India-China Clash: ଚୋରି କରି ସିନାଜୋରି ଦେଖାଇଲା ଚୀନ
Advertisement

India-China Clash: ଚୋରି କରି ସିନାଜୋରି ଦେଖାଇଲା ଚୀନ

ଗଲୱାନ ଘାଟି ସଂଘର୍ଷ ଘଟଣାରେ ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏକ ଭିଡିଓ ଜାରି କରି ଭାରତୀୟ ସେନା ବିରୁଦ୍ଧରେ ଦୋଷାରୋପ କରିଛି। 

India-China Clash: ଚୋରି କରି ସିନାଜୋରି ଦେଖାଇଲା ଚୀନ

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ସୀମାରେ ଛକାପଞ୍ଝା ଜାରି ରହିବା ପରେ ଶେଷରେ ସୀମାରୁ ସୈନ୍ୟ ବଳ ହଟାଇଛନ୍ତି ଉଭୟ ଭାରତ-ଚୀନ। ଗତବର୍ଷ ଏପ୍ରିଲ-ମେ ମାସରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ସାମରିକ ବିବାଦ। ଯେଉଁଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି।  

ଗତ ବର୍ଷ ଜୁନ ୧୫-୧୬ ତାରିଖ ମଧ୍ୟରାତ୍ରୀରେ ପୂର୍ବ ଲଦାଖସ୍ଥିତ ଗଲୱାନ ଘାଟିରେ (Galwan Valley) ଭାରତୀୟ ସେନା (Indian Army) ସହ ମୁହାଁମୁହିଁ ହୋଇଥିଲେ ଚୀନ ସୈନିକ (Chinese Soldier)। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ଏ ସଂଘରେ ପ୍ରାଣ ସୈନିକଙ୍କ ସଂଖ୍ୟାକୁ ନେଇ ଦୀର୍ଘ ଦିନ ଧରି ନୀରବତା ଅବଲମ୍ବନ କରିଆସୁଥିଲା ଚୀନ ସେନା।   

Also Read: ଚୀନର ଅନୁପ୍ରବେଶ ଯୋଜନା ପଣ୍ଡ; ପିଏଲଏ ଯବାନଙ୍କୁ ଟେକିନେଲେ ଭାରତୀୟ ସୈନ୍ୟ

 

ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ଆକ୍ରମଣାତ୍ମକ ଜବାବରେ ୪୦-୫୦ ଚୀନ ସୈନିକଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏନେଇ ଚୀନ ସେନା ପକ୍ଷରୁ ତତ୍କାଳ କୌଣସି ବୟାନ ରଖାଯାଇନଥିଲା। ନିକଟରେ ଲଦାଖ ବିବାଦ ଘଟଣାରେ ପ୍ରାଣ ହରାଇଥିବା ସୈନିକଙ୍କ ସଂଖ୍ୟାକୁ ସ୍ୱୀକାର କରିଛି ବିଶ୍ୱରେ ଡ୍ରାଗନ ଆର୍ମୀ (Dragon Army) ଭାବେ ଜଣାଶୁଣା ଚୀନ ସେନାବାହିନୀ (Chinese Army)।  

Also Read: ଆମେରିକାର ଚାଞ୍ଚଲ୍ୟକର ଦାବି, ଭାରତ ସୀମାକୁ ୬୦ ହଜାର ସୈନିକ ପଠାଇଛି ଚୀନ

 

ହେଲେ ଏବେ ଗଲୱାନ ଘାଟି ସଂଘର୍ଷ ଘଟଣାରେ ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ପକ୍ଷରୁ ଏକ ଭିଡିଓ ଜାରି କରି ଭାରତୀୟ ସେନା ବିରୁଦ୍ଧରେ ଦୋଷାରୋପ କରିଛି। ଏହି ଭିଡିଓ ମାଧ୍ୟମରେ ଲଦାଖ ଠାରେ ଭାରତୀୟ ସେନା ଚୀନ ସୈନିକଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ଆଣିଛି ଗ୍ଲୋବାଲ ଟାଇମ୍ସ। ଜାରି କରିଥିବା ଭିଡିଓରେ ଭାରତୀୟ ସେନା ବାହିନୀ ସହ ଚୀନ ସୈନ୍ୟ କିପରି ମୁକାବିଲା କରିଥିଲେ ସେ ବାବଦରେ ଦର୍ଶାଇଛି ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ। ଏହି ଭିଡିଓକୁ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

    

