Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।
Trending Photos
୧୭ ମିନିଟ ପାଇଁ ଅଟକିଗଲା ବୁଲେଟ ଟ୍ରେନ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
ବିଶ୍ୱ ପ୍ରସିଦ୍ଧ ଜାପାନ ବୁଲେଟ୍ ଟ୍ରେନ୍ ଏହାର ଦ୍ରୁତ ଗତି ଏବଂ ସମୟାନୁବର୍ତ୍ତିତା ପାଇଁ ଜଣାଶୁଣା। ଏହି ଦେଶର ବୁଲେଟ ଟ୍ରେନ ସେବାରେ କିଛି ମିନିଟ ସମୟର ବିଳମ୍ବ ମଧ୍ୟ ଅତ୍ୟନ୍ତ ବିରଳ ଘଟଣା ଭାବେ ବିବେଚନା କରାଯାଏ। ହେଲେ ଏବେ ଗୋଟିଏ ମିନିଟ ନୁହେଁ ବରଂ ୧୭ ମିନିଟ ପାଇଁ ମିନିଟ ପାଇଁ ଅଟକିଯାଇଛି ଜାପାନୀ ବୁଲେଟ୍ ଟ୍ରେନ୍। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଗୋଟିଏ ସାପ କାରଣରୁ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ପ୍ରାୟ ୧୭ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା।
ପଢନ୍ତୁ ପୁରା ଖବର
ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
ପଢନ୍ତୁ ପୁରା ଖବର
Amanatullah Khan Arrested: ଆମ୍ ଆଦମୀ ପାର୍ଟି (AAP) ର ଅସୁବିଧା ହ୍ରାସ ହେବାର ଦେଖା ଯାଉ ନାହିଁ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଇଡି ଆଉ ଏକ ଗିରଫ କରିଛି। ୱାକଫ ବୋର୍ଡ ସ୍କାମରେ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଇଡି ଗିରଫ କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୱାକଫ ବୋର୍ଡରେ ନିଯୁକ୍ତି ମାମଲାରେ ସ୍କାମ ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଛି।
ଗାଦି ହରାଇପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ! ଜାଣନ୍ତୁ କାହିଁକି
ଭାରତ ବିରୋଧି ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନିଜ ଦେଶରେ ଘେରି ହୋବାରେ ଲାଗିଛନ୍ତି। ମାଲଦ୍ୱୀପ ସଂସଦ ନିର୍ବାଚନ ପୂର୍ବରୁ ଗତ ୨୦୧୮ ବର୍ଷରେ ତାଙ୍କ ଦ୍ୱାରା କରାଯାଇଥିବାର ଦୁର୍ନୀତିର ରିପୋର୍ଟ ଲିକ୍ ହୋଇଯାଇଛି। ଯାହା ପରେ ବିରୋଧି ଦଳ ଏହି ଘଟଣାରେ ତଦନ୍ତ ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଦାବି ଜଣାଇଛି। ହେଲେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ପଢନ୍ତୁ ପୁରା ଖବର
୨୦୨୪ ଲୋକସଭା ନିର୍ବାଚନ ପାଇଁ କେବେ ଦେବାକୁ ଯିବେ ଭୋଟ? ସମୟ କହିଦେଲେ ପ୍ରଧାନମନ୍ତ୍ରୀ
ଏବେ ଦେଶର ବିଭିନ୍ନ ଭାଗରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଚଳିତ ବର୍ଷ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୪୦ ଡିଗ୍ରୀ ପାର କରି ସାରିଲାଣି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏଥର ପ୍ରବଳ ଗରମ ଅନୁଭୂତ ହୋଇପାରେ। ଦେଶର ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଭାଗରେ ଅଧିକ ଗ୍ରଷ୍ମ ପ୍ରବାହ ଅନୁଭୂତ ହେଉଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଅନୁଷ୍ଠିତ ହେଉଛି ଲୋକସଭା ନିର୍ବାଚନ। ଯଦିଓ ନିର୍ବାଚନ ଆୟୋଗ ଅନେକ ମାନଦଣ୍ଡ ଆଧାରରେ ନିର୍ବାଚନ ତାରିଖ ସ୍ଥିର କରଛନ୍ତି।
ପଢନ୍ତୁ ପୁରା ଖବର
'ରାହୁଲଯାନ ନାଁ ଲଞ୍ଚ ହୋଇପାରୁଛି ନାଁ ଲ୍ୟାଣ୍ଡ କରିପାରୁଛି'
୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ପ୍ରଚାର। ଏହି କ୍ରମରେ ବିଜେପି ନେତାମଧ୍ୟ କେରଳରେ ଜୋରଦାର ରାଲି କରୁଛନ୍ତି। ଗୁରୁବାର (ଅପ୍ରେଲ ୧୮) କୋଟାୟମ ଠାରେ ଏକ ନିର୍ବାଚନ ରାଲି କରିବା ଅବସରରେ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ "ଆଦିତ୍ୟଯାନ" ସୂର୍ଯ୍ୟ ନିକଟରେ ପହଞ୍ଚିସାରିଛି। ବର୍ତ୍ତମାନ ବିଜେପି ଆଗାମୀ ୫ ବର୍ଷରେ "ଗଗନଯାନ" ଲଞ୍ଚ କରିବାକୁ ଯାଉଛି। ସମସ୍ତଙ୍କର ଲଞ୍ଚ ହୋଇପାରୁଛି। ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଗତ ୨୦ ବର୍ଷ ମଧ୍ୟରେ ଲଞ୍ଚ ହୋଇପାରୁ ନାହାଁନ୍ତି।
ପଢନ୍ତୁ ପୁରା ଖବର
ଟିକେଟ ପାଇବା ପରେ ଚିନ୍ତାରେ ବିଜେପି ପ୍ରାର୍ଥୀ; ସାଥ୍ ଦେଉନାହଁନ୍ତି ନିଜ ଲୋକ
୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ଟିକେଟ ପାଇବା ପରେ ବିଜେପି ପ୍ରାର୍ଥୀଙ୍କ ଲାଗି ଚିନ୍ତା ବଢିଯାଇଛି। ସ୍ଥିତି ଏପରି ହୋଇଛି ଯେ ତାଙ୍କୁ ତାଙ୍କ ନିଜ ଲୋକଙ୍କ ସହଯୋଗ ମିଳୁନାହିଁ। ସେ ହେଉଛନ୍ତି ଅବଦୁଲ ସଲାମଙ୍କୁ ସ୍ଥାନ ମିଳିଛି। ଯିଏ କେରଳର ମାଲାପ୍ପୁରମ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଏକମାତ୍ର ମୁସଲମାନ ପ୍ରାର୍ଥୀ ଭାବେ ଅବଦୁଲ ସଲାମଙ୍କୁ ରାଜ୍ୟର ମାଲାପ୍ପୁରମ ଆସନରୁ ପ୍ରାର୍ଥୀ କରିଛି ବିଜେପି।
ପଢନ୍ତୁ ପୁରା ଖବର
ଆଇଟିସମ୍ ର ସଫଳ ଫ୍ଳାଇଟ ଟେଷ୍ଟ କଲା ଡିଆରଡ଼ିଓ
ଗୁରୁବାର (ଅପ୍ରେଲ ୧୮) ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡ଼ିଓ) ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଯାହାର ନାଁ ହେଉଛି ଇଣ୍ଡିଜେନିୟସ ଟେକ୍ନୋଲୋଜି କ୍ରୁଜ୍ ମିସାଇଲ୍ (ଆଇଟିସମ୍)। ଗୁରୁବାର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର) ଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏହି କ୍ଷେପଣାସ୍ତ୍ରର ସଫଳ ଫ୍ଳାଇଟ ଟେଷ୍ଟ କରିଥିଲା ଡିଆରଡ଼ିଓ।
ପଢନ୍ତୁ ପୁରା ଖବର
EPFO Rule Change: PF ଆକାଉଣ୍ଟରୁ ଚିକିତ୍ସା ପାଇଁ ଟଙ୍କା ପ୍ରତ୍ୟାହାରର ସୀମା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଇପିଏଫ୍ ସଦସ୍ୟମାନେ 68J କ୍ଲେମ୍ ଅନୁଯାୟୀ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। ପୂର୍ବରୁ ଏହି ସୀମା ମାତ୍ର ୫୦ ହଜାର ଟଙ୍କା ଥିଲା। ସଦସ୍ୟମାନେ ସେମାନଙ୍କର ବିବାହ, ଚିକିତ୍ସା, ଶିକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଫର୍ମ ୩୧ ମାଧ୍ୟମରେ PF ପାଣ୍ଠିରୁ ଟଙ୍କା ଉଠାଇପାରୁଥିଲେ।
DRDO Cruise Missile: ଓଡ଼ିଶାର ଚାନ୍ଦିପୁରରୁ ନିର୍ଭୟ କ୍ରୁଜ୍ କ୍ଷେପଣାସ୍ତ୍ରକୁ DRDO ସଫଳତାର ସହ ପରୀକ୍ଷଣ କରିଛି। ଏଥର କ୍ରୁଜ୍ ମିସାଇଲରେ ସ୍ୱଦେଶୀ ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ଏହି କ୍ଷେପଣାସ୍ତ୍ର ସମୁଦ୍ରରୁ ଅତି କମ୍ ଉଚ୍ଚତାରେ ଉଡ଼ି ଶତ୍ରୁ ରାଡାରକୁ ଧ୍ୱଂସ କରିପାରେ।
Indigenous Technology Cruise Missile (ITCM) successfully flight tested today from ITR Chandipur, off the coast of Odisha. ITCM is long range subsonic cruise missile powered by indigenous propulsion system @PMOIndia @DefenceMinIndia @SpokespersonMoD pic.twitter.com/wLlpV4wHkx
— DRDO (@DRDO_India) April 18, 2024
ବେଲ୍ ପାଇବା ପାଇଁ ଏଭଳି କାମ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ଶୁଣିଲେ ଚକିତ ହୋଇଯିବେ ଆପଣ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ନ୍ୟାୟିକ ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଏବେ ଦିଲ୍ଲୀ ତିହାର ଜେଲ୍ ରେ ଅଛନ୍ତି। ହେଲେ ଜେଲ୍ ରେ ଥାଇ ବେଲ୍ ପାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯେଉଁ କାମ କରୁଛନ୍ତି ସେ କଥା ଶୁଣିଲେ ଆପଣ ଶୁଣିଲେ ଚକିତ ହୋଇଯିବେ ଆପଣ। ଅରବିନ୍ଦ କେଜ୍ରିୱାଲ ଆମ୍ବ, ମିଠା, ଆଳୁ, ପୁରୀ ଖାଉଥିବାର ଖବର ଆସିଛି।
ପଢନ୍ତୁ ପୁରା ଖବର
Odisha News Live Updates: ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ
ଟିକେଟ ମିଳିବା ପରେ ନବୀନ ନିବାସରେ ଲାଗିଛି ପ୍ରାର୍ଥୀଙ୍କ ଭିଡ଼ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ପହଁଚିଛନ୍ତି ପ୍ରାର୍ଥୀ । ରେଢାଖୋଲରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରେ ପହଁଚିଛନ୍ତି । ପୂର୍ବରୁ ପ୍ରସନ୍ନ ସମ୍ବଲପୁରରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ବେଳେ ଏଥର ରେଢାଖୋଲରୁ ନିର୍ବାଚନ ଲଢ଼ିବେ । ସେହିପରି କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ହିନ୍ଦୋଳ ବିଧାନସଭା ପ୍ରାର୍ଥୀ ସୀମା ନାୟକ, ଜୟପୁର ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦ ମଧ୍ୟ ପହଁଚିଛନ୍ତି । ଜୟପୁରରୁ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ଏଥିପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇନ୍ଦିରା । ଏହାଛଡ଼ା ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ, ଦେବଗଡ଼ର ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ଟିକେଟ ପାଇଥିବା ସଂଯୁକ୍ତ ସିଂ ଓ ସାନଖେମୁଣ୍ଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଅନୁଗୁଳ ପ୍ରାର୍ଥୀ ସଂଯୁକ୍ତା ସିଂହ ଓ ପଦ୍ମପୁରରୁ ପ୍ରାର୍ଥୀ ହୋଇଥିବା ବର୍ଷା ସିଂହ ବରିହା ମଧ୍ୟ ନବୀନ ନିବାସରେ ପହଁଚିଛନ୍ତି ।
Odisha News Live Updates: ଅଙ୍ଗଦାନ କରି ଅମର
ଅଙ୍ଗଦାନ କରି ଅମର । ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ପରେ ଦୁଇଟି ଯାକ କିଡନୀ ଓ ଲିଭର ଦେଇ ତିନି ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ମହିଳା ସଂଯୁକ୍ତା ପାତ୍ର । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତାଙ୍କ ମସ୍ତିଷ୍କ ଆଘାତ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ତାଙ୍କର ଦୁଇଟି କିଡନୀ ଓ ଲିଭର କଢାଯାଇ ଗୋଟିଏ ଏସସିବି ମେଡିକାଲ ଓ ଅନ୍ୟ କିଡନୀଟି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯିବା ପାଇଁ ସ୍ଥିର ହୋଇଥିଲା।
Odisha News Live Updates: ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ
ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ। ବିଟ୍ କଏନ୍ ସ୍କାମ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ କୁନ୍ଦ୍ରାଙ୍କର ୯୭.୭୯ କୋଟିର ସମ୍ପତ୍ତି ଜବତ କରିଛି। ତେବେ ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ତାଙ୍କର ଜୁହୁ ସ୍ଥିତ ଫ୍ଲାଟ୍ ମଧ୍ୟ ରହିଛି, ଯାହାକି ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିଲା। ପିଏମଏଲଏ ଆକ୍ଟ ଅନୁସାରେ ଇଡି ରାଜ କୁନ୍ଦ୍ରାଙ୍କ ବିରୋଧରେ ଏହି ଆକ୍ସନ ନେଇଛି। ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ରାଜଙ୍କର ଜୁହୁ ସ୍ଥିତ ଫ୍ଲାଟ୍, ପୁଣେର ଏକ ବଙ୍ଗଳା ଏବଂ ତାଙ୍କ ନାମରେ ଥିବା ଇକ୍ୱିଟି ସେୟାର ମଧ୍ୟ ସାମିଲ ଅଛି। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ପୋଲିସ, ଦିଲ୍ଲୀ ପୋଲିସର ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରକୁ ଆଧାରକୁ ନେଇ ଇଡି ଏହି ଯାଞ୍ଚ ଆରମ୍ଭ କରିଥିଲା।
Odisha News Live updates: ହୋଟେଲ ରୁମରୁ ଜବତ ହେଲା ୧୨ କେଜି ଗଞ୍ଜେଇ
ବରଗଡ଼ ଟାଉନ ଥାନା ପୋଲିସକୁ ବଡ ସଫଳତା। ହୋଟେଲ ରୁମରୁ ଜବତ ହେଲା ୧୨ କେଜି ଗଞ୍ଜେଇ। ସେପଟେ ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ବରଗଡ ରେଲୱେ ଷ୍ଟେସନ ସମ୍ମୁଖରେ ଥିବା ବିଜୟ ହୋଟେଲର ରୁମ ନମ୍ବର ୧୦୩ ରେ ୨ ଜଣ ଯୁବକ ଗଞ୍ଜେଇ ଚାଲାଣ ନେଇ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା ପୋଲିସ। ଚଢାଉ ବେଳେ ଖସିଯାଉଥିବାକୁ ପ୍ରୟାସ କରୁଥିବା ଏହି ୨ ଯୁବକଙ୍କୁ ଗିରଫ କରିଛି ପୋଲିସ। ଏଥିସହ ତାଙ୍କ ଠାରୁ ଏକ ବ୍ୟାଗ ଜବତ କରିଥିଲା ପୋଲିସ। ବ୍ୟାଗକୁ ଯାଞ୍ଚ କରିବା ପରେ ସେଥିରୁ ୧୨ କେଜିର ଗଞ୍ଜେଇ ଜବତ କରିଥିଲା ପୋଲିସ। ଗିରଫ ଯୁବକ ଦ୍ଵୟ ୟୁପିର ରାଜନ ଗୌଡ଼ ଓ ହରଦେବ କୁସବା। ଜବତ ଗଞ୍ଜେଇ ବୌଦ୍ଧରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା କହିଛି ପୋଲିସ । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
Odisha News Live Updates: ନିର୍ବାଚନୀ ଇସ୍ତାହାର ପାଇଁ ମତାମତ ଲୋଡିଲେ ଭିକେ ପାଣ୍ଡିଆନ
ବିଜେଡିର ନିର୍ବାଚନି ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ । ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ପାଣ୍ଡିଆନ । ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ଲୋଡ଼ିଛନ୍ତି । ପାଣ୍ଡିଆନ କହିଛନ୍ତି, ଏହା ଲୋକଙ୍କ ସରକାର, ମତାମତକୁ ଗୁରୁତର ସହ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ଏପରିକି ଓଡ଼ିଶାବାସୀ ଯାହା ଚାହିଁବେ ସେହି ଅନୁସାରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ ବୋଲି କହିଛନ୍ତି ପାଣ୍ଡିଆନ ।
