Advertisement
Article Detail0/zeeodisha/odisha2216112
Zee OdishaOdisha TrendingBJD Candidate: ବିଧାୟକଙ୍କୁ ଭରସା କରିପାରୁନି ବିଜେଡି, ସପ୍ତମ ପର୍ଯ୍ୟାୟରେ ୬ରୁ ୫ ଆସନରେ ନୂଆ ନାଁ

BJD Candidate: ବିଧାୟକଙ୍କୁ ଭରସା କରିପାରୁନି ବିଜେଡି, ସପ୍ତମ ପର୍ଯ୍ୟାୟରେ ୬ରୁ ୫ ଆସନରେ ନୂଆ ନାଁ

BJD Candidate: ଏହି ଅନୁସାରେ ହିନ୍ଦୋଳରୁ  ପ୍ରାର୍ଥୀ ହେବେ ମହେଶ ସାହୁ, ରଘୁନାଥ ପଲ୍ଲୀରୁ  ଅର୍ଚନାରେଖା ବେହୁରା, ବାଲିକୁଦା- ଏରସମାରୁ ସାରଦା ପ୍ରସନ୍ନ ଜେନା, କାକଟପୁରରୁ ତୁଷାରକାନ୍ତି ବହେରା, ବାଙ୍ଗିରିପୋଷୀରୁ ରଞ୍ଜିତା ମାରାଣ୍ଡି ଏବଂ ବରିରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହେବେ। 

 

BJD Candidate: ବିଧାୟକଙ୍କୁ ଭରସା କରିପାରୁନି ବିଜେଡି, ସପ୍ତମ ପର୍ଯ୍ୟାୟରେ ୬ରୁ ୫ ଆସନରେ ନୂଆ ନାଁ

BJD Candidate: ବିଜୁ ଜନତା ଦଳ ପକ୍ଷରୁ ଆଜି ୬ଟି ବିଧାନସଭା ଆସନଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ୬ରୁ ୫ ଆସନରେ ଦଳ ବର୍ତ୍ତମାନର ବିଧାୟକଙ୍କ ଉପରେ ଭରସା କରିପାରି ନାହିଁ। କେବଳ କାକଟପୁରରେ ତୁଷାରକାନ୍ତି ବେହେରାଙ୍କୁ ପୁଣିଥରେ ଦଳ ପ୍ରାର୍ଥୀ ଭାବେ ଟିକେଟ ଦେଇଛି। ଅପରପକ୍ଷେ ଏହି ୬ ଆସନରୁ ପୂର୍ବରୁ  ହିନ୍ଦୋଳ ଏବଂ ବରିକୁ  ମହିଳା ପ୍ରତିନିଧିତ୍ୱ କରୁଥିବା ବେଳେ ଏବେ ସେଠାରେ ପୁରୁଷଙ୍କୁ ପ୍ରାର୍ଥୀ କରିଛି ବିଜେଡି। ୬ ଆସନରୁ ମାତ୍ର ଗୋଟିଏ ଆସନରେ ଦଳ ମହିଳା ପ୍ରାର୍ଥୀ ଦେଇଛି। 

ସେହିପରି ଦଳ ମନ୍ତ୍ରୀ ସୁଦାମ ମାରାଣ୍ତିଙ୍କ ପତ୍ନୀ ରଞ୍ଜିତାଙ୍କୁ ଏଥର ବିଧାୟକ ଟିକଟ ଦେଇଛି। ସେ ବାଙ୍ଗିରିପୋଷୀରୁ ନିର୍ବାଚନ ଲଢ଼ିବେ। ଦଳ ପକ୍ଷରୁ ଜାରି ହୋଇଥିବା ଭିଡିଓ ବାର୍ତ୍ତାରେ  ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ(Supremo Naveen Patnaik)  ହିନ୍ଦୋଳ, ରଘୁନାଥପଲ୍ଲୀ, ବାଲିକୁଦା- ଏରସମା, ବାଙ୍ଗିରିପୋଷୀ, ବରି ଏବଂ କାକଟପୁର ଆସନରେ କିଏ ପ୍ରାର୍ଥୀ ହେବେ ସେମାନଙ୍କ ନାଁ ଘୋଷଣା କରିଛନ୍ତି। ଏହି ଅନୁସାରେ ହିନ୍ଦୋଳରୁ  ପ୍ରାର୍ଥୀ ହେବେ ମହେଶ ସାହୁ, ରଘୁନାଥ ପଲ୍ଲୀରୁ  ଅର୍ଚନାରେଖା ବେହୁରା, ବାଲିକୁଦା- ଏରସମାରୁ ସାରଦା ପ୍ରସନ୍ନ ଜେନା, କାକଟପୁରରୁ ତୁଷାରକାନ୍ତି ବହେରା, ବାଙ୍ଗିରିପୋଷୀରୁ ରଞ୍ଜିତା ମାରାଣ୍ଡି ଏବଂ ବରିରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହେବେ। 

୨୦୧୯ ନିର୍ବାଚନରେ ହିନ୍ଦୋଳରୁ ସୀମାରାଣୀ ନାୟକ, ରଘୁନାଥପଲ୍ଲୀରୁ ସୁବ୍ରତ ତରାଇ, ବାଲିକୁଦା ଏରସମାରୁ ରଘୁନନ୍ଦନ ଦାସ, ବାଙ୍ଗିରିପୋଷୀରୁ ସୁଦାମ ମାରାଣ୍ଡି ଏବଂ ବରିରୁ ସୁନନ୍ଦା ଦାସ ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ। 
ଏ ଭିତରେ ଦଳ ପକ୍ଷରୁ ରାଜ୍ୟ ବିଧାନସଭା(Odisha Vidhan Sabha)  ପାଇଁ ୧୪୭ ଆସନରୁ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଆହୁରି ୬ ଆସନ ଲାଗି ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ନାହିଁ। ଠିକ୍‍ ସେହିପରି ବିଜେପି ପକ୍ଷରୁ ୧୪ ଏବଂ କଂଗ୍ରେସ ପକ୍ଷରୁ ୧୯ ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି।

Add Zee News as a Preferred Source

Also Read: BJD Candidate List: ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ

Also Read: AC Side Effects: ସାରା ରାତି ଏସି ଚଳାଇ ଶୋଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ରୋଗ

About the Author