Live Now

Odisha Daily News Live: ଆସିଲା ବିଜେପିର ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା, ଗୋଟିଏ କ୍ଲିକରେ ପଢନ୍ତୁ ଆଉ ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଆସିଲା ବିଜେପିର ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା, ଗୋଟିଏ କ୍ଲିକରେ ପଢନ୍ତୁ ଆଉ ତାଜା ଖବର
Image Credit: ସୌଜନ୍ୟ-ସୋସିଆଲ୍ ମିଡିଆ
16 April 2024 10:45 PM (IST)

ଅଧାବାଟରେ ଅଟକିଲା ରୁକୁଣା ରଥ...

ଅଧାବାଟରେ ଅଟକିଲା ରୁକୁଣା ରଥ

ହଜାର ହଜାର ଶ୍ରଦ୍ଧାଳୁଙ୍କ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଥିଲା । କିନ୍ତୁ ସନ୍ଧ୍ୟା ସମୟରେ ପାପନାଶିନୀ ଛକ ନିକଟରେ ଅଟଯାଇଥିଲେ ମହାପ୍ରଭୁ । ଧାର୍ଯ୍ୟ ସମୟଠାରୁ ଦେଢ ଘଣ୍ଟା ବିଳମ୍ୱରେ ରଥଯାତ୍ରା ଆରମ୍ଭ ହୋଇଥିବା ସମୟରେ ଆଜି ଅଧାରେ ରହିଛି ଯାତ୍ରା । କାଲି ପୁଣିଥରେ ପୂଜାର୍ଚ୍ଚନା ପରେ ରୀତିନୀତି ଅନୁଯାୟୀ ରଥଟଣା ହେବ ।

16 April 2024 10:20 PM (IST)

Lightning Strikes: କେନ୍ଦ୍ରାପଡାରେ କାଳବୈଶାଖୀ, ବଜ୍ରପାତରେ ଗଲା ୪ ଜୀବନ...

Lightning Strikes: କେନ୍ଦ୍ରାପଡାରେ କାଳବୈଶାଖୀ, ବଜ୍ରପାତରେ ଗଲା ୪ ଜୀବନ

Thunderstorm: ବଜ୍ରପାତ ନେଇଗଲା ୪ ଜୀବନ । ଏମିତି ଦୁଃଖଦ ଖବର କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଜିଲ୍ଲାର ପାଟକୁରା ଅନ୍ତର୍ଗତ କୁଦାନଗରୀ ବଙ୍ଗାରି ଗାଁ ରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଳି ନିକଟ ଶାଳିଅଞ୍ଚ ଏବଂ କୁଣ୍ଡିଲୋରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ନେଇଛି ବଜ୍ରପାତ । ଗୋଟିଏ ଦିନରେ ଏକାଧିକ ଲୋକଙ୍କ ଜୀବନ ଅକାରଣେ ଚାଲିଯାଇଥିବାରୁ ସେମାନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । କେବଳ ସେତିକି ନୁହେଁ, କାଳବୈଶାଖୀ କାରଣରୁ ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଅଧିକ ପଢ଼ନ୍ତୁ...

16 April 2024 09:55 PM (IST)

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର...

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   
ପଢନ୍ତୁ  ପୁରା ଖବର

 

16 April 2024 09:50 PM (IST)

ତାଏକୋଣ୍ଡୋ ଏରିନାର ସମ୍ରାଟ୍ ରୁଦ୍ର ନାରାୟଣ...

ତାଏକୋଣ୍ଡୋ ଏରିନାର ସମ୍ରାଟ୍ ରୁଦ୍ର ନାରାୟଣ
 
ଭୁବନେଶ୍ୱର: ୨୦୧୩ ମସିହାରେ ତାଙ୍କୁ ତତ୍କାଳୀନ କୋଚ୍ କହିଥିଲେ, ଏହି ପିଲାଟି ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଅଞ୍ଚଳର ନାଁ ରଖିବ । ଦୀର୍ଘଦିନ ପରେ ତାଙ୍କର ସେହି ଭବିଷ୍ୟବାଣୀ ସତ ହୋଇଛି । ତାଏକୋଣ୍ଡୋରେ ପଦକର ସମ୍ରାଟ୍ ପାଲଟି ଯାଇଛନ୍ତି ରୁଦ୍ର । ଏରିନାରେ ପ୍ରତିପକ୍ଷଙ୍କୁ ମାତ୍ ଦେଇ ଜିତି ଚାଲିଛନ୍ତି ପଦକ ପରେ ପଦକ । ଅଧିକ ପଢ଼ନ୍ତୁ...

16 April 2024 09:15 PM (IST)

BJDରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ...

BJDରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ

Odisha Politics: ବରିଷ୍ଠ ନେତା ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ରାଣୀ ଅରୁନ୍ଧତୀ ଦେବୀ ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଅପରାହ୍ଣ ସମୟରେ ସେ ବିଜେପି ଛାଡିଥିବା କଥା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ତେବେ ଇସ୍ତଫା ଦେବାର ମାତ୍ର କେଇଘଣ୍ଟା ମଧ୍ୟରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ । ଅରୁନ୍ଧତୀଙ୍କ ପୁଅ ନମନ ଗଙ୍ଗଦେବ ମଧ୍ୟ ଆଜି ସମାନ ଦିନରେ ମାଆଙ୍କ ସହିତ ବିଜେଡିରେ ମିଶିଛନ୍ତି । ଅଧିକ ପଢ଼ନ୍ତୁ...

16 April 2024 08:53 PM (IST)

 ...

 

୨୦୨୪ ନିର୍ବାଚନ ପୂର୍ବରୁ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା; କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯  ନକ୍ସଲ
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା। ମଙ୍ଗଳବାର (ଅପ୍ରେଲ ୧୬) ସୁରକ୍ଷା ବାହିନୀ ପକ୍ଷରୁ ପଡୋଶୀ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଛନ୍ତି ୧୮ ନକ୍ସଲ। ଅନ୍ୟପକ୍ଷରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ମଙ୍ଗଳବାର ଛତିଶଗଡ଼ କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ମୁହାମୁହଁ ହୋଇଥିଲେ ପୋଲିସ-ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୯ ନକ୍ସଲ ପ୍ରାଣ ହରାଇଥିବା ବେଳେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। 
 

 

16 April 2024 08:46 PM (IST)

...

କିପରି ଅନଲାଇନ ଡାଉନଲୋଡ କରିବେ ଭୋଟର ଆଇଡି କାର୍ଡ?
୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଭୋଟ ଗ୍ରହଣ। ଅପ୍ରେଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧ ତାରିଖରେ ଶେଷ ହେବ ଭୋଟ ଗ୍ରହଣ। ଆପଣ ଜାଣିଛନ୍ତି ଯେ ଭୋଟର ଆଇଡ଼ି କାର୍ଡ ଭୋଟିଂ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କାହାର ଭୋଟର କାର୍ଡ ନାହିଁ କିମ୍ବା ହଜିଯାଇଛି, ତାହେଲେ ସେ ଭୋଟ୍ ଦେବାରେ ଅନେକ ଅସୁବିଧାର ସାମ୍ନା କରିପାରନ୍ତି। ଏପରି ପରିସ୍ଥିତିରେ ଯଦି ଆପଣ ଭୋଟର ପରିଚୟ ପତ୍ର ପାଇଁ ଚିନ୍ତିତ ଅଛନ୍ତି, ତାହେଲେ ଆପଣଙ୍କର ଏହି ସମସ୍ୟାର ସମାଧାନ କିଛି ମିନିଟ୍ ମଧ୍ୟରେ ହୋଇଯିବ। ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ କିପରି ଘରେ ବସି ଭୋଟର ଆଇଡ଼ି କାର୍ଡ ଅନଲାଇନ୍ ଡାଉନଲୋଡ୍ କରିପାରିବେ।
ପଢନ୍ତୁ ପୁରା ଖବର

16 April 2024 08:45 PM (IST)

Heat wave: ବାରିପଦାରେ ୪୩ ଡିଗ୍ରୀ ପାର କଲା ତାତି, ୧୮ଟି ସ୍ଥାନରେ ଛୁଇଁଲା ୪୧ ...

Heat wave: ବାରିପଦାରେ ୪୩ ଡିଗ୍ରୀ ପାର କଲା ତାତି, ୧୮ଟି ସ୍ଥାନରେ ଛୁଇଁଲା ୪୧ 

Weather News: ଆଜି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ୧୮ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ସମୟରେ ୨୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଆଜି ୧୬ ଏପ୍ରିଲ ୨୦୨୪ରେ ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା ବାରିପଦା । ଏଠାରେ ଆଜି ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ...

16 April 2024 08:15 PM (IST)

17 April Rashifal: ରାମନବମୀରେ କେମିତି କଟିବ ଆପଣଙ୍କ ଦିନ, ଜାଣନ୍ତୁ ରାଶିଫଳ...

17 April Rashifal: ରାମନବମୀରେ କେମିତି କଟିବ ଆପଣଙ୍କ ଦିନ, ଜାଣନ୍ତୁ ରାଶିଫଳ

17 April Rashifal: ପବିତ୍ର ରାମ ନବମୀ ଦିନ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥିବା ସମୟରେ କିଛି ରାଶିର ବ୍ୟକ୍ତିଙ୍କୁ ଜଗି ରଖି କାମ କରିବାକୁ ପଡିବ । ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କେମିତି କଟିବ ଏପ୍ରିଲ ୧୭ (ବୁଧବାର) ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ...

16 April 2024 08:12 PM (IST)

 ...

 

'ବାଲାଟ ପେପର ବ୍ୟବହାର କରିବା ଦ୍ୱାରା ହୋଇପାରେ ଅନେକ ଅସୁବିଧା'
ନିର୍ବାଚନରେ ​​ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମତ ରଖିଛନ୍ତି ସୁପ୍ରିମ କୋର୍ଟ। ମଙ୍ଗଳବାର (ଅପ୍ରେଲ ୧୬) ଏ ସମ୍ପର୍କରେ ମତ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନରେ ବାଲାଟ ପେପର ବ୍ୟବହାର କରିବା ଦ୍ୱାରା ଅନେକ ଅସୁବିଧା ହୋଇପାରେ।
ପଢନ୍ତୁ ପୁରା ଖବର

16 April 2024 07:40 PM (IST)

‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଡବଲ୍ସ୍ ଲିଗ୍ ଗ୍ରାଣ୍ଡ ଫିନାଲେ ୨୮ ଏପ୍ରିଲ ସନ୍ଧ୍ୟା ୬:୩୦ରେ...

‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ' ଡବଲ୍ସ୍ ଲିଗ୍ ଗ୍ରାଣ୍ଡ ଫିନାଲେ ୨୮ ଏପ୍ରିଲ ସନ୍ଧ୍ୟା ୬:୩୦ରେ

ଜୀ-ସାର୍ଥକ ସବୁବେଳେ ନୂଆ ନୂଆ ପ୍ରକାରରେ ରିୟାଲିଟି ଶୋ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ପାରିବାରିକ ମେଗା ଧାରାବାହିକ ହେଉ କି ରିଆଲିଟି ଶୋ , ସବୁବେଳେ ଜୀ-ସାର୍ଥକ ଆଗରେ ରହିଛି । ଏଥର ମଧ୍ୟ କିଛି ନୂଆ କରିବା ଲକ୍ଷ୍ୟରେ ଦର୍ଶକଙ୍କର ଢେର ଭଲ ପାଇବା ସାଉଁଟିଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଡବଲ୍ସ୍ ଲିଗ୍’, ରୋମାଞ୍ଚକର ରିଆଲିଟି ଡ୍ୟାନ୍ସ ଶୋ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଁଚିଛି । ଯାହା ଆସନ୍ତା ଏପ୍ରିଲ ୨୮ ତାରିଖ ରବିବାର ସନ୍ଧ୍ୟା ୬:୩୦ ଟା ରେ ପ୍ରସାରଣ ହେବ । ଅଧିକ ପଢ଼ନ୍ତୁ...

16 April 2024 07:00 PM (IST)

ବଢୁଛି ତାତି, ସତର୍କ ରହିବା ସହ ଏହି ନିୟମ ମାନିବାକୁ ପରାମର୍ଶ...

ବଢୁଛି ତାତି, ସତର୍କ ରହିବା ସହ ଏହି ନିୟମ ମାନିବାକୁ ପରାମର୍ଶ

Summer Precautions: ରାଜ୍ୟରେ ଦିନକୁ ଦିନ ତାତି ଅସହ୍ୟ ହେବାକୁ ଲାଗିଛି । ତେଣୁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି । ଦିନର ଶିଖର ସମୟ (ପ୍ରାୟ ଦିନ ୧୧ ଟା ରୁ ଦିନ ୩ଟା ) ସମୟରେ ବାହାରକୁ ଯିବାବେଳେ ଗରମ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଗରମ ଏବଂ ଗୁଳୁଗୁଳି ପ୍ରଭାବରେ ଦେହ ହାତ ଫଳିଯିବା ତଥା  ଅସୁସ୍ଥ କିମ୍ବା ଅଣନିଶ୍ୱାସୀ ଅନୁଭବ ହୋଇପାରେ ତେଣୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ଅଧିକ ପଢ଼ନ୍ତୁ...

16 April 2024 06:30 PM (IST)

Odisha Daily News Live: ଏଥର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ଦିଲ୍ଲୀ...

Odisha Daily News Live: ଏଥର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ। ଆମ ଆଦମୀ ପାର୍ଟିର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ସୁନୀତା କେଜ୍ରିଓ୍ୱାଲ। ପ୍ରଥମ ଥର ପାଇଁ ଷ୍ଟାର୍‌ ପ୍ରଚାରକ ଭାବେ ଗୁଜୁରାଟରେ ସେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ଗୁଜରାଟ ଷ୍ଟାର୍‌ ପ୍ରଚାର ତାଲିକା ପ୍ରକାଶ ପାଇଛି। ସୁନୀତା କେଜ୍ରିଓ୍ୱା‌ଲଙ୍କ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସିଂହ ନାଁ ମଧ୍ୟ ଏଥିରେ ରହିଛି। ଏହି ତାଲିକାରେ ୪୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ନାଁ ରହିଛି।

16 April 2024 06:00 PM (IST)

Odisha Daily News Live: ଆସନ୍ତା ଜୁଲାଇ ୦୭ ରେ ବିଶ୍ବ...

Odisha Daily News Live: ଆସନ୍ତା ଜୁଲାଇ ୦୭ ରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ବର ସହ ନିଆଯାଇ କାର୍ଯ୍ୟ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଅନେକ କମିଟି ଗଠନ କରାଯାଇଛି । ଆଇନ ଶୃଙ୍ଖଳା ,ପାର୍କି, ଯାତ୍ରୀ ବାସ ଭଡା, ଟ୍ରାଫିକ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା କରାଯାଇଛି ।

16 April 2024 05:35 PM (IST)

Odisha Daily News Live: ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି...

Odisha Daily News Live: ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଜମନକିରା ପୋଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ଉ କରି ୨୨ଟି ଦେଶୀ ବନ୍ଧୁକ ଜବତ କରିବା ସହ ମୋଟ ୩ ଜଣକୁ ଗିରଫ କରାଯାଇଛି।

16 April 2024 05:35 PM (IST)

Odisha Daily News Live: ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି...

Odisha Daily News Live: ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଜମନକିରା ପୋଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ଉ କରି ୨୨ଟି ଦେଶୀ ବନ୍ଧୁକ ଜବତ କରିବା ସହ ମୋଟ ୩ ଜଣକୁ ଗିରଫ କରାଯାଇଛି।

16 April 2024 05:10 PM (IST)

...

ଉତ୍ତର-ପୂର୍ବ ଭାରତରେ କିଏ ମାରିବ ବାଜି?
୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ରହିଛି। ଏବେ ଏହି ନିର୍ବାଚନ ପାଇଁ ସମସ୍ତ ଦଳ ସେମାନଙ୍କ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଥର ବିଜେପି ୪୦୦ ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ସେହିପରି ବିରୋଧି ମେଣ୍ଟ ଇଣ୍ଡିଆ ଶାସକ ଦଳର ବିଜୟ ରଥକୁ ରୋକିବାକୁ ଏକାଠି ହୋଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ​​ଉତ୍ତର-ପୂର୍ବ ଉପରେ ସବୁ ଦଳର ନଜର ରହିଛି। ଦୀର୍ଘ ଦିନ ଧରି ସଂଶୋଧିତ ନାଗରିକତା ଆଇନକୁ (ସିଏଏ) ନେଇ ଆସାମରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।
ପଢନ୍ତୁ ପୁରା ଖବର

16 April 2024 05:00 PM (IST)

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ: ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ...