Odisha News Live Updates: ଚଳନ୍ତା କାର ଜଳିଗଲା
କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୋରଡାନାଲି ବାଲିପସି ବନ୍ଧ ପାଖରେ ଏକ ଚଳନ୍ତା କାର ଅନୁମାନିକ ସମୟ ପୂର୍ବାହ୍ନ ୯.୪୦ ବେଳେ ଜଳି ଯାଇଛି। ତୋରଡ଼ାନାଳୀ ଗାଁର ପବନା ରଣାଙ୍କ କାରରେ ହଠାତ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ ପବନାଙ୍କ ଝିଆରୀ ଜ୍ବାଇଁ ଗାଡି ଚଳାଉଥିଲେ ଅନ୍ୟ ୪ ଜଣ ଗାଡି ଭିତରେ ଥିଲେ । ଚାଳକ ଓ ଅନ୍ୟମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । କାରଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । ଏହି ସମୟରେ ମହାବିରୋଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରୁଥିବା ଗାଡି ମଟର ଅଟକି ଯାଇଥିଲା ।
Odisha News Live Updates: ଅସନ୍ତୁଷ୍ଟ ଅଲେଖ ପଦ୍ମ ଛାଡ଼ି ହାତ ଧରିବା ନେଇ ଚର୍ଚ୍ଚା
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ବିଜେଡି ଏହି ଆସନରୁ ବିଧାୟକ ଧ୍ରୁବ ସାହୁଙ୍କୁ ପୁଣି ଥରେ ଭରସା କରି ଟିକେଟ ଦେଇଛି। ଧ୍ରୁବଙ୍କ ବିରୋଧରେ ବିଜେପି ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଏ ପର୍ଯ୍ୟନ୍ତ ଏହି ଆସନରୁ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହିଁ। ଅଲେଖ ଜେନା ବିଜେପିରୁ ଟିକେଟ ପାଇ ନ ଥିବାରୁ ସେ ବାଡ଼ ଡେଇଁ କଂଗ୍ରେସ ଶିବିରରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଯଦି ଅଲେଖ ତାଙ୍କ ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗ ଦିଅନ୍ତି ତେବେ ରାଜନଗରରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି।
Odisha News Live Updates: କଂଗ୍ରେସରେ ମିଶିଲେ ସିପ୍ରା ମଲ୍ଲିକ
ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ଗୁରୁବାର ଶଙ୍ଖ ଶିବିରକୁ ବାଏ ବାଏ କହି ‘ହାତ’ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି । ତେବେ କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ ଦିନ । କଂଗ୍ରେସ ଦଳରେ ଏହା ତାଙ୍କର ନୂତନ ଆରମ୍ଭ, ଏଥିପାଇଁ ସେ ଖୁସି ଥିବା କହିଛନ୍ତି ।
Odisha News Live Updates: ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବର୍ଷା ପ୍ରିୟଦର୍ଶିନୀ
ବିଜେଡିରେ ସାମିଲ ହେଲେ ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେଲେ ବର୍ଷା । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳେ । ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ । ଏବେ କିନ୍ତୁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।
Odisha News Live Updates: ଭୁବନେଶ୍ୱର ଏମ୍ସକୁ ଆଉ ଏକ ସଫଳତା
ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢିଛି । ପ୍ରଥମ କରି ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏକ ସୁଦକ୍ଷ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାକରିଥିଲେ। ଏହା ଗୁରୁତର ମୂତ୍ର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଉନ୍ନତମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର କିଛି ବଡ଼ ସହରରେ ହେଉଥିଲା କିନ୍ତୁ ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ଏହା ସଫଳ ହୋଇପାରିଛି ।
Odisha News Live Updates: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ
ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ଡ. ସଚ୍ଚି ଦାସ । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।
