Meta Layoffs: ପୁଣି ବଡ଼ ଧରଣର ଛଟେଇ କରିପାରେ ମେଟା, ଚାକିରୀ ହରାଇବେ ଏତିକି ଲକ୍ଷ କର୍ମଚାରୀ
Advertisement
Article Detail0/zeeodisha/odisha1605088

Meta Layoffs: ପୁଣି ବଡ଼ ଧରଣର ଛଟେଇ କରିପାରେ ମେଟା, ଚାକିରୀ ହରାଇବେ ଏତିକି ଲକ୍ଷ କର୍ମଚାରୀ

Meta Layoffs: ଫେସବୁକର (facebook)ପ୍ୟାରେଣ୍ଟ୍ କମ୍ପାନୀ ମେଟା ପ୍ଲାଟଫର୍ମ (meta layoffs ) ଆସନ୍ତା କିଛି ମାସ ମଧ୍ୟରେ କର୍ମଚାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ଛଟେଇ କରିବାର ଯୋଜନା ରଖିଛି । ଏନେଇ ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ (street journal report)ରିପୋର୍ଟ କରିଛି । ରିପୋର୍ଟ ଅନୁଯାୟୀ, ପୂର୍ବ ବର୍ଷ ଯେଉଁ ଅନୁପାତରେ ଛଟେଇ କରାଯାଇଥିଲା ଏଥର ମଧ୍ୟ ସେହିପରି କରାଯିବ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Meta Layoffs: ଫେସବୁକର (facebook)ପ୍ୟାରେଣ୍ଟ୍ କମ୍ପାନୀ ମେଟା ପ୍ଲାଟଫର୍ମ (meta layoffs ) ଆସନ୍ତା କିଛି ମାସ ମଧ୍ୟରେ କର୍ମଚାରୀମାନଙ୍କୁ  ପର୍ଯ୍ୟାୟ କ୍ରମେ ଛଟେଇ କରିବାର ଯୋଜନା  ରଖିଛି । ଏନେଇ ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ (street journal report)ରିପୋର୍ଟ କରିଛି । ରିପୋର୍ଟ ଅନୁଯାୟୀ, ପୂର୍ବ ବର୍ଷ ଯେଉଁ ଅନୁପାତରେ ଛଟେଇ କରାଯାଇଥିଲା ଏଥର ମଧ୍ୟ ସେହିପରି କରାଯିବ ।  ରିପୋର୍ଟ ଅନୁଯାୟୀ,  ମୋଟ (meta)କର୍ମଚାରୀଙ୍କ ମଧ୍ୟରୁ ୧୩ ପ୍ରତିଶତ କର୍ମଚାରୀ ଏଥିରେ ପ୍ରଭାବିତ ହୋଇପାରନ୍ତି । ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଶୁକ୍ରବାର କରିଥିବା ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ  ଯେଉଁମାନେ ଚାକିରୀ ହରାଇବେ ସେମାନଙ୍କ ନାମ ଆସନ୍ତା ସପ୍ତାହ ମଧ୍ୟରେ ଘୋଷଣା କରାଯିବ । 

ଏବଂ ନନ ଇଞ୍ଜିନିୟରିଂ କ୍ଷେତ୍ରରେ ଥିବା କର୍ମଚାରୀ ଏଥିରେ ଅଧିକ ପ୍ରଭାବିତ ହେବେ । କେତେକ ପ୍ରୋଜେକ୍ଟ ଓ ଟିମ୍ ମଧ୍ୟ ବନ୍ଦ ହେବ ବୋଲି ଆଶଙ୍କା କରାଯାଇଛି । ଗତ ବର୍ଷ ମେଟା (meta)ପ୍ରାୟ ୧୧୦୦୦ କର୍ମଚାରୀ ଅର୍ଥାତ୍ ପ୍ରାୟ ୧୩ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଥିଲା।  ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଆଶା କରାଯାଉଛି । ମେଟା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ  ମାର୍କ ଜୁକନବର୍ଗ (mark zuckerberg) ଏହା ପୂର୍ବରୁ କହିଥିଲ ଯେ,ମେଟାର ଦକ୍ଷତା ବର୍ଷ ହେବ । ଏବଂ କମ୍ପାନୀର କିଛି ପ୍ରୋଜେକ୍ଟ ବନ୍ଦ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ  ଛଟେଇ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା । ଯାହା ଆଗକୁ ସତ ହେବାକୁ ଯାଉଛି। 

Also Read : Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'

Also Read : Fertility Diet: ମହିଳାଙ୍କ ପ୍ରଜନନ କ୍ଷମତା ବୃଦ୍ଧି କରେ ଏହି ୫ଟି ଖାଦ୍ୟ, ଆଜିହିଁ ନିଜ ଡାଏଟରେ କରନ୍ତୁ ସାମିଲ୍

ତେବେ, ଏଠାରେ ଆପଣଙ୍କୁ ଆମେ କହି ରଖୁଛୁ ଯେ, ଆର୍ଥିକ ସଙ୍କଟ ମଧ୍ୟରେ ଦେଶ ଓ ବିଦେଶର ବହୁ କମ୍ପାନୀ ଗତିକରୁଛି । ଫଳରେ ହଜାର ହଜାର କର୍ମଚାରୀଙ୍କୁ ବିନା କାରଣରେ ଛଟେଇ କରୁଛନ୍ତି । ଏଲନ ମସ୍କ ଟ୍ବିଟରକୁ ନିଜ ଅଧିନକୁ ନେବା ପରେ ୨୦୨୨ ଅକ୍ଟୋବରରେ ପ୍ରଥମେ ଛଟେଇ ଆରମ୍ଭ କରିଥିଲେ। ଏହାପରେ ଆମାଜନ୍ ଡଟ୍ ଇନ୍ ,  ମାଇକ୍ରୋସଷ୍ଟ କରପୋରେଟ୍ ,ଡିଜନୀ,ଡେଲ ଭଳି କମ୍ପାନୀ ଛଟେଇ ଆରମ୍ଭ କରିଥିଲେ ।  ଅନ୍ୟାନ୍ୟ ଟେକ୍ନୋଲୋଜି କମ୍ପାନୀଗୁଡିକ ଚଳିତ ବର୍ଷ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି।  Layoffs.fyiର ରିପୋର୍ଟ ଅନୁଯାୟୀ, ୨୦୨୨ ପରଠାରୁ ପ୍ରାୟ 3 ଲକ୍ଷ କର୍ମଚାରୀଙ୍କ ଛଟେଇର ଶୀକାର ହୋଇଛନ୍ତି । 

Also Read : Btech Panipuri Wali: ଜାଣନ୍ତୁ କିଏ ଏହି B-Tech ଗୁପ୍ଚୁପ ବାଲି? ବୁଲେଟରେ ଧରି ବୁଲନ୍ତି ପୁଚକା ଷ୍ଟଲ୍, ସମସ୍ତେ କରୁଛନ୍ତି ସଲ୍ୟୁଟ୍!

Also Read : Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି