Death Toll from Ethiopia Landslide: ଇଥିଓପିଆରେ ଭୂସ୍ଖଳନ: ମାଟି ତଳେ ପୋତି ହୋଇଗଲେ ୧୪୬ ଲୋକ
Advertisement
Article Detail0/zeeodisha/odisha2349916

Death Toll from Ethiopia Landslide: ଇଥିଓପିଆରେ ଭୂସ୍ଖଳନ: ମାଟି ତଳେ ପୋତି ହୋଇଗଲେ ୧୪୬ ଲୋକ

twin Ethiopia landslides : ଇଥିଓପିଆରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା।  ପ୍ରବଳ ବର୍ଷା ପାଇଁ  ଭୂସ୍ଖଳନ ହୋଇଛି।ଭୂସ୍ଖଳନରେ ଅତି କମରେ ୧୪୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣେ ସ୍ଥାନୀୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

twin Ethiopia landslides

twin Ethiopia landslides : ଇଥିଓପିଆରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା। ଏଠାରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ଲଗାତାର ପାଞ୍ଚ ଦିନ ହେବ ପ୍ରବଳ ବର୍ଷା ପାଇଁ  ଭୂସ୍ଖଳନ ହୋଇଛି।ଭୂସ୍ଖଳନରେ ଅତି କମରେ ୧୪୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣେ ସ୍ଥାନୀୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସ୍ଥାନୀୟ ପ୍ରଶାସକ ଡଗମାୱି ଆଏଲେ କହିଛନ୍ତିଯେ, ଦକ୍ଷିଣ ଇଥିଓପିଆର କେଞ୍ଚଶାଚା ଗଜୋଦି ଜିଲ୍ଲାରେ ମାଟି ଅତଡ଼ା ଖସିବାରୁ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ଯରେ ଅନେକ ଶିଶୁ ଏବଂ ଗର୍ଭବତୀ ଥିବା ସୂଚନା ରହିଛି। ସୋମବାର ସକାଳେ ଏହି ଭୂସ୍ଖଳନ ପରେ ଉଦ୍ଧାରକାରି ଟିମ୍ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ସହ ବର୍ତ୍ତମାନ୍ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଆଏଲେ କହିଛନ୍ତି ଯେ ମାଟି ଆବର୍ଜନା ତଳୁ ପାଞ୍ଚ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଅତି ଶୋଚନୀୟ ଅବସ୍ଥାରେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେ କହିଛନ୍ତି, “ଅନେକ ପିଲା ଅଛନ୍ତି ଯେଉଁମାନେ ଦୁର୍ଘଟଣାରେ ନିଜ ମା, ବାପା, ଭାଇ ଏବଂ ଭଉଣୀଙ୍କ ସମେତ ପୂରା ପରିବାରକୁ ହରାଇଛନ୍ତି।ଉଦ୍ଧାରକାରୀ ଟିମ୍ ମୃତଦେହକୁ ଖୋଜିବାରେ ଲାଗିଛନ୍ତି। ଜୁଲାଇରୁ ଆରମ ହେଉଥ‌ିବା ଲଗାଣ ବର୍ଷାରେ ଇଥ୍ଓପିଆରେ ଭୂସ୍ଖଳନ ଘଟିଥାଏ। ଏହି ବର୍ଷା ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିଥାଏ।