'ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଭୋଟ ନେଇ ବିଜେପିକୁ ଠକିଛି ଶିବସେନା'
Advertisement
Article Detail0/zeeodisha/odisha844828

'ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଭୋଟ ନେଇ ବିଜେପିକୁ ଠକିଛି ଶିବସେନା'

ଯଦି ଆମର ଦଳୀୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଶିବସେନା ରାସ୍ତାରେ ଯାଇଥାନ୍ତେ, ତାହେଲେ ବୋଧହୁଏ  ଶିବସେନାର ମହାରାଷ୍ଟ୍ର ରାଜନୀତିରୁ ଅସ୍ଥିତ୍ୱ ହଜିଯାଇଥାନ୍ତା। 

  • ମୁମ୍ବାଇ: ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯଦି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବେନ୍ଦ୍ର ଫଡନାଭୀସ ସେମାନଙ୍କ ରାସ୍ତାରେ ଚାଲିଥାନ୍ତେ ତାହେଲେ ମହାରାଷ୍ଟ୍ର ରାଜନୀତିରୁ ଶିବସେନାର ଅସ୍ଥିତ୍ୱ ହଜିଯାଇଥାନ୍ତା। 
  • ଶିବସେନାର ପାରମ୍ପରିକ ଗଡ କୁହାଯାଉଥିବା ରାଜ୍ୟର କୋଙ୍କଣ ଅଞ୍ଚଳରେ ପହଞ୍ଚିଥିବା କେନ୍ଦ୍ର ଗୃହମନ୍ତ୍ରୀ ଶାହ ମହାରାଷ୍ଟ୍ରର କ୍ଷମତାସୀନ ମହାବିକାଶ ଅଘାଡି ସରକାରଙ୍କୁ (Maha Vikas Aghadi) ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ବର୍ଷି ସେ କହିଛନ୍ତି ଶିବସେନା ସୁପ୍ରିମୋ ଜନମତର ଅପମାନ କରିଛନ୍ତି।   
  • ଶିବସେନା ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) ନାଁରେ ଭୋଟ ମାଗିଥିଲା। ନିର୍ବାଚନ ସରିବା ପରେ କ୍ଷମତା ଲୋଭରେ କଂଗ୍ରେସ ସହ ଚାଲିଯାଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ମୁଁ ଓ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ସଭାସ ସମ୍ବୋଧନ କରିବା ବେଳେ କହିଥିଲୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି  ଦେବେନ୍ଦ୍ର ଫଡନାଭୀସ। ସେତେବେଳେ ଆମ ସହ ନିର୍ବାଚନୀ ମେଣ୍ଟ କରିଥିଲା ଶିବସେନା। ମୁଖ୍ୟମନ୍ତ୍ରୀ ପଦ ସେମାନଙ୍କୁ ଦେବା ଲାଗି କୌଣସି ନିଷ୍ପତ୍ତି ନିଆଯାଇନଥିଲା। ମୁଁ ବନ୍ଦ କଠୋରୀରେ ନିଷ୍ପତ୍ତି ନେବା ଲୋକ ନୁହେଁ।  ଯାହା କରେ ଖୋଲାଖୋଲି ଭାବେ କରେ ବୋଲି ଶିବସେନାକୁ କଟାକ୍ଷ କରିବା ଉଦ୍ଦେଶ୍ୟରେ କହିଛନ୍ତି ଗୃହମନ୍ତ୍ରୀ ଶାହ।      
  • Also Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ
  •  
  • ଏହା ସହିତ ଶାହା କହିଛନ୍ତି କ୍ଷମତା ଲୋଭରେ ଉଦ୍ଧବ ଠାକରେ ଏକ 'ଅପବିତ୍ର ଗଠବନ୍ଧନ କରିଥିଲେ। ଯଦି ଆମର ଦଳୀୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଶିବସେନା ରାସ୍ତାରେ ଯାଇଥାନ୍ତେ, ତାହେଲେ ବୋଧହୁଏ  ଶିବସେନାର ମହାରାଷ୍ଟ୍ର ରାଜନୀତିରୁ ଅସ୍ଥିତ୍ୱ ହଜିଯାଇଥାନ୍ତା। ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ନାରାୟଣ ରାଣେଙ୍କ ମେଡିକାଲ କଲେଜକୁ ଉଦଘାଟନ କରିବା ପାଇଁ ଅମିତ ଶାହା ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଆସିଥିଲେ।
  • Also Read: ବିଜେପି ସହ ମେଣ୍ଟ ଭାଙ୍ଗିବ ଶିବସେନା!
  • ରାଜ୍ୟର ଉଦ୍ଧବ ଠାକରେ ସରକାରଙ୍କୁ ଟାର୍ଗେଟ କରି ଗୃହମନ୍ତ୍ରୀ ଶାହ କହିଛନ୍ତି ମହାରାଷ୍ଟ୍ରକୁ ୩ ଚକିଆ ସରକାର ଶାସନ କରୁଛି। ଯେଉଁଠି ସମସ୍ତ ତିନୋଟି ଚକ ଅଲଗା  ପୃଥକ ଭାବରେ ଗତି କରନ୍ତି। ମୁଁ ମହାରାଷ୍ଟ୍ରର ଲୋକଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ସେମାନେ ଆମ ନିକଟରେ ଅଭିଯୋଗ କରିଛନ୍ତି ଆମେ ପ୍ରତିଶ୍ରୁତି ଭଙ୍ଗ କରିଛୁ। ସେମାନେ କହିଛନ୍ତି ବନ୍ଦ କୋଠରୀରେ କୌଣସି ସଭା ହୋଇନଥିଲା ହେଲେ ଏହା ମିଛ। ଏଭଳି ପରିସ୍ଥିତିରେ ସେମାନଙ୍କୁ ପୁଣି ଥରେ ଜଣାଇ ଦେଇ କହିଛନ୍ତି ଆମେ ବିହାରରେ ଅଧିକ ଆସନ ପାଇ ମଧ୍ୟ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡିଥିଲୁ । ହେଲେ ସେ ନିଜେ କହିଥିଲେ ବିଜେପି ଅଧିକ ଆସନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଗାଦି ସେମାନଙ୍କୁ ମିଳିବା ଆବଶ୍ୟଖ।

Trending Photos

'ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଭୋଟ ନେଇ ବିଜେପିକୁ ଠକିଛି ଶିବସେନା'

ଯଦି ଆମର ଦଳୀୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଶିବସେନା ରାସ୍ତାରେ ଯାଇଥାନ୍ତେ, ତାହେଲେ ବୋଧହୁଏ  ଶିବସେନାର ମହାରାଷ୍ଟ୍ର ରାଜନୀତିରୁ ଅସ୍ଥିତ୍ୱ ହଜିଯାଇଥାନ୍ତା।