Advertisement

Odisha Weather report

alt
Sep 17,2024, 15:52 PM IST
alt
ଆଜି ଉତ୍ତର ଓଡ଼଼ିଶାରେ ହେବ ପ୍ରବଳ ବର୍ଷା । ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତର ତୀବ୍ରତା ଅଧିକ ରହିଛି । ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦୁଝର ବାଲେଶ୍ୱର ଓ ସୁନ୍ଦରଗଡ଼କୁ ଅରଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଉତ୍ତର ଉପକୂଳରେ ଥିବା ଧାମରା ଏବଂ ପାରାଦୀପ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । କାଲିଠୁ ବର୍ଷା କମିବା ସହ ଗରମ ଗୁଳୁଗୁଳି ଆରମ୍ଭ ହେବ ।
Sep 16,2024, 14:39 PM IST
alt
Jul 22,2024, 16:26 PM IST
alt
ଏବେବି ସକ୍ରିୟ ରହିଛି ଅବପାତ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସକ୍ରିୟ ରହିଥିବା ବେଳେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ। ଦୁର୍ବଳ ହେବାପରେ ବର୍ଷାର ପ୍ରକୋପ ରାଜ୍ୟରେ ହ୍ରାସ ହେବାକୁ ଥିବା ବେଳେ ହଟିଛି ରେଡ ଆଲର୍ଟ। ତଥାପି ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ। ଆସନ୍ତା ୨୪ ଘଂଟା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି।ସେହିପରି ପ୍ରବଳ ବର୍ଷା ପାଇଁ କନ୍ଧମାଳ, ନୟାଗଡ ,ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପା
Jul 20,2024, 18:39 PM IST
alt
Jul 18,2024, 18:52 PM IST
alt
Jul 7,2024, 19:39 PM IST
alt
ଏବେଠୁ କଲବଲ କଲାଣି ତାତି। ମଙ୍ଗଳବାରଠୁ ରାଜ୍ୟରେ ଉପରମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି । ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । କାଲିଠୁ ରାଜ୍ୟରେ ବଦଳିବ ପାଗ । ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶା ହେବ ଅସମ୍ଭାଳ । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି ।ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ । ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ।
Mar 11,2024, 17:13 PM IST
alt
ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୭ ତାରିଖ ଯାଏଁ ବର୍ଷା ଲାଗି ରହିବ। ଏହାପରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି। ବର୍ତ୍ତମାନ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।ଆସନ୍ତା ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଜି କୋରାପୁଟରେ ସବୁଠୁକମ୍ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଦାରିଙ୍ଗବାଡ଼ିରେ ୧୬ ଡିଗ୍ରୀ, ଫୁଲବାଣୀରେ ୧୭.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରୀ, ବୌଦ୍ଧରେ ୧୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।
Nov 5,2023, 18:36 PM IST
alt
Oct 4,2023, 13:15 PM IST
Read More

Trending news