Odisha Daily News Live: ୨୬ରେ ସ୍ଥଳଭାଗ ଛୁଇଁବ ସିଭିୟର ସାଇକ୍ଳୋନିକ ଷ୍ଟର୍ମ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2259672

Odisha Daily News Live: ୨୬ରେ ସ୍ଥଳଭାଗ ଛୁଇଁବ ସିଭିୟର ସାଇକ୍ଳୋନିକ ଷ୍ଟର୍ମ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ୨୬ରେ ସ୍ଥଳଭାଗ ଛୁଇଁବ ସିଭିୟର ସାଇକ୍ଳୋନିକ ଷ୍ଟର୍ମ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

23 May 2024
23:01 PM

Odisha Election 2024: ଆସନ୍ତା ୭୨ ଘଣ୍ଟା ଯାଏ ମଦ ଦୋକାନ ବନ୍ଦ ରହିବ। ଯେଉଁ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଶନିବାର ଦିନ ଭୋଟ୍‍ଦାନ ହେବାକୁ ସ୍ଥିର ହୋଇଛି। ସେହି ଅଞ୍ଚଳରେ ମଦ ଦୋକାନ ଖୋଲିବା ଓ ବିକ୍ରି ଉପରେ କଟକଣା ଜାରି କରାଯାଇଛି। 

19:35 PM

Odisha Daily News Live: ଆସନ୍ତା ୨୩ ରୁ ୨୬ ମଇ ପର୍ଯ୍ୟନ୍ତ ସାଓ ପାଉଲ, ବ୍ରାଜିଲ ରେ ହେବାକୁ ଥିବା ହୁଇଲ ଚେୟାର ଫେସିଂ  ବିଶ୍ଵ କପ୍ ଭାରତର ଏକ ମାତ୍ର  ଖେଳାଳି  ରାଖାଲ୍ କୁମାର ସେଠି ଭାଗ ନେବେ ।  ଏହା ପାରା ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ ମ୍ୟାଚ ଥିବାରୁ ରାଖାଲ୍ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଶ୍ଵ ରାକିଙ୍ଗ ୨୭ ସାବର ଇଭେଣ୍ଟ ରେ (ବ୍ଯକ୍ତିଗତ) ଓ ଦଳଗତ ୬ ରାକିଙ୍ଗ ରେ ରାଖାଲ ରେ ଥିବା ବେଳେ ଏହି ମ୍ଯାଚ ରେ ମେଡାଲ ବିଜେତା ହେଲେ ପାରା ଅଲିମ୍ପିକ୍ସରେ ଭାଗ ନେବା ସମ୍ଭବ ହେଇପାରେ। ସେଥିପାଇଁ ରାଖାଲ୍ ଜୋରଦାର୍ ଅଭ୍ୟାସ ଜାରି ରଖି ଏହି ବିଶ୍ୱକପରେ ଭାଗ ନେବାକୁ ଯାଇଛନ୍ତି। ରାଖାଲ୍ ଚଳିତ ବର୍ଷ ଜାତୀୟ ଚାମ୍ପିଆନ୍ ସିପରେ ୫ ଗୋଟି ମେଡାଲ ଓ ୩ ଗୋଟି ଆନ୍ତର୍ଜାତୀୟ ମେଡାଲ ଜିଣି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଜାତୀୟ ସଂଘର ସଭାପତି ଜୟରାମ ଚନ୍ଦ୍ରଶେଖର ଓ ପାରା ସ୍ପୋର୍ଟ୍ସ ଆସୋସିଏସନ୍ ଓଡିଶା ର ସଭାପତି କମଳାକାନ୍ତ ରଥ, ସମ୍ପାଦକ ଲୋକନାଥ ମହାନ୍ତି ଓ ହୁଇଲ ଚେୟାର ଫେସିଂ ଓଡିଶା ର ଚେୟାର ପର୍ସନ ବେଲା ଜୟସ୍ୱାଲ ରାଖାଲ୍  ସେଠାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକଟ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

19:23 PM

Odisha Daily News Live: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକା ରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ । ଆଙ୍କରେଜରେ ବନ୍ଦରକୁ ଆସିବାକୁ ଅପେକ୍ଷାରେ ଥିବା ''ୟୁକା'' ଡି ଭେସେଲ ନାମକ ପଣ୍ୟବାହୀ ଜାହାଜରେ ସେ କ୍ରିୟୁ ମେମ୍ବର ଥିଲେ । ତାଙ୍କ ନାମ ହେଉଛି ''କ୍ୟୁରିୟୋ ଏରାଲ୍ ୱିଲଲେହାମ୍ ଆଜାରକନ୍'' ବୋଲି ଜଣାପଡିଛି । ତାଙ୍କର ମୃତ୍ୟୁ କିଭଳି ହେଲା ତାହାର ପ୍ରକୃତ କାରଣ ଜଣାପଡି ନାହିଁ।  କିନ୍ତୁ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଏ-ନେଇ ଖବର ପାଇ ପାରାଦୀପ ମେରାଇନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ତେବେ ଏହି ଜାହାଜଟି ବାଂଲାଦେଶରେ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବା ପାଇଁ ଆସିଥିବା ବେଳେ ଜାହାଜଟି ଆଙ୍କରେଜ୍ ଏରିଆରେ ଥିବା ବେଳେ ଜାହାଜ କ୍ରିୟୁର ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ୍ ଏନେଇ  ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

 

19:01 PM

Chhattisgarh Naxal Encounter Update: ସୁରକ୍ଷା ବାହିନୀ ଛତିଶଗଡର ଅବୁଜମାଡ ଓ ନାରାୟଣପୁରରେ ୭ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି। ପୋଲିସ ନାରାୟଣପୁରରୁ ୨ ଓ ଅବୁଜମାଡଙ୍କ ୭ ମୃତଦେହ ଉଦ୍ଧାର କରିଛି। ପୋଲିସ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ସୂଚନାନୁସାରେ, ପୋଲିସ ଓ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଡାଣ୍ଟେୱାଡା, ବିଜାପୁର ଏବଂ ନାରାୟଣପୁର ଜିଲ୍ଲା ସୀମାରେ ଅବସ୍ଥିତ ଅବୁଜମାଡ ନାମକ ଏକ ସ୍ଥାନରେ ଘଟିଥିଲା।

18:10 PM

Odisha Daily News Live:  ଓଡ଼ିଆ ଅସ୍ମିତା, ଭାଷା ସଂସ୍କୃତିର ସୁରକ୍ଷାକୁ ନେଇ ଏଥର ନିର୍ବାଚନ ପ୍ରସଙ୍ଗ ହୋଇଛି। ଏପରିକି ଶାସକ ଦାକୁ ମୁଖ୍ୟ ବିରୋଧୀ ଦଳ ବି ଘେରିଛି। ଅପରପକ୍ଷେ ଅନ୍ୟତମ ବିରୋଧୀ ଦଳ ହିସାବରେ କଂଗ୍ରେସ ବି ପଛରେ ନାହିଁ। କଂଗ୍ରେସ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର, ଅଣ ଓଡ଼ିଆ ଶାସନ ବିରୁଦ୍ଧରେ ଅନେକଥର ପ୍ରଶତ୍ନ ଉଠାଇଛି, ଆନ୍ଦୋଳନ କରିଛି। କିନ୍ତୁ ନିର୍ବାଚନ ଚାଲିଥିବା ବେଳା ଓଡ଼ିଆ ନେତାଙ୍କ ଉପରେ ଭରସା କକରିପାରୁ ନାହିଁ। ପଡ଼ୋଶୀ ରାଜ୍ୟରୁ ନେତାଙ୍କୁ ଆମଦାନୀ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ନେତାଙ୍କ ପ୍ରବେଶକୁ ନେଇ ଦଳ ଭିତରେ ଗୋଷ୍ଠୀବାଦ ବି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅର୍ଥାତ୍‍ କଂଗ୍ରେସରେ ନେତା ଆଉଟ୍‍ ସୋର୍ସିଂକୁ ନେଇ କନ୍ଦଳ ଚାଲିଛି କହିଲା ଅତ୍ୟୁକ୍ତି ହେବ ନାହିଁ। 

16:38 PM

Weather Update: ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାର ଏବେ ଘନୀଭୂତ ହେବାରେ ଲାଗିଛି ।  ଏହା ଉତ୍ତର-ପୂର୍ବ ଦିଗରେ ଗତିକରି  ଆସନ୍ତାକାଲି ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି । ଏହାସହ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ବୋଲି ବିଭାଗ ପକ୍ଷରି କୁହାଯାଇଛି। ୨୫ ତାରିଖ ସନ୍ଧ୍ୟା ସୁଧା ଉତ୍ତର-ପୂର୍ବ ଓ ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ପ୍ରଭାବ ଯୋଗୁଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେବ। 

