Odisha Daily News Live: ପୁରୀରେ ବିସ୍ଫୋରଣ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2269601

Odisha Daily News Live: ପୁରୀରେ ବିସ୍ଫୋରଣ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ପୁରୀରେ ବିସ୍ଫୋରଣ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

30 May 2024
23:01 PM

Virat Kohli USA T20 World Cup: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶେଷରେ ଗୁରୁବାର ଦିନ ଟି-୨୦ ବିଶ୍ୱକପରେ ଭାଗ ନେବାକୁ ନ୍ୟୁୟର୍କ ଯାଇଛନ୍ତି। ଆମେରିକା ଯିବାକୁ କୋହଲି ମୁମ୍ବାଇର ଛତ୍ରପତି ଶିବଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ କୋହଲିଙ୍କ ଝଲକ ଦେଖିବାକୁ ପ୍ରଶଂସକମାନେ ସେଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ​।

22:16 PM

ICC Men's T20 World Cup 2024: ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଯାହା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ହେବ। ନ୍ୟୁୟର୍କରେ ଦିଆଯାଉଥିବା ସୁବିଧାକୁ ନେଇ ଭାରତୀୟ ଦଳ ଖୁସି ନୁହଁନ୍ତି ଓ ଏହା ଉପରେ ବର୍ତ୍ତମାନ ଅଭିଯୋଗ କରିଛନ୍ତି।

21:03 PM

Odisha Eelction 2024: ହିଂସା ପାଇଁ ଭଦ୍ରକ ଜିଲ୍ଲାରେ ଜାରି ହେଲା ୧୪୪ ଧାରା। ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲାପାଳ। ଆଜିଠୁ ନିର୍ବାଚନ ସରିବା କଟକଣା ବଳବତ୍ତର ରହିବ ଧାରା। ଏହି ସମୟରେ ୫ରୁ ଅଧିକ ଲୋକ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

21:00 PM

PM Modi: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବ। ଏଥିପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ହେବା ପରେ ଆଜିଠୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଧ୍ୟାନମଣ୍ଡପରେ  ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏଥିପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଷ୍ଟାଲ  ସିକ୍ୟୁରିଟି ଗ୍ରୁପ୍ ,ଇଣ୍ଡିଆନ କୋଷ୍ଟଗାର୍ଡ ଏବଂ ଭାରତୀୟ ନୌସେନା ସାମୁଦ୍ରିକ ସୀମା ଉପରେ ନଜର ରଖିବେ।ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ସହିତ ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ ପୋଲିସକର୍ମୀ ଜଗିଛନ୍ତି। ଭାରତର ସବୁଠାରୁ ଦକ୍ଷିଣରେ ଥିବା କନ୍ୟାକୁମାରୀର ଭବଥୁରାଲ କୂଳରୁ ୫୦୦ମିଟର ଭିତରେ ଏହି ରକ୍ ରହିଛି । ଏଠାରେ ଭାରତ ମହାସାଗର ସହ ବଙ୍ଗୋପ ସାଗର ଓ ଆରବ ସାଗର ଏକତ୍ରୀକରଣ ହୋଇଛି । ୧୮୯୨ ମସିହାରେ ସ୍ବାମୀ ବିବେକାନନ୍ଦ ଏଠାରେ ତିନି ଦିନ ଧ୍ୟାନ କରି ଜ୍ଞାନପ୍ରାପ୍ତି କରିଥିଲେ । ୨୦୧୯ ନିର୍ବାଚନ ପ୍ରଚାର ପରେ କେଦାରନାଥ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ୧୫ ଘଣ୍ଟା ଧ୍ୟାନ କରିଥିଲେ।

19:09 PM

PM Modi Visit Kanyakumari: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ନିଜର ୩ ଦିନିଆ ଆଧ୍ୟାତ୍ମିକ ଯାତ୍ରାରେ କନ୍ୟାକୁମାରୀରେ ପହଞ୍ଚିଛନ୍ତି।