Odisha News Live Updates: ଆଉ ୪ଟି ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରେ ଦେବେନ୍ଦ୍ର କୁମାର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ପଢନ୍ତୁ ପୂରା ରିପୋର୍ଟ...
Odisha News Live Updates: ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ
ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗେଜେଟ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହୋଇଛି। ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟ ମତଦାନ ମଇ ୨୮ ତାରିଖରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ଲୋକସଭା ଆସନ ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସେପଟେ ଓଡ଼ିଶା ସମେତ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୯୬ଟି ଲୋକସଭା ଆସନରେ ମତଦାନ ହେବ। ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି।
The Gazette notification has been issued for the 4th phase of general elections. Polling will take place for 96 Lok Sabha seats across 10 states Andhra Pradesh, Bihar, Jharkhand, Madhya Pradesh, Maharashtra, Odisha, Telangana, Uttar Pradesh, West Bengal, and Jammu & Kashmir.… pic.twitter.com/xyjCS0xesf
— ANI (@ANI) April 18, 2024
Odisha News Live Updates: ଆଜିଠୁ ତିନି ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା
ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ। ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ୧୮ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ସମୟରେ ସ୍କୁଲ ଖୋଲା ରହିବା ସହ ଛାତ୍ରଛାତ୍ରୀଙ୍କ ନାମ ଲେଖା ସଂପର୍କିତ କାର୍ଯ୍ୟକ୍ରମ ଜାରି ରହିବ। ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ବିଦ୍ୟାଳୟକୁ ଆସିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କିଛି ସ୍କୁଲ ଏହି ତିନି ଦିନ କାଳ ଅନଲାଇନ କ୍ଲାସ କରିବେ ବୋଲି ସୂଚନା ମିଳିଛି।
Odisha News Live Updates: ସ୍କୁଲ୍କୁ ଗେରୁଆ ପୋଷାକ ପିନ୍ଧି ଯିବା ନେଇ ବିବାଦ, ପ୍ରିନ୍ସିପାଲ୍ଙ୍କ ନାମରେ ମାମଲା ରୁଜୁ
ତେଲେଙ୍ଗାନାର ମାନଚେରିଆଲ ଜିଲ୍ଲାର ଏକ ସ୍କୁଲରେ ଧାର୍ମିକ ପୋଷାକକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏପରିକି ସ୍କୁଲ୍ର ପ୍ରିନ୍ସିପାଲ୍ଙ୍କ ଉପରେ ମାଡ଼ ବି ବସିଛି। କିଛି ଛାତ୍ର ସ୍କୁଲ୍ ପରିସରକୁ ଗେରୁଆ ପୋଷାକ ପିନ୍ଧି ଆସିଥିବାରୁ ଶିକ୍ଷକ ପଚରାଉଚରା କରିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ସେମାନେ କାହିଁକି ସ୍କୁଲ୍ ପରିସରକୁ ଧାର୍ମିକ ପୋଷାକ ପିନ୍ଧି ଆସିଛନ୍ତି ବୋଲି ଶିକ୍ଷକ ପ୍ରଶ୍ନ ପଚାରିବା ପରେ ଛାତ୍ରଙ୍କ ସହ ମୁହାଁମୁହଁ ହୋଇଥିଲେ।
Odisha News Live Updates: ୟୁକ୍ରେନରେ ରୁଷିଆର ମିସାଇଲ ମାଡ଼, ୧୭ ମୃତ
ନୂଆଦିଲ୍ଲୀ: ୟୁକ୍ରେନରେ ରୁଷିଆର ଘମାଘୋଟ ମିସାଇଲ ମାଡ଼ । ଉତର ୟୁକ୍ରେନରେ ଥିବା ଚେର୍ନିହିଭରେ ପୁଟିନ ସେନା ମିସାଇଲ ଆକ୍ରମଣ କରିଛି । ଏହି ଆକ୍ରମଣରେ ୟୁକ୍ରେନର ୧୭ଜଣଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଭଲଦୋମିର ଜେଲେନସ୍କି ଦାବି କରିଛନ୍ତି । ଏହାସହ ଏହି ଆକ୍ରମଣରେ ବଡ଼ ବଡ଼ କୋଠା, ପାର୍କିଂ ଆଦି ସ୍ଥାନ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୩ ଶିଶୁଙ୍କ ସହ ୬୦ ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟୁକ୍ରେନ ଉପରେ ରୁଷିଆର ଏହି ମିସାଇଲ ମାଡ଼ ପରେ ପାଶ୍ଚାତ୍ୟ ଦେଶରୁ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।
Odisha News Live Updates: କାଲିମେଳାରେ ଜଳୁଛି ଜଙ୍ଗଲ
ମାଲକାନଗିରି କାଲିମେଳାରେ ଜଳୁଛି ଜଙ୍ଗଲ । ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଏମଭି ୧୨୬ ପାହାଡ଼ରେ ଲାଗିଛି ନିଆଁ । କାଲିମେଳା ବନ ବିଭାଗ ଅଧିନରେ ଥିବା ପେଦାବାଡ଼ା ସଂରକ୍ଷିତ ଜଙ୍ଗଲରେ ରହିଛି ଏହି ପାହାଡ଼ । ଏହି ପାହାଡ଼ରେ ଅନେକ ମୂଲ୍ୟବାନ ଗଛ ଥିବା ବେଳେ ଶୁଖିଲା ପତ୍ର କାରଣରୁ ନିଆଁ ବ୍ୟାପିବାରେ ଲାଗିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ଯୋଗୁଁ ଏହି ଅଞ୍ଚଳରେ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । କାଲିମେଳା ବନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଏହି ପାହାଡ଼ । ତେବେ ବନ ବିଭାଗର ଅପାରଗତା କାରଣରୁ ଏଭଳି ନିଆଁ ଲାଗୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ
Odisha News Live Updates: ସିଝୁଛି ଓଡ଼ିଶା, ୮ଟା ସୁଦ୍ଧା ପାରଦ ୩୦ ଡିଗ୍ରୀ ପାର
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଛି । ତାଳଚେର ୩୫.୮ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳ ଓ ବାଲେଶ୍ୱରରେ ତାପମାତ୍ରା ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ତାପମାତ୍ରା ୩୩.୪ ଡିଗ୍ରୀ ରହିଛି।ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Odisha News Live Udpates: ଭୋଟ ବର୍ଜନ ଚେତବନୀ
ଲହୁଣିପଡ଼ା ବ୍ଲକ୍ ଅନ୍ତର୍ଗତ ରଜାମୁଣ୍ଡା ପଞ୍ଚାୟତସ୍ଥ ପତିବନ୍ଧଟି ଆଦର୍ଶ ପୋଖରୀ ମାନ୍ୟତା ପାଇଛି। ମାତ୍ର ପୋଖରୀର ପାହୁଚଘାଟ ଗତ ୭ବର୍ଷ ଧରି ନିର୍ମାଣ ଚାଲିଛି ଯେ ସରୁନାହିଁ। ଯାହା ଫଳରେ ଗାଁ ଲୋକେ ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଖରୀଟି ରଜାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି। ହେଲେ ଲୋକେ ପୋଖରୀର ଉନ୍ନତୀକରଣ ନିମନ୍ତେ ବାରମ୍ବାର ଦାବି ଓ ଅଭିଯୋଗ କରି ଆସୁଥିଲେ ହେଁ ପଞ୍ଚାୟତ ସମିତି କର୍ତ୍ତୃପକ୍ଷ କି ସରପଞ୍ଚ ସେଥିପ୍ରତି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Odisha News Live Updates: ଦୁଇ ପଡ଼ୋଶୀ ରାଜ୍ୟରେ କାଲି ମତଦାନ: ସୀମାରେ କଡ଼ା ସୁରକ୍ଷା
ଓଡ଼ିଶାର ଦୁଇ ପଡୋଶୀ ରାଜ୍ୟ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ମତଦାନ ହେବ। ଏହି ଦୁଇ ରାଜ୍ୟର ସୀମା ଓଡ଼ିଶାକୁ ଲାଗିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ସୀମା ଉପରେ କଡ଼ା ନଜର ରଖାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବେଶ୍ ସକ୍ରିୟ ହୋଇଛି ନକ୍ସଲ ସଙ୍ଗଠନ। ଯାହାର ନେତୃତ୍ବ ନେଉଛନ୍ତି ସିପିଆଇ ନକ୍ସଲ ନେତା ମିଶ୍ରି ବେସ୍ରା ଓ ତା’ର ଘନିଷ୍ଠ ସହଯୋଗୀ ମୋଚ୍ଛୁ, ଚମନ, କାଣ୍ଡେ, ଅଜୟ ମହାତୋ। ସୀମାନ୍ତରେ ପୂର୍ବାପେକ୍ଷା ସଙ୍ଗଠନକୁ ମଜବୁତ କରିବାକୁ ସରଣ୍ଡା ଓ ଏହାର ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ଗୋଟିଏ ପରେ ଗୋଟିଏ ମାଓ କ୍ୟାମ୍ପ କରୁଛନ୍ତି। ଯେଉଁଠି ପ୍ରସ୍ତୁତି ହେଉଛି ହିଂସା ଓ ପାଣ୍ଠି ଯୋଗାଡ଼ର ବ୍ଲୁ’ପ୍ରିଣ୍ଟ। ଏମାନଙ୍କ ଟାର୍ଗେଟରେ ରହିଛନ୍ତି ସ୍ଥାନୀୟ ଓଡ଼ିଶା ପୁଲିସ, ସିଆରପିଏଫ୍, ଡିଭିଏଫ୍, ଝାଡ଼ଖଣ୍ଡ ଜାଗୁଆର ପୁଲିସ୍।
Odisha News Live Updates: ଭାଇରାଲ ହେଉଛି ଦିଲୀପ ବିରୋଧୀ ଚିଠି
ରାଉରକେଲା ବିଧାନସଭା ଆସନରୁ ଦିଲୀପ ରାୟ ବିଜେପି ଟିକେଟ୍ ପାଇବା ପରେ ବିବାଦ ତେଜୁଛି। ମଙ୍ଗଳବାର ତାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ବିଜେପିର ଶତାଧିକ ନେତା ଓ କର୍ମୀମାନେ ବରିଷ୍ଠ ନେତା ନିହାର ରାୟଙ୍କ ଘର ବାହାରେ ମେଳି ବାନ୍ଧିଥିଲେ। ବିଜେପି ଟିକେଟ୍ରୁ ବଞ୍ଚିତ ନିହାରଙ୍କ ବାସନ୍ତୀକଲୋନିସ୍ଥ ବାସଭବନ ଆଗରେ ଏକାଠି ହୋଇ ପ୍ରାର୍ଥିତ୍ବ ପରିବର୍ତ୍ତନ ଦାବି କରିଥିଲେ। ବୁଧବାର ପୁଣି ଦିଲୀପଙ୍କ ରୋଧରେ ଏକ ଖୋଲା ଚିଠି ସହରରେ ଭାଇରାଲ୍ ହୋଇଛି।
Odisha News Live Updates: ଶଙ୍ଖ ଛାଡ଼ି ହାତ ଧରିବେ କି ଅସନ୍ତୁଷ୍ଟ ସମୀର ?
ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି ବାଡ଼ ଡେଇଁ କଂଗ୍ରେସ ଶିବିରରେ ଯୋଗଦେବା ନେଇ ଆଲୋଚନା ହେଉଛି। ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ଭାଜପା, ବିଜେଡି ନିମାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିସାରି ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।
Odisha News Live Updates: ନଗଡ଼ାକୁ ନେଇ ଚଳଚ୍ଚିତ୍ର କରିବେ ଅଭିନେତ୍ରୀ ନୈନା ଦାଶ
ନଗଡ଼ାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ଅଭିନେତ୍ରୀ ନୈନା ଦାଶ ତିଓ୍ବାରି। ସେ ପ୍ରଯୋଜକ ଭିଣୋଇ ଡ. ଅଭୟ ପତି, ୨ ଭଉଣୀ ଅସ୍ମିତା ପତି ଓ ଅଂଶୁ ତ୍ରିପାଠୀଙ୍କ ସହ ନଗଡ଼ା ଗସ୍ତରେ ଆସି ଏହାର ସ୍ଥିତି ଓ ଭିତ୍ତିଭୂମି ପରଖିଛନ୍ତି। ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ାର ଘରକୁ ଘର ବୁଲି ସାଧାରଣ ଜୁଆଙ୍ଗ ଜନଜାତିର ପ୍ରଥା, ପରମ୍ପରା, ଚାଙ୍ଗୁନୃତ୍ୟ, ସାମାଜିକ ବ୍ୟବସ୍ଥା ଓ ସେମାନଙ୍କ ଜୀବନଚର୍ଯ୍ୟା ପରଖିଛନ୍ତି।
Odisha News Live Updaets: ଫୁଲବାଣୀ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ
ଫୁଲବାଣୀ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ହେଲେ ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ। ଗଞ୍ଜେଇ ଚାଲାଣ ମାମଲାରେ ତାଙ୍କ ନୱାରେଣ୍ଟ ଥିଲା। ତେବେ ଗତ ୧୫ ତାରିଖରେ ସେ ଆତ୍ମସମର୍ପଣ କରିଥିଲେ। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ବିଚାରଧୀନ କଏଦୀ ଭାବେ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇଥିଲେ। ତେବେ ଜେଲରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜେଲରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ୍ ଚଳାଇଛି।
Odisha News Live Updates: ସମ୍ବଲପୁର ରେ ବିଜୁ ଜୟନ୍ତୀ ପାଳିତ । ଜିଲ୍ଲା ବିଜେଡି ତରଫରୁ ରେମେଡ଼ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜିଲ୍ଲା ବିଜେଡି ରୋହିତ ପୂଜାରୀ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ଜୟନ୍ତୀ ସଭା ରେ ଦଳ ର ବହୁ ନେତୃ ବୃନ୍ଦ ଯୋଗ ଦେଇ ବିଜୁ ବାବୁ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
Train Service: ରାଜ୍ୟରେ ଏବେ ଆରମ୍ଭ ହୋଇଯାଇଛି ପ୍ରଚଣ୍ତ ରୌଦ୍ର ତାପ। ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ଼ ଏଡାଇବା ସହିତ ଜନସାଧାରଣଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଗ୍ରୀଷ୍ମକାଳିନ ଭିଡ଼କୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଆହୁରି ଅଧିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ବୃଦ୍ଧି କରିବାକୁ ନିସ୍ପତ୍ତି ନିଆଯାଇଛି।
ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ :Train Service: ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ସବୁ ରୁଟରେ ଚାଲିବ ଗ୍ରୀଷ୍ମ କାଳୀନ ସ୍ପେଶାଲ୍ ଟ୍ରେନ୍
Odisha News Live Updaets: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...
Odisha News Live Updates: ରାମନବମୀରେ ପଶ୍ଚିମବଙ୍ଗରେ ହିଂସା, ଦୁର୍ଘଟଣାରେ ତିନି ମୃତ
ବୁଧବାର ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ସମୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା। ଏହି ଉତ୍ତେଜନା ସମୟରେ ଅନେକ ସାଧାରଣ ଲୋକ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣା ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁର ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଛାତ ଉପରୁ ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗୁଥିବାର ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...
Odisha News Live Updates: ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ସାରା ଓଡ଼ିଶା