15:11 PM

PM Modi Attack On India alliance: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଭବାନୀଠାରେ ଏକ ରାଲିରେ ଉଦବୋଧନ ଦେଇ କହିଛନ୍ତି ଯେ ସାତଜୀବନରେ ମଧ୍ୟ 'ଇଣ୍ଡିଆ ' ମେଣ୍ଟ ସରକାର ଗଠନ ହେବ ନାହିଁ। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଉପରେ ଆକ୍ରମଣ ଜାରି ରଖି ସେ କହିଛନ୍ତି ଯେ 'ଇଣ୍ଡିଆ' ମେଣ୍ଟ ପାଞ୍ଚ ବର୍ଷରେ ପାଞ୍ଚ ଜଣ ପ୍ରଧାନମନ୍ତ୍ରୀ କଥା କହୁଛି।

15:11 PM

Odisha News Live Updates: ମୁଁ ବି ଜଣେ ମୁଖ୍ୟମନ୍ତ୍ରୀ, ମୋ ମାଇକ୍‌ ଆଉ କେହି ଧରନ୍ତିନି
‘ମୁଁ ଜଣେ ମୁଖ୍ୟମନ୍ତ୍ରୀ। ମୁଁ ତ ଏକୁଟିଆ ସବୁ ସ୍ଥାନକୁ ଯାଉଛି। ଏକୁଟିଆ ଲୋକଙ୍କ ସହ କଥା ହୋଇ ପାରୁଛି। ଲୋକଙ୍କୁ ସାକ୍ଷାତ କରି ପାରୁଛି। କାହାର ସାହସ ନାହିଁ ମାଇକ୍‌ ଧରି ମୋତେ କୁହାଇବାକୁ’ । ଆଜି ପୁଣିଥରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଏପରି ଭାବେ ସାଂଘାତିକ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏଥିସହ ନବୀନ ବାବୁ ପାଣ୍ଡିଆନଙ୍କ ବିନା ଓଡ଼ିଶା ଗଣମାଧ୍ୟମ ସହ ଏକୁଟିଆ ଅଧ ଘଣ୍ଟା କଥା ହେବା ଉଚିତ ବୋଲି ବି ଖୋଲାଖୋଲି ଭାବେ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। 

15:09 PM

Odisha News Live Updates: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢ଼ିବ। ବାବୁରାଜ ଚାଲିଲେ ରାଜ୍ୟର ଗରିବଙ୍କ ଶୋଷଣ, ମାଫିଆରାଜ ଚାଲିଥାଏ। ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍‌ଜାକୁ ନେଇଯାଇଛି। ଓଡ଼ିଶାର ବିକାଶକୁ ବାବୁରାଜ ୫୦ ବର୍ଷ ପଛକୁ ନେଇଯାଇଛି ବୋଲି କହି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆରେ ଆଜି ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ଯୋଗୀ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

15:08 PM

Odisha News Live Updates: ବିଜେପି ମିଥ୍ୟା ଆରୋପ କରୁଛି: ଭୃଗୁ ବକ୍ସିପାତ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ବର୍ଷିଛନ୍ତି । ନିଯୁକ୍ତି ଓ ଜାତୀୟ ରାଜପଥ ପ୍ରସଙ୍ଗରେ ସେ ଧର୍ମେନ୍ଦ୍ରଙ୍କୁ କଡା ସମାଲୋକନା କରିଛନ୍ତି। ଧର୍ମେନ୍ଦ୍ର ଟଙ୍କା ବାଣ୍ଟିବାର ମିଥ୍ୟା ଅଭିଯୋଗ ଆଣୁଛନ୍ତି। ସରକାରୀ କଳର ଅପବ୍ୟବହାର ନେଇ ମିଛ କଥା କହୁଛନ୍ତି। ବିଜେପି ଯେତେବେଳେ ହାରିବାକୁ ଯାଏ ସେତେବେଳେ ମିଛ ଅଭିଯୋଗ ଆରମ୍ଭ କରେ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରାଜ୍ୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ପରାଜୟ ଭୟରେ ମିଥ୍ୟା ଅଭିଯୋଗ ଆଣି ସେ ରାଜ୍ୟର ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି ।

