Road Accident: ସମରଝୋଳ ଛକରେ ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ
Advertisement
Article Detail0/zeeodisha/odisha2394402

Road Accident: ସମରଝୋଳ ଛକରେ ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ

Road Accident: ଗଞ୍ଜାମ ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସକୁ ଧକ୍କା ଦେଲା ତେଲ ଟ୍ୟାଙ୍କର। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏବଂ ୨୦ ଜଣ ଆହତ ହୋଇଛନ୍ତି। 

Road Accident: ସମରଝୋଳ ଛକରେ ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ

Road Accident: ଗଞ୍ଜାମ ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସକୁ ଧକ୍କା ଦେଲା ତେଲ ଟ୍ୟାଙ୍କର। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏବଂ ୨୦ ଜଣ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ:  Road Accident: ଟ୍ରକ୍ କୁ ପିଟିଲା କାର୍, ଘଟଣାସ୍ଥଳରେ ୪ ମୃତ

ALSO READ: September Lucky Zodiac Signs: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ସେପ୍ଟେମ୍ବର, ବେକାରିଙ୍କୁ ମିଳିବ ଚାକିରି ସହ...!

ସୂଚନା ଅନୁସାରେ, ଆଜି ସକାଳେ ଯାତ୍ରୀବାହୀ ବସଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କର ଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତାକଡ ଚା ଦୋକାନ ଆଡ଼କୁ ମାଡି ଯାଇଥିଲେ। ଫଳରେ ବସ୍ ତଳେ ଚାପି ହୋଇ ଚା ପିଉଥିବା ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ବସ୍ ମଧ୍ୟରେ ଥିବା ୨ ଯାତ୍ରୀଙ୍କ ଜୀବନ ଯାଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାର ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି। ଦୁର୍ଘଟଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।