Ration Card: ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଆରମ୍ଭ କଲେ ନୂଆ ଯୋଜନା; ମିଳିବ ୧୧୦୭ ଟଙ୍କା
Advertisement
Article Detail0/zeeodisha/odisha1524083

Ration Card: ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଆରମ୍ଭ କଲେ ନୂଆ ଯୋଜନା; ମିଳିବ ୧୧୦୭ ଟଙ୍କା

Ration Card: ଆମେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାର ବ୍ୟତୀତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି । ଆସନ୍ତୁ ଆପଣଙ୍କୁ କହୁଛୁ ଯେ କେଉଁ ରାଜ୍ୟର ଲୋକଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଟ୍ରାନ୍ସଫର କରାଯିବ ।

Ration Card: ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଆରମ୍ଭ କଲେ ନୂଆ ଯୋଜନା; ମିଳିବ ୧୧୦୭ ଟଙ୍କା

Ration Card: ରାସନ କାର୍ଡ ଧାରକ (Ration Card Holder) ମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ (Ration Card) ଅଛି, ତେବେ ବର୍ତ୍ତମାନ ସରକାର ଆପଣଙ୍କୁ ଜାନୁଆରୀ ମାସରେ ୧୦୦୦-୧୦୦୦ ଟଙ୍କା ଦେବେ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାର (Central Govt) ବ୍ୟତୀତ ରାଜ୍ୟ ସରକାର (State Govt) ମଧ୍ୟ ସମୟ ସମୟରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି । ଆସନ୍ତୁ ଆପଣଙ୍କୁ କହୁଛୁ ଯେ କେଉଁ ରାଜ୍ୟର ଲୋକଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଟ୍ରାନ୍ସଫର କରାଯିବ ।

ତାମିଲନାଡୁ ସରକାର (Tamil Nadu Govt) ଏହି ଟଙ୍କା ରାଜ୍ୟର ରାସନ ହିତାଧିକାରୀଙ୍କୁ ଦେବାକୁ ଘୋଷଣା କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ (Tamil Nadu CM) ଏମ୍ କେ (M.K. Stalin) ଆସନ୍ତା ମାସରେ ପୋଙ୍ଗଲ ମହୋତ୍ସବ (Pongal Festival) ଅବସରରେ ରାସନ କାର୍ଡ ଧାରକ (Ration Card Holder) ଙ୍କୁ ୧୦୦୦-୧୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ (Tamil Nadu CM) ଏମ୍ କେ (M.K. Stalin) ଆଦେଶ ଦେଇ କହିଛନ୍ତି ଯେ, ଆସନ୍ତା ମାସରେ ପୋଙ୍ଗଲ (Pongal Festival) ଅବସରରେ ସେ ରାସନ କାର୍ଡ ଧାରକ (Ration Card Holder) ଙ୍କୁ ୧୦୦୦-୧୦୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ । ପୋଙ୍ଗଲ ଅବସରରେ ରାଜ୍ୟ ସରକାର ପ୍ରତିବର୍ଷ ଗରିବ ଲୋକଙ୍କୁ କିଛି ଅର୍ଥ ରାଶି ପ୍ରଦାନ କରନ୍ତି । ଏହା ସହିତ ଚାଉଳ, ଚିନି ପରି ଜିନିଷ ମଧ୍ୟ ଉପହାର ଭାବରେ ଦିଆଯାଏ ।

ବର୍ତ୍ତମାନ ସରକାର ଅସହାୟ ଲୋକଙ୍କୁ ଏହାର ସୁବିଧା ଦେବା ଆରମ୍ଭ କରି ଦେଇଛନ୍ତି । ଏହି ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା ଜାନୁଆରୀ ୯ରେ ଆରମ୍ଭ କରାଯାଇଥିଲା । ଏହି ସମୟରେ ଯୋଗ୍ୟ ପରିବାରକୁ ୧୧୦୭ ଟଙ୍କା ମୂଲ୍ୟର 'ପୋଙ୍ଗଲ୍ ଗିଫ୍ଟ ହାମ୍ପର୍ସ' ବଣ୍ଟନ ଆରମ୍ଭ ହୋଇଥିଲା । ସରକାର ଦେଇଥିବା ସୂଚନା ଅନୁଯାୟୀ, ୧୦୦୦ ଟଙ୍କା ନଗଦ ବ୍ୟତୀତ ଗିଫ୍ଟ ହ୍ୟାମ୍ପରରେ ୩୫.୨୦ ଟଙ୍କାର ଗୋଟିଏ କିଲୋଗ୍ରାମ, ୩୯.୨୭ ଟଙ୍କାର ଏକ କିଲୋଗ୍ରାମ ଚିନି ଓ ୩୩ ଟଙ୍କାର ପନିର କରୁମ୍ବୁ ରହିଛି ।

ଏକ ଆଧିକାରୀକ ବୟାନ ଅନୁଯାୟୀ, ୧୦୦୦ ଟଙ୍କା ଦେବା ବ୍ୟତୀତ ସମସ୍ତ ରାସନ କାର୍ଡ ଧାରକ (Ration Card Holder) ଙ୍କୁ ଚାଉଳ ଉପହାର ସ୍ୱରୂପ ଦିଆଯିବ । ଏଠାରେ କହି ରଖୁଛୁ ଯେ, ଏହି ଆଦେଶ ଶ୍ରୀଲଙ୍କା ପୁନର୍ବାସ ଶିବିରରେ ରହୁଥିବା ପରିବାର ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ ହିତାଧିକାରୀଙ୍କୁ ଏକ କିଲୋଗ୍ରାମ ଚାଉଳ ଓ ଏକ କିଲୋଗ୍ରାମ ଚିନି ମଧ୍ୟ ଦିଆଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୨.୧୯ କୋଟି କାର୍ଡଧାରୀ ଉପକୃତ ହେବେ । ଏହି ନିଷ୍ପତ୍ତି ପରେ ରାଜକୋଷ ଉପରେ ପ୍ରାୟ ୨୩୫୬.୬୭ କୋଟି ଟଙ୍କା ବୋଝ ବଢ଼ିବ । ଏମ କେ ଷ୍ଟାଲିନ୍ ଜାନୁଆରୀ ୨ରେ ପୋଙ୍ଗଲ୍ ଉପହାର ଯୋଜନା ଆରମ୍ଭ କରିବେ ଓ ଏହି ଉତ୍ସବ ଜାନୁଆରୀ ୧୫ରେ ପାଳନ କରାଯିବ ।

ଅଧିକ ପଢ଼ନ୍ତୁ:-ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ ଓ ଓଜନ ବିଷୟରେ

ଅଧିକ ପଢ଼ନ୍ତୁ:-ୟୁପିର ଗୋଟିଏ ହସ୍ପିଟାଲରେ ୯ ଦିନରେ ଗଲା ୧୩୧ ଜଣଙ୍କର ଜୀବନ, କାରଣ ଜାଣିଲେ ଉଡ଼ିଯିବ ହୋସ୍!

ଅଧିକ ପଢ଼ନ୍ତୁ:-ମ୍ୟାଚ ମଝିରେ ଅଧିନାୟକ ରୋହିତ ଶର୍ମା କଲେ ଏପରି କିଛି, ଯାହାର ହେଉଛି ଚାରିଆଡ଼େ ପ୍ରଶଂସା; ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

 

୨୦୧୫ ମସିହାରେ ରାଜ୍ୟ ସରକାର ଉପହାର ଭାବେ ବ୍ୟାଗ ଦେଇଥିଲେ । ଏଥି ସହିତ ୨୦୧୯ ମସିହାରେ ୧,୦୦୦ ଟଙ୍କା ନଗଦ ଅର୍ଥ ରାଜ୍ୟର ଅଭାବୀ ଲୋକଙ୍କୁ, ୨୦୨୦ରେ ୨୫୦୦ ଟଙ୍କା ଏବଂ ୨୦୨୧ରେ ୨୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ରାଶି ସରକାର ପ୍ରଦାନ କରିଛନ୍ତି ଯାହା ଦ୍ୱାରା ରାଜ୍ୟର ସମସ୍ତ ଲୋକ ଏହି ପର୍ବକୁ ଖୁସିରେ ପାଳନ କରିପାରିବେ । ଏହା ସହିତ ଚାଉଳ, ଆଖୁ ଏବଂ ଚିନି ମଧ୍ୟ ଉପହାର ଦିଆଯାଏ । ଆପଣଙ୍କୁ କହି ରଖୁଛୁ ଯେ, ଏହା ପ୍ରଥମେ ଜାନୁଆରୀ ୨୦୧୪ରେ ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟ ସରକାର ଏକ କିଲୋଗ୍ରାମ କଞ୍ଚା ଚାଉଳ ଓ ଏକ କିଲୋଗ୍ରାମ ଚିନି ସହିତ ନଗଦ ୧୦୦ ଟଙ୍କା ଦେଇଥିଲେ ।