15:07 PM

Odisha News Live Updates: ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀଙ୍କ ନିଷ୍ପତ୍ତି: ନଡ୍ଡା
କେନ୍ଦୁଝର ଜିଲ୍ଲା କରଞ୍ଜିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିଛନ୍ତି। ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେଇ ବିଜେପି ସରକାର ଓଡ଼ିଶାରେ ଗଠନ କରିବାକୁ ଓଡ଼ିଶାବାସୀ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷର ସରକାରରେ ରାଜନୀତିର ପରିଭାଷା ବଦଳିଛି । ଏବେ ସାଧାରଣ ଲୋକ ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଢିବାକୁ ଆଶା ପୋଷଣ କରୁଛନ୍ତି।

15:00 PM

Odisha News Live Updates: ଜାଲିଆତି ମାମଲାରେ ଗିରଫ ‌ହେଲେ ନୱାଜଙ୍କ ବଡ଼ ଭାଇ ଅୟାଜୁଦ୍ଦିନ
ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟଙ୍କ ତରଫରୁ ଚକବନ୍ଦୀ ବିଭାଗକୁ ଏକ ଜାଲ୍ ନ‌ୋଟିସ୍ ଜାରି କରିଥିଲେ। ଜାଭେଦ ଇକବାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଲିଥିବା ଚାଷ ଜମି ବିବାଦ ପାଇଁ ସେ ଏଭଳି କରିଥିଲେ। ହେଲେ ପରେ ଜାରି କରାଯାଇଥିବା ନକଲି ନ‌ୋଟିସ୍ ବିଷୟରେ ଜାଣି ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟ ଏନେଇ ଅଭିଯୋଗ ଦାଖଲ କରିଥିଲେ। ଏତଲା ପରେ ପୁଲସ ଭାରତୀୟ ଆଇପିସି ଧାରା ୪୨୦, ୪୬୭, ୪୬୮, ଏବଂ ୪୭୧ ଅନୁଯାୟୀ ଅୟାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କରିଛି।

12:25 PM

Odisha News Live Updates: ଦୁଇ ଯୁବ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପେରୁର ଲିମାଠାରେ ଚାଲିଥିବା ବିଶ୍ୱ ଯୁବ ଭାରତ୍ତୋଳନ ପ୍ରତିଯୋଗିତାରେ ଦୁଇ କୁନି ଭାରତ୍ତୋଳକ ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରିତିସ୍ମିତା ଭୋଇ ଓ ଜ୍ୟୋତ୍ସ୍ନା ଶବର ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏକ ଏକ୍ସ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଦୁଇ ଯୁବ ଖେଳାଳି ରାଜ୍ୟ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା ସାଜିବେ। 

 

12:23 PM

Yogi Adityanath in odisha: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ସମ୍ବିତ ପାତ୍ର ଓ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କହିବି ନିର୍ବାଚନ ପରେ ପୁରୀର ଭାଇ ଭଉଣିଙ୍କୁ ଅଯୋଧ୍ୟା ଦର୍ଶନ କରିବାକୁ ଆସିବେ। ପୁରୀରୁ ଲୋକ ଆସିଲେ ଆମେ ଅତିଥିଙ୍କ ଭଳି ସତ୍କାର କରିବୁ। 

12:20 PM

Yogi Adityanath in odisha: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ଧାର୍ମିକ ପୃଷ୍ଠଭୂମିରେ ଆରକ୍ଷଣ ସମ୍ବିଧାନ ବିରୋଧୀ। ଅନୁସୂଚିତ ଜିତି, ଜନଜାତି ଓ ଗଓବିସିଙ୍କୁ ଆରକ୍ଷଣ ମିଳିବା ଆବଶ୍ୟକ। ପୁଣି ସେମାନେ ଏ ଦେଶର ହେବା ଦରକାର। କିନ୍ତୁ କିଛି ଦଳ ଯେଉଁଭଳି ଭାବେ ଇସ୍ତାହାର ଦେଇଛନ୍ତି ତାହା ଭାରତ ବିରୋଧୀ ରହିଛି। ଏହାକୁ ସ୍ୱୀକାର କରିବା ଉଚିତ ନୁହେଁ।  ସେ କଂଗ୍ରେସ ହେଉ, ଟିଏମ୍‍ସି ହେଉ ବା ବିଜେଡି ହେଉ। ଏହାର ଅର୍ଥ ନକ୍ସଲବାଦକୁ ପ୍ରୋତ୍ସାହନ ଦେବା ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।