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ: ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ 

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶାର ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ୪ର୍ଥ ଏବଂ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି  । ଏଥର ୫ ଜଣ ଝିଅ ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି । ୟୁପିଏସସି ପରୀକ୍ଷାରେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲା ତାଳଚେରର ଭାଲୁଗାଡିଆ ଗ୍ରାମର ପୁଅ ଅନିମେଷ ପ୍ରଧାନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢ଼ନ୍ତୁ...

16 April 2024 04:45 PM (IST)

Ram Navami 2024: ରାମ ନବମୀରେ ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ୫ ବର୍ଷୀୟ ରାମଲାଲାଙ୍କର...

Ram Navami 2024: ରାମ ନବମୀରେ ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ୫ ବର୍ଷୀୟ ରାମଲାଲାଙ୍କର ଜନ୍ମୋତ୍ସବ ପାଳନ କରାଯିବ । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ଜନ୍ମ ଭୂମି ରାସ୍ତାରେ ଥିବା ସ୍ୱାଗତ ଦ୍ୱାର ଠାରୁ ଆରମ୍ଭ କରି ଗର୍ଭଗୃହ ପର୍ଯ୍ୟନ୍ତ ସବୁଠି ଚାଲିଛି ସଜସଜ୍ଜା। ରାମ ନବମୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆଶା କରାଯାଉଛି।

16 April 2024 04:05 PM (IST)

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

16 April 2024 03:55 PM (IST)

...

ତିହାର ଜେଲ୍ ରୁ ଭାବପ୍ରବଣ ବାର୍ତ୍ତା ପଠାଇଲେ ଅରବିନ୍ଦ କେଜ୍ରିୱାଲ
ତିହାର ଜେଲ୍ ରୁ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ସେ କହିଛନ୍ତି ଯେ ମୋ ନାଁ ହେଉଛି ଅରବିନ୍ଦ କେଜ୍ରିୱାଲ, ମୁଁ କୌଣସି ଆତଙ୍କବାଦୀ ନୁହେଁ। ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଙ୍ଗଳବାର (ଅପ୍ରେଲ ୧୬) ଏ ସମ୍ପର୍କରେ ଜଣାଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନକୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଆପଣ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରୁଛନ୍ତି। ଆପଣ ଲଜ୍ଜା ଲାଗୁ ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କ ବିଦ୍ୱେଷରେ ଏତେ ବଢିଯାଇଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପରିବାର ଏବଂ ପିଲାଙ୍କ ସହ ସାକ୍ଷାତ ଏକ କାଚ ଲଗାଯାଇଥିବା କାନ୍ଥ ମାଧ୍ୟମରେ କରାଯାଉଛି।
ପଢନ୍ତୁ ପୁରାସ ଖବର

16 April 2024 03:55 PM (IST)

Odisha Daily News Live: ଯାଜପୁର ବାରବାଟୀ- କୁଆଖିଆ ନିକଟ ୧୬ ନମ୍ୱର ଜାତୀୟ...

Odisha Daily News Live: ଯାଜପୁର ବାରବାଟୀ- କୁଆଖିଆ ନିକଟ ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଥିବା ବସ୍ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ଡ୍ରାଇଭରଙ୍କ ଭୁଲ୍ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏକ ଗାଡିକୁ ଓଭରଟେକ୍ କରିବା ସମୟରେ ଡ୍ରାଇଭର ଭାରସ୍ୟାମ ହରାଇଥିଲେ । ଫଳରେ ଓଭରବ୍ରିଜ କଡରେ ଥିବା ଲୁହା ପୋଲରେ ପିଟି ହୋଇ ବସଟି ଓଲଟି ପଡିଥିଲା । ସେଥିରେ ୫ଜଣଙ୍କପ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆହତ ଏବଂ ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

16 April 2024 03:45 PM (IST)

Odisha Daily News Live: ଆପ୍‌ ନେତା ସଞ୍ଜୟ ସିଂହ ତିହାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

Odisha Daily News Live: ଆପ୍‌ ନେତା ସଞ୍ଜୟ ସିଂହ ତିହାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଚିଠି ପଢି ଶୁଣାଇଛନ୍ତି । ଯେଉଁଥିରେ କେଜ୍ରିୱାଲ ନିଜର ମନର କଥା ପ୍ରକାଶ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜୀ ଆପଣ ମତେ ଆତଙ୍କବାଦୀ ଭାବୁଛନ୍ତି । କିନ୍ତୁ ମୁଁ ଅରବିନ୍ଦ କେଜ୍ରିୱାଲ । ଆପଣ ମତେ ମୋ ପରିବାର ସହ ଭେଟିବାକୁ ବଞ୍ଚିତ କରୁଛନ୍ତି । ମୋ ସହ ଦିଲ୍ଲୀବାସୀ ଅଛନ୍ତି । ମୁଁ ସେବକ ଭାବେ କାର୍ଯ୍ୟ କରିବି ।

 

16 April 2024 03:35 PM (IST)

Odisha Daily News Live: କଲବଲ କରୁଛି ସୂର୍ଯ୍ୟଙ୍କ କୋପ । ଆଜି ଦିନ ୨ଟା ୩୦ ସୁଦ୍ଧା...

Odisha Daily News Live: କଲବଲ କରୁଛି ସୂର୍ଯ୍ୟଙ୍କ କୋପ । ଆଜି ଦିନ ୨ଟା ୩୦ ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା  ୪୧ ଡିଗ୍ରୀ ପାର କରିଛି । ଭୁବନେଶ୍ୱର ୪୧.୯°C, ଚାନ୍ଦବାଲି ୪୧.୬°C, ଝାରସୁଗୁଡା ୪୧.୪°C, ବାଲେଶ୍ୱର ୪୦.୫°C, ସମ୍ବଲପୁର ୪୦.୩°C, କେନ୍ଦୁଝର ୪୦°C, ରାଉରକେଲା ୩୯.୯°C, ହୀରାକୁଦ ୩୯.୫°C, ଗୋପାଳପୁର ୩୫.୬°C, ପୁରୀ ୩୪.୮°C, ପାରାଦୀପ ୩୪.୨°C, ଏହି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

16 April 2024 03:20 PM (IST)

UPSE Result 2024: ପ୍ରକାଶ ପାଇଲା ୟୁପିଏସସି ୨୦୨୩ ପରୀକ୍ଷା ଫଳ । ଓଡ଼ିଶା...

UPSE Result 2024: ପ୍ରକାଶ ପାଇଲା ୟୁପିଏସସି ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଦିତ୍ୟ ଶ୍ରୀବାସ୍ତବ ସାରା ଦେଶରେ ଟପ୍ପର ହୋଇଥିବା ବେଳେ ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନ ଓ ଡି. ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

16 April 2024 03:00 PM (IST)

Accident News: ପାଟନାର କଙ୍କଡ଼ବାଗ ଥାନା ସ୍ଥିତ ରାମଲଖନ ରୋଡ଼ରେ ଘଟିଛି...

Accident News: ପାଟନାର କଙ୍କଡ଼ବାଗ ଥାନା ସ୍ଥିତ ରାମଲଖନ ରୋଡ଼ରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରାବାହୀ ଅଟୋ ମେଟ୍ରୋ କାମରେ ନିୟୋଜିତ ଥିବା ଏକ ଜିସିବିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜେସିବି ସହ ଧକ୍କା ହେବା ପରେ ଅଟୋର ଉପର ଛାତ ଉଡିଯିବା ସହ ଅଟୋଟି ଦୁଇ ଖଣ୍ଡ ହୋଇଯାଇଛି।

16 April 2024 02:45 PM (IST)

Patanjali Ads Case: ରାମଦେବ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ- ସୁପ୍ରିମକୋର୍ଟ...

