Gujarat Election 2022: ନୀରବ ମୁଦ୍ରାରେ ରହିଛି କଂଗ୍ରେସ, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1414806

Gujarat Election 2022: ନୀରବ ମୁଦ୍ରାରେ ରହିଛି କଂଗ୍ରେସ, ଜାଣନ୍ତୁ କାରଣ...

Gujarat Politics:  ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ନୀରବ ମୁଦ୍ରାରେ ରହି  କଂଗ୍ରେସ ଏହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି।

Gujarat Election 2022: ନୀରବ ମୁଦ୍ରାରେ ରହିଛି କଂଗ୍ରେସ, ଜାଣନ୍ତୁ କାରଣ...

Gujarat Assembly Election 2022: ଚଳିତ ବର୍ଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ।  ସମୟ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏପରିକି ତାରିଖ ଘୋଷଣା ହେବା ପୂର୍ବରୁ ନିର୍ବାଚନ ପ୍ରଚାରରେ ମାତି ଯାଇଛଥନ୍ତି ବିଭିନ୍ନ ରାଜନୈତିକ ଦଳ। 

ଏହି କ୍ରମରେ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat Assembly Election 2022) ପାଇଁ କଂଗ୍ରେସ (Congress) ଏହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ଦୀର୍ଘ ୨୭ ବର୍ଷ ପରେ ଦଳ ପୁଣି ଥରେ କ୍ଷମତାକୁ ଫେରିବାକୁ ପ୍ରସ୍ତୁତି କରୁଛି। ନବନିର୍ବାଚିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ (Congress President Mallikarjun Kharge) ନେତୃତ୍ୱରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର (Congress Central Election Committee) ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ଦଳ ଏଥର ଏକ ନୂତନ ରାଜନୈତିକ ସମୀକରଣ ସହିତ ଗୁଜରାଟ ନିର୍ବାଚନରେ (Gujarat Election 2022) ​​ପ୍ରବେଶ କରିବାକୁ ପ୍ରୟାସ କରୁଛି।

Also Read: Gujarat Election 2022: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏପରି ରଣନୀତି ପ୍ରସ୍ତୁତ କଲା କଂଗ୍ରେସ

ଗୁଜୁରାଟ ନିର୍ବାଚନ ୨୦୨୨ ପାଇଁ କଂଗ୍ରେସ ତୃଣମୂଳ ସ୍ତର ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଦଳ ଆଦିବାସୀ (Tribes), ମୁସଲମାନ (Muslim), ଦଳିତ (Dalit), ପଛୁଆ ବର୍ଗ (Backward Community) ଏବଂ ପଟେଲ ସମ୍ପ୍ରଦାୟର (Patel Community) ସମର୍ଥନ ହାସଲ କରିବାରେ ଲାଗିପଡ଼ିଛି। ବିଗତ ୨୭ ବର୍ଷ ଧରି କ୍ଷମତାସୀନ ରହିଥିବା ବିଜେପି ବିରୋଧରେ ଏଥର ମଜବୁତର ସହ ଲଢିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏପରିକି ଦଳ ୨୦୨୨ ନିର୍ବାଚନରେ ପୁଣି ଥରେ ଗୁଜୁରାଟରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି।

Also Read: Congress Leader Rahul Gandhi: ରାଲିରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ

ଗୁଜୁରାଟ ନିର୍ବାଚନ ୨୦୨୨ ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବାକୁ ନେଇ କଂଗ୍ରେସ ଉପରୋକ୍ତ ସମୀକରଣ ଉପରେ ଧ୍ୟାନ ଦେଇଛି। ଏନେଇ ନିକଟରେ ଅନୁଷ୍ଠିତ ହୋଇଥିବା  ଦଳର ଏକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଦଳର ନିର୍ବାଚନ ପ୍ରଚାର ଏବଂ ସ୍ଲୋଗାନ ଏହି ସମୀକରଣ ଉପରେ ପର୍ଯ୍ୟବେସିତ ହେବ। ଗୁଜୁରାଟ ନିର୍ବାଚନକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ୨୯ ଅକ୍ଟୋବରରେ ଆଦିବାସୀ ବହୁଳ ନଭସାରୀ ଗସ୍ତରେ ଆସିବେ। ତାଙ୍କ ବ୍ୟତୀତ ରାହୁଲ ଗାନ୍ଧୀ (Rahul Gandhi), ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଗତ ସେପ୍ଟମ୍ବର ତାରିଖରୁ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡା ଯାତ୍ରା (Bharat Jodo Yatra) ଗୁଜୁରାଟ ଦେଇ ଯିବ ନାହିଁ। ହେଲେ ତଥାପି କଂଗ୍ରେସ ଗୁଜୁରାଟରେ ଦଳୀୟ ସଙ୍ଗଠନକୁ (Gujarat Congress Unit) ମଜବୁତ କରିବା ଏବଂ ଭୋଟ୍ ପାଇବାକୁ ଚେଷ୍ଟା ଜାରି ରଖିଛି। ଦଳ ପ୍ରାୟ ୧.୬୫ କୋଟି ଲୋକଙ୍କୁ ରାହୁଲ ଗାନ୍ଧୀଙ୍କ ଆଠଟି ପ୍ରତିଜ୍ଞା ପତ୍ର ବଣ୍ଟନ କରିଛି। ଏହା ବ୍ୟତୀତ ୩୧ ଅକ୍ଟୋବରରେ କଂଗ୍ରେସ ରାଜ୍ୟର ପାଞ୍ଚଟି କ୍ଷେତ୍ରରେ ପରିବର୍ତ୍ତନ ସଂକଳ୍ପ ଯାତ୍ରା (Parivartan Sankalp  Yatra) ଆୟୋଜନ କରିବ।

Also Read: Gujarat Election 2022: ଦଳୀୟ ନିର୍ବାଚନ ପ୍ରସ୍ତୁତି ବାବଦରେ କ'ଣ କହିଲେ ଅଶୋକ ଗେହୋଲତ?

ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଯାତ୍ରାରେ ରାଜସ୍ଥାନ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଯୋଗଦେବେ। ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏବଂ କମଲ ନାଥଙ୍କ ସହ ଦଳର ବରିଷ୍ଠ ନେତା ମୁକୁଲ ୱାସନିକ ପାଞ୍ଚଟି ସହରରୁ ପରିବର୍ତ୍ତନ ସଂକଳ୍ପ ଯାତ୍ରା ଆରମ୍ଭ କରିବେ। ଏହି ଯାତ୍ରା ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୧୭୫ ଆସନ ଦେଇ ଅତିକ୍ରମ କରିବ। ପ୍ରତ୍ୟେକ ଯାତ୍ରା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ।