Advertisement

Puri srimandira

alt
ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜି ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ ବିଶ୍ୱର ସର୍ବଶ୍ରେଷ୍ଠ ରାକ୍ଷୀ। ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ବାସୁଙ୍ଗାପାଟରେ ପ୍ରସ୍ତୁତ ସ୍ୱତନ୍ତ୍ର ୪ଟି ରାକ୍ଷୀ ଓ ୫୫ଟି ଗୁଆ ଓ ପାଟରେ ପ୍ରସ୍ତୁତ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ । ସେଥିପାଇଁ ଗତକାଲି ପାଟରା ବିଶୋଇ ରାକ୍ଷୀ ଗୁଡିକୁ ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି। ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ
Aug 19,2024, 14:13 PM IST
alt
୧୦ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଅର୍ପଣ ଚାଉଳରେ ଲାଗିଛି ପୋକ।ମହାପ୍ରଭୁଙ୍କ ଭୋଗ ଲାଗିବା ପାଇଁ ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ । ଏନେଇ ମୁଖ୍ୟ ପ୍ରଶାସକଙ୍କୁ ଭେଟି ତାକୁ ଆବଶ୍ୟକ କରୁଥିବା ଲୋକ ମାନଙ୍କୁ ବାଣ୍ଟି ଦେବା ପାଇଁ ପରାମର୍ଶ ଦେଇଛନି ସୁଆର ମହାସୁଆର ନିଯୋଗ । ଗତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ରାଜ୍ୟରୁ ଗାଁ ଗାଁ ଦୁଆର ଦୁଆର ବୁଲି ଚାଉଳ ଆଣିଥିଲେ ରାଜ୍ୟ ସରକାର ।ମହାପ୍ରଭୁଙ୍କ କାମରେ ଲାଗିବ କହି ତାକୁ ଏଠି ସେଠୀ ପକାଇ ରଖିଥିଲେ ।ତେବେ ବିଭିନ୍ନ ଆଡୁ ବିରୋଧ ପରେ ତାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଦାୟିତ୍ଵକୁ ଆଣିବା ସହ ଭକ୍ତଙ୍କୁ କାନିକା ଖେଚୁଡ଼ି କରି ବାଣ୍ଟିବା ପାଇଁ ଦାୟିତ୍ଵ ନେଇଥିଲା ସୁଆର ମହାସୁଆର ନିଯୋଗ ।ବାରମିଶା ଚାଉଳ ଯୋଗୁଁ ସେତେବେଳେ ଦେଖା ଦେଇଥିଲା ବିବାଦ ।ସେତେବେଳେ ୧୪ ହଜାର କୁଇଣ୍ଟ
Aug 2,2024, 20:00 PM IST
alt
ଶ୍ରୀମନ୍ଦିର ଭିତରେ ରତ୍ନଭଣ୍ଡାର ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ସାଢେ ସାତ ଘଂଟାରେ ଶେଷ ହୋଇଛି ସ୍ଥାନାନ୍ତର କାମ । ସକାଳ ୯ଟା ୫୧ରୁ ଆରମ୍ଭ ହୋଇଥିବା ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା ସଂଧ୍ୟା ୫ଟା ୧୫ରେ ଶେଷ ହୋଇଛି । ମୋଟ୍ ୭ଟି ସିନ୍ଦୁକ ଓ ଆଲମିରାରରେ ରହିଥିଲା ଶ୍ରୀଜିଉଙ୍କ ଅଳଙ୍କାର । ପ୍ରଥମ ପର୍ୟ୍ୟାୟରେ ବାହାର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ଦ୍ବିତୀୟ ପର୍ୟ୍ୟାୟରେ ଭିତର ଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ଭଣ୍ଡାର ମେକାପ ସେବାୟତମାନେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରିଛନ୍ତି । ଏବେ ୬ଟି ସିନ୍ଦୁକ ଓ ୬ଟି ଆଲମିରାରେ ଅଳଙ୍କାରକୁ ରଖାଯାଇଛି । ଅସ୍ଥାୟୀ ଭଣ୍ଡାର, ଭିତର ଭଣ୍ଡାର, ମୂଳ ବାହାର ରତ୍ନ ଭଣ୍ଡାର ତାଲା ପକାଇ ସିଲ୍ କରାଯାଇଛି।
Jul 19,2024, 11:52 AM IST
alt
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପକ୍ରିୟା। ରବିବାର ପୁରୀ ଗସ୍ତରେ ଆସି ପୁଲିସ ଡିଜି ସୁଧାଂଶୁ ଷଡଙ୍ଗୀ ଏସପି ପିନାକ ମିଶ୍ର ଓ ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା ସହ ଜଡିତ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକ ପରେ ଏସପି ଶ୍ରୀମନ୍ଦିର ଯାଇ ଚାରିଦ୍ୱାର ଖୋଲିବା ନେଇ ସ୍ଥିତି ପରଖିଛନ୍ତି।। ତେବେ ଚାରିଦ୍ୱାର ଖୋଲିବା ପାଇଁ ପୁଲିସ ପ୍ରସ୍ତୁତ ରହିଛି। ନିର୍ଦ୍ଦେଶ ମିଳିଲେ କାର୍ଯ୍ଯକାରୀ କରାଯିବ ବୋଲି ଜଣାପଡିଛି। ସେପଟେ ଆସନ୍ତା କାଲି ଅପରାହ୍ନରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ତାପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି। ସେପଟେ ଚାରି ଦ୍ୱାର ଖୋଲିବା ପୂର୍ବରୁ ସିଂହଦ୍ଵାର ଭଳି ଜିକଯାକ ବ୍ୟାରିକେଡ,ଜୋତା ଷ୍ଟାଣ୍ଡ ଆଦି
Jun 11,2024, 15:26 PM IST
alt
ଆସନ୍ତା କାଲି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ସୂନା ଅଳଙ୍କାରରେ ବିଭୁଷିତ ହୋଇ ରତ୍ନବେଦୀରେ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଦୋଳପୂର୍ଣ୍ନିମା ପୂର୍ବଦିନ ଅର୍ଥାତ ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ରତ୍ନବେଦୀରୁ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ,ଶ୍ରୀଦେବୀ,ଭୂଦେବୀ ଦୋଳବେଦୀକୁ ବିଜେ କରିବେ । ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ,ଦେବନୀତି,ବନ୍ଦାପନା ପରେ ଭୋଗ ହେବ । ବିଶେଷକରି ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠ
Mar 24,2024, 12:39 PM IST
alt
ଦୀର୍ଘ ତିରିଶ ବର୍ଷ ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟ ନେଲେ ରାମାୟଣରେ ସୀତା ଭୁମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ। ରାମାୟଣରେ ସାତା ଭୁମିକାରେ ତାଙ୍କର ନିଖୁଣ ଅଭିନୟ ସେତେବେଳେ ଦର୍ଶକଙ୍କ ହୃଦୟକୁ ବେଶ୍ ଆକର୍ଷିତ କରି ପାରିଥିଲା।ତେବେ ରାମାୟଣରେ ସୀତା ବିବାହ, ବନବାସ, ସୀତା ହରଣ ଆଦିରେ ତାଙ୍କର ଅଭିନୟ ଏତେ ଅବିକଳ ଓ ହୃଦୟ ସ୍ପର୍ଶୀ ଥିଲା ଯେ ସମସ୍ତେ ତାଙ୍କୁ ତ୍ରେତୟା ଯୁଗର ଦେବୀ ସୀତା ଭାବେ ଭକ୍ତି ଓ ସମ୍ମାନ ଦେଉଥିଲେ। ଏବେବି ତାଙ୍କର ଲୋକପ୍ରିୟତା ରହିଛି। ତେବେ ଦୀପିକା ଆଜି ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।। ତେବେ ଦୀର୍ଘ ୩୦ବର୍ଷ ପରେ ଜଗନ୍ନାଥ ମହାପ୍ରଭୁଙ୍କ ଡାକରା ହେବାରୁ ପୁରୀ ଆସିଛି। ସେତେବେଳେ ପୁରୀ ବହୁତ ଛୋଟ
Mar 17,2024, 17:26 PM IST
alt
Jubin Nautiyal: ତମେ ଚାହିଁଲ ବୋଲି ଚକା ଆଖି,,,ଏଭଳି ପୁରୀ ବେଳାଭୂମିରେ ବାଲୁକା କଳାକୃତି ଦେଖି ଅଭିଭୂତ ହୋଇଛନ୍ତି ବଲିଉଡର ପ୍ରଖ୍ୟାତ ଗାୟକ ଜୁବିନ ନୌଟିଆଲ l ଓଲିଉଡ଼ ସଂଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ସଂଗୀତକୁ ଗାଇଥିଲେ ସିଙ୍ଗର ଜୁବିନ ନୌଟିଆଲ। ଆଜି ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ଦେଖି ବିଭୋର ହୋଇଛନ୍ତି ବଲିଉଡ ଗାୟକ ଜୁବିନ ନୌଟିଆଲ।ଏଥିସହ ଜୁବିନ୍ କହିଛନ୍ତି ଯେ ସେ ଜଣେ ମଧ୍ୟ କଳାକାର ଆଉ କଳାକାର ମାନେ କଳାକୁ ସମ୍ମାନ ଦେବାକଥା। ବେଳାଭୂମିରେ ନିଷ୍ଠାର ସହ ସୁଦର୍ଶନ ପ୍ରସ୍ତୁତ କରିଥିବା ମହାପ୍ରଭୁଙ୍କ ବାଲୁକାକଳାକୁ ବେଶ ପ୍ରଶଂସା କରିଛନ୍ତି ଜୁବିନ୍।ଏହି ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼
Feb 10,2024, 12:39 PM IST
alt
ପୁଣି ମହାପ୍ରଭୁଙ୍କ ହୁଣ୍ଡି ଅର୍ଥ ଲୁଟ। କିଛି ମାସ ତଳେ ଦକ୍ଷିଣ ଦ୍ୱାର ଗୁମୁଟରେ ଥିବା ଦାନବାକ୍ସ ଭାଙ୍ଗି ଲୁଟ ହୋଇଥିବା ବେଳେ ଏବେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି ହୋଇଛି। ଗତ ୭ତାରିଖରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା। ହୁଣ୍ଡି ଅର୍ଥ ଗଣତି କରୁଥିବା ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ଯରତ ପିଅନ ହୁଣ୍ଡି ଅର୍ଥ ଚୋରି କରୁଥିବା ସମୟରେ ଧରାପଡ଼ିଛନ୍ତି । ଘଟଣାର ଛାନବିନ କରୁଛି ଶ୍ରୀମନ୍ଦିର ପ୍ରଶାସନ। ତଦନ୍ତ ପରେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ। ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏଭଳି ଘଟଣା ଘଟିଛି। ତେବେ ସିସିଟିଭି ଯାଞ୍ଚ କର
Feb 9,2024, 18:39 PM IST
alt
ଆସୁଛି ନିର୍ବାଚନ। ଆଉ ପୁରୀ ସହରରେ ବଢି ଚାଲିଛି ନିଷା କାରବାର ସହ ବଡବଡ ଅପରାଧ। ଧଳାଜହର ବ୍ଯବସାୟର ହବ ପାଲଟିଛି ପୁରୀ ସହର। ତେବେ ଜିଲ୍ଲାରେ ଗତ ୨୦୨୨ ଓ ୨୦୨୩ ଦୁଇ ବର୍ଷରେ ପୁଲିସ ଏବଂ ଅବକାରୀ ବିଭାଗର ସରକାରୀ ହିସାବ ଅନୁସାରେ ମୋଟ ୧୯ କେଜି ୪୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ଯ ପ୍ରାୟ ୨୦କୋଟି ଟଙ୍କା ହେବ। ତେବେ ନିଶା କାରବାରରେ ସମ୍ପୃକ୍ତ ୩୦୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ୧୬୮ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୯ କେଜି ୬୪ ଗ୍ରାମ୍ ବ୍ରାଉନ୍ସଗର୍ ଜବତ କରିଥିବା ବେଳେ ଅବକାରୀ ବିଭାଗ ୧୩୬ ଜଣଙ୍କୁଠାରୁ ୧୦ କେଜି ୩୮୧ ଗ୍ରାମ ବ୍ରାଉନ୍‌ ଗର୍ ଜବତ କରିଛି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଜବତ ବ୍ରାଉନ୍ସୁଗରର ନମୁନା ପରୀକ୍ଷାଗାରକୁ ପଠାଯାଇଥାଏ। ତେବେ ପୁରୀକୁ ବ୍ର
Feb 8,2024, 19:39 PM IST
alt
ଜାନୁଆରୀ ୧୭ତାରିଖରେ ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ। ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଅକ୍ଷତ ଚାଉଳ, ଗୁଆ, ନଡିଆ ସହ ଦାନଦକ୍ଷିଣା। ହେଲେ ଏହି ଅର୍ପଣ ରଥରୁ ସଂଗୃହିତ ଦାନଦକ୍ଷିଣା ମହାପ୍ରଭୁଙ୍କ କାମରେ ଲାଗିବ ନାହିଁ ବୋଲି ସାଧାରଣରେ ଗୁଜବ ସୃଷ୍ଟି ହୋଇଥିଲା। ମାତ୍ର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଦେଇଥିବା କୌଣସି ଜିନିଷ ବ୍ଯର୍ଥ ଯିବନାହିଁ ବୋଲି ପୂର୍ବରୁ ସେବାୟତ ମାନେ ସ୍ପଷ୍ଟ କରିଥିଲେ। ଆଉ ଯାହା କହିଥିଲେ ଆଜି ସେମାନେ କରି ଦେଖାଇଛି। ଗତକାଲି ମାନ ନିର୍ଦ୍ଧାରଣ କମିଟି ରିପୋର୍ଟ ଦେବା ପରେ ଆଜି ଅକ୍ଷତ ଚାଉଳରେ ରୋଷଘରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି, କାନିକା ଓ ମିଠାଅନ୍ନ ମହାପ୍ରସାଦ।
Feb 4,2024, 19:13 PM IST
alt
ଆଜି ବି ଘନ କୁହୁଡି ଯୋଗୁଁ ଦୀର୍ଘ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ଓ ଦର୍ଶନାର୍ଥି। ରାଧାବ ଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ଟିକେ ସମସ୍ଯା ଉପୁଜିଛି। ସେପଟେ ଶ୍ରୀମନ୍ଦିର ଦୃଶ୍ୟ ମାନ ହେଉଥିବା ପ୍ରାୟ ଦଶ କିଲୋମିଟର ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନାହାଁନ୍ତି। ବଡଦାଣ୍ଡରେ ଷ୍ଟ୍ରୀଟଲାଇଟ୍ ବି ଫିକା ଦିଶୁଥିଲା।।ବଡଦାଣ୍ଡ ଓ ସହରରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଛି। ଏମିତିକି ଦିନ ୮ଟା ପରେ ବି ଘନକୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ। ତେବେ ଘନକୁହୁଡି ଯୋଗୁଁ ବଡଦାଣ୍ଡରେ ମଧ୍ୟ ଗାଡି ଚଳାଚଳରେ ସମସ୍ଯା ଉପୁଜିଥିଲା। ଭକ୍ତମାନେ ଧାଡିରେ ଯାଉଥିବା ବେଳେ ସମସ୍ଯା ଭୋଗିଛନ୍ତି।
Feb 4,2024, 11:52 AM IST
alt
ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ। ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପରିକ୍ରମା ମାର୍ଗରେ ରହିଥିବା ପବ୍ଲିକ ଟଏଲେଟ ବୁଲି ଦେଖିଥିଲେ। ତାପରେ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ୍ ସେଣ୍ଟର ଅନୁଧ୍ୟାନ କରିଥିଲେ। ତେବେ ଜେବିପିସିର ପବ୍ଲିକ ଟଏଲେଟ ମଧ୍ୟ ବୁଲି ଦେଖିଥିଲେ। ଭକ୍ତମାନଙ୍କ ପାଇଁ ଉଦ୍ଧିଷ୍ଟ ପବ୍ଲିକ ଟଏଲେଟ ଯେଭଳି ଅପରିସ୍କାର ନରୁହେ ସେଥିନେଇ ତାଗିଦ କରିଥିଲେ ପାଣ୍ଡିଆନ। ତେବେ ଶ୍ରୀମନ୍ଦିର ଦୋଳବେଦୀ ନିକଟରୁ ବେଟେରୀ ଅଟୋରେ ଶ୍ରୀଦାଣ୍ଡ ଦେଇ ଜେବିପିସିରେ ପହଞ୍ଚିବା ପରେ ଭୁବନେଶ୍ୱର ଫେରିଛନ୍ତି। ତେବେ ଭିକେ ପାଣ୍ଡିଆନଙ୍କ ଗସ୍ତ ସମୟରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ବ
Feb 3,2024, 17:00 PM IST