12:18 PM

Yogi Adityanath in odisha Live: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ଯେତେବଳେ ଅଫିସର ରାଜ ଚାଲେ ସେତେବଳେ ଭ୍ରଷ୍ତଟାଚାର, ଡକାୟତି ଚାଲେ। ଜମି , ବାଲି ମାଫିଆଙ୍କ ଶାସନ ଚାଲେ। ଏହି ଭଳି ଅଫିସରଙ୍କୁ ଏତେ କ୍ଷମତା ଦେବା ଉଚିତ ନୁହେଁ ସେଉଁମାନେ ସରକାରଙ୍କୁ ପରିଚାଳନା କରିବେ। ଏହା ହେବା ଉଚିତ ନୁହେଁ। ଲୋକତନ୍ତ୍ରରେ ଲୋକଙ୍କ ଦ୍ୱରା ବଛା ଯାଇଥିବା ଲୋକ ପ୍ରତିନିଧି ହିଁ ସରକାର ଚଳାଇବା ଦରକାର

12:16 PM

Yogi Adityanath in odisha: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ଜୟଶ୍ରୀରାମ ସ୍ଲୋଗାନ ଆଜି ଚାଲିଛି। ଷଷ୍ଠ ପର୍ଯ୍ୟାୟରେ ଆପଣଙ୍କୁ ଭୋଟ୍‍ ଦେବାକୁ ଅଛି। ୧୨ ରାଜ୍ୟ ମୁଁ ବୁଲିଛି। ଏବଂ କହିପାରିବି ଯେ ଦେଶର ଲୋକେ ଗୋଟିଏ କଥା କହୁଛନ୍ତି ତାହା ହେଲା ପୁଣି ଆଉଥରେ ମୋଦୀ ସରକାର। ୪୦୦ ପାର କହିଲେ ବିଜୁ ଜନତା ଦଳଙ୍କୁ ଚକ୍କର ଆସୁଛି। ଏମାନଙକ୍ ପାଖରେ ୨୧ ଆସନ ରହିଛି। ଏଣୁ ଏମାନଙ୍କ ପ୍ରତିନିଧି ଜିତି କରିବେ କ’ଣ। ଏମାନେ କେବେ ସରକାର କରିପାରିବେ ନାହିଁ। ଏଣୁ ଦେଶରେ ଗୋଟିଏ ମନ୍ତ ଚାଲିଛି ତାହା ହେଲା ଯିଏ ରାମଙ୍କୁ ଆଣିଛି ଆମେ ତାଙ୍କୁ ଆଣିବୁ।

12:13 PM

Yogi Adityanath in odisha: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ମୋଦୀଙ୍କ ନେତୃତ୍ୱରେ ସମ୍ମାନ, ସୁରକ୍ଷା, ବିକାଶ, ଗରିବ କଲ୍ୟାଣ ରହିଛି। ଏଠାରେ ଐତିହ୍ୟର ସଂରକ୍ଷଣ ବି ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କିଏ ଭାବୁଥିଲେ। ଆଜି କିନ୍ତୁ ଶ୍ରୀ ରାମ ମନ୍ଦିର ନିର୍ମାଣ କରାଯାଇଛି। ଏଠାରେ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜି ଯାଇଛି। ଏମାନେ ଜମି ମାଫିଆ, ଖଣି ମାଫିଆ, ବାଲି ମାଫିଆ ନୁହେଁ ଏଠାରେ ଶଅଅୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ବି ଆଖି ପକାଇଛନ୍ତି।

12:13 PM

Yogi Adityanath in odisha: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ଆୟୁଷ୍ମାନ ଯୋଜନାକୁ ବି ଏଠାରେ ଲାଗୁ ହେବାକୁ ଦେଉ ନାହାନ୍ତି

12:12 PM

Yogi Adityanath in odisha: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ଓଡ଼ିଶାରରେ ସରକାର ବାବୁମାନଙକ୍ ଦ୍ୱାରା ଘେରି ହୋଇ ରହିଛି। ଏଠାରେ ମୋଦୀ ପଠାଉଥିବା ଚାଉଳକୁ ମଧ୍ୟ ନିଜ ନାଁରେ ହଡ଼ପ କରାଯାଉଛି।

