'ମୋ ସରକାର' ଛାଟ, ଆମପାଣି ଥାନା ଏଏସଆଇ ରମେଶ ପଟ୍ଟନାୟକ ନିଲମ୍ବିତ

ଯାହା ଜଣାପଡ଼ିଛି, ଅଭିଯୁକ୍ତ ଏଏସଆଇ ରମେଶ ପଟ୍ଟନାୟକ ଏକ ଜମିବାଡ଼ି ମାମଲାରେ ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗ ଆସିବା ପରେ କଳାହାଣ୍ଡି ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

'ମୋ ସରକାର' ଛାଟ, ଆମପାଣି ଥାନା ଏଏସଆଇ ରମେଶ ପଟ୍ଟନାୟକ ନିଲମ୍ବିତ
ଫାଇଲ ଫଟୋ

ଧର୍ମଗଡ଼: 'ମୋ ସରକାର' ପ୍ରଭାବ । କଳାହାଣ୍ଡି ଆମପାଣି ଥାନା ଏଏସଆଇ ରମେଶ ପଟ୍ଟନାୟକ ନିଲମ୍ବିତ । ଏକ ଜମିବାଡ଼ି ମାମଲାରେ ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଲଷ୍ମୀ ନାରାୟଣ ପଣ୍ଡା  ଏନେଇ ସୂଚନା ଦେଇଛନ୍ତି । 

ଯାହା ଜଣାପଡ଼ିଛି, ଅଭିଯୁକ୍ତ ଏଏସଆଇ ରମେଶ ପଟ୍ଟନାୟକ ଏକ ଜମିବାଡ଼ି ମାମଲାରେ ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗ ଆସିବା ପରେ କଳାହାଣ୍ଡି ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଯୋଗ ସତ ଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ପରେ ସମ୍ପୃକ୍ତ ଏଏସଆଇଙ୍କୁ ନିଲମ୍ବନ କରାଯାଇଛି । 

ଆମପାଣି ଥାନାରେ ଜମିବାଡ଼ି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ନେଇ ସମ୍ପୃକ୍ତ ଅଭିଯୋଗକାରୀଙ୍କ ନିକଟକୁ 'ମୋ ସରକାର'ରୁ ଫୋନ ଆସିଥିଲା । ଏଏସଆଇ ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ମାଗୁଥିବା 'ମୋ ସରକାର' ଆଗରେ କହିଥିଲେ ଅଭିଯୋଗକାରୀ । ପରେ ଏହାର ତଦନ୍ତ ଦାୟିତ୍ୱ କଳାହାଣ୍ଡି ଏସପିଙ୍କୁ ଦିଆଯାଇଥିଲା ।