Patanjali Ads Case: 'ରାମଦେବ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ'- ସୁପ୍ରିମକୋର୍ଟ

Patanjali Ads Case: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବଙ୍କ ସମେତ ତାଙ୍କ ସହଯୋଗୀ ବାଳକ୍ରିଷ୍ଣାଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି । ଆଜି ଶୁଣାଣି ସମୟରେ ରାମଦେବ ଏବଂ ବାଳକ୍ରିଷ୍ଣା ଉଭୟେ ଉପସ୍ଥିତ ଥିଲେ ଏବଂ ସେମାନେ ବ୍ୟକ୍ତିଗତ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିଥିଲେ। ଅଧିକ ପଢ଼ନ୍ତୁ...

16 April 2024 02:05 PM (IST)

Odisha Daily News Live: ଦେଶର ଶୁଭ ମନାସି ହନୁମାନ ଜନ୍ମ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା...

Odisha Daily News Live: ଦେଶର ଶୁଭ ମନାସି ହନୁମାନ ଜନ୍ମ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଗତକାଲି ମହାବିଷୁବ ସଂକ୍ରାନ୍ତି ଓ ହିନ୍ଦୁ ନବ ବର୍ଷ ଉତ୍ସବ ଅବସରରେ ବୃକ୍ସ ହିଲ ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ ପାଇଁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

16 April 2024 01:45 PM (IST)

...

Odisha Daily News Live: ବେଗୁନିଆ ବିଧାୟକଙ୍କ ବଢିଲା ଆଡୁଆ। ଖୋର୍ଦ୍ଧାର ଦୁଇ ଦୁଇ ଥରର ବିଧାୟକ ତଥା ବର୍ତମାନର ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ନିର୍ବାଚନ ସତ୍ୟପାଠ ଦାଖଲ ବେଳେ ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ଅନ୍ୟାନ୍ୟ ସାର୍ଟିଫିକେଟ ଦେଇଥିବା ନେଇ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ଉପେନ୍ଦ୍ର କୁମର ରାଉତରାୟ ଦାଖଲ କଲେ ମାମଲା । ୧ସିସି ମାମଲାରେ ୪୭/୨୦୨୪ ରହିଛି କେସ ନମ୍ବର । ଆଇପିସି ଦଫା ୪୨୦,୪୧୯,୪୭୧,୪୬୯,୪୬୬,୪୬୭,୪୬୮,୪୭୦,୧୭୭ରେ ମାମଲା କରିବା ପାଇଁ ହୋଇଛି ଆବେଦନ । ଓଡିଶା ହାଇକୋର୍ଟ ନିର୍ଦେଶ ପରେ ଖୋର୍ଦ୍ଧା କୋର୍ଟରେ ଆଜି ମାମଲା ରୁଜୁ ହୋଇଥିବା ଆବେଦନକାରୀଙ୍କ ଓକିଲ ସନ୍ତୋଷ କୁମର ଅତବୁଦ୍ଧି କହିଛନ୍ତି । ପୂର୍ବରୁ ମଧ୍ୟ ଆବେଦନକାରୀ ସମାନ ଅଭିଯୋଗ ଆଣି ଖୋର୍ଦ୍ଧା କୋର୍ଟରେ ମାମଲା କରିଥିଲେ କିନ୍ତୁ ଆବଦନ କରି ନିର୍ଦ୍ଧାରିତ ସମୟରେ ହାଜିର ନ ହେବାରୁ ଏହାକୁ କୋର୍ଟ ଖାରଜ କରିଦେଇଥିଲେ ।ଏହାକୁ ଚାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆବେଦନାକାରୀଙ୍କୁ ଏସଡିଜେଏମଙ୍କ କୋର୍ଟରେ ପୁନର୍ବାର ଆବେଦନ କରିବାକୁ ନିର୍ଦେଶ ଦେବାପରେ ଆଜି ଏହି ମାମଲା ରୁଜୁ ହୋଇଥିବା ଆବଦନାକାରୀଙ୍କ ଓକିଲ କହିଛନ୍ତି ।ତେବେ ନିର୍ବାଚନ ସମୟରେ ରାଜେନ୍ଦ୍ରଙ୍କ ବିରୁଦ୍ଧରେ ଏଭଳି ଅଭଯୋଗାର କଣ ରହିଛି ଉଦେଶ୍ୟ ତାହା ଏଵେ ଖୋର୍ଦ୍ଧା ସହରରେ ଚର୍ଚ୍ଚା ପାଲଟିଛି ।

16 April 2024 01:30 PM (IST)

Odisha News Live Updates: ୨୨ ଟି ଦେଶୀ ବନ୍ଧୁକ ସହ ତିନ ଗିରଫ । ଗୋଟିଏ ଦୁଇ ନଳିଆ...

Odisha News Live Updates: ୨୨ ଟି ଦେଶୀ ବନ୍ଧୁକ ସହ ତିନ ଗିରଫ । ଗୋଟିଏ ଦୁଇ ନଳିଆ ବନ୍ଧୁକ ରହିଥିବା ବେଳେ ୨୧ ଟି ସିଙ୍ଗଲ ନଳୀ ବନ୍ଧୁକ ରହିଥିବା ର ସୂଚନା ପ୍ରଦାନ କରାଯାଇଛି ।  ଏ ଘଟଣାରେ ତିନି ଜଣଙ୍କୁ ସମ୍ବଲପୁର ଜିଲ୍ଲା ଜମେନକିରା ଚିର୍ଗୁଣ ଖୋଲ ଗାଁରୁ ଗିରଫ କରାଯାଇଛି । ପୋଲିସ ର ସୂଚନା ଅନୁଯାୟୀ ସେମାନେ ଦେଶୀ ବନ୍ଧୁକ ତିଆରି କରିବା ସହ ୧୦/୧୫ ହଜାର ଟଙ୍କା ରେ ବିକ୍ରି କରାଯାଉଥିଲା । ସେମାନେ ବିଭିନ୍ନ ଜାଗାରୁ ପାଇପ ସଂଗ୍ରହ କରି ନିଜେ ଦେଶୀ ବନ୍ଧୁକ ତିଆରି କରୁଥିଲେ | ସେମାନେ ହେଲେ ଗଣେଶ ସିଂ, ଓ ଅରୁଣ ଭୋଇ ଚିର୍ଗୁଣ ଖୋଲ ର ହୋଇଥିବା ବେଳେ ଅନ୍ୟ ଜଣଙ୍କ ବିଦ୍ୟାଧର ପ୍ରଧାନ ଜୁଯୁମୁରା ବ୍ଲକ ବାସୁପାଲି ର ବୋଲି ସୂଚନା ମିଳିଛି । ତାଙ୍କ ନିକଟରୁ ୨୨ ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି ।

16 April 2024 01:15 PM (IST)

Road Accident: କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଟ୍ରକ...

Road Accident: କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଟ୍ରକ ଧକାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ୨ ଜଣ ବ୍ୟକ୍ତି ଏକ ଦୋକାନ ନିକଟରେ ଛିଡା ହୋଇଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ମାଡ଼ିଯିବାରୁ ଦୁର୍ଘଟଣା ଘଟିଥିଲା।  ଟକ୍‌ଟି ଏକ ବାଇକକୁ ଧକ୍କା ଦେବାରୁ ବାଇକଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି । ପୁଲିସର କହିବା ଅନୁଯାୟୀ ଗାଡ଼ିଟି ପ୍ରଥମେ ତାପସ ନାଏକ ନାମକ ଜଣେ କିନ୍ନରକୁ ଧକା ଦେଇ ପଳାଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଏକ ବାଇକ ଉପରେ ମାଡି ଯାଇଥିଲା । ଏଥିରେ ବାଇକରେ ଥିବା ଲାଲମୋହନ ବେହେରାଙ୍କ ସମେତ ତାପସ ନାଏକଙ୍କ ମୃତ୍ୟୁ ହୋଇଛି।

16 April 2024 01:00 PM (IST)

...