09:05 AM

Yogi Adityanath in odisha: ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ
ଓଡ଼ିଶାରରେ ସରକାର ବାବୁମାନଙକ୍ ଦ୍ୱାରା ଘେରି ହୋଇ ରହିଛି। ଏଠାରେ ମୋଦୀ ପଠାଉଥିବା ଚାଉଳକୁ ମଧ୍ୟ ନିଜ ନାଁରେ ହଡ଼ପ କରାଯାଉଛି।

09:04 AM

Odisha News Live Updates: ୨୯ରେ ଆସିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦର ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଗସ୍ତ କରିବେ। ୨୯ ତାରିଖ ଅର୍ଥାତ୍‍ ଶେଷ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନରେ ସେ ରାଜ୍ୟରେ ପହଞ୍ଚି କେନ୍ଦ୍ରାପଡ଼ା ଗସ୍ତ କରିବେ। ସେଠାରେ ନିର୍ବାଚନ ସଭାକୁ ଉଦବୋଧନ କରିବେ। ଏହାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ  ୨୬ ତାରିଖଠାରୁ ରାଜ୍ୟଗସ୍ତରେ ରହିବେ। 

08:58 AM

Odisha News Live Updates: ରାଜସ୍ଥାନରେ ୪୮ ଡିଗ୍ରୀ ଉପରେ ତାତି, ଦିଲ୍ଲୀରେ ହିଟୱେଭ ଆଲର୍ଟ
ଦେଶରେ ଅନେକ ଦିନ ଧରି ପ୍ରବଳ ଗ୍ରୀଷ୍ମ ଲହରୀ ପ୍ରବାହିତ ହେଉଛି। ଯେଉଁଥିପାଇଁ ଲୋକଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନରେ ପାରଦ ୪୮ ଡିଗ୍ରୀ ଡେଇଁଛି। ଦିଲ୍ଲୀ ଏନସିଆରରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ହିଟ ୱେଭ ସତର୍କ ସୂଚନା ଜାରି କରିଛି। ଉତ୍ତର ଭାରତରେ ହିଟ ୱେଭ ଏବଂ ଗ୍ରୀଷ୍ମ ଲହରୀ ଜାରି ରହିବ। ତେବେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ତମାମ ଦେଶରେ କିପରି ରହିବ ପାଣିପାଗ ଆସନ୍ତୁ ଜାଣିବା। ପଢନ୍ତୁ ପୂରା ରିପୋର୍ଟ...

08:57 AM

Odisha News Live Updates: ଏକ ସଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ
ବହୁ ପ୍ରତିକ୍ଷିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି।  ସିବିଏସଇ ଭଳି ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଗୋଟିଏ ଦିନରେ ସମସ୍ତ ଷ୍ଟ୍ରିମ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଗୋଟିଏ ଦିନରେ ପ୍ରକାଶ ପାଇବ। ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି। ପଢନ୍ତୁ ପୂରା ରିପୋର୍ଟ...

08:56 AM

Odisha News Live Updates: ଗରମ ବାଲିରେ ପାମ୍ଫଡ ସେକିଲେ ବିଏସଏଫ ଯବାନ୍
ଭାରତ-ପାକିସ୍ତାନ ସୀମାରେ ଜବାନମାନେ ଗରମ ତୀବ୍ରତା ଦେଖାଇବା ପାଇଁ ଏକ ନିଆରା ପରୀକ୍ଷଣ କରିଛନ୍ତି। ଏଠାରେ ଜଣେ ବିଏସ୍ଏଫ୍ ସୈନିକ ବାଲି ଉପରେ ପାମ୍ଫଡ ସେକିଛନ୍ତି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରତିକୂଳ ପରିସ୍ଥିତିରେ ଆମର ସୈନିକମାନେ କିପରି ଆମ ଦେଶର ସୀମା ରକ୍ଷା କରିବାରେ ନିୟୋଜିତ ଅଛନ୍ତି। ଦେଖନ୍ତୁ ଏହି ଭିଡିଓ...

08:55 AM

Odisha News Live Updates: ଏହି ରାଶିଙ୍କ ପାଇଁ ଦିନଟି ଅନୁକୂଳ ରହିବା ସହ ଅବିବାହିତଙ୍କ ପାଇଁ ଆସିପାରେ ବିବାହ ପ୍ରସ୍ତାବ, ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୩ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

08:55 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।