Odisha Daily News Live: ଆଜିଠୁ ଭିତର ଚନ୍ଦନ ଯାତ୍ରା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2271087

Odisha Daily News Live: ଆଜିଠୁ ଭିତର ଚନ୍ଦନ ଯାତ୍ରା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha Daily News Live: ଆଜିଠୁ ଭିତର ଚନ୍ଦନ ଯାତ୍ରା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

31 May 2024
22:57 PM

3 People Infected With Anthrax In Odisha: ଆଜିକାଲି ରାଜ୍ୟରେ ଏକ ଅଜବ ରୋଗ ବ୍ୟାପିଛି। କୁହାଯାଉଛି ଯେ ଏଠାକାର ଲୋକମାନେ ଆନ୍ଥ୍ରାକ୍ସ ନାମକ ଏକ ରୋଗର ଶିକାର ହେଉଛନ୍ତି। କୌଣସି ପ୍ରକାରେ, ଏହା କରୋନା ପରି ଏକ ରୋଗ। ଏହି ରୋଗରେ ୩ ଜଣ ଲୋକ ସଂକ୍ରମିତ ହୋଇଛନ୍ତି।

21:17 PM

Election Commission: ନିର୍ବାଚନ ଆୟୋଗ ଶୁକ୍ରବାର ଦିନ କହିଛନ୍ତି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ୍ ଶେଷ ହେବାର ଅତିକମରେ ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଏକଜିଟ୍ ପୋଲ୍ ପ୍ରକାଶ କରି ପାରିବେ ନାହିଁ।

20:00 PM

Indian Economy: ୨୦୨୪ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏହା ବ୍ୟତୀତ, FY24 ପାଇଁ ଅଭିବୃଦ୍ଧି ୮.୨ ପ୍ରତିଶତ ବୋଲି ଆକଳନ କରାଯାଇଛି।

18:10 PM

Lok Sabha Election 2024: ଲୋକସଭା ନିର୍ବାଚନ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ ତାରିଖରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ୫୭ଟି ଆସନରେ ଭୋଟ୍ ଦେବା ପୂର୍ବରୁ କଂଗ୍ରେସ ଓଡି଼ଶାରେ ବଡ ଆକ୍ସନ ନେଇଛି। କଂଗ୍ରେସ ସଞ୍ଜୟ ତ୍ରିପାଠୀଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି। ସଞ୍ଜୟ ତ୍ରିପାଠୀ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

14:58 PM

Odisha News Live Updates: ଚାଷୀଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ମାଗଣା ବିଜୁଳି
ରାଜ୍ୟ ସରକାର ରାଜ୍ୟର ଚାଷୀ ଭାଇମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ୨୦୨୪ ନିର୍ବାଚନରେ ଯଦି ପୁଣି ରାଜ୍ୟରେ ବିଜେଡି ସରକାର ଗଠନ ହୁଏ ତେବେ ରାଜ୍ୟର ଚାଷୀମାନଙ୍କୁ ଏସବୁ ସୁବିଧା ଉପଲବ୍ଧ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ଯଦି ରାଜ୍ୟରେ ପୁଣି ବିଜେଡି ସରକାର ଗଠନ ହୁଏ, ତେବେ ରାଜ୍ୟର ସମସ୍ତ ଚାଷୀଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ଏହାସହ ଚାଷୀମାନେ ଯେତେବେଳେ ଝିଅ ବାହାଘର କରିବେ ସେତେବେଳେ ରାଜ୍ୟ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ। କେବଳ ସେତିକି ନୁହେଁ, ଚାଷୀମାନେ ସେମାନଙ୍କ ଫସଲ ବିକ୍ରି କରିବାକୁ ଯାଉଛନ୍ତି ସେତେବେଳେ ହନ୍ତସନ୍ତ ହେଉଛନ୍ତି। ଏହାର ସମାଧାନ ପାଇଁ ରାଜ୍ୟ ସରକାର ମଣ୍ଡିଗୁଡିକର ଅତ୍ୟାଧୁନିକ ଗୋଦାମ ଘର ନିର୍ମାଣ କରିବାକୁ ୫୦୦ କୋଟିର ଅନୁଦାନ ପ୍ରଦାନ କରିବେ।