18:18 PM

Odisha Election 2024 (ଭୁବନେଶ୍ୱର) : ଏଥର ନିର୍ବାଚନ ସବୁବେଳେ ସ୍ମରଣୀୟ ହୋଇରହିବ। କାରଣ ସବୁଠାରୁ ଅଧିକ ଟଙ୍କା, ସୁନା, ମଦ ଓ ମାଦକ ଏହି ନିର୍ବାଚନରେ ଜବତ ହୋଇଛି। ସଂଖ୍ୟା ଏତେ ଯେ ଏହା ଗତ ଦୁଇ ନିର୍ବାଚନକୁ ମିଶାଇଲେ ବି ତାହାର ୫ଗୁଣାରୁ ଅଧିକ ହୋଇଛି। ଯଦି ରାଜ୍ୟ ବ୍ୟବସ୍ଥା ଦ୍ୱାରା ଏତେ ଟଙ୍କା, ସୁନା, ମଦ ଓ ମାଦକ ଜବତ ହୋଇପାରୁଛି ତେବେ ହିସାବ କରନ୍ତୁ କେତେ ପରିମାଣରେ ନଗଦ ଅର୍ଥ, ସୁନା, ମଦ ଓ ମାଦକ ଲୋକଙ୍କୁ ବଣ୍ଟା ଯାଇଛି।  ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ମାର୍ଚ୍ଚ ୧ ତାରିଖରୁ ଆଜି ଯାଏ ୨୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଓ ସାମଗ୍ରୀ ଜବତ କରାଯାଇଛି। ପୂର୍ବ ବର୍ଷଗୁଡ଼ିକୁ ତୁଳନା କଲେ ଏହା ୬ ଗୁଣାରୁ ଅଧିକ ହେବ। ୨୦୧୪ ମସିହାରେ ସମୁଦାୟ ୨୦କୋଟି ୮୦ ହଜାର ଟଙ୍କା ଓ ସାମଗ୍ରୀ ଜବତ କରାଯାଇଥିଲା। ୨୦୧୯ରେ ଏହି ପରିମାଣ ଦ୍ୱିଗୁଣିତ ହୋଇ ୪୪ କୋଟି ୭୦ ହଜାରରେ ପହଞ୍ଚିଥିଲା। ଅର୍ଥାତ୍‍ ଚଳିତ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିବା ୬ ଗୁଣା ଟଙ୍କା ଓ ସାମଗ୍ରୀ ଜବତ କରାଯାଇଛି। 

18:16 PM

Odisha Election 2024: ଆସନ୍ତା ୧ ତାରିଖରେ ଭୋଟ ହେବ। ଏଥିଲାଗି ୬ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା ୪୨ ବିଧାନସଭା ଆସନ ଲାଗି କର୍ମଚାରୀ ଓ ସୁରକ୍ଷା ବଳ ପଠାଇବା ଆରମ୍ଭ ହୋଇଛି। ଏଥର ୧୦୮୮୨ ବୁଥରେ ଭୋଟଦାନ ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ହେବ, କିନ୍ତୁ ଯେଉଁ ଭୋଟର ୬ଟା ଭିତରେ ବୁଥରେ ପ୍ରବେଶ କରିଥିବେ ତାଙ୍କୁ ଭୋଟ୍‍ ଦେବାର ସୁଯୋଗ ମିଳିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। 

 

17:37 PM

Jammu Road Accident: ଉତ୍ତରପ୍ରଦେଶର ହାଥରସରୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଜାମ୍ମୁର ଅଖନୋର ଟାଣ୍ଡା ଅଞ୍ଚଳର ଏକ ଗଭୀର ଘାଇ ଖସି ପଡିଥିଲା। ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଜିଲ୍ଲାର କାଳୀଧୀର ଅଞ୍ଚଳରେ ଘଟିଛି। ପିଟିଆଇ ଅନୁଯାୟୀ ବସ୍ ପ୍ରାୟ ୧୫୦ ଫୁଟ ତଳେ ଥିବା ଖାଲରେ ଖସି ପଡିଥିଲା।

 

16:35 PM

Puri Blast Case: ପୁରୀରେ ବାଣ ବିସ୍ଫୋରଣ ଘଟଣା ବିଷୟରେ ଜାଣି ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାରିବାରବର୍ଗଙ୍କୁ ସହାନୁଭୂତି ଜଣାଇବା ସହ ମନ୍ୟବର ରାଜ୍ୟପାଳ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

16:29 PM

Puri Fire cracker explosion Case: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ୍  ହସପିଟାଲ୍ କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କୁ ଚିକିତ୍ସିତ କରୁଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ।  ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

 

16:28 PM

Police-Army personnel clash: ଜମ୍ମୁ କାଶ୍ମୀରର କୁପୱାଡାରେ ୧୬ଜଣ ସେନା ଅଧିକାରୀ ଓ ଅଫିସରଙ୍କ ବିରୋଧରେ ହତ୍ୟା ଓ ଡକାୟତି ଉଦ୍ୟମ ମାମଲା ରୁଜୁ ହୋଇଛି। ଯେଉଁ ସୈନିକଙ୍କ ବିରୋଧରେ ଏହି ମାମଲା ପଞ୍ଜୀକୃତ ହୋଇଛି ସେମାନଙ୍କ ମଧ୍ୟରେ ତିନିଜଣ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ଅଛନ୍ତି।

 

11:47 AM

Odisha News Live Updates: ଏସି ବିସ୍ଫୋରଣରେ ନୋଇଡା ସୋସାଇଟିରେ ବଡ଼ ଧରଣର ଅଗ୍ନିକାଣ୍ଡ
ଏୟାର କଣ୍ଡିସିନର (ଏସି) ବିସ୍ଫୋରଣରେ ନୋଇଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନୋଇଡା ସେକ୍ଟର ୧୦୦ର ଲୋଟସ୍‌ ବ୍ଲୁ ବାର୍ଡ ସୋସାଇଟିର ଏକ ଫ୍ଲାଟ୍‌ରେ ଏହି ଏସି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟି ନିଆଁ ଲାଗିଗଲା ଏବଂ ଏହା ଶୀଘ୍ର ସୋସାଇଟିରେ ଥିବା ଅନ୍ୟ ଫ୍ଲାଟଗୁଡିକରେ ବି ବ୍ୟାପିଗଲା। ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ ଉତ୍ତାପ ମଧ୍ୟରେ ଘଟିିଥିବା ଏହି ଅଗ୍ନିକାଣ୍ଡ ଏବେ ସହରବାସୀଙ୍କ ମଧ୍ୟରେ ଭୟର ଆତଙ୍କ ସୃଷ୍ଟି କରିଛି। ପ୍ରଭାବିତ ଫ୍ଲାଟରୁ ପ୍ରବଳ ଧୂଆଁ ବାହାରୁଥିବାରୁ ନିକଟସ୍ଥ ଫ୍ଲାଟରେ ରହୁଥିବା ଲୋକମାନେ ଦୌଡ଼ି କରି ବାହାରକୁ ପଳାଇ ଯାଇଥିବାର ଦେଖିବାକୁ ମିଳିଛି।

11:46 AM

Odisha News Live Updates: କେରଳ ଛୁଇଁଲା ମୌସୁମୀ: ଆଗୁଆ ଆସିଲା
ଭାରତ ପାଇଁ ଖୁସି ଖବର ଆସିଛି। ଗୁରୁବାର ମୌସୁମୀ କେରଳ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ନିଜର ଏକ୍ସ ହ୍ୟାଣ୍ଡେଲରେ ଏନେଇ ସୂଚନା ପ୍ରଦାନ କରିଛି। ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