Odisha News Live Updates: ସମ୍ବଲପୁର ଜିଲ୍ଲାପାଳ ଓ ଏସ ପି କଣ ରୋମାନ୍ସ କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର | ଗତବର୍ଷ ହନୁମାନ ଶୋଭାଯାତ୍ରା ସମୟରେ ଯେଉଁ ଦଙ୍ଗା ହୋଇଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ | ଯେଉଁ ଜାଗା ରେ ଦଙ୍ଗା ହେଲା ସେ ଜାଗା ରେ ପୋଲିସ ମୃତୟନ ହୋଇ ନ ଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ | ସେଥିପାଇଁ ଏଭଳି ଘଟଣା ଘଟିଥିଲା | ସୂଚନା ଥାଉ କି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏ ବର୍ଷ ହନୁମାନ ଶୋଭାଯାତ୍ରା କୁ ବାରଣ କରାଯାଇଛି |କୋଲକାତା ହାଇକୋର୍ଟ ର ଅର୍ଡର ଅନୁଯାୟୀ ସମସ୍ତ ଙ୍କୁ ରାଲି କିମ୍ବା ଶୋଭାଯାତ୍ରା କରାଯିବାର ଅଧିକାର ରହିଛି, କାହିଁକି ସମ୍ବଲପୁର ରେ ଏହାର ବିପରୀତ | କଣ ପାଇଁ ଏହି ଅଞ୍ଚଳ କୋର୍ଟ ର ଅର୍ଡର କୁ ଅବମାନନା କରାଯାଉଛି | ଗତବର୍ଷ ଯାହା ବି ହୋଇଛି ଆସନ୍ତା ବର୍ଷ ସବୁ ଠିକ ହୋଇଯିବ ବୋଲି କହିଲେ ଜୟ ।

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ : Jay Narayan: 'ସମ୍ବଲପୁର ଜିଲ୍ଲାପାଳ ଓ SP କଣ ରୋମାନ୍ସ କରୁଥିଲେ କି?'

16 April 2024 12:45 PM (IST)

...

Odisha Daily News Live: ଆଜି ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ବିଜେ କରି ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସାଙ୍ଗରେ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣୀ ମଧ୍ଯ ବିରାଜମାନ କରିବେ । ପ୍ରଭୁଙ୍କ ରଥ ଟାଣି ଜନ୍ମ ଜନ୍ମର ପାପ ଧୋଇବା ସହ କିଛି ପୂଣ୍ୟ ଅର୍ଜନ କରିବା ପାଇଁ ଏହି ଦିନକୁ ଅପେକ୍ଷା କରିଥାଆନ୍ତି ଶ୍ରଦ୍ଧାଳୁ । ଆଉ ଆଜି ଲୋକମାନଙ୍କ ଦୁଃଖ ବୁଝିବା ପାଇଁ ମନ୍ଦିରରୁ ବାହାରିବେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପଡ଼ିଥାଏ। ଏହି ଦିନ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ବାସୁଦେବ ଓ ରୁକ୍ମିଣୀଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିର ଯାଏଁ ନିଆଯାଏ। ଏହି ରଥର ନାମ ‘ରୁକୁଣା ରଥ’। ରୁକୁଣା ରଥକୁ ‘ଅଣଲେଉଟା ରଥ’ ବୋଲି କୁହାଯାଏ। ଏ ରଥକୁ ଏପରି କହିବାର ଅର୍ଥ ଏହା ଯେ, ଏହାର ବାହୁଡ଼ା ଯାତ୍ରା ବେଳେ ରଥକୁ ବୁଲାଇ ମୋଡ଼ାଯାଏ ନାହିଁ। କେବଳ ରଥର ସମ୍ମୁଖ ଭାଗକୁ ବନ୍ଦ କରାଯାଇ ରଥ ଉପରେ ଥିବା ସିଂହାସନକୁ ପଛକୁ ଘୁରାଇ ଦିଆଯାଏ ଯାହାକି ସମ୍ମୁଖ ପାର୍ଶ୍ୱ ରୂପେ କାର୍ଯ୍ୟ କରେ ।

 

16 April 2024 12:37 PM (IST)

...

Odisha Daily News Live: କେନ୍ଦୁଝର ସହରର ଜିଲ୍ଲା ଜର୍ଜ କୋଟ ନିକଟସ୍ଥ ଆପୋଲ ଫାର୍ମା ଓଷଧ ଦୋକାନ ରେ ପଶିଲା ଏକ ଆହାତ ବରାହା। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଆହାତ ବାରହାକୁ କରିଛି। ଉଦ୍ଧାର ହୋଇଥିବା ବାରହା ଚିକିତ୍ସା ପରେ ଜଙ୍ଗଲରେ ଛଡା ହେବ ବୋଲି ଡିଏଫଓ କହିଛନ୍ତି । ଆଜି ଦିନ ପ୍ରାୟ ୯.୩୦ ମିନିଟ ସମୟରେ ଜିଲ୍ଲା ଜର୍ଜ କୋର୍ଟ ସମ୍ମୁଖରେ ଖୋଲା ଥିବା ଆପୋଲୋ ଫାର୍ମାସୀ ନାମକ ଏକ ଔଷଧ ଦୋକାନରେ ଆଜି ସକାଳେ ଏକ ଜଙ୍ଗଲୀ ବାରାହା ହଠାତ ପଶିଯାଇଥିଲା । ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରିଥିଲେ । ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କ୍ଵିକ ରେସପୋନ୍ସ ଟିମ ଜନ୍ତା ସହିତ ସେଠାରେ ପଶି ବାରାହା ଟିକୁ ଉଧାର କରିଥିଲେ । ବରାହଟିର ଥୋଡ଼ିରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖାଯାଇଛି । ଉଦ୍ଧ।ର ବାରାହା କୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟ କୁ ନିଆ ଯାଇଛି । ସେଠାରେ ଦୁଇ ତିନିଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡା ଯିବ ବୋଲି କେନ୍ଦୁଝର ଡି ଏଫ ଓ ଧନରାଜ ଏଚଡି କହିଛନ୍ତି ।

16 April 2024 12:15 PM (IST)

...

Odisha News Live Updates: ଜଗତସିଂହପୁର ଜିଲ୍ଲାର ୩ଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ହୋଇଛି । କେବଳ ଜଗତସିଂହପୁର ବିଧାନସଭା ଆସନ ଛାଡିଦେଲେ ପାରାଦୀପ ରୁ ନିରଞ୍ଜନ ନାୟକ, ବାଲିକୁଦା ଏରସମା ରୁ ଇଂ ନଳିନୀ ସ୍ବାଇଁ ଏବଂ ତିର୍ତ୍ତୋଲ ବିଧାନସଭା ଆସନ ରୁ ହିମାଂଶୁ ମଲ୍ଲିକ୍ ଙ୍କୁ ଦଳ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। ଏନେଇ କଂଗ୍ରେସ ର ନେତୃମଣ୍ଡଳୀ ତିର୍ତୋଲ ବିଧାୟକ ପାର୍ଥି ହିମାଂଶୁ ମଲ୍ଲିକ ଙ୍କ ଉପରେ ଭରଷା କରି ଟିକେଟ ଦେଇଥିବାରୁ ସେ କଂଗ୍ରେସ ନେତୃମଣ୍ଡଳୀ ଙ୍କୁ ଧନ୍ୟବାଦ ଜଣାଇବା ସହ ସେଇ ଭରଷା କୁ ରକ୍ଷା କରିବା ସହିତ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି, ସ୍ବାସ୍ଥ୍ୟ ଓ ପ୍ରତ୍ୟେକ ଦିନ ଲୋକଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ଚେଷ୍ଟା ଜାରୀ ରହିବ। ସାଧାରଣ ଲୋକଙ୍କ ସମସ୍ୟା ଓ ସେମାନଙ୍କ ନିଯୁକ୍ତି କୁ ନେଇ ଅବହେଳା କରାଯାଉଥିବା ମୂଖ୍ୟ ମୁଦ୍ଦାକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବି ବୋଲି ତିର୍ତୋଲ ବିଧାୟକ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ଦୃଢକ୍ତି ପ୍ରକାଶ କରିଛନ୍ତି।

 

16 April 2024 12:00 PM (IST)

...

Odisha News Live Updates: ଜଳୁଛି ସାରା ଓଡ଼ିଶା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ୱାର୍ଣ୍ଣିଂ । ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ସମ୍ଭାବନା । ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ୧୮ ସହର । 

 

16 April 2024 11:50 AM (IST)

Odisha Daily News Live: ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ବିଜେପିର...

