ବିଧାନ ପରିଷଦ ଉପାଧ୍ୟକ୍ଷଙ୍କୁ ତଡିଲେ ସଦସ୍ୟ; ରେଳ ଧାରଣାରୁ ମିଳିଲା ମୃତଦେହ
Advertisement

ବିଧାନ ପରିଷଦ ଉପାଧ୍ୟକ୍ଷଙ୍କୁ ତଡିଲେ ସଦସ୍ୟ; ରେଳ ଧାରଣାରୁ ମିଳିଲା ମୃତଦେହ

କର୍ଣ୍ଣାଟକ ବିଧାନ ପରିଷଦ ଉପାଧ୍ୟକ୍ଷ ଏସଏଲ ଧର୍ମେଗୌଡାଙ୍କ ମୃତଦେହ ଚିକମାଙ୍ଗାଲୁରସ୍ଥିତ କାଦୁର ନିକଟସ୍ଥ ଏକ ରେଳ ଧାରଣାରୁ ଉଦ୍ଧାର କରାଯାଇଛି। ଏ ଘଟଣାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।

ବିଧାନ ପରିଷଦ ଉପାଧ୍ୟକ୍ଷଙ୍କୁ ତଡିଲେ ସଦସ୍ୟ; ରେଳ ଧାରଣାରୁ ମିଳିଲା ମୃତଦେହ

ବେଙ୍ଗାଲୁରୁ: ରେଳ ଧାରଣାରୁ ଜଣେ ରାଜନେତାଙ୍କ ଶବ ମିଳିବା ଘଟଣାକୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। ରାଜ୍ୟ ବିଧାନ ପରିଷଦର ଉପାଧ୍ୟକ୍ଷ ତଥା ଜେଡିଏସ ନେତା ଏସ.ଏଲ ଧର୍ମେଗୌଡାଙ୍କ ମୃତଦେହ ରେଲୱେ ଟ୍ରାକରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ନେଇ କୁହାଯାଇଛି।

କର୍ଣ୍ଣାଟକ ବିଧାନ ପରିଷଦ (Karnataka Legislative Council) ଉପାଧ୍ୟକ୍ଷ ଏସ.ଏଲ ଧର୍ମେଗୌଡାଙ୍କ ( S. L. Dharmegowda) ମୃତଦେହ ଚିକମାଙ୍ଗାଲୁରସ୍ଥିତ କାଦୁର ନିକଟସ୍ଥ ଏକ ରେଳ ଧାରଣାରୁ ଉଦ୍ଧାର କରାଯାଇଛି। କର୍ଣ୍ଣାଟକ ପୋଲିସର କହିବା ଅନୁସାରେ ଏକ ସୁସାଇଡ ନୋଟ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ଚଳିତ ମାସ ୧୫ ତାରିଖରେ ହୋଇଥିବା ଘଟଣା ବାବଦରେ ସେ ଉଲ୍ଲେଖ କରିଛନ୍ତି। ଏହି ନୋଟରେ 00000ମୃତକ ଜେଡିଏସ ନେତା ଧର୍ମେଗୌଡା କଂଗ୍ରେସ ସଦସ୍ୟ କରିଥିବା  ଦୁର୍ବ୍ୟବହାର ପ୍ରଦର୍ଶନ ବାବଦରେ ଉଲ୍ଲେଖ କରିଛନ୍ତି। 

କିଛି ଦିନ ପୂର୍ବେ  ରାଜ୍ୟ ବିଧାନ ପରିଷଦରେ ସ୍ୱତନ୍ତ୍ର ଅଧିବେଶନ ଚାଲିଥିବା ବେଳେ ଗୃହ ଉପାଧ୍ୟକ୍ଷ ତଥା ଜେଡିଏସ ନେତା ଏସ.ଏଲ ଦେବେଗୌଡାଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ କଂଗ୍ରେସ ସଦସ୍ୟ। ଏପରିକି ତାଙ୍କୁ ତାଙ୍କ ଆସନରୁ ଟାଣି ତଳେ ପକାଇ ଦେଇଥିଲେ କଂଗ୍ରେସ ସଭ୍ୟ। ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ସେ।   

Also Read: ସୋମନାଥ ମନ୍ଦିର ପରି ହେବ ରାମ ମନ୍ଦିର ଟ୍ରଷ୍ଟ ?

 

fallback

ଏ ଘଟଣା ବାବଦରେ ଜାଣିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ (JDS) ମୁଖ୍ୟ ଏଚଡି ଦେବେଗୌଡା (HD Devegowda) ଦଳୀୟ ନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ କହିଛନ୍ତି ରାଜ୍ୟ ବିଧାନ ପରିଷଦର ଅଧ୍ୟକ୍ଷ ତଥା ଜେଡିଏସ ନେତା ଏସ.ଏଲ୍ ଧର୍ମଗୋଡାଙ୍କ ଆତ୍ମହତ୍ୟା ଖବର ଜାଣି ମୁଁ ଆଶ୍ଚର୍ଯ୍ୟ। ସେ ଜଣେ ଶାନ୍ତ ଏବଂ ସଭ୍ୟ ବ୍ୟକ୍ତିତ୍ୱ ଥିଲେ। ଏହା ରାଜ୍ୟ ରାଜନୀତି ପାଇଁ ଏକ ବଡ କ୍ଷତି।

 

ଜେଡିଏସ ନେତା ଧର୍ମେଗୌଡାଙ୍କ ମୃତଦେହ ସୋମବାର ବିଳମ୍ବିତ ରାତ୍ରୀ ୨ଟା ସମୟରେ ଉଦ୍ଧାର କରାଯାଇଛି। ଡିସେମ୍ବର ୨୮ ତାରିଖ ସୋମବାର ସନ୍ଧ୍ୟା ୭ଟା ସମୟରେ ଜେଡିଏସ ନେତା ଧର୍ମେଗୌଡା ନିଜ ସାଣ୍ଟ୍ରୋ କାର ଧରି ଘରୁ ଏକାକୀ ବାହାରିଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବା ପରେ ତାଙ୍କୁ ଖୋଜା ଯାଇଥିଲା। ଶେଷରେ ତାଙ୍କ ଶବ ରାଜ୍ୟର କଡୁର ଅଞ୍ଚଳରେ ଥିବା ଗୁନସାଗରସ୍ଥିତ ରେଳଧାରଣାରୁ ମିଳିଥିଲା।