Advertisement
Article Detail0/zeeodisha/odisha2289130
Zee OdishaOdisha TrendingOdisha New CM: ମୋହନ ମାଝି ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ଓ ପ୍ରଭାତୀ ହେବେ ଉପମୁଖ୍ୟମନ୍ତ୍ରୀ

Odisha New CM: ମୋହନ ମାଝି ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ଓ ପ୍ରଭାତୀ ହେବେ ଉପମୁଖ୍ୟମନ୍ତ୍ରୀ

Odisha New CM: ସ୍ୱାଧୀନତା ପରଠାରୁ ଆଜି ଯାଏ ରାଜ୍ୟରେ ୨୬ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ ଶାସନର ପଦଚିହ୍ନ ଛାଡ଼ି ଯାଇଛନ୍ତି। ଶ୍ରୀ ହେବେ ୨୭ତମ ମୁଖ୍ୟମନ୍ତ୍ରୀ। ଆସନ୍ତା କାଲି ସେ ଶପଥ ଗ୍ରହଣ କରାଇବେ। ପ୍ରଥମଥର ପାଇଁ ଜନତା ମୈଦାନରେ ଏଥିନେଇ ଏକ ବିଶାଳ ଶପଥଗ୍ରହଣ ସମାବେଶ ଆୟୋଜନ କରାଯାଇଛି। 

Mohan Majhi
Mohan Majhi

ଭୁବନେଶ୍ୱର: ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ତାଙ୍କୁ ନେତା ଭାବେ ଚୟନ କରିଛି। ଅନେକ କଳ୍ପନା ଓ ଆଲୋଚନାକୁ ପଛରେ ପକାଇ କେନ୍ଦୁଝରର ବିଧାୟକ ତଥା ଆଦିବାସୀ ନେତା ମୋହନଙ୍କୁ ବିଧାୟକ ଦଳର ନେତା ଭାବେ ବାଛିଛି ବିଜେପି। ସେ ୪ଥର ବିଧାୟକ ରହିବା ସହ ଗତଥର କିଛିଦିନ ଲାଗି ବିରୋଧି ଦଳ ନେତା ପଦବୀ ବି ମଣ୍ଡନ କରିଥିଲେ। ତାଙ୍କ ନାଁକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବସମ୍ମତିକ୍ରମେ ନେତା ଭାବେ ଘୋଷଣା କରାଯାଇଥିବା କହିଥିଲେ। ଏହାଙ୍କ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଉପମୁଖ୍ୟମନ୍ତ୍ରୀ ହେବେ କନକବର୍ଦ୍ଦନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ବୋଲି ଶ୍ରୀ ସିଂହ କହିଥିଲେ। 

ସ୍ୱାଧୀନତା ପରଠାରୁ ଆଜି ଯାଏ ରାଜ୍ୟରେ ୨୬ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ ଶାସନର ପଦଚିହ୍ନ ଛାଡ଼ି ଯାଇଛନ୍ତି। ଶ୍ରୀ ହେବେ ୨୭ତମ ମୁଖ୍ୟମନ୍ତ୍ରୀ। ଆସନ୍ତା କାଲି ସେ ଶପଥ ଗ୍ରହଣ କରାଇବେ। ପ୍ରଥମଥର ପାଇଁ ଜନତା ମୈଦାନରେ ଏଥିନେଇ ଏକ ବିଶାଳ ଶପଥଗ୍ରହଣ ସମାବେଶ ଆୟୋଜନ କରାଯାଇଛି। ବିଧି ଅନୁସାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏଥିରେ ପ୍ରଧାନମନ୍ତ୍ରୀ  ବିଶେଷ ଆକର୍ଷଣ ସାଜି ଯୋଗ ଦେବେ। 

ସପ୍ତଦଶ ବିଧାନସଭାର ନେତା ତଥା ରାଜ୍ୟର ୨୭ତମ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝିଙ୍କ ନାଁ ଚୟନ ପୂର୍ବରୁ ବିଜେପି ସଂସଦୀୟ ଦଳ କମିଟି ଏବଂ ବିଧାୟକ ଦଳ ଅନେକ କସରତ କରିଥିଲେ। ରାଜ୍ୟରେ ସଂଗଠନକୁ ସୁଦୃଢ଼ କରିବା, ପୂର୍ବ ସରକାର ବିରୁଦ୍ଧରେ ଲୋକେ ଯେଉଁ ଅଭୂତ ପୂର୍ବ ସମର୍ଥନ ଦେଇଛନ୍ତି ତାହାକୁ ନିରନ୍ତର ଭାବେ ବଜାୟ ରଖିବା ଏବଂ ବିକାଶ କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବା ପ୍ରଭୃତି ବିଷୟ ଉପରେ ଚିନ୍ତା କରି ଶ୍ରୀ ମାଝିଙ୍କୁ ନେତା ଭାବେ ଚୟନ କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ସଂସଦୀୟ କମିଟିର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପିନ୍ଦର ଯାଦବ ଆଜି ଅପରାହ୍ଣରେ ନେଇ ଭୁବନେଶ୍ୱର ପହଞ୍ଚିଥିଲେ। ଜଣେ ପରେ ଜଣେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସଭାପତି  ମନମୋହନ ସାମଲ, କନକବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର, ସଙ୍ଗୀତାକୁମାରୀ ସିଂହ ଦେଓ, ମାନସ ଦତ୍ତ ଙ୍କ ସହ ଆଲୋଚନା କରିଥିଲେ। ପରେ ବିଧାୟକ ଦଳ ଆଗରେ ପ୍ରସ୍ତାବକୁ ଉପସ୍ଥାପନ କରି  ସର୍ବସମ୍ମତ୍ତି ହାସଲ କରାଯାଇଥିଲା।

Add Zee News as a Preferred Source

ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଶ୍ରୀ ମାଝି କହିଛନ୍ତି, ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। ସାଢ଼େ ୪ କୋଟି ଓଡ଼ିଶାର ଲୋକ ଯେଉଁମାନେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଦୀର୍ଘ ୨୪ ବର୍ଷର ଶାସନର ଅନ୍ତ ହୋଇଛି। ଯେଉଁ ଲକ୍ଷ୍ୟରେ ଲୋକେ ଆସ୍ଥା ପ୍ରକଟ କରିଛନ୍ତି ତାହାକୁ ପୂରଣ କରିବ ବିଜେପି। ଏବଂ ଆଗାମୀ ଦିନରେ ଭାରତବର୍ଷରା ଓଡ଼ିଶାକୁ ଏକ ନମ୍ବର କରିବା ଲାଗି ପ୍ରତିଶୃତି ବଦ୍ଧ ବୋଲି କହିଥିଲେ।

About the Author