Corona Outbreak: ମହାମାରୀର ମୁକାବିଲା ପାଇଁ ଆକ୍ସନମୁଡରେ ଜିଲ୍ଲା ପ୍ରଶାସନ
Advertisement

Corona Outbreak: ମହାମାରୀର ମୁକାବିଲା ପାଇଁ ଆକ୍ସନମୁଡରେ ଜିଲ୍ଲା ପ୍ରଶାସନ

ଯାଜପୁର ଜିଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି।

Corona Outbreak: ମହାମାରୀର ମୁକାବିଲା ପାଇଁ ଆକ୍ସନମୁଡରେ ଜିଲ୍ଲା ପ୍ରଶାସନ

ଯାଜପୁର: ସାରା ଦେଶରେ ଏବେ ଜାରି ରହିଛି କୋରୋନା ମହାମାରୀର ଦ୍ୱିତୀୟ ଲହର। ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ରହିଛି ଉଦ୍ୟମ। ଏହି କ୍ରମରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ କୋରୋନା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରାଯାଇଛି। ଜିଲାର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଏବଂ ଡୁବୁରୀ ଠାରେ ଟାଟା କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି। ଅନ୍ୟପଟେ ବ୍ୟାସନଗର ସହ ଯାଜପୁର ସହରରେ ସପ୍ତାହନ୍ତ ସଟ ଡାଉନ ଜାରି ରହିଥିବା ବେଳେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କାର୍ଯ୍ୟ ଜାରି ରହିଛି।

ଯାଜପୁର ଜିଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ରାଜ୍ୟ ସରକାରଙ୍କ ଥ୍ରିଟି (3T) ଟେଷ୍ଟିଂ (Testing), ଟ୍ରାକିଂ (Trackingh), ଟ୍ରିଟମେଣ୍ଟ (Treatment) ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଉଛି ଜିଲା ପ୍ରଶାସନ। ଜିଲାର ୧୦ ବ୍ଲକ ଏବଂ ୨ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବ୍ୟାପକ ଟେଷ୍ଟିଂ କାର୍ଯ୍ୟ। କେଉଁ ସ୍ଥାନରେ କୋରୋନା ପରୀକ୍ଷା  କରାଯିବ ସେ ନେଇ ଆଗୁଆ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଉଛି ଜିଲା ପ୍ରଶାସନ। 

Also Read: ଯାଜପୁର ଜିଲ୍ଲାରେ ଅଜଣା ଜ୍ୱର ଆତଙ୍କ

କେତେକ ସ୍ଥାନରେ ଫିଭର କ୍ଲିନିକ (Fever Clinic) ଖୋଲି କେବଳ ଥଣ୍ଡା, ଜ୍ୱର ଭଳି ରୋଗର ଚିକିତ୍ସା କରାଯାଉଛି। କୋରୋନା ସଂକ୍ରମିତ ଭାବେ ସନ୍ଦେହ ଆସିଲେ ତାଙ୍କର ଚିକିତ୍ସା କରାଯାଉଛି। ଜିଲାରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ୭୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଜିଲାରେ ବର୍ତ୍ତମାନ ୧୬୩୧ ସକ୍ରିୟ ମାମଲା ରହିଥିବା ଜଣାପଡିଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ନରସିଂହ ଚୌଧୁରୀ ମହାବିଦ୍ୟାଳୟର କୋଭିଡ କେୟାର ସେଣ୍ଟର (Jajpur Covid Care Centre) ଏବଂ ଟାଟା କୋଭିଡ ହସ୍ପିଟାଲ (Tata Covid Hospital) ଠାରେ ଭର୍ତ୍ତି କରାଯାଉଛି।

Also Read: ବ୍ରହ୍ମବରଦା ସିଲ୍‌, ଚିହ୍ନଟ ହୋଇଥିଲେ କୋରୋନା ଆକ୍ରାନ୍ତ

କୋରୋନା ପ୍ରଥମ ଲହର ସମୟରେ ଜିଲା ପ୍ରଶାସନ ସଫଳତାର ସହିତ ମୁକାବିଲା କରିଥିବା ବେଳେ ଏଥର ମଧ୍ୟ ମହମାରୀରକୁ ମାତ ଦେବା ପାଇଁ ଆରମ୍ଭ ହୋଇଯାଇଛି ଉଦ୍ୟମ। ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଠାରେ ଖୋଲାଯାଇଥିବା କୋଭିଡ କେୟାର ସେଣ୍ଟରକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯାଇଛି । ଯେଉଁଥିରେ ଅକ୍ସିଜେନ ଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଛି। ସେହିପରି ଗୁରୁତର ରୋଗୀଙ୍କୁ କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲ ଠାରେ ଭର୍ତି କରାଯାଉଛି। ଯେଉଁଠି ରହିଛି ୧୧୫ ବେଡ ସହିତ ଅତ୍ୟାଧୁନିକ ଆଇସିୟୁ ବ୍ୟବସ୍ଥା। ଅନ୍ୟପଟେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲାର ବ୍ୟାସନଗର ସହ ଯାଜପୁର ସହରରେ ସପ୍ତାହନ୍ତ ସଟଡାଉନ କରାଯାଉଛି। ଅନ୍ୟ ଛକ ବଜାରରେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ଚେକିଂକୁ ମଧ୍ୟ କଡାକଡି କରାଯାଉଛି।

Also Read: ଯାଜପୁରର ଗୋଟିଏ ପଞ୍ଚାୟତରେ ୨୧ କୋରୋନା ଆକ୍ରାନ୍ତ ନେଇ ସମୀକ୍ଷା କଲା ଆରଆରଟି

 

ଗତ ପ୍ରଥମ ଲହରରେ ପ୍ରତି ପଞ୍ଚାୟତରେ ଅସ୍ଥାୟୀ କୋଭିଡ କେନ୍ଦ୍ର ଖୋଲାଯାଇଥିବା ବେଳେ ଚଳିତ ଥର ସଂକ୍ରମଣ ଅଧିକ ଦେଖାଦେଲେ କ୍ଲଷ୍ଟର ସ୍ତରରେ କୋଭିଡ ସହାୟତା କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।