Advertisement

Climate News

alt
Odisha Weather: ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ ରହିବା ସହ କୌଣସି ସିଷ୍ଟମର ସଙ୍କେତ ମିଳୁ ନାହିଁ। ୯ ତାରିଖ ବେଳକୁ ତାମିଲନାଡ଼ୁ ନିକଟସ୍ଥ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ କେରଳ ନିକଟସ୍ଥ ଦକ୍ଷିଣ-ପୂର୍ବ ଆରବସାଗର ପର୍ଯ୍ୟନ୍ତ ଏକ ବିସ୍ତିର୍ଣ୍ଣ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ଦୁଇ ଦିନରେ ଦକ୍ଷିଣ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ଆଡ଼କୁ ମୁହାଁଇ ୧୪ ତାରିଖରେ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ୧୬ କିମ୍ବା ୧୭ ତାରିଖ ବେଳକୁ ଏହି ସିଷ୍ଟମର ପବନ ଆସି ରାଜ୍ୟରେ କିଛି ବର୍ଷା କରାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
Oct 7,2024, 17:00 PM IST
alt
Weather Update: ଆସୁଛି ଆଉ ଏକ ଲଘୁଚାପ। ଆଜି ସୃଷ୍ଟି ହୋଇପାରେ ଲଘୁଚାପ। ବାୟୁ ମଣ୍ତଳରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ଏକାଧିକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଧା ବାତ୍ୟା ଆଶଙ୍କା ନଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପାଣିପାଗ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ଉପକୂଳ ଓଡ଼ିଶା ସମେତ ମୟୂରଭଂଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୬ ଓ ୭ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ହାଲୁକା ବର୍ଷା ହୋଇପାରେ। ୮ ତାରିଖ ବେଳକୁ ରାଜ୍ୟରେ ପୁଣି ଥରେ ବର୍ଷାର ପରିମାଣ ବୃଦ୍ଧି ପାଇ
Oct 4,2024, 16:39 PM IST
alt
Weather Report: ରାଜ୍ୟରେ ଜାରି ରହିଛି ଲଘୁଚାପ (Low Pressure)ର ପ୍ରଭାବ। ଗତ ୩ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଶନିବାର ଟ୍ବିନ ସିଟି(କଟକ, ଭୁବନେଶ୍ୱର)ରେ ପାଗ ଫିଟିଛି। ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଖରା ଅନୁଭୂତ ହୋଇଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ପୂର୍ବାପେକ୍ଷା ବର୍ଷାର ପରିମାଣ କମ୍ ହୋଇଥିଲେ ମଧ୍ୟ କିଛି କିଛି ସ୍ଥାନରେ ଏହାର ପ୍ରଭାବ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ଆଜି ଅର୍ଥାତ୍ ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ନୂଆପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ସ୍ଥାନ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପା
Sep 29,2024, 16:13 PM IST
alt
ରାଜ୍ୟରେ ଜାରି ରହିଛି ବର୍ଷା । ଗଭୀର ଅବପାତ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ୍ ଓ ରାୟଗଡାରେ ବି ସ୍ଥିତି ବେହାଲ ହୋଇଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି ବି ବର୍ଷା ଲାଗି ରହିବ। ତେବେ, ପଶ୍ଚିମ ଓଡି଼ଶାରେ ପ୍ରବଳ ବର୍ଷା ହେବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ଦିନ ପୁରୀ ପାଖରେ ଓଡି଼ଶା ଉପକୂଳ ଅତିକ୍ରମ କରିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବାସହ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଯାଉଛି। ଏହା ଦୁର୍ବଳ ହୋଇ ଅବପାତକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବଂ ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ଛତିଶଗଡ ଆଡ଼କୁ ଗତି କରିବ। ମଙ୍ଗଳବାର ସୁଧା ଏହା ଆହୁରି ଦୁର
Sep 10,2024, 15:52 PM IST
alt
Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ରହିଛି। ଆସନ୍ତା ସୋମବାର ଏହା ଅବପାତ ରୂପ ନେବ। ଲଘୁଚାପ ପ୍ରଭାବରେ ଶନିବାର ରାଜ୍ୟର କିଛି ସ୍ଥାନରେ ନିର୍ଧୁମ୍ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା,ପୁରୀ, ଖୋର୍ଦ୍ଧା, କୋରାପୁଟ୍ , ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି, ଆଜି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ , ଗଜପତି, ଗଂଜାମ, ମୟୂରଭଂଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହୋଇପାରେ।
