Berhampur Circle Jail: 4G ଯୁଗରେ କାମ କରୁନି 2G ଜାମର, ଅଚଳପଡି଼ଛି ମେଟାଲ ଡିଟେକ୍ଟର-ବ୍ୟାଗ୍ ସ୍କାନର
Advertisement

Berhampur Circle Jail: 4G ଯୁଗରେ କାମ କରୁନି 2G ଜାମର, ଅଚଳପଡି଼ଛି ମେଟାଲ ଡିଟେକ୍ଟର-ବ୍ୟାଗ୍ ସ୍କାନର

ଢିଲା ସୁରକ୍ଷା ବଳୟ ରେ ବ୍ରହ୍ମପୁର ମଣ୍ଡଳ କାରାଗାର। ଜେଲ ଚାରି କାନ୍ଥ ଭିତରେ ଏବେ ମଧ୍ୟ ଅପରାଧି ଚଳାଉଛନ୍ତି ନିଜ ଅପରାଧର ନେଟୱାର୍କ। 

Berhampur Circle Jail: 4G ଯୁଗରେ କାମ କରୁନି 2G ଜାମର, ଅଚଳପଡି଼ଛି ମେଟାଲ ଡିଟେକ୍ଟର-ବ୍ୟାଗ୍ ସ୍କାନର

ବ୍ରହ୍ମପୁର: ରାଜ୍ୟର ସର୍ବପୁରାତନ ଜେଲ ଭାବେ ବେଶ ପରିଚିତ ବ୍ରହ୍ମପୁର ମଣ୍ଡଳ କାରାଗାର। ଗତ ୧୮୬୩ ମସିହାରୁ ପରିଚାଳିତ ବ୍ରହ୍ମପୁର ମଣ୍ଡଳ କାରାଗାର ଏବେ ଆଧୁନିକ ଯୁଗ ସହ ତାଳ ଦେଇ ସୁରକ୍ଷା ବ୍ୟବସ୍ଥା କରିବା ଦିଗରେ ଆଗକୁ ବଢିବାକୁ ଯେମିତି ପୁରା ଅକ୍ଷମ। ଢିଲା ସୁରକ୍ଷା ବ୍ଯବସ୍ଥା ଭିତରେ ଏବେ ମଧ୍ୟ ଅପରାଧିଙ୍କୁ ଲଗାମ ଲଗାଇବାର ପ୍ରୟାସ ଜାରି ରଖିଛି ବ୍ରହ୍ମପୁର ମଣ୍ଡଳ କାରାଗାର। ଆଧୁନିକ ଯୁଗ ସହ ତାଳ ଦେଇ ଆଗକୁ ବଢି ପାରୁନି ଜେଲ ସୁରକ୍ଷାକୁ ନେଇ ଖଞ୍ଜା ଯାଇଥିବା ସରଞ୍ଜାମ।

ଯାହାକୁ ପ୍ରତ୍ୟେକ୍ଷରେ ନହେଲେ ପରୋକ୍ଷରେ ସ୍ବୀକାର କରିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ଯାୟ। ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଜେଲ ବିଭାଗ ଡିଜି କିଛି ଯୋଜନାର ଶୁଭାରମ୍ଭ କରିବା ସହ ଜେଲର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ଅତିଶୀଘ୍ର ଏଠାରେ ରହିଥିବା ସମସ୍ୟାର ସମାଧାନ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି। 

Also Read: କାଳ କୋଠରୀରେ ଉଜ୍ଜଳ ଭବିଷ୍ୟତ! ଝାରପଡ଼ା କାରାଗାରରେ ବି କଏଦୀ ପଢିବେ ପାଠ

ଢିଲା ସୁରକ୍ଷା ବଳୟ ରେ ବ୍ରହ୍ମପୁର ମଣ୍ଡଳ କାରାଗାର। ଜେଲ ଚାରି କାନ୍ଥ ଭିତରେ ଏବେ ମଧ୍ୟ ଅପରାଧି ଚଳାଉଛନ୍ତି ନିଜ ଅପରାଧର ନେଟୱାର୍କ। 4G ଯୁଗରେ ଖାପ  ଖାଉନି 2G ଜାମର। ଅଚଳ ଅବସ୍ଥାରେ ମେଟାଲ ଡିଟେକ୍ଟର ଏବଂ ବ୍ୟାଗ୍ ସ୍କାନର। ସିସି କ୍ଯାମେରା ଆଖିରେ ଧୂଳି ଦେଇ ଜେଲ ଭିତରୁ ନିଜର ଅପରାଧ ସାମ୍ରାଜ୍ୟକୁ ଅନେକ ସମୟରେ ପରିଚାଳିତ କରୁଛନ୍ତି ଅପରାଧି। ହେଲେ ଅପରାଧିଙ୍କୁ ଉପରେ ଲଗାମ ଲଗାଇବା ଉପରେ ଯେମିତି ଅନେକ ସମୟରେ ବିଫଳ ହେଉଛି ଜେଲ ଚାରିକାନ୍ଥ ଭିତରେ ଖଞ୍ଜା ଯାଇଥିବା ସରଞ୍ଜାମ। 

Also Read: ସେବାରେ ଲାଗିଛନ୍ତି Sambalpur Circle Jail କଏଦୀ; ଅଭିଯୋଗକୁ ଖଣ୍ଡନ କଲେ DIG

ଗତ ୧୮୬୩ ମସିହା ଠାରୁ ପରିଚାଳିତ ରାଜ୍ୟର ଏହି ସର୍ବପୁରାତନ ଜେଲ ରେ ରହିଥିବା ଅନେକ ସମସ୍ୟାକୁ ଖୋଦ ନିଜେ କରିଛନ୍ତି ସ୍ୱୀକାର କରିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ଯାୟ। ବ୍ରହ୍ମପୁର ଗସ୍ତ ଆସି ଜେଲ କିଛି ଯୋଜନାର ଉଦଘାଟନ କରିବା ସହ ଅତିଶୀଘ୍ର ଜେଲର ଆଧୁନୀକିକରଣ କରାଯିବ ବୋଲି ଜଣାଇଛନ୍ତି ସେ। ଏପରିକି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅନେକ ହାଡକୋର ଅପରାଧି ରହୁଥିବା ବେଳେ ସେମାନଙ୍କ ଲାଗି ସ୍ବତନ୍ତ୍ର ସେଲ କରାଯିବ ବୋଲି କହିଛନ୍ତି। 

Also Read: କଏଦୀଙ୍କ ହସ୍ତତନ୍ତ୍ରକୁ କେନ୍ଦ୍ରର ହ୍ୟାଣ୍ତଲୁମ ମାର୍କ ଟ୍ୟାଗ

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶନିବାର ଠାରୁ କଏଦୀଙ୍କ ଲାଗି ଭର୍ଚ୍ଚ୍ୟୁଆଲ ସାକ୍ଷାତକାର ବ୍ଯବସ୍ଥା ଆରମ୍ଭ ହୋଇଛି। ଏଥି ସହ ମୁଦାଲାଙ୍କୁ ସାକ୍ଷାତ କରିବା ଲାଗି ଆସୁଥିବା ପରିବାର ଲୋକଙ୍କୁ ଇଣ୍ଟରକମ ବ୍ଯବସ୍ଥା ଆରମ୍ଭ ହୋଇଥିବା ବେଳେ ଜେଲର ମେଡିକାଲ ବେଡ୍କୁ ମଧ୍ୟ ବୃଦ୍ଧି କରାଯାଇଛି। ହେଲେ ଏହାକୁ ଯେମିତି ପ୍ରହସନ କହିଛନ୍ତି ଆଇନଜୀବି। ଜେଲ ମାନୁଆଲରେ ରହିଥିବା ଢିଲା କାରଣରୁ ଅପରାଧି ନିଜ ନେଟୱର୍କକୁ ଚଳାଇବାରେ ସକ୍ଷମ ହେଉଥିବା ବେଳେ ପ୍ରସ୍ତାବ ଭିତରେ ସୀମିତ ନରହି ତୁରନ୍ତ କାର୍ଯ୍ଯକ୍ଷମ କରିବା ଲାଗି ଦାବି ହୋଇଛି।