଂ ପ୍ରଶାସନିକ କ୍ଷେତ୍ରରେ ସଂସ୍କାାର ଆଣିବା ପରେ ନିର୍ବାଚନ ପାଇଁ ସେ ଗୁରୁତ୍ୱ ଦେଇଛନ୍ତି।