Odisha Daily News Live: ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ। ପାଟଣାରୁ- ଅଖିଲ ଚନ୍ଦ୍ର ନାୟକ, ସାରସକଣା- ଭାଦବ ହାଁସଦା, ରାଇରଙ୍ଗପୁର- ଜୋଲେନ ବରଦା, ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେଲେ ସତ୍ୟସାରଥି ମହାନ୍ତି । ସେହିପରି, ଜଗତସିଂହପୁର- ଅମରେନ୍ଦ୍ର ଦାଶ, କାକଟପୁର- ବାଇଧର ମଲ୍ଲିକ, ରଣପୁର- ସୁରମା ପାଢ଼ୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି। ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ା- ବସନ୍ତ ଉଲାକା, ଲକ୍ଷ୍ମୀପୁର- କୈଳାସ କୁଲେସିକା, କୋଟପାଡ- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି ଓ ଚିତ୍ରକୋଣ୍ଡାରୁ ଡମ୍ବରୁ ଶିଶା ପ୍ରାର୍ଥୀ ହୋଇଛନ୍ତି।

 

16 April 2024 11:45 AM (IST)

Odisha News Live Updates: ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଅଟୋ...

Odisha News Live Updates: ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଅଟୋ ଓଲୋଟି ପଡିଛି। ଏହି ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି। ଅଟୋଟି ଗଜପତି ଶିକୁଳିପଦର ଗ୍ରାମରୁ ପାଟପୁର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି।

16 April 2024 11:30 AM (IST)

Odisha News Live Updates: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ...

Odisha News Live Updates: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ବାମ ପାର୍ଶ୍ୱରେ ଥିବା ଘରେ ପସି କେହି ଦୁର୍ବୁତ୍ତ ଚୋରି କରିନେଇଥିବା ମୋହନା ଥାନାରେ ଅଭିଯୋଗ ହୋଇଛି। ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ଶିବ ମନ୍ଦିରର ପୂଜକ ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟନାଥ ମହାପାତ୍ର ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଦୟନାଥ ଙ୍କ ସ୍ତ୍ରୀ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ହେତୁ ଚିକିତ୍ସା ପାଇଁ କିଛି ଦିନ ବ୍ରହ୍ମପୁର ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଯାଫଳରେ ଘରେ କେହି ରହୁନଥିବା ସୁଯୋଗ ନେଇ କେହି ଦୁର୍ବୃତ ମାନେ ଘରେ ପସି ଆଲମରା ଭାଙ୍ଗି ଗଚ୍ଛିତ ୨୫ ଭରି ସୁନା ଓ ପ୍ରାୟ ୪୦ ରୁ ୪୫ ହଜାର ଟଙ୍କା ଚୋର ଚୋରିକରି ନେଇଥିବା ଉଦୟନାଥ କହିଛନ୍ତି।

16 April 2024 11:15 AM (IST)

Oman Flash Floods: ଓମାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।...

Oman Flash Floods: ଓମାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏପରି ଅଘଟଣ ଘଟିଥିଲା, ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓମାନର ଉତ୍ତର ଅଲ ଶାର୍କିୟା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଓମାନ ଗଣମାଧ୍ଯମର ରିପୋର୍ଟ ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ରୟାଲ ଓମାନ ପୋଲିସ ଓ ଓମାନ ସେନାକୁ ନିୟୋଜିତ କରାଯାଇଛି । ତେବେ ଏହି ସମୟରେ ଦୁବାଇରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ବର୍ଷା ବେଳେ ଘଣ୍ଟା ପ୍ରତି ୭୦ କିଲୋମିଟର ପବନ ସହ ବର୍ଷା ଓ କୁଆପଥର ମାଡ଼ ହେବା ନେଇ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

16 April 2024 11:00 AM (IST)

Odisha News Live Updates: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ଦଳୀୟ...

Odisha News Live Updates: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ଦଳୀୟ ଅନ୍ତଃକନ୍ଦଳ ସେତିକି ପଦାରେ ପଡୁଛି। ଧୀରେ ଧୀରେ ଜଣକ ପରେ ଜଣେ ମଣ୍ତଳ ସଭାପତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ମେଳି ହୋଇ ସଭା କରୁଛନ୍ତି। ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ବର୍ଷରେ ସାଂସଦ ବିକାଶ ଯେତିକି କରିନାହାନ୍ତି ବରଂ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିଛନ୍ତି। ଦଳୀୟ ସଂଗଠନକୁ ଦୁର୍ବଳ କରି ନିଜସ୍ବ ସଂଗଠନ ଆରମ୍ଭ କରିଛନ୍ତି। ଯାହାକୁ ବିରୋଧ କରି ଦଳୀୟ କର୍ମକତ୍ତାମାନଙ୍କୁ ମେଳି କରି ଅପରାଜିତା ହଟାଓ ନଚେତ୍ ଭୋଟ ନୋଟାକୁ ଯିବ କହିଛନ୍ତି ବିଜେପି ଦଳର ପଦାଧିକାରୀ।ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରିବା ସହିତ ଦଳୀୟ କର୍ମକତ୍ତା ଙ୍କୁ ସାଗଂରେ ନେଇ ପାରୁଥିବା ବ୍ଯକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ ପୁଣି ଦାବି କରିଛନ୍ତି ଦଳୀୟ ନେତୃବୃନ୍ଦ। ଦୀର୍ଘ ଦିନ ଧରି ସାଂସଦ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିବା ସହିତ ନିଜସ୍ବ ସଂଗଠନ ସୁଦୁଢ କରିଛନ୍ତି। 

16 April 2024 10:45 AM (IST)

Odisha News Live Updates: ଏବେ ସମ୍ବଲପୁରରେ ବିନା ଅସ୍ତ୍ରୋପଚାରରେ ହେବ କିଡ଼ନୀ ଷ୍ଟୋନ...

Odisha News Live Updates: ଏବେ ସମ୍ବଲପୁରରେ ବିନା ଅସ୍ତ୍ରୋପଚାରରେ ହେବ କିଡ଼ନୀ ଷ୍ଟୋନ ସହ ଅନ୍ୟାନ୍ୟ ଅପସରେସନ । ଆଉ ସମ୍ବଲପୁର ତଥା ଆଖପାଖର ରୋଗୀଙ୍କୁ ଅପରେସନ ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ସମ୍ବଲପୁର ବିକାଶ ହସ୍ପିଟାଲରେ ଏଥର ଏହି ସୁବିଧା ଉପଲବ୍ଧ । କମ ଖର୍ଚ୍ଚ ରେ କିଡ଼ନୀ ଲେଜର ଅପରେସନ ସହ ପରିଶ୍ରା ଥଳି ରେ ପଥର, ପରିଶ୍ରା ଥଳି ରେ ଥିବା ମାଂସ ପିଣ୍ଡୁଳା, ପ୍ରୋଷ୍ଟେଟ ଗ୍ରନ୍ଥି ଆଦି ର ଚିକିତ୍ସା ବିନା ଅପରେସନ ରେ ଲେଜର ଚିକିତ୍ସା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ସୂଚନା ପ୍ରଦାନ କରାଯାଇଛି ।

 

16 April 2024 10:23 AM (IST)

Gold Rate: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ...

Gold Rate: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୭,୦୬୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୩,୧୬୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୬୭,୦୬୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭୩,୧୬୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୪,୮୭୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬୭,୦୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି  ୭୩,୧୬୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୪,୮୭୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

16 April 2024 10:15 AM (IST)

Odisha News: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା...

Odisha News: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ ଲିଭିଗଲା ଜୀବନ ଦୀପ। ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା (ଡଲଫିନ୍ ବସ୍) ଯାତ୍ରୀବାହୀ ବସ୍‌ । ଏ-ହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରହିଛି। ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

16 April 2024 10:00 AM (IST)

...

Odisha Daily News Live: ମା ସମଲେଶ୍ୱରୀ ଙ୍କର ଭଜନ ସହ ଭିଡିଓ ରିଲିଜ ହେଲା ''ନମୋ ନମୋ ମା''।  ସମ୍ବଲପୁର ସାମ୍ବାଦିକ ଭବନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୀତ ର ସମ୍ପୃକ୍ତ ବ୍ୟକ୍ତି ବିଶେଷ ଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ ।

 

16 April 2024 09:45 AM (IST)

Odisha Daily News Live: ନିୟମିତ ସ୍କୁଲରେ ପାଠ ପଢାଇବେ ପ୍ରଧାନ ଶିକ୍ଷକ। ଦିନକୁ ଅତି...

