Road Accident: ଟ୍ରକ୍- ବୋଲେରୋ ମୁହାଁମୁହିଁ ଧକ୍କା , ଘଟଣାସ୍ଥଳରେ...
Advertisement
Article Detail0/zeeodisha/odisha2396097

Road Accident: ଟ୍ରକ୍- ବୋଲେରୋ ମୁହାଁମୁହିଁ ଧକ୍କା , ଘଟଣାସ୍ଥଳରେ...

Road Accident: ଅଶୁଭ ଶୁକ୍ରବାର। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। 

Road Accident: ଟ୍ରକ୍- ବୋଲେରୋ ମୁହାଁମୁହିଁ ଧକ୍କା , ଘଟଣାସ୍ଥଳରେ...

Road Accident: ଅଶୁଭ ଶୁକ୍ରବାର। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। କଳାହାଣ୍ତି ଜିଲ୍ଲା ମଥୁରା ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଟ୍ରକ୍- ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋରେ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। 

ALSO READ: ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...

ALSO READ: Road Accident: ସମରଝୋଳ ଛକରେ ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ

ସୂଚନା ଅନୁସାରେ, ଆଜି ସକାଳେ କିଛି ଲୋକେ ଜଣେ ରୋଗୀଙ୍କୁ ନେଇ ବୋଲେରୋ ଯୋଗେ ଡାକ୍ତରଖାନା ଯାଉଥିଲେ। ହେଲେ ମଥୁରା ଛକ ନିକଟରେ ବୀପରିତ ଦିଗରୁ  ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ୍  ବୋଲେରୋକୁ ଧକ୍କା ଦେଇଥିଲା।  ।ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା।  ବୋଲେରୋରେ ଥିବା ସମସ୍ତ ସଦସ୍ୟ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ଓ ପୋଲିସ୍ ପହଞ୍ଚି ଗାଡି ଭିତରୁ ସେମାନଙ୍କୁ ଉଦ୍ଧାର କରି ଥିଲା। କିନ୍ତୁ ଘଟଣାସ୍ଥଳରୋ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଚମ୍ପଟ ମାରିଛି।...