ଫେବୃଆରୀ ୨୧ ତାରିଖ ରବିବାର ଦିଲ୍ଲୀ ଠାରେ ଦଳର ଜାତୀୟ ପଦାଧିକାରୀଙ୍କୁ ନେଇ ଆୟୋଜିତ ହୋଇଥିବା ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, ପୁଦୁଚେରୀ, କେରଳ ଆଦି ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି କେନ୍ଦ୍ରରେ କ୍ଷମତାସୀନ ବିଜେପି। ଉପରୋକ୍ତ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ଜାତୀୟ ତଥା ଅଞ୍ଚଳିକ ଦଳଙ୍କ ଲାଗି ବେଶ ଗୁରୁତ୍ୱ ବହନ କରୁଛି।
ଚଳିତ ବର୍ଷ ହେବାକୁ ଯାଉଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି (BJP)। ଏହିକ୍ରମରେ ଫେବୃଆରୀ ୨୧ ତାରିଖ ରବିବାର ଦିଲ୍ଲୀ ଠାରେ ଦଳର ଜାତୀୟ ପଦାଧିକାରୀଙ୍କୁ (National Office Bearers) ନେଇ ଆୟୋଜିତ ହୋଇଥିବା ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି (PM Modi)।
Also Read: 'ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଭୋଟ ନେଇ ବିଜେପିକୁ ଠକିଛି ଶିବସେନା'
କୋରୋନା ସଂକଟ (Corona Crisis) ଏବଂ କୃଷି ଆଇନ ୨୦୨୦ (Farm Act 2020) ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ସମୟରେ ପ୍ରଥମ ଥର ଲାଗି କେନ୍ଦ୍ରୀୟ ବିଜେପି ବୈଠକ ଆୟୋଜିତ ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡା (JP Nadda), କେନ୍ଦ୍ର ଗୃହମନ୍ତ୍ରୀ (Union Home Minsiter) ଅମିତ ଶାହ (Amit Shah) ସମତେ ସମସ୍ତ ଦଳୀୟ ସଂସଦୀୟ ବୋର୍ଡ ସଦସ୍ୟ (BJP Parliamentary Board Member) ରାଜ୍ୟ ଶାଖା ଅଧ୍ୟକ୍ଷ (State Unit President), ପ୍ରଭାରୀ (In-Charge), ସହ ପ୍ରଭାରୀ (Co In-Charge), ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ ପ୍ରମୁଖ ଯୋଗ ଦେଇଛନ୍ତି।
Also Read: Puducherry Politics: ଆସନ୍ତାକାଲି ସାବ୍ୟସ୍ତ କରିବାକୁ ହେବ ବହୁମତ, ନହେଲେ...
ରବିବାର ଆୟୋଜିତ ହୋଇଥିବା ବୈଠକରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜ୍ୟ ପାଇଁ କ'ଣ ଦଳୀୟ ରଣନୀତି ଗ୍ରହଣ କରାଯିବ ସେ ବାବଦରେ ଆଲୋଚନା ହୋଇଛି। କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ଏହି ବୈଠକରେ ସ୍ଥାନ ପାଇଛି।
Also Read: ମମତା ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା
ବୈଠକ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ନୂଆ କୃଷି ଆଇନ ମାଧ୍ୟମରେ କ'ଣ ଫାଇଦା ମିଳିବ ସେ ନେଇ ସେମାନଙ୍କୁ ଅବଗତ କରିବା ଲାଗି ଦଳୀୟ କର୍ମକର୍ତ୍ତାଙ୍କୁ ସାଥିରେ ନେଇ ବିଜେପି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅୟୋଜିତ କରାଯିବ। ଯାହା ଦ୍ୱାରା ଏହି ଆଇନକୁ ନେଇ ରହିଥିବା ସନ୍ଦେହ ଦୂର ହେବ।