Apartment Policy: ଭୁବନେଶ୍ୱରରେ ଆପାର୍ଟମେଣ୍ଟ କିଣିବାକୁ ମନ ବଳାଇଛନ୍ତି କି, ହୋଇଯାଆନ୍ତୁ ସାବଧାନ
Advertisement
Article Detail0/zeeodisha/odisha2402599

Apartment Policy: ଭୁବନେଶ୍ୱରରେ ଆପାର୍ଟମେଣ୍ଟ କିଣିବାକୁ ମନ ବଳାଇଛନ୍ତି କି, ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଯଦି ଘର ବା ଆପାର୍ଟମେଣ୍ଟ କିଣିବାକୁ ମନ ବଳାଇଛନ୍ତି ତେବେ ସାବଧାନ ରୁହନ୍ତୁ, ଠକାମୀରେ ପଡ଼ିପାରନ୍ତି। ଖାଲି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ତା’ ନୁହେଁ ମାହାନଗର ନିଗମ ବାହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳ ପରିଧିରେ ଏମିତି ହଜାର ହଜାର ସଂଖ୍ୟାରେ ଘର  ବେଆଇନ ନିର୍ମାଣ ହୋଇଥିବା ନଜରକ

Apartment Policy: ଭୁବନେଶ୍ୱରରେ ଆପାର୍ଟମେଣ୍ଟ କିଣିବାକୁ ମନ ବଳାଇଛନ୍ତି କି, ହୋଇଯାଆନ୍ତୁ ସାବଧାନ

Apartment Policy: ଭୁବନେଶ୍ୱର: ଭୁବନେଶ୍ୱରରେ ଯଦି ଘର ବା ଆପାର୍ଟମେଣ୍ଟ କିଣିବାକୁ ମନ ବଳାଇଛନ୍ତି ତେବେ ସାବଧାନ ରୁହନ୍ତୁ, ଠକାମୀରେ ପଡ଼ିପାରନ୍ତି। ଖାଲି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ତା’ ନୁହେଁ ମାହାନଗର ନିଗମ ବାହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳ ପରିଧିରେ ଏମିତି ହଜାର ହଜାର ସଂଖ୍ୟାରେ ଘର  ବେଆଇନ ନିର୍ମାଣ ହୋଇଥିବା ନଜରକୁ ଆସିଛି। ଏହିଭଳି ବେଆଇନ କୋଠା ବିରୁଦ୍ଧରେ ୧୯୩୧ ମାମଲା ରୁଜୁ ହୋଇଛି। ସେଥିରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୪୪୪ଟି କୋଠା ରହିଥିବା ଆଜି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। 

ଆଜି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ଦୁଇଟିଯାକ ସଂସ୍ଥାନ ପାଖରେ ମୋଟ ‘୧୯୩୧ ଟି କୋଠା ଆଇନ ଉଲ୍ଲଂଘନ କରିଥିବା ନେଇ ମାମଲା ରୁଜୁ ହୋଇଛି। ଏଥିରୁ ବିଡିଏ ଅଧୀନରେ ହେଇଥିବା ୪୯୧ଟି ମାମଲାରୁ ୧୯୧ଟି ମାମଲାରେ ସମ୍ପୃକ୍ତ କୋଠାକୁ ଭୂମିସାତ କରିବା ବା ଧ୍ୱଂସ କରିବାକୁ ଆଦେଶ ଦିଆଯାଇଛି। ୬୩ଟି ମାମଲା ଖରିଜ ହୋଇଥିବାବେଳେ ୨୩୭ଟି ମାମଲାରେ ଏବେ ବିଚାର ଚାଲିଛି। 

ଠିକ୍‍ ସେହିଭଳି ବିଏମ୍‍ସି ଅଧୀନରେ ଥିବା କୋଠାଗୁଡ଼ିକ ଭିତରୁ ୧୪୪୪ ବିରୁଦ୍ଧରେ ମାମଲା ଦାୟର ହୋଇଛି। ଏଥିରୁ ୪୫୧ଟି ମାମଲାର ଫଇସଲା ହୋଇଛି। ୯୯୩ ମାମଲା ଏବେ ବିଚାରାଧୀନ ହୋଇଛି। ଫଇସଲା ହୋଇଥିବା ମାମଲାଗୁଡ଼ିରୁ ଆଇନ ଉଲ୍ଲଂଘନ କରିଥିବା କୋଠା ସଂଖ୍ୟା ମନ୍ତ୍ରୀ ଜଣାଇ ନାହାନ୍ତି। କିନ୍ତୁ ଏହି କୋଠାଗୁଡ଼ିକ ବିରୁଦ୍ଧରେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ୧୯୮୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।