SBI Clerk Vacancy 2025: SBIରେ ବାହାରିଲା ବମ୍ପର ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha2584281

SBI Clerk Vacancy 2025: SBIରେ ବାହାରିଲା ବମ୍ପର ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ

ଯଦି ଆପଣ ଏକ ବ୍ୟାଙ୍କରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି। ଏଠାରେ କହି ରଖୁ କି ଏସବିଆଇ ସମଗ୍ର ଦେଶରେ ୧୪ ହଜାରରୁ ଅଧିକ କିରାଣୀ ପଦବୀ ପାଇଁ ଖାଲି ପଦ ଖାଲି କରିଛି। ଏହି ପୋଷ୍ଟଗୁଡିକ ମଧ୍ୟରୁ ୧୩୭୦୦ ପୋଷ୍ଟ ନିୟମିତ ଥିବାବେଳେ ବାକିଗୁଡିକ ବ୍ୟାକଲଗ ପୋଷ୍ଟ ଅଟେ। 

SBI Clerk Vacancy 2025: SBIରେ ବାହାରିଲା ବମ୍ପର ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ

SBI Clerk Vacancy 2025: ଯଦି ଆପଣ ଏକ ବ୍ୟାଙ୍କରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି। ଏଠାରେ କହି ରଖୁ କି ଏସବିଆଇ ସମଗ୍ର ଦେଶରେ ୧୪ ହଜାରରୁ ଅଧିକ କିରାଣୀ ପଦବୀ ପାଇଁ ଖାଲି ପଦ ଖାଲି କରିଛି। ଏହି ପୋଷ୍ଟଗୁଡିକ ମଧ୍ୟରୁ ୧୩୭୦୦ ପୋଷ୍ଟ ନିୟମିତ ଥିବାବେଳେ ବାକିଗୁଡିକ ବ୍ୟାକଲଗ ପୋଷ୍ଟ ଅଟେ। ଯଦି ଆପଣ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଏଠାରେ ଆପଣ ଏହା ସହିତ ଜଡିତ ସମସ୍ତ ଆବଶ୍ୟକୀୟ ସୂଚନା ପାଇବେ। 

କେଉଁ ରାଜ୍ୟରେ କେତେ ପଦବୀରେ ରହିଛି ବିଜ୍ଞପ୍ତି
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୧୪୧୯୧ ପଦବୀ ପାଇଁ ବିଜ୍ଞପ୍ତି ଜାରି ରହିଛି। ସେଥିମଧ୍ୟରୁ ୧୩୭୩୫ଟି ପଦବୀ ରେଗୁଲାର ପଦ ରହିଛି। ଏହି ନିଯୁକ୍ତି ବିଭିନ୍ନ ଅଞ୍ଚଳରେ ଉପଲବ୍ଧ, ଯେଉଁଥିରେ ଲକ୍ଷ୍ନୌ/ନୂଆଦିଲ୍ଲୀ ପାଇଁ ୧୮୯୪ଟି ପୋଷ୍ଟ, ଭୋପାଳ ସର୍କଲରେ ୧୩୧୭ଟି ପୋଷ୍ଟ, କୋଲକାତାର ୧୨୫୪ଟି ପୋଷ୍ଟ, ବିହାରରେ ୧୧୧୧ଟି ପୋଷ୍ଟ ଏବଂ ଲେହ ଲଦାଖ ଅଞ୍ଚଳରେ ୫୦ଟି ପୋଷ୍ଟ ରହିଛି। ଯଦି ଆପଣ ଏଥିପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ ଜାନୁଆରୀ ୭, ୨୦୨୫ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।

ବୟସ ସୀମା ଓ ଯୋଗ୍ୟତା
ଏହି ପଦବୀ ପାଇଁ ଇଚ୍ଛୁକ ଆଶାୟୀଙ୍କ ବୟସ ୨୦୨୪ ଏପ୍ରିଲ ୧ ତାରିଖ ସୁଦ୍ଧା ୨୦ ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ। 

ଶିକ୍ଷାଗତ ଯୋଗ୍ୟତା
ସେହିପରି ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଯଦି କୁହାଯାଏ ତେବେ ଆଶାୟୀ ଅତି କମରେ ଗ୍ରାଜୁଏସନ ପାସ କରିଥିବା ନିତାନ୍ତ ଜରୁରୀ। ସେହିପରି ଇଣ୍ଟିଗ୍ରେଟେଡ ଡୁଏଲ ଡିଗ୍ରୀ କରିଥିବା ଆଶାୟୀ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ପୁରଣ କରିଥିବା ଜରୁରୀ। 

କିଭଳି କରିପାରିବେ ରେଜିଷ୍ଟ୍ରେସନ

  • ଅନଲାଇନରେ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ SBIର ସରକାରୀ ୱେବସାଇଟ sbi.co.inରେ ଲଗଇନ କରିବାକୁ ହେବ। 
  • ଏହା ପରେ ତଳକୁ ସ୍କ୍ରଲ କରି କ୍ୟାରିୟର ବିକଳ୍ପକୁ ଚୟନ କରିବାକୁ ହେବ। 
  • ଏଠାରେ ଜଏନ ଏସବିଆଇ ସେକ୍ସନରେ କରେଣ୍ଟ ଓପନିଂ ବିକଳ୍ପକୁ ବାଛିବାକୁ ହେବ। 
  • ଏହାପରେ ସେଠାରେ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ କରିବାକୁ ହେବ। 
  • ଏହା ପରେ ଆପ୍ଲିକେସନ ଫର୍ମ ଭରିବାକୁ ହେବ। 
  • ଜରୁରୀ ଦସ୍ତାବିଜ ଯେପରିକି ଫଟୋ, ସିଗ୍ନେଚର ଆଦିକୁ ଲୋଡ କରିବାକୁ ହେବ। 
  • ଆବଶ୍ୟକ ଆବେଦନ ରାଶି ପ୍ରଦାନ କରିବା ସହିତ ସବମିଟ କରନ୍ତୁ। 

Also Read: nabard recruitment notification 2024: ନାବାର୍ଡରେ ବାହାରିଲା ବମ୍ପର ନିଯୁକ୍ତି, ବିନା ଲିଖିତ ପରୀକ୍ଷାରେ ପାଇପାରିବେ ସରକାରୀ ଚାକିରି, ଦରମା ୩୬ ଲକ୍ଷ ଟଙ୍କା !

Also Read: ଷ୍ଟେଟ ବ୍ୟାଙ୍କରେ ୧୩ ହଜାର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଏପରି କରନ୍ତୁ ଆବେଦନ