Odisha Daily News Live: ନିୟମିତ ସ୍କୁଲରେ ପାଠ ପଢାଇବେ ପ୍ରଧାନ ଶିକ୍ଷକ। ଦିନକୁ ଅତି କମରେ ୨ଟି କ୍ଲାସ୍ ନେବେ। ଏଭଳି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।  ଶିକ୍ଷାରୁ ଗୁଣାତ୍ମାକ ମାନ ବଢାଇବା ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ ସ୍କୁଲର ଅଭିଜ୍ଞ  ହୋଇଥିବାରୁ ସେମାନଙ୍କର ପାଠପଢା ମାନ ବହୁତ ଭଲ। ତେଣୁ ପିଲାଙ୍କ ଶିକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ  ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି କରାଯାଇଛି। 

16 April 2024 09:30 AM (IST)

Odisha News Live Updates: ବଦଳିଛି ପୁରୀ ବିଜେଡିର ରାଜନୀତି ସମିକରଣ। ରାଗ ଅଭିମାନ ଛାଡି...

Odisha News Live Updates: ବଦଳିଛି ପୁରୀ ବିଜେଡିର ରାଜନୀତି ସମିକରଣ। ରାଗ ଅଭିମାନ ଛାଡି ଏକଜୁଟ ହୋଇଛନ୍ତି ସମସ୍ତ ବିଜେଡି ନେତା ଓ କର୍ମୀ। ପୁରୀ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥିଙ୍କୁ ନିର୍ବାଚିତ କରିବାକୁ ଅଣ୍ଟା ଭିଡିଛି ଦଳ। ଦଳର ସୁପ୍ରୀମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଆଗାମୀ ନିର୍ବାଚନ ପାଇଁ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ଦାୟିତ୍ବ ଦେଇଛନ୍ତି। ଏମିତିବି ଦଳ ମଧ୍ୟରେ ଥିବା ଅସନ୍ତୋଷ ଦୁର କରିବା ପାଇଁ ଶଂଖଭବନକୁ ଡାକି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମନମାଳିନ୍ଯ ଦୂର କରାଯାଇଛି। ଯାହା ଆଜିର ବିଜୁ ଶ୍ରମିକ ସାମୁଖ୍ଯ ସମାବେଶ ଉତ୍ସବରେ ଦେଖିବାକୁ ମିଳିଛି।

16 April 2024 09:15 AM (IST)

Odisha News Live Updates: ମଧ୍ୟ ପୂର୍ବରେ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ...

Odisha News Live Updates: ମଧ୍ୟ ପୂର୍ବରେ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶିଖରରେ ପହଞ୍ଚିସାରିଛି। ଗତ ଶନିବାର ରାତିରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଶହ ଶହ ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବ ସାମଗ୍ର ବିଶ୍ୱରେ ଦେଖିବାକୁ ମିଳିଥିଲା। ଏହି ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ ଦରଦାମ ବୃଦ୍ଧି ହୋଇପାରେ। ଏହା ସହିତ ଅଶୋଧିତ ତୈଳ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇପାରେ।

16 April 2024 09:00 AM (IST)

ଚୁଟକୀରେ ପଢନ୍ତୁ ଆଜି ଦିନର ୧୦ ବଡ଼ ଖବର :Top 10 News Headlines: ସଂକ୍ଷେପରେ ପଢନ୍ତୁ...

ଚୁଟକୀରେ ପଢନ୍ତୁ ଆଜି ଦିନର ୧୦ ବଡ଼ ଖବର :Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

16 April 2024 08:45 AM (IST)

...

Odisha News Live Updates: ଏ ପ୍ରିଲ ୧୬ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ମଙ୍ଗଳବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Petrol Diesel Price Today: ଜାଣନ୍ତୁ ଆଜି କେତେ ରହିଛି ଭୁବନେଶ୍ବରରେ ପେଟ୍ରୋଲ୍ -ଡିଜେଲ୍ ରେଟ୍ 

 

16 April 2024 08:30 AM (IST)

Delhi Liquor Case: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

Delhi Liquor Case: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି (ED)। ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟିକୁ ପାଣ୍ଠି ଯୋଗାଇଥିବା ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଛି। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇଡି । ଇଡି ଚାନପ୍ରୀତ ସିଂଙ୍କୁ ଗିରଫ କରିଛି। ଚାନପ୍ରୀତ ସିଂ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟିକୁ ପାଣ୍ଠି ଯୋଗାଇଥିବା ଅଭିଯୋଗ ହୋଇଛି। ଇଡି ଚାନପ୍ରୀତଙ୍କୁ ଦିଲ୍ଲୀରୁ ଗିରଫ କରିଛି।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Delhi Liquor Case: ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ED

16 April 2024 08:20 AM (IST)

Odisha Daily News Live: ଯାଜପୁର ବସ୍ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ...

Odisha Daily News Live: ଯାଜପୁର ବସ୍ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ନବୀନ ସରକାର ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ସେପେଟ ଆଜି କଟକ ମେଡିକାଲରେ ପହଞ୍ଚି  ଆହତଙ୍କୁ ଭେଟିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍  । ସେମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ଆହତଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି । ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିବାବେଳେ ଅହତଙ୍କ ମଧ୍ୟରୁ ୧୪ ଜଣ ଆଜି ମେଡିକାଲରୁ ଡିସଚାର୍ଜ ହେବାର ସୂଚନା ରହିଛି ।

 

16 April 2024 08:12 AM (IST)

Odisha Daily News Live: ଭାରତୀୟ ପାଣିପାଗ ବିଭାଗ (IMD) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ...

Odisha Daily News Live: ଭାରତୀୟ ପାଣିପାଗ ବିଭାଗ (IMD) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପର୍କରେ ପୂର୍ବାନୁମାନ କରିଛି । ଆକଳନ ଅନୁଯାୟୀ କୁହାଯାଇଛି ଯେ, ପୂର୍ବ ବର୍ଷ ଅପେକ୍ଷା ଏଥର ବର୍ଷା ଭଲ ହେବ । ଅର୍ଥାତ ଚଳିତଥର ଦେଶକୁ ମୌସୁମୀ ଛୁଇଁବା ପରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ପ୍ରାୟ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି ।ଆପଣଙ୍କୁ କହିରଖୁଛୁ ଯେ, ଜୁନ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ୱର ପର୍ଯ୍ୟନ୍ତ ହେଉଥିବା ବର୍ଷା ୯୬%ରୁ ୧୦୪% ମଧ୍ୟରେ ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଇଥାଏ । ଏଥର ୨ ପ୍ରତିଶତ ଅଧିକ ବର୍ଷା ଆଶଙ୍କା ଥିବାରୁ ସ୍ୱାଭାବିକ ଠାରୁ ଅଧିକ ମାତ୍ରାରେ ବର୍ଷା ହେବ ବୋଲି କୁହାଯାଇଛି । ଚଳିତଥର ଅଗଷ୍ଟ ସେପ୍ଟେମ୍ୱର ମାସ ମଧ୍ୟରେ ଅଧିକ ବର୍ଷା ହେବ ବୋଲି ରିପୋର୍ଟ ମିଳିଛି । ମୌସୁମୀ ସହିତ ଲା ନିନା ପ୍ରଭାବ କାରଣରୁ ବର୍ଷାର ମାତ୍ରା ଅଧିକ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ଦେଶର କେଉଁ ଅଞ୍ଚଳରେ ବର୍ଷାର ମାତ୍ରା କେତେ ରହିବ ସେନେଇ କୌଣସି ସୂଚନା ଆଇଏମଡି ପକ୍ଷରୁ ଜାରୀ କରାଯାଇନାହିଁ । ମଇ ମାସ ପ୍ରଥମ ସପ୍ତାହରେ ବର୍ଷା ଅନୁପାତ ନେଇ ସୂଚନା ଦିଆଯାଇପାରେ ବୋଲି ଖବର ମିଳିଛି । ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିନ ଡ. ଏମ ରବିଚନ୍ଦ୍ରନଙ୍କ ସୂଚନା ମୁତାବକ ଦେଶର ଉତ୍ତରପଶ୍ଚିମ, ପୂର୍ବ ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କିଛି ଅଞ୍ଚଳକୁ ବାଦ ଦେଲେ ଦେଶର ଅନ୍ୟ ପ୍ରାନ୍ତରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ପ୍ରାୟତଃ ପ୍ରତିବର୍ଷ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । ପରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରବେଶ କରିଥାଏ । ମୌସୁମୀ କେରଳ ଛୁଇଁବାର ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚିଥାଏ । ଚଳିତ ବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ମୌସୁମୀ ପହଞ୍ଚିପାରେ ବୋଲି ପୂର୍ବରୁ ଆକଳନ କରିଥିଲା ପାଣିପାଗ ବିଭାଗ ।

 

16 April 2024 07:58 AM (IST)

Odisha News Live Updates: ଜନସାଧାରଣ ପ୍ରକଳ୍ପ ବା ସରକାରୀ ପ୍ରକଳ୍ପକୁ ସ୍ଥଗିତ ରଖିବା...