14:58 PM

Odisha News Live Updates: ପିଲାଙ୍କୁ ‘ହୁ‘ ଦ୍ବାରା ଅନୁମୋଦିତ ଓଆର୍‌ଏସ୍‌ ଦିଅନ୍ତୁ
ଯେହେତୁ ଭାରତ ପ୍ରବଳ ଉତ୍ତାପ ଦେଇ ଗତି କରୁଛି, ବିଶେଷ କରି ପିଲାମାନଙ୍କ ମଧ୍ୟରେ ଜଳୀୟ ଅଂଶର ଅଭାବ ରୋକିବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ଉଚ୍ଚ ତାପମାତ୍ରାର ହେତୁ ଡାଇରିଆ ପରି ସ୍ୱାସ୍ଥ୍ୟଗତ ସମସ୍ୟା ଅତି ସାଧାରଣ କଥା। ଏଥିପାଇଁ ଗରମରୁ ରକ୍ଷା ପାଇବାକୁ ପିଲାମାନଙ୍କୁ ଅଧିକରୁ ଅଧିକ ପାନୀୟ ଦେବା ଉଚିତ ବୋଲି ଡାକ୍ତରମାନେ କହୁଛନ୍ତି। ଭାରତରେ ଶିଶୁ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ହେଉଛି ଡାଇରିଆ। ଓରାଲ୍ ରିହାଇଡ୍ରେସନ୍ ସଲ୍‌ଟ (ଓଆର୍‌ଏସ୍‌) ର ମହତ୍ତ୍ବ ଆମେ ଆଗରୁ ଜାଣନ୍ତି। ଯାହାକି ଡାଇରିଆ ପରି ସମସ୍ୟାକୁ ସହଜରେ ରୋକିପାରେ।

12:54 PM

Odisha News Live Updates: ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ: ଏସଆରସି
ଗ୍ରୀଷ୍ମପ୍ରବାହ ସମୟରେ ସବୁଠୁ ସତର୍କ ରହିବାର ସମୟ ହେଉଛି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା। ଏହି ସମୟ ଭିତରେ ସତର୍କ ରହିଲେ ଅଂଶୁଘାତରୁ ବର୍ତ୍ତି ପାରିବା। ଏନେଇ ସୂଚନା ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା। ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୧୨, ଝାରସୁଗୁଡ଼ାରୁ ୬ଟି ମୃତ୍ୟୁ ଅଭିଯୋଗ ଆସିଛି। ତାହା ଅଂଶୁଘାତ ମୃତ୍ୟୁ କି ନୁହେଁ, ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ମେ ମାସରେ ରାତିରେ ରହୁଛି ଅଧିକ ଗରମ। ସିଭିୟର ଗରମ ରାତି ରହିବା ଫଳରେ ଶୋଇଲେ ବି ଶରୀର ବିଶ୍ରାମ ନେଉନି। ରାତିରେ ଗରମ ଅଧିକ ରହିଲେ ଲୋକଙ୍କ ପାଇଁ ବିପଦ। ବିନା ଏସିରେ ରାତିରେ ଘର ଭିତରେ ରହିଲେ ବି ବିପଦ।

10:53 AM

Odisha News Live Updates: ହାଇକୋର୍ଟଙ୍କ ବଡ଼ ରାୟ; ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ
ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ। ହିନ୍ଦୁ-ମୁସଲିମ୍‌ ବିବାହକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ମଧ୍ୟରେ ବିବାହ ମୁସିଲମ ଆଇନ ଅନୁସାରେ ବୈଧ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ରାୟ ଦେଇଛନ୍ତି। ସେହିପରି ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ଅନ୍ତଃଧର୍ମ ବିବାହ ପାଇଁ ଜଣେ ଦମ୍ପତି ମାଗିଥିବା ପୋଲିସ ସୁରକ୍ଷା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।

 