11:44 AM

Odisha News Live Updates: ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ଚଢ଼ାଉ
ଯାଜପୁର ଜିଲ୍ଲା ହାଟପାଟଣା ଅଞ୍ଚଳରେ ଆଇଟି ଚଢ଼ାଉ କରାଯାଉଛି।  ଜଣେ ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଏହି ଆଇଟି ଚଢ଼ାଉ ଜାରି ରହିଛି । ଏହି ରେଡ୍ ଠିକାଦାର ଧରଣୀ ସାହୁଙ୍କ ଘରେ କରାଯାଉଥିବା ଜଣାପଡିଛି । ଗୁପ୍ତ ସୂଚନା ପାଇବା ପରେ ଠିକାଦାର ଧରଣୀ ସାହୁଙ୍କ ଘରେ ୭ଜଣିଆ ଆଇଟି ଟିମ୍ ପକ୍ଷରୁ ଚଢାଉ ଆରମ୍ଭ ହୋଇଥିବା କୁହାଯାଉଛି ।

11:44 AM

Odisha News Live Updates: ଆଜି ପ୍ରଚାରରେ ଲାଗିବ ବ୍ରେକ୍‌
ଜୁନ୍ ପହିଲାରେ ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଜନମତ ନିଜ ଆଡକୁ କରିବାକୁ ଆଜି ଜୋରଦାର ପ୍ରୟାସ କରିବେ ପ୍ରାର୍ଥୀ । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ । ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।

11:43 AM

Odisha News Live Updates: ଚାପ ଖେଳ ବେଳେ ବାଣ ବିସ୍ଫୋରଣ; ଚାଲିଗଲା ୩ଜୀବନ
ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି। କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା। ଗତକାଲି ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ଫୁଟା ଯାଉଥିଲା। ଏହି ସମୟରେ ବାଣ ଫୁଟି ଅଘଟଣ ଘଟିଥିବା କୁହାଯାଉଛି।

08:05 AM

Odisha News live Updates: ଜଳୁଛି ପଶ୍ଚିମ ଓଡ଼ିଶା; ସକାଳୁ ସକାଳୁ ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି
ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ । ସକାଳୁ ସକାଳୁ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।

08:04 AM

Odisha News LIve Updates: ବନ୍ଧୁତାର ହାତ ବଢାଇଲା ପାକିସ୍ତାନ
ଭାରତରେ ନୂଆ ସରକାର ଗଠନ ହେବାକୁ ଯାଉଥିବାବେଳେ ପାକିସ୍ତାନର କ୍ଷମତାଧାରୀ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଶାନ୍ତି ଓ ବନ୍ଧୁତାର ହାତ ବଢ଼ାଇଛନ୍ତି। ୧୯୯୯ ଯୁଦ୍ଧ ପାଇଁ ତତ୍‍କାଳୀନ ସେନାଧ୍ୟକ୍ଷ ପରଭାଜ୍‍ ମୁସାରଫଙ୍କୁ ଦାୟୀ କରିବା ସହ ସେ ତାଙ୍କ ଦ୍ୱାରା ଲାହୋର ଚୁକ୍ତି ଉଲ୍ଲଂଘନ ହୋଇଥିବା କହିଥିଲେ। ନବାଜଙ୍କ ଏହି ବୟାନ ଏବେ ‘ଭାରତକୁ ଶାନ୍ତି ପାଇଁ ହାତ ବଢ଼ାଇବା’ ବୋଲି ଆନ୍ତର୍ଜାତିକ ରାଜନୀତିରେ ଚର୍ଚ୍ଚା ହେଉଛି। ବିଗତ ସମୟରେ ଭାରତ ପାକିସ୍ତାନ ସହ ବାଣିଜ୍ୟ ବାରବାର ବନ୍ଦ କରିବାରୁ ପାକିସ୍ତାନ ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି।

07:54 AM

Odisha News Live Updates: ପୁରୀରେ ବିସ୍ଫୋରଣ, ଆହତମାନେ ଡାକ୍ତରଖାନାରେ ଭର୍ତ୍ତି 
ପୁରୀରେ ଚନ୍ଦନଯାତ ଚାଲିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ୩୫ରୁ ଅଧିକ ଆହତ ରହିଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସ୍‍ସିବି ଏବଂ ଅନ୍ୟ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆହତଙ୍କ ଚିକିତ୍ସାକୁ ପ୍ରତ୍ୟକ୍ଷ ତଦାରଖ କରିଛନ୍ତି।

07:53 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।