ଭୁବନେଶ୍ୱର: ଫେବୃଆରୀ ୨୨ ତାରିଖ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଓଡିଶା ବିଧାନସଭାରେ ପ୍ରଥମ ଥର ପାଇଁ  ଓଡିଶା ବିଧାନସଭାରେ ଉପସ୍ଥାପିତ ହୋଇଛି କାହଜ ବିହୀନ ବଜେଟ୍ ଅର୍ଥାତ Paperless Budget। 


COMMERCIAL BREAK
SCROLL TO CONTINUE READING

ରାଜ୍ୟ ବଜେଟ ୨୦୨୧ (Odisha Budget 2021) ଆଗତ କରିବା ବେଳେ ଅର୍ଥମନ୍ତ୍ରୀ ( State Finance Minister) ନିରଞ୍ଜନ ପୂଜାରୀ (Niranjan Pujari) ବିଧାନସଭାରେ (Assembly) କହିଛନ୍ତି କୋରୋନା ମହାମାରୀ (Corona Pandemic) ମାନବଜାତିକୁ ସଂକଟରେ ପକାଇଛି। ଏହାର ମୁକାବିଲା କରିବା ଦିଗରେ ଓଡିଶା ସରକାରଙ୍କ (Odisha Govt) ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organization-WHO) ପ୍ରଶଂସା କରିଛି।


Also Read: ଆଜି ରାଜ୍ୟ ବଜେଟ


ସରକାରଙ୍କ ସକରାତ୍ମକ ଚିନ୍ତାଧାରା ବଳରେ ରାଜ୍ୟରେ କୋରୋନା ମୁକାବିଲା କରାଯାଇଛି। ଚଳିତ ବଜେଟରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, କୌଶଳ ବିକାଶ, ଭିତ୍ତିଭୂମି, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, କ୍ଷୁଦ୍ର ଚାଷୀଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଓଡିଶା ସରକାର। ଏଥର ବଜେଟରେ ମୋଟ ବ୍ୟୟ ଅଟକଳ ପରିମାଣ ହେଉଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା। କୋଭିଡ୍ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆଦାୟ ୧୦% ବୃଦ୍ଧି ହୋଇଛି। ଚଳିତ ବର୍ଷ ଋଣ ଭାର GDP ର ୧୦.୯% ହେବା ନେଇ ଆକଳନ କରାଯାଇଛି। 


Also Read: Union Budget 2021: ଜାଣନ୍ତୁ କେତେ ପ୍ରକାରର ହୋଇଥାଏ ବଜେଟ? 


ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର, ବିପର୍ଯ୍ୟୟ ପ୍ରଶମନ ପାଇଁ ୩୦୫୦, କୃଷି କ୍ଷେତ୍ର ପାଇଁ ୧୭, ୪୬୮, କୃଷି କ୍ଷେତ୍ର ସହ ଆନୁଷଙ୍ଗୀକ କ୍ଷେତ୍ରର ବିକାଶ ପାଇଁ ୨୦ ହଜାର, ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ପାଇଁ ୨୦୦ ଏବଂ ସହରାଞ୍ଚଳରେ ୨୧୫, ସହରାଞ୍ଚଳକୁ ନିର୍ମଳ ରଖିବାକୁ ୩୯୫, ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୦, ଜଳନିଧି ଯୋଜନା ପାଇଁ ୧୮୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। 


Also Read: Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC



Odisha Budgets Highlights 2021...


କୃଷି


  • କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ

  • କୃଷି କ୍ଷେତ୍ର ସହ ଆନୁଷଙ୍ଗୀକ କ୍ଷେତ୍ରର ବିକାଶ ପାଇଁ  ୨୦ ହଜାର କୋଟି ଆକଳନ

  • ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି

  • ଚାଷୀଙ୍କୁ ଆଗୁଆ ବିହନ ଯୋଗାଣ ପାଇଁ ୧୦୦ କୋଟି ଟଙ୍କା

  • ଚାଷୀଙ୍କୁ ସାର ଯୋଗାଣ ପାଇଁ ୧୦୦ କୋଟି 

  • କୃଷି ଗବେଷଣା ଓ ଭିତ୍ତିଭୂମି ବିକାଶ ପାଇଁ ୧୪୮ କୋଟି ଟଙ୍କା

  • ଉଦ୍ୟାନ କୃଷିର ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ

  • କୃଷି ଓ ଆନୁଷଙ୍ଗୀକ ଭିତ୍ତିଭୂମିର ବିକାଶ ପାଇଁ ୪୫୦ କୋଟି

  • ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ମିଳିବ ଏହି ଅର୍ଥ

  • ଡିଜେଲ ପମ୍ପ ସେଟ ସବସିଡ୍ ପାଇଁ ୪୪୫ କୋଟି

  • ମନରେଗା ପାଣ୍ଠିରୁ କୃଷି କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚ ହେବ


Also Read: Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର


ଜଳସେଚନ


  • ୧ ଲକ୍ଷ ୭୪ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

  • ଜଳସେଚନ ପାଇଁ ମୋଟ ୨୨୫୮ କୋଟି ବ୍ୟୟବରାଦ

  • ଅତିରିକ୍ତ ଜଳ ସେଚନ ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ

  • ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ବ୍ୟୟବରାଦ

  • ଆହୁରି ୧ ହଜାର ଉଠାଜଳସେଚନ ପଏଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ

  • ଜଳ ସରଞ୍ଚନା, ବୃହତ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ

  • ଆହୁରି ୧ ହଜାର ଉଠାଜଳସେଚନ ପଏଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ      

  • କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆଡି ବନ୍ଧ ନିର୍ମାଣ କରାଯିବ  

  • ପାର୍ବତୀଗିରି ଜଳସେଚନ ପାଇଁ ୮୬୦ କୋଟି

  • ବନ୍ୟା ନିୟନ୍ତ୍ରଣ ପାଇଁ ୭୧୦ କୋଟି ବ୍ୟୟବରାଦ

  • ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି

  • ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ମଧ୍ୟମ ଜଳ ସେଚନ ପ୍ରକଳ୍ପ ନିର୍ମାଣ ହେବ

  • ଉଠା ଜଳସେଚନ ପଏଣ୍ଟ ପାଇଁ ୧୬୦ କୋଟି ବ୍ୟୟବରାଦ

  • ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ


Also Read: ଜାଣନ୍ତୁ ଭାରତୀୟ ବଜେଟର ଲମ୍ବା ଇତିହାସ


ପାନୀୟ ଜଳ ଯୋଗାଣ


  • ବସୁଧା ଯୋଜନା ପାଇଁ ୨୪୧୯ କୋଟି ଟଙ୍କା ବ୍ୟୟବରାଦ

  • ସ୍ୱଚ୍ଛ ଭାରତ ମିଶନ ପାଇଁ ୪୧୫ କୋଟି ବ୍ୟୟବରାଦ

  • ପାଇପ ଯୋଗେ ପାନୀୟ ଜଳ ପାଇଁ ୧୨ ହଜାର କୋଟି ଟଙ୍କା

  • ଜଳ ନିଧି ଯୋଜନା ପାଇଁ ୧୮୦ କୋଟି


Also Read: Union Budget 2021: କୋରୋନା ଆକ୍ରାନ୍ତଙ୍କୁ ହୋଇପାରେ ଆୟକର ଛାଡ 


ମତ୍ସ୍ୟ-ପଶୁ ସମ୍ପଦ


  • ମତ୍ସ୍ୟ, ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ

  • ମତ୍ସ୍ୟ ଚାଷ ପାଇଁ ୧୩୭ କୋଟି ଟଙ୍କାର ବ୍ୟୟବରାଦ

  • ସ୍ଥାନୀୟ ଉନ୍ନୟନ ସଂସ୍ଥା ପାଇଁ ୬୯୫୦ କୋଟି  

  • କୁକୁଡ଼ା, ବତକ ପାଳନ ପାଇଁ ୫୧ କୋଟି ଟଙ୍କା

  • ରାଜ୍ୟରେ ୩୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ  

  • ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୦୨ କୋଟି  

  • ପଶୁ ଚିକିତ୍ସା ଭ୍ରାମ୍ୟମାଣ ୟୁନିଟ ପାଇଁ ୨୧ କୋଟି  

  • ସମୁଦ୍ରରେ ମାଛଧରା ନିଷିଦ୍ଧ ବେଳେ ବିକଳ୍ପ ଜୀବିକା ପାଇଁ ୯ କୋଟି

  • ପଶୁ ଧନ ସ୍ୱାସ୍ଥ୍ୟସେବା ଉନ୍ନୟନ ପାଇଁ ୧୦୦ କୋଟି


Also Read: Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା ଆଉ ମହଙ୍ଗା


ସ୍ୱାସ୍ଥ୍ୟସେବା


  • ସ୍ୱାସ୍ଥ୍ୟସେବା ପାଇଁ ମୋଟ ୧୩ ହଜାର କୋଟି ବ୍ୟୟବରାଦ

  • ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇଁ ୧୧୭ କୋଟି

  • SCB ପାଇଁ ଚଳିବ ବର୍ଷ ୫୦୦ କୋଟି

  • SCB ମେଡିକାଲକୁ AIIMS Plus କରିବାକୁ ୩୨ ଶହ କୋଟି

  • ଦୁର୍ଘଟଣାରେ ଶିକାରଙ୍କ ପାଇଁ ଫ୍ରି ଟ୍ରମା କେୟାର

  • ଫ୍ରି ଟ୍ରମା କେୟାର ସେଣ୍ଟର ପାଇଁ ୪୦ କୋଟି


Also Read: Defence Budget 2021: ଲଗାତାର ଭାବେ ୭ମ ଥର ପାଇଁ ବଢିଲା ପ୍ରତିରକ୍ଷା ବ୍ୟୟ ଭାର 


ସଂସ୍କୃତି-ପର୍ଯ୍ୟଟନ


  • ପୁରୀ ପାଇଁ ଅଭଡ଼ା ଯୋଜନାରେ ୫୪୨ କୋଟି

  • ଏକାମ୍ର କ୍ଷେତ୍ର ପାଇଁ ୨ଶହ କୋଟି ବ୍ୟୟବରାଦ

  • ସମଲେଇ ମନ୍ଦିର ପାଇଁ ୨ ଶହ କୋଟି

  • ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟି  

  • ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୫୧ କୋଟି  

  • ଐତିହ୍ୟ ସ୍ଥଳୀର ସୁରକ୍ଷା, ସଂରକ୍ଷଣ ପାଇଁ ୮ କୋଟି

  • ସଂଗ୍ରାହାଳୟର ବିକାଶ ପାଇଁ ୧୫ କୋଟି ଟଙ୍କା

  • IIIT ପାଇଁ ୧୩ କୋଟି ଟଙ୍କା ବ୍ୟୟବରାଦ


Also Read: Budget 2021: ଏଥର ୧୩୭ ପ୍ରତିଶତ ବଢିଲା ସ୍ୱାସ୍ଥ୍ୟ ବଜେଟ 
 


ମହିଳା-ଶିଶୁ କଲ୍ୟାଣ ବିକାଶ


  • ମହିଳା-ଶିଶୁ ବିକାଶକୁ ବଜେଟରେ ଗୁରୁତ୍ୱ

  • ମମତା ଯୋଜନାରେ ୨୧୨୨ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ

  • ୬ ବର୍ଷରୁ କମ ଶିଶୁଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ ୨୨୮୬ କୋଟି


Also Read: ଜନତାଙ୍କ ଲାଗି ବୋଝ ନୁହେଁ କୃଷି ସେସ, ଚାଷୀଙ୍କୁ ମିଳିବ ଫାଇଦା 


ଶିକ୍ଷା


  • ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ବ୍ୟୟବରାଦ

  • ମୋ କଲେଜ ଯୋଜନା ପାଇଁ ୭ କୋଟି ଟଙ୍କା ବ୍ୟୟବରାଦ

  • ଶିକ୍ଷାକ୍ଷେତ୍ରର ବିକାଶ ପାଇଁ ମୋଟ ୨୪,୩୭୦ କୋଟି ଟଙ୍କା

  • ମୋ ସ୍କୁଲ ପାଇଁ ୨୫୩ କୋଟି ଟଙ୍କା ବ୍ୟୟବରାଦ

  • ମଧ୍ୟାହ୍ନ ଭୋଜନ ପାଇଁ ୯୫୭ କୋଟି ଟଙ୍କା ବ୍ୟୟବରାଦ

  • SC/ST ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ୨୯, ୦୬ କୋଟି ଟଙ୍କା

  • ସତ୍ୟବାଦୀ ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି


ସହରାଞ୍ଚଳ-ଗ୍ରାମାଞ୍ଚଳ ବିକାଶ


  • ବଜେଟରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଗ୍ରାମାଞ୍ଚଳକୁ ଫୋକସ

  • ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କା  

  • ସହର ନିର୍ମଳ ରଖିବାକୁ ୩୯୫ କୋଟି ଟଙ୍କା

  • ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧୬୦ କୋଟି ଟଙ୍କା

  • ଅର୍ବାନ ସାନିଟେନ ପ୍ରକଳ୍ପ ପାଇଁ ୧ ୯୦ କୋଟି ଟଙ୍କା

  • ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କା


ପରିବହନ


  • ବିଜୁ ଏକ୍ସପ୍ରେସ ୱେ ପାଇଁ ୧୦୦ କୋଟି ଟଙ୍କା

  • ବିଜୁ ସେତୁ ପାଇଁ ୯୦୦ କୋଟି ଟଙ୍କା ବ୍ୟୟବରାଦ

  • ଗ୍ରାମୀଣ ରାସ୍ତା ପାଁଇ ୨ ହଜାର କୋଟି ଟଙ୍କା

  • ଝାରସୁଗୁଡ଼ା, ବିରାଶାଳ ବିମାନ ବନ୍ଦର ପାଇଁ ୧୦୦ କୋଟି

  • ସଡ଼କ ସୁରକ୍ଷା ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ

  • ସାଗରମାଳା ଯୋଜନା ପାଇଁ ୩୪ କୋଟି ଟଙ୍କା

  • ସହରାଞ୍ଚଳର ରାସ୍ତାର ବିକାଶ ପାଇଁ ୧୦୦ କୋଟି ଟଙ୍କା

  • ବରମୁଣ୍ଡା ବସ ଷ୍ଟାଣ୍ଡର ବିକାଶ ପାଇଁ ୧୦୦ କୋଟି


Also Read: ବଜେଟ୍ 2021: ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କ’ଣ?


ଅନ୍ୟାନ୍ୟ 


  • ମଧୁବାବୁ ପେନସନ ଯୋଜନାରେ ୧୦୦୯ କୋଟି ଟଙ୍କା

  • ୫ ହଜାର ପକ୍କାଘର ନିର୍ମାଣ ପାଇଁ ୩ ହଜାର କୋଟି ଟଙ୍କା

  • ନ୍ୟାୟ, ନିରାପତ୍ତା ଓ ଅଗ୍ନି ସୁରକ୍ଷା ପାଇଁ ୬୪୨୪ କୋଟି ଟଙ୍କା

  • କାରାଗାରରେ ବିକାଶ ପାଇଁ ୩୦୫ କୋଟି ଟଙ୍କା

  • ନ୍ୟାୟପାଳିକାର ଭିତ୍ତିଭୂମି ବିକାଶ ପାଇଁ ୧୩୫ କୋଟି ଟଙ୍କା

  • ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ

  • ହାତୀ କରିଡ଼ର ବିଦ୍ୟୁତ ଯୋଗାଣ ପାଇଁ ୧୨୦ କୋଟି ଟଙ୍କା

  • ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ଟଙ୍କା

  • ବିପର୍ଯ୍ୟୟ ସହନୀୟ ବିଦ୍ୟୁତ ଯୋଗାଣ ପାଇଁ ୫୦ କୋଟି ଟଙ୍କା