West Bengal Political Violence: ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଲା BJP
Advertisement

West Bengal Political Violence: ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଲା BJP

ରାଜ୍ୟର ଘଟୁଥିବା ରାଜନୈତିକ ହିଂସାକାଣ୍ଡ ଘଟଣାରେ ଗୃହ ବିଭାଗକୁ ରିପୋର୍ଟ ମାଗିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ। 

West Bengal Political Violence: ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଲା BJP

ନୂଆଦିଲ୍ଲୀ: ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଶାସକ ଟିଏମସି ଏବଂ ବିରୋଧି ବିଜେପି।  ନିର୍ବାଚନ ଆରମ୍ଭ ହେବା ପର ଠାରୁ ଫଳାଫଳ ଆସିବା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ନିର୍ବାଚନୀ ହିଂସାକାଣ୍ଡକୁ ନେଇ ରକ୍ତରଞ୍ଜିତ ହୋଇଉଠିଛି ରାଜନୈତିକ ଦୃଶ୍ୟପଟ।  

ପଶ୍ଚିମବଙ୍ଗରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ (West Bengal Political Violence) ବିରୁଦ୍ଧରେ ବିଜେପି (BJP) ପକ୍ଷରୁ ମେ ୫ ତାରିଖ ବୁଧବାର ଦେଶବ୍ୟାପୀ ଧାରଣା ଦେବା ଲାଗି ଘୋଷଣା କରାଯାଇଛି। କୋରୋନା ଗାଇଡଲାଇନ୍ସ (Corona Guidelines) ପାଳନ କରି ଧାରଣା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Elelction 2021) ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ ଘଟଣାରେ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଟିଏମସି (TMC) ସମର୍ଥକ ଏବଂ ନେତାଙ୍କ ବିରୁଦ୍ଧରେ ଗୁରୁତ ଅଭିଯୋଗ ଆଣିଥିଲା। 

Also Read: WB Election 2021: ଆହୁରି ୭୧ କମ୍ପାନୀ CAPF ପଠାଇବ କେନ୍ଦ୍ର ଗୃହମନ୍ତ୍ରଣାଳୟ

 

ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରାଯାଉଛି। ଯେଉଁ ମତଦାତା ଦଳକୁ ଭୋଟ ଦେଇଥିଲେ ଏବଂ ଯେଉଁ ଦଳୀୟ କାର୍ଯ୍ୟକର୍ତ୍ତା ନିର୍ବାଚନ ସମୟରେ ଦଳ ପାଇଁ କାମ କରିଥିଲେ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଦଳୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଉଛି। ଏ ଘଟଣାରେ ଟିଏମସି ସମ୍ପୃକ୍ତ ରହିଥିବାର ଅଭିଯୋଗ ଆଣିଛି ବିଜେପି। ସେପଟେ ମଙ୍ଗଳବାର ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡା (JP Nadda)।

ପଶ୍ଚିମବଙ୍ଗରେ ଦଳୀୟ ସମର୍ଥକଙ୍କ ଉପରେ ହେଉଥିବା ହିଂସାକାଣ୍ଡ ଘଟଣାରେ ଜବାବ ଦେବାକୁ ଅଣ୍ଟା ଭିଡିଛନ୍ତି ବିଜେପି ଲୋକସଭା ସାଂସଦ (BJP Loksabha MP) ପରବେଶ ସାହେବ ସିଂହ (Parvesh Sahib Singh)। ଏନେଇ ସେ କହିଛନ୍ତି ଟିଏମସି ଗୁଣ୍ଡା ଆମ ଦଳର କର୍ମକର୍ତ୍ତାଙ୍କୁ ଆକ୍ରମଣ କରୁଛନ୍ତି। ହେଲେ ସେମାନେ ଭୁଲି ଯାଉଛନ୍ତି ତାଙ୍କ ଦଳର ସାଂସଦ, ବିଧାୟକ, ନେତା ଦିଲ୍ଲୀ ଆସିବେ।
  
ନିର୍ବାଚନ ଫଳାଫଳ ଆସିବା ପରେ ଟିଏମସି ଗୁଣ୍ଡା ଆମ ଦଳର ଲୋକଙ୍କୁ ହତ୍ୟା କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ହେଲେ ଟିଏମସି ନେତା ମନେରଖିବା ଦରକାର ସେମାନଙ୍କୁ ଦିଲ୍ଲୀ ଆସିବାକୁ ପଡିବ। ଏହାକୁ ସେମାନେ ଚେତାବନୀ ଭାବେ ଗ୍ରହଣ କରିପାରନ୍ତି ବୋଲି ଟ୍ୱିଟ କରି କହିଛନ୍ତି ବିଜେପି ସାଂସଦ ସାହେବ ସିଂହ। 

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

 

କେବଳ କାର୍ଯ୍ୟକର୍ତ୍ତା ନୁହଁନ୍ତି ପଶ୍ଚିମବଙ୍ଗରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ (Political Violence) ଘଟଣାରୁ ମଧ୍ୟ ବାଦ ପଡୁନାହାଁନ୍ତି ନିର୍ବାଚିତ ଦଳୀୟ ଜନପ୍ରତିନିଧି। ଏହି ଘଟଣାର ସଦ୍ୟତମ ଉଦାହରଣ ହେଉଛି ଏଥରର ନିର୍ବାଚନରେ ରାଜ୍ୟର ସବୁ ଠାରୁ ଚର୍ଚ୍ଚିତ ବିଧାନସଭା ଆସନ ଭାବେ ଉଭା ହୋଇଥିବା ନନ୍ଦିଗ୍ରାମ (Nandigram Assembly Constituency)। ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ। 

ଗତ ୨ ତାରିଖରେ ପ୍ରକାଶ ପାଇଥିଲା ନିର୍ବାଚନ ଫଳାଫଳ। ସେହି ଦିନ ତାଙ୍କ ଗାଡି ଉପରେ ଟିଏମସି ସମର୍ଥକ ଆକ୍ରମଣ କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ଯଦି ନିର୍ବାଚିତ ଜନପ୍ରତିନିଧିଙ୍କ ଅବସ୍ଥା ଏପରି  ତାହେଲେ ରାଜ୍ୟବାସୀଙ୍କ ସ୍ଥିତି କିପରି ରହିଥିବ ତାହା ମୋ ଉପରେ ହୋଇଥିବା ଆକ୍ରମଣରୁ ଜଣାପଡୁଛି ବୋଲି କହିଛନ୍ତି ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀ।

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

 

ରାଜ୍ୟରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ (West Bengal Governor) ଜଗଦୀପ ଧନକଡ (Jagdeep Dhankhar)। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଛନ୍ତି ସେ। ଏ ପ୍ରସଙ୍ଗରେ ରାଜ୍ୟପାଳ ଗୃହ ମନ୍ତ୍ରଣାଳୟ (Home Ministry) ସହ ଯୋଗାଯୋଗ କରିବା ସହିତ ଏହି ଘଟଣା ବାବଦରେ ଅବଗତ କରାଇଛନ୍ତି। ଉଭୟ ରାଜ୍ୟପାଳ ଏବଂ ଗୃହ ମନ୍ତ୍ରଣାଳୟ ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ଗୃହ ବିଭାଗ (West Bengal Home Department) ଅତିରିକ୍ତ ମୁଖ୍ୟ ସଚିବଙ୍କୁ (Additional Chief Secretary) ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।