UP Govt School: ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ମିଳିଲା ଲୁଣ-ଭାତ, ନିଲମ୍ପିତ ହେଲେ ଶିକ୍ଷକ
Advertisement
Article Detail0/zeeodisha/odisha1374902

UP Govt School: ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ମିଳିଲା ଲୁଣ-ଭାତ, ନିଲମ୍ପିତ ହେଲେ ଶିକ୍ଷକ

Midday Meal Scheme: ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମରେ କେଉଁ ଦିନ କେଉଁ ଖାଦ୍ୟ ପ୍ରଦାନ କରାଯିବ ତାହା ବିଦ୍ୟାଳୟ କାନ୍ଥରେ ଲେଖାଯାଇଛି। 

UP Govt School: ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ମିଳିଲା ଲୁଣ-ଭାତ, ନିଲମ୍ପିତ ହେଲେ ଶିକ୍ଷକ

Mid Day Meal: ସରକାରୀ ବିଦ୍ୟାଳୟରେ ପ୍ରଦାନ କରା ଯାଉଥିବା ମଧ୍ୟାନ୍ନ ଭୋଜନ ବ୍ୟବସ୍ଥାରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସୁଷମ ଖାଦ୍ୟ ଦେବା ବଦଳରେ ପ୍ରଦାନ କରାଯାଇଛି ଲୁଣ-ଭାତ। ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ଉତ୍ତର ପ୍ରଦେଶ ଅଯୋଧ୍ୟା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।  

ଏଠାରେ ଅବସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ (Govt Primary School of Uttar Pradesh) ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନରେ (Mid Day Meal) କେବଳ ଚାଉଳ-ଲୁଣ ଦିଆଯାଉଛି। ଯାହାର ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ (Mid Day Meal Viarl Video) ହେବା ପରେ ଅଯୋଧ୍ୟା ଜିଲ୍ଲା ପ୍ରଶାସନ (Ayodhya District Administration) ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ଗାଁ ମୁଖିଆଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। 

Also Read: ବିବାଦ ସାଜିଲା ସବୁଜ ରଙ୍ଗ; ଲୋକେ କହିଲେ ମଦ୍ରାସାରେ ପରିଣତ ହୋଇଥାନ୍ତା ସରକାରୀ ବିଦ୍ୟାଳୟ

ଭାଇରାଲ ଭିଡିଓରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର (Midday Meal Scheme of Govt School) ଏକ ଅଂଶ ଭାବେ ଭାତ ଏବଂ ଲୁଣ ଖାଉଥିବାର ଦେଖିବାକୁ ମିଳୁଛି। ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମରେ କେଉଁ ଦିନ କେଉଁ ଖାଦ୍ୟ ପ୍ରଦାନ କରାଯିବ ତାହା ବିଦ୍ୟାଳୟ କାନ୍ଥରେ ଲେଖାଯାଇଛି। ଯାହା ଭାଇରାଲ ଭିଡ଼ିଓ ରେ ଦେଖୁବାକୁ ମିଳିଛି। 

ଏହି ଘଟଣା ବାବଦରେ ଯାଞ୍ଚ କରି ଅଯୋଧ୍ୟା ଜିଲ୍ଲାପାଳ ନୀତୀଶ କୁମାର (Ayodhya Collector Nitish Kumar) ଜିଲ୍ଲାର ଚୌରେବାଜାର ଅଞ୍ଚଳରେ ଅବସ୍ଥିତ ଦିହୱା ପାଣ୍ଡେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏକତା ଯାଦବଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଜାରି କରି ଗାଁ ମୁଖିଆଙ୍କୁ ନୋଟିସ ଜାରି କରିଛନ୍ତି। ଏହି ବିଦ୍ୟାଳୟ ଏକ ଗ୍ରାମ ନିକଟରେ ଅବସ୍ଥିତ। ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ପ୍ରଦାନ କରା ଯାଉଥିବା ଖାଦ୍ୟକୁ ଘରକୁ ନେଇ ଯାଇ ସେଠାରେ ଖାଇଥାନ୍ତି। ଏହି କାରଣରୁ କିଛି ଅଭିଭାବକକ ପିଲାଙ୍କୁ ମଧ୍ୟାନ୍ନ ଭୋଜନରେ ଦିଆ ଯାଇଥିବା ଭାତ-ଲୁଣ ଖାଦ୍ୟ ବାବଦରେ ଜାଣିବାକୁ ପାଇଥିଲେ।

Also Read; ଘରେ ଝଗଡା଼ କରି ନିଲମ୍ବିତ ହେଲେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ

ଏହା ପରେ ଅନେକ ଅଭିଭାବକ ମଧ୍ୟ ବିଦ୍ୟାଳୟ ବିରୋଧରେ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଶିକ୍ଷା ବିଭା ଅଧିକାରୀଙ୍କୁ ଏହି ଘଟଣାର ଅନୁସନ୍ଧାନ କରିବା ସହ ସମୟ ସମୟରେ ଅଚାନକ ନିରୀକ୍ଷଣ କରିବାକୁ କୁହାଯାଇଛି। ଏହା ସହିତ ଅଯୋଧ୍ୟା ଜିଲ୍ଲାପାଳ ନୀତୀଶ କୁମାର କହିଛନ୍ତି ଏହି ଘଟଣାର ଭିଡ଼ିଓ ଦେଖିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ମୁଁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରି ଗାଁ ମୁଖିଆଙ୍କ ବିରୋଧରେ ଏକ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।