Kubra Aykut died: ନିଜକୁ ବିବାହ କରି ଭାଇରାଲ ହୋଇଥିଲେ ଏହି ଇନଫ୍ଲୁଏନ୍ସର, ବର୍ତ୍ତମାନ ୨୬ ବର୍ଷ ବୟସରେ ହାରିଦେଲେ ଜୀବନ
Advertisement
Article Detail0/zeeodisha/odisha2452015

Kubra Aykut died: ନିଜକୁ ବିବାହ କରି ଭାଇରାଲ ହୋଇଥିଲେ ଏହି ଇନଫ୍ଲୁଏନ୍ସର, ବର୍ତ୍ତମାନ ୨୬ ବର୍ଷ ବୟସରେ ହାରିଦେଲେ ଜୀବନ

Kubra Aykut died: ତୁର୍କୀ ଟିକଟକ୍ ଷ୍ଟାର ଆୟୁକତ୍ ନିଜେ ନିଜକୁ ବିବାହ କରି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ। ନିକଟରେ ସେ ଜୀବନ ହାରିଦେଇଛନ୍ତି। ଏହା ତାଙ୍କର ପ୍ରଶଂସକଙ୍କୁ ଚିନ୍ତିତ କରାଇଛି।

 

TikTok star Kubra Aykut died

TikTok star Kubra Aykut died: ନିଜକୁ ବିବାହ କରିବା ପରେ ଭାଇରାଲ ହୋଇଥିବା ତୁର୍କୀ ଟିକଟକ୍ ଷ୍ଟାପ କୁବ୍ରା ଆୟକୁତଙ୍କ ୨୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତୁର୍କୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ତାନବୁଲର ସୁଲତାନବେଲିରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଖସିପଡିବା ପରେ ସୋମବାର ଆୟୁକତଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀମାନେ ମଧ୍ୟ ତାଙ୍କ ମୃତଦେହ ନିକଟରେ ଏକ ଆତ୍ମହତ୍ୟା ନୋଟ୍ ପାଇଥିଲେ, ଯେଉଁଥିପାଇଁ ଏହା ଆତ୍ମହତ୍ୟା ବୋଲି ବିବେଚନା କରାଯାଉଛି। ତେବେ ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି।

"ବର ବିନା ବିବାହ" ଭାଇରାଲ ଭିଡିଓ ପାଇଁ ପ୍ରସିଦ୍ଧ ହୋଇଥିବା ଆୟୁକତଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଚିନ୍ତାକୁ ସେୟାର କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ଆୟୁକତ ତାଙ୍କ ମୃତ୍ୟୁ ପୂର୍ବରୁ କିଛି ବିବ୍ରତ ଥିବାର ପୋଷ୍ଟ ସେୟାର କରିଥିଲେ। ନିକଟରେ ସେ ତାଙ୍କ ଓଜନ ସମ୍ବନ୍ଧରେ ଏକ ପୋଷ୍ଟ ମଧ୍ୟ କରିଥିଲେ। ଆୟୁକତ୍ ତାଙ୍କର ଶେଷ ପୋଷ୍ଟରେ ଲେଖିଛନ୍ତି ଯେ 'ମୁଁ ମୋର ସମସ୍ତ ଶକ୍ତି ବ୍ୟବହାର କରିଛି କିନ୍ତୁ ତଥାପି ମୋର ଓଜନ ବଢୁନାହିଁ। ପ୍ରତିଦିନ ମୋର ଏକ କିଲୋ ଓଜନ ହ୍ରାସ ହେଉଛି ଏବଂ ମୁଁ କଣ କରିବି ବୁଝିପାରୁ ନାହିଁ।'

ନିଜ ଭାଇରାଲ୍ ଭିଡିଓରେ ଆୟୁକତ୍ ପରମ୍ପରାରୁ ଦୂରେଇ ଯାଇ ଟିକଟକରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଏହି ଭିଡିଓରେ ସେ ଘୋଷଣା କରିଛନ୍ତି ଯେ ମୁଁ ନିଜ ପାଇଁ ଉପଯୁକ୍ତ ବର ଖୋଜିପାରୁ ନାହିଁ। ଏହା ପରେ, ଆଇକୁତ୍ ତାଙ୍କ କାରରେ ପୁଷ୍ପଗୁଚ୍ଛ ନେଇ ନିଜକୁ ଭଲପାଇବାର ପ୍ରତିଶୃତି ଦେଇ ପାଟି କରୁଥିବା ନଜର ଆସିଥିଲେ। ଏହା ପରେ ସେ ସେହି ଦିନର ଅନ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ବର୍ଗର ଖାଇବା ସମୟରେ ନିଜକୁ ନର୍ଭସ କନିଆଁ ବୋଲି ବର୍ଣ୍ଣନା କରିଥିଲେ।

fallback

ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଶୋକ ପ୍ରକାଶ କରାଯାଉଛି ଓ ତାଙ୍କ ଫଲୋର୍ସ ମାନଙ୍କୁ ଏହା ଚକିତ କରିଦେଇଛି। ତାଙ୍କର ଅନେକ ଫଲୋର୍ସ ଆୟୁକୁତଙ୍କ ଏକ ସୁନ୍ଦର ହୃଦୟ ଥିବା ବ୍ୟକ୍ତି ଭାବରେ ମନେ ପକାଉଛନ୍ତି ଏବଂ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଭାବନା ପ୍ରକାଶ କରୁଛନ୍ତି।

ଏହି ସମୟରେ ତୁର୍କୀ କର୍ତ୍ତୃପକ୍ଷ ଆୟୁକତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ତାଙ୍କ ଶରୀରର ପୋଷ୍ଟମର୍ଟମ ବିଶ୍ଳେଷଣ ଚାଲିଛି। ଆୟୁକତଙ୍କ ପିତାମାତା ତାଙ୍କର ଶେଷ ରୀତିନୀତି କରିବା ପରେ ତାଙ୍କ ଘରେ ଏକ ପ୍ରାର୍ଥନା ସେବା କରିଥିଲେ, ଯେଉଁଥିରେ ତୁର୍କୀର ଅନେକ ଟିକଟକ୍ ପ୍ରଭାବଶାଳୀ ବ୍ୟକ୍ତି ଯୋଗ ଦେଇଥିଲେ।

Also Read: Mini Moon: ପୃଥିବୀକୁ ଆଜି ମିଳିବ ଆଉ ଏକ 'ଚନ୍ଦ୍ର', ଜାଣନ୍ତୁ କଣ ଏହି ମିନି ମୁନ୍ ଏବଂ ଏହା ପ୍ରକୃତ ଚନ୍ଦ୍ରଠାରୁ କେତେ ଭିନ୍ନ