Odisha News Live Updates: ଜନସାଧାରଣ ପ୍ରକଳ୍ପ ବା ସରକାରୀ ପ୍ରକଳ୍ପକୁ ସ୍ଥଗିତ ରଖିବା ଏବଂ ଭାରତର ଆର୍ଥିକ ସ୍ୱାର୍ଥକୁ ପ୍ରଭାବିତ କରିବା ପାଇଁ ଭାରତୀୟ ଏନଜିଓ / ଟ୍ରଷ୍ଟକୁ ଅର୍ଥ ପ୍ରଦାନରେ ବିଦେଶୀ ସଂସ୍ଥାଗୁଡ଼ିକର ମିଳିତ ପ୍ରୟାସ ରହିଛି ବୋଲି ଆୟକର ବିଭାଗ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛି। ଟ୍ୟାକ୍ସ ରିଟର୍ଣ୍ଣର ପୁନଃ ମୂଲ୍ୟାଙ୍କନ ପାଇଁ ଏହାକୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍‌ରେ ଆଇଟି ବିଭାଗ କହିଛି ଯେ ଏହାର ଅନୁସନ୍ଧାନ ୱିଙ୍ଗ ସେପ୍ଟେମ୍ବର ୭, ୨୦୨୨ ରେ ଏନଜିଓ ବିରୋଧରେ ଏକ ସର୍ଭେ ଆରମ୍ଭ କରିଛି ଏବଂ “ସାମଗ୍ରୀ ବିଶ୍ଳେଷଣ କରିବା ପରେ ଏବଂ ପ୍ରମାଣ ଉପରେ ନିରପେକ୍ଷ ପ୍ରୟୋଗ ଉପରେ ଆଧାର କରି ଏହା ଜଣାପଡିଛି।” ଏହାର “କାର୍ଯ୍ୟକଳାପଗୁଡ଼ିକ ନା ବାସ୍ତବିକ କିମ୍ବା ଟ୍ରଷ୍ଟର ହୀତକୁ ଦୃଷ୍ଟିରେ ରଖି କରାଯାଉଛି”।

16 April 2024 07:50 AM (IST)

Odisha News Live Updates: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ...

Odisha News Live Updates: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ବାମ ପାର୍ଶ୍ୱରେ ଥିବା ଘରେ ପସି କେହି ଦୁର୍ବୁତ୍ତ ଚୋରି କରିନେଇଥିବା ମୋହନା ଥାନାରେ ଅଭିଯୋଗ ହୋଇଛି। ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ଶିବ ମନ୍ଦିରର ପୂଜକ ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଉଦୟନାଥଙ୍କ ସ୍ତ୍ରୀ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ହେତୁ ଚିକିତ୍ସା ପାଇଁ କିଛି ଦିନ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଯାହା ଫଳରେ ଘରେ କେହି ରହୁନଥିବା ସୁଯୋଗ ନେଇ କେହି ଦୁର୍ବୃତମାନେ ଘରେ ପସି ଆଲମିରା ଭାଙ୍ଗି ଗଚ୍ଛିତ ୨୫ ଭରି ସୁନା ଓ ପ୍ରାୟ ୪୦ ରୁ ୪୫ ହଜାର ଟଙ୍କା ଚୋର ଚୋରିକରି ନେଇଥିବା ଉଦୟନାଥ କହିଛନ୍ତି।

16 April 2024 07:35 AM (IST)

Odisha Daily News Live: ରାଜ୍ୟରେ ଗ୍ରୀଷ୍ମର ଉତ୍ତାପ ଧିରେ ଧିରେ ବଢ଼ିବାରେ ଲାଗିଛି ।...

Odisha Daily News Live: ରାଜ୍ୟରେ ଗ୍ରୀଷ୍ମର ଉତ୍ତାପ ଧିରେ ଧିରେ ବଢ଼ିବାରେ ଲାଗିଛି । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ଗତକାଲି ତାପମାତ୍ରା ୪୧.୨°C ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡ଼ିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଏହି ପାଣିପାଗ ସ୍ତିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Weather Report: ଏହି ସବୁ ଜିଲ୍ଲାରେ ରେକର୍ଡ ପାର୍ କରିବ ତାପମାତ୍ରା, ଆଲର୍ଟ ଜାରି..

16 April 2024 07:20 AM (IST)

Odisha News Live Updates::(ଭୁବନେଶ୍ୱର) : ସ୍ୱଚ୍ଛ ଋଣ କାରବାରକୁ ପ୍ରୋତ୍ସାହନ ଦେବାକୁ...

Odisha News Live Updates::(ଭୁବନେଶ୍ୱର) : ସ୍ୱଚ୍ଛ ଋଣ କାରବାରକୁ ପ୍ରୋତ୍ସାହନ ଦେବାକୁ ଯାଇ ଭାରତର ରିଜର୍ଭ ବ୍ୟାଙ୍କ (Reserve Bank of India) ତତ୍ପର ହୋଇଛନ୍ତି। ବ୍ୟାଙ୍କଗୁଡ଼ିକ ଯେଉଁଭଳି ଭାବେ ଗୋପନୀୟ ସର୍ତ୍ତ ( ହିଡେନ୍‍ ଟର୍ମସ) ବ୍ୟବହାର କରୁଛନ୍ତି ସେଥିରୁ ଗ୍ରାହକଙ୍କୁ ମୁକ୍ତି ଦେବା ଲାଗି  ବ୍ୟବସ୍ଥା କରିଛନ୍ତି। ଏହି ଅନୁସାରେ  ଗ୍ରହକ ନେଇଥିବା ଋଣର ମୌଳିକ ସୂଚନାକୁ ପ୍ରତିବର୍ଷ ଅକ୍ଟୋବର ୧ ତାରିଖ ଦିନ ଗ୍ରାହକଙ୍କୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ। ଏହାକୁ ବ୍ୟାଙ୍କ ‘କି’ ଫ୍ୟାକ୍ଟସ ଷ୍ଟେଟମେଣ୍ଟ’ ବା ‘ମୌଳିକ ସୂଚନାପତ୍ର’ ଭାବେ ଅଭିହିତ କରାଯିବ। 

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ :RBI: ଏଣିକି ବ୍ୟାଙ୍କ୍ ଦେବେ ଋଣଗ୍ରହୀତାଙ୍କୁ ସ୍ପଷ୍ଟ ଋଣ ସୂଚନା, ରିଜର୍ଭ ବ୍ୟାଙ୍କ ଜାରିକଲା ବିଜ୍ଞପ୍ତି

16 April 2024 07:04 AM (IST)

Odisha News Live Updates: ଆଜି ପବିତ୍ର ଅଶୋକାଷ୍ଟମୀ ।  ଏନେଇ ଚଳଚଞ୍ଚଳ ପ୍ରଭୁ...

Odisha News Live Updates: ଆଜି ପବିତ୍ର ଅଶୋକାଷ୍ଟମୀ ।  ଏନେଇ ଚଳଚଞ୍ଚଳ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ଶ୍ରୀ-ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ନୀତିକାନ୍ତି ଆଜି ସକାଳ ୫ ଟାରୁ ଆରମ୍ଭ ହୋଇଛି। ନୀତିକାନ୍ତି ‌ଶେଷ ପରେ ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚାନ ମିଳିଛି। ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମନ୍ଦିର କମିଟି ଓ କମିସନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Odisha News: ଆଜି ଆଶୋକାଷ୍ଟମୀ, ଏହି ସମୟରେ ଟଣା ହେବ ଲିଙ୍ଗରାଜଙ୍କ ରୁକୁଣା ରଥ

Add Zee News as a Preferred Source

About the Author