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଗତକାଲି ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଥିବା ବେଳେ ୪୩.୨ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ତଳକୁ ନୂଆପଡା ୪୩,ପାରଳାଖେମୁଣ୍ତି ଓ ବୌଦ୍ଧ ୪୨.୮, ନୟାଗଡ଼ ଓ ଅନୁଗୋଳ ୪୨.୭, ବାରିପଦା ୪୨.୬, ଟିଟିଲାଗଡ଼ ୪୨.୫, ମାଲକାନଗିରି ଓ ଭବାନୀପାଟଣାରେ ପାରଦ ୪୨ ଡିଗ୍ରୀ ରେକର୍ଡ଼ ହୋଇଛି। ଏହାଛଡା ୨୦ ସହର ପାରଦ ୪୦ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ ହୋଇଛି। ପଢନ୍ତୁ ପୂରା ରିପୋର୍ଟ...
Odisha News Live Updates: ପଢିନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୮ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରାଶିଫଳ...
Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
By clicking “Accept All Cookies”, you agree to the storing of cookies on your device and the processing of information obtained via those cookies (including about your preferences, device and online activity) by us and our commercial partners to enhance site navigation, personalise ads, analyze site usage, and assist in our marketing efforts. More information can be found in our Cookies and Privacy Policy. You can amend your cookie settings to reject non-essential cookies by clicking Cookie Settings below.
Manage Consent Preferences
These cookies are necessary for the website to function and cannot be switched off in our systems. They are usually only set in response to actions made by you which amount to a request for services, such as setting your privacy preferences, logging in or filling in forms. You can set your browser to block or alert you about these cookies, but some parts of the site will not then work or you may not be able to login.
These cookies enable the website to provide enhanced functionality and personalisation. They may be set by us or by third party providers whose services we have added to our pages. If you do not allow these cookies then some or all of these services may not function properly.
These cookies may be set through our site by our advertising partners. They may be used by those companies to build a profile of your interests and show you relevant adverts on other sites. They are also used to limit the number of times you see an advert as well as help measure the effectiveness of an advertising campaign. They do not store directly personal information, but are based on uniquely identifying your browser and internet device. If you do not allow these cookies, you will experience less targeted advertising.
These cookies allow us to count visits and traffic sources so we can measure and improve the performance of our site. They help us to know which pages are the most and least popular and see how visitors move around the site. All information these cookies collect is aggregated and therefore anonymous. If you do not allow these cookies we may not know when you have visited our site, and may not be able to monitor its performance.