Sep 7,2024, 16:52 PM IST
alt
ଆଗାମୀ ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଓ ନୟାଗଡ଼କୁ ୟେଲୋ ଜୋନରେ ରଖିଥିବାରୁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩୧ ଯାଏଁ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବାର ପୂର୍ବାନୁମାନ କରାଯାଉଥିବାରୁ ମତ୍ସ୍ୟଜୀବୀଙ୍କୁ ବି ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।
Jul 27,2024, 17:00 PM IST
alt
Jul 19,2024, 20:00 PM IST
alt
Mar 16,2024, 17:00 PM IST
alt
Mar 2,2024, 16:13 PM IST
alt
ପୁଣି ଥରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଗୁରୁବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆକାଶ ମେଘୁଆ ରହିବା ସହ ହାଲୁକା କୁହୁଡି ଦେଖାଯାଇଛି। ମେଘୁଆ ପାଗ ପ୍ରଭାବରେ ତାପମାତ୍ରାରେ ହ୍ରାସ ହୋଇଛି। ପଶ୍ଚିମାଝଡ ପ୍ରଭାବରେ ଶୁକ୍ରବାର ଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୧୧ ତାରିଖରେ ବର୍ଷାର ପରିମାଣ ବଢିବ।ଏହାସହ ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ନୟାଗଡ ଜିଲାରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
Feb 8,2024, 17:13 PM IST
alt
ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଧିକାଂଶ ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ ରହିଛି । ଦୁଇ ଦିନ ପରେ ରାତି ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଗତକାଲି ରାଜ୍ୟର ବହୁ ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । ଆସନ୍ତା ୧, ୨ ଆଡ଼କୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧ ରେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ଆସନ୍ତା ୨ କୁ ଭଦ୍ରକ, ମୟୂରଭଞ୍ଜର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
Jan 28,2024, 17:39 PM IST
alt
Jan 21,2024, 18:26 PM IST
alt
ଆକାଶରୁ ହଟିଲା ବାଦଲ, ରାଜ୍ୟରେ ବଢିଲା ଶୀତ । ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପଟେ ସୁନ୍ଦରଗଡ଼ କୋଇଡ଼ାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଲାଣି ଘନ କୁହୁଡ଼ି । ପ୍ରବଳ କୁହୁଡି ଯୋଗୁଁ ୨୦ ମିଟର ଆଗକୁ ଦୃଶ୍ୟମାନ ହେଉନି ରାସ୍ତା । ଦୁଇଦିନ ଧରି ଅଞ୍ଚଳରେ ବର୍ଷା ପରେ ଶୀତ ସାଙ୍ଗକୁ ଘନ କୁହୁଡି ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ କରୁଛି । ରାସ୍ତା ଦେଖାଯାଉନଥିବାରୁ ଗାଡି ଚଳାଚଳରେ ସମ୍ପୂର୍ଣ୍ଣ ବାଧା ଉପୁଜିଥିବା ଦେଖିବାକୁ ମିଳିଛି । କୋଇଡାରୁ ଟେନସା ଓ କୋଇଡାରୁ କାଲଟା ରାସ୍ତାରେ ପ୍ରବଳ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ଦେଖା ଦେଇଛି ।
Dec 9,2023, 17:26 PM IST
alt
Nov 25,2023, 16:26 PM IST
alt
ଦକ୍ଷିଣ ଉପକୂଳ ଓଡ଼ିଶରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ମାଲକାନଗିରି, କେରାପୁଟ, ରାୟଗଡା, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ବର୍ଷା ହେବ । ୧୭ ଓ ୧୮ରେ ସାରା ଓଡ଼ିଶାରେ ମେଘୁଆ ପାଗ ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ପରେ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏବେ ଉତର -ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ସେପଟେ ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଚାଷୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ଅମଳ ଧାନକୁ ସୁରକ୍
Nov 13,2023, 18:00 PM IST
Read More

Trending news