10:49 AM

Odisha News Live Updates: ୪୬ ଡିଗ୍ରୀ ଉପରେ ରାଜ୍ୟର ୪ ସହର
ଶର ଉତ୍ତର, ଉତ୍ତର ପଶ୍ଚିମ ଏବଂ ଓଡ଼ିଶାକୁ ମିଶାଇ ପୂର୍ବ। ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍। ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ତାତିରେ ଜଳିଲା ଝାରସୁଗୁଡ଼ା। ରାଜ୍ୟର ୪ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଉପକୂଳରେ ଗରମ ଓ ଗୁଳୁଗୁଳି ଜାରି ରହିବାକୁ ଥିବା ବେଳେ, ସେପଟେ ଦୁଇଦିନ ଆଗରୁ କେରଳକୁ ଭିଜାଇଛି ମୌସୁମୀ ବର୍ଷା।

 

08:39 AM

Odisha News Live Updates: ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ଆଜି ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଲାଗି ଅଛି। ମଙ୍ଗଳ ଆରତି ପରେ ପରେ ଭିତର କାଠ ଦର୍ଶନ ଚାଲୁରହିଥିବା ସମୟରେ ଜୟବିଜୟ ଦ୍ଵାର ତଳ ପାହାଚଠାରେ ବାନ୍ତି ପଡ଼ିଥିବା ଦୃଷ୍ଟିକୁ ଆସିବାରୁ ବଡ଼ ମହାସ୍ନାନ ଲାଗି ରହିଥିବା ଜଣାଯାଇଛି।

08:35 AM

Odisha News Live Updates: ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କଲା ଏସଆଇଟି
ନିଜ ଘରର ଚାକରାଣୀଙ୍କୁ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ଜେଡିଏସ୍‌ ସାଂସଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ‌ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି। ୩୫ ଦିନ ପ‌ରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ପ୍ରଜ୍ବଳ ରେବନ୍ନା ୩୧ ତାରିଖ ୧୨ଟା ୪୬ ମିନିଟ ସମୟରେ ବିମାନରୁ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ। ସେ ଜର୍ମାନୀରେ ଆତ୍ମଗୋପନ କରିଥିଲେ। ତାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍‌ର ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍‌ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା। ଏହାପରେ ସେ ଭାରତ ଫେରି ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ।

08:35 AM

Odisha Live News Updates: ଅଂଶୁଘାତରେ ଗଲା ୪୧ ଜୀବନ, ରାଉରକେଲାରେ ସର୍ବାଧିକ
 ଅସହ୍ୟ ଗ୍ରୀଷ୍ମ ଲହରୀ କାରଣରୁ ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଅଂଶୁଘାତରେ ଗୁରୁବାର ଗୋଟିଏ ଦିନରେ ୪୧ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଗୁରୁବାର ରାତି ସୁଦ୍ଧା ରାଉରକେଲା ସରକାରୀ ଡାକ୍ତରଖାନା ଆଇଜିଏଚରେ ୧୨ ଜଣ, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪, ବନ୍ଧମୁଣ୍ଡା ରେଳବାଇ ହସପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେମାନଙ୍କ ମଧ୍ୟରୁ କେବଳ ଇସ୍ପାତ ସହରରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଦିନ ସାଢେ ଗୋଟାଏରୁ ରାତି ସାଢେ ୮ଟା ଭିତରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

08:34 AM

Odisha Live News Updates: ଆଜିଠୁ ଭିତର ଚନ୍ଦନ ଯାତ୍ରା
ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ୨୧ ଦିନର ବାହାର ଚନ୍ଦନ ଯାତ୍ରା ଶେଷ ପରେ ଆଜି ନରେନ୍ଦ୍ର ପୁଷ୍କରିଣୀରେ ହଳଦୀ ପାଣି ଖେଳ ଶେଷ ହୋଇଛି। ଏଥିପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ, ପଞ୍ଚ ମହାଦେବ ନରେନ୍ଦ୍ରରେ ରାତିରେ ଚାପ ଖେଳିବା ପରେ ହଳଦୀ ପାଣି ଖେଳି ବାହୁଡିଛନ୍ତି। ମହାପ୍ରଭୁଙ୍କ ସହ ଅନ୍ୟ ଦେବଦେବୀମାନେ ଯିବା ବେଳେ ବଡ଼ ଦାଣ୍ଡ ହରିବୋଲୋ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା। ଆଜିଠାରୁ ଶ୍ରୀମନ୍ଦିର ଭିତରେ ୨୧ ଦିନ ଧରି ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। 

08:33 AM

Today Horoscope: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ମହାଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
Horoscope Today 31 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୩୧ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

08:30 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।