Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ବରରୁ ଜମ୍ମୁ-କାଶ୍ମୀରର ଶ୍ରୀନଗରକୁ ମାତ୍ର ୪ ଘଣ୍ଚାରେ ଯାଇପାରିବେ। ଫେବୃଆରୀ ୬ ରୁ ଇଣ୍ତିଗୋ ପକ୍ଷରୁ ଡେରାଡୁନ୍-କୁ ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବ। ଇଣ୍ତିଗୋର ଏହି ଫ୍ଲାଇଟ୍ ଟି ଡେରାଡୁନ୍-ରେ ଅବତରଣ କରିବ। ତା ପରେ ବିମାନଟି ଶ୍ରୀ-ନଗର ଅଭିମୁଖେ ଉଡାଣ ଭରିବ। ସପ୍ତାହକୁ ତିନିଥର ( ମଙ୍ଗଳବାର,ଗୁରୁବାର, ଶନିବାର) ବିମାନ ଯା' ଆସ କରିବ।
ଇଣ୍ତିଗୋ ବିମାନ (୬ଇ ୨୬୧୩ ସକାଳ ୬ଟା ୪୦ ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତଃର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିବ। ମାତ୍ର ୨ ଘଣ୍ଟା ୨୫ ମିନିଟ୍ ରେ ଡେରାଡୁନ୍ ରେ ପହଞ୍ଚିବ। ସେଠାରେ ୪୦ ମିନିଟ୍ ର ରହଣୀ ପରେ ପୁଣି ଶ୍ରୀ-ନଗର ଅଭିମୁଖେ ଉଡିବ। ସକାଳ ୧୦ଟା ୫୦ ସୁଧା ଯାତ୍ରୀମାନେ ଶ୍ରୀନଗରରେ ପହଞ୍ଚି ପାରିବେ। ସେହିପରି, ଇଣ୍ତିଗୋର( ୬ଇ ୨୬୧୪) ବିମାନଟି ଶ୍ରୀନଗରରୁ ପୂର୍ବାହ୍ନ ସାଢେ ୧୧ଟାରେ ବାହାରି ଡେରାଡୁନ୍ ରେ ୧୨ ଟା ୫୦ ରେ ପହଞ୍ଚିବ। ସେଠାରେ ୪୦ ମିନିଟ୍ ପରେ ବିମାନଟି ଭୁବନେଶ୍ବର ଅଭିମୁଖେ ବାହାରିବ। ଠିକ୍ ଅପରାହ୍ନ ୩ଟା ୨୦ ମିନିଟ୍ ସମୟରେ ବିମାନଟି ଭୁବନେଶ୍ବର ରନଓ୍ବେରେ ଅବତରଣ କରିବ।
Add Zee News as a Preferred Source