alt
ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଅଭିଷକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଥିଲା । ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା । ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ସେହିପରି ଗ
Jan 27,2024, 15:13 PM IST
alt
Jan 23,2024, 17:00 PM IST
alt
ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ। ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏଏସଆଇକୁ ଅନୁମତି ମିଳିଛି। ରତ୍ନଭଣ୍ଡାର ବାହାର କାନ୍ଥରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ରତ୍ନଭଣ୍ଡାର ଅସୁରକ୍ଷିତ ଥିବା ଓ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ବିଭିନ୍ନ ଆଡୁ ଦାବି ହେବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଲେଜର୍ ସ୍କାନିଂ କରି ସ୍ଥିତି ପରଖିବାକୁ ନିଷ୍ପତ୍ତି ନେଇଛି। ଏଏସଆଇ ଲେଜର୍ ସ୍କାନିଂ କରି କେଉଁ ଜାଗାରେ ଫାଟ ଅଛି ବା କେଉଁଠି କାନ୍ଥ ଦୁର୍ବଳ ଅଛି ତାହାର ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେପଟେ ଲେଜର୍ ସ୍କାନିଂ ମେସିନ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି।
Nov 28,2023, 10:37 AM IST
alt
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି ଅର୍ଥାତ ବିଷ୍ଣୁ ଓ ହର ଅର୍ଥାତ ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଟିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯ
Nov 20,2023, 11:13 AM IST
alt
ଶ୍ରୀମନ୍ଦିରରେ ଜଗାଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ ।ଦିନ ପ୍ରାୟ ୧୧ ଟା ସମୟରେ ଶ୍ରୀମନ୍ଦିର। ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ସ୍ୱାଗତ କରିଥିଲେ ।ସାଥିରେ ରହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବିଜେପି ମୁଖପାତ୍ର ସମ୍ବିତ ପାତ୍ର,ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ଯାଧର ମହାପାତ୍ର,ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ସମସ୍ତ ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ସେଵାୟତ।ଶ୍ରୀମନ୍ଦିର ଯାଇ ପ୍ରଥମେ ବାଇଶି ପାହାଚରେ କାଶୀ ବିଶ୍ୱନାଥ ଦର୍ଶନ ସହ ପରେ ଲକ୍ଷ୍ମୀ ମନ୍ଦିର,ବିମଳା ମନ୍ଦିର,ପାର୍ଶ୍ୱ ଦେବାଦେବୀ ଓ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ।
Oct 30,2023, 16:28 PM IST
alt
Oct 10,2023, 12:55 PM IST
Read More

Trending news