ଗ୍ଲୋବାଲ ଟାଇମ୍ସ ବିଶ୍ଲେଷକ ଶେନ ଶିୱାଇ (Shen Shiwei) ୩ ମିନିଟ ୨୦ ସେକେଣ୍ଡ ଅବଧି ବିଶିଷ୍ଟ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଅଭିଯୋଗ ଆଣିଛନ୍ତି ଚୀନ ସୀମା ମଧ୍ୟକୁ ଭାରତୀୟ ସୈନ୍ୟ ବେଆଇନ ଅନୁପ୍ରବେଶ କରିଥିଲେ। ଏଥିରେ ସେ ଆହୁରି ଦର୍ଶାଇଛନ୍ତି ଭାରତୀୟ ସୈନିକ ଚୀନ ସୈନିକଙ୍କ ପ୍ରଥମେ ଉତ୍ତେଜିତ କରିଥିଲେ। ବିବାଦର ସମାଧାନ କରିବା ଲାଗି ଆଲୋଚନା କରିବାକୁ ଯାଇଥିବା ଚୀନ ସୈନିକଙ୍କ ଉପରେ ଭାରତୀୟ ସେନା ଆକ୍ରମଣ କରିଥିଲା।

ଭାରତ-ଚୀନ ସୀମାକୁ (India-China Border) ପରସ୍ପର ଠାରୁ ପୃଥକ ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି (Line of Actual Control-LAC) ଠାରେ ବିବାଦ ଗତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହୋଇଥିଲା। ଯେତେବେଳେ ଚୀନ୍ ପକ୍ଷରୁ ଲଦାଖସ୍ଥିତ ଆକସାଇ ଚୀନ୍ (Aksai China) କ୍ଷେତ୍ରର ଗଲୱାନ୍ ଉପତ୍ୟକାରେ ଭାରତୀୟ ସେନା ପକ୍ଷରୁ କରାଯାଉଥିବା ରାସ୍ତା ନିର୍ମାଣକୁ ବିରୋଧ କରାଯାଇଥିଲା। ଗତ ବର୍ଷ ମେ ପହିଲାରେ ଭାରତ-ଚୀନ୍ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସାମରିକ ବିବାଦ ଆହୁରି ତେଜିବାରେ ଲାଗିଥିଲା। 

ଏହା ପରେ ଚୀନ  ସୈନିକ ମେ ୯ ତାରିଖରେ ସିକ୍କିମସ୍ଥିତ ନାଥୁ ଲା ଠାରେ ଭାରତୀୟ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ଅନେକ ସୈନ୍ୟ ଆହତ ହୋଇଥିଲେ। ଏହା ପରେ ଜୁନ ୧୫-୧୬ ତାରିଖ ମଧ୍ୟ ରାତ୍ରୀରେ ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ୍ ସେନାବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ।

Also Read: ଲଦାଖ ବିବାଦ: ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ହ୍ୱିଜର

ପ୍ରଥମ ଥର ପାଇଁ ଚୀନ୍ ଗଲୱାନ୍ ଉପତ୍ୟକାରେ ପ୍ରାଣ ହରାଇଥିବା ନିଜର ସୈନିକ ଏବଂ ସାମରକି ଅଧିକାରୀଙ୍କ ମୃତ୍ୟୁକୁ ସ୍ୱୀକାର କରିଛି। ଅଦ୍ୟାବଧି ଏହିୱ ସଂଘର୍ଷରେ ପ୍ରାଣ ହରାଇଥିବା ସୈନିକଙ୍କ ସଂଖ୍ୟା ଲୁଚାଇ ରଖିଥିଲେ। ଚୀନ୍ ସେନାବାହିନୀ ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (Peoples Liberation Army-PLA) ସେନାର ସରକାରୀ ଖବର କାଗଜ ପିଏଲଏ ଡେଲି (PLA Daily) ଅନୁଯାୟୀ ଦେଶର କେନ୍ଦ୍ରୀୟ ସାମରିକ ଆୟୋଗ ଏହି ସୈନ୍ୟଙ୍କୁ ହିରୋ ମାନ୍ୟତା ଦେଇଛି। ସେଥିମଧ୍ୟରୁ, ଜିନଜିଆନ୍ ମିଲିଟାରୀ କମାଣ୍ଡର ରେଜିମେଣ୍ଟାଲ୍ କମାଣ୍ଡର କୀ ଫାଇବାଓଙ୍କୁ ସୀମା ରକ୍ଷା କରିବା ପାଇଁ ହିରୋ ରେଜିମେଣ୍ଟାଲ୍ କମାଣ୍ଡର ଡିଫେଣ୍ଡି ଦି ବର୍ଡର, ଚେନ୍ ହଙ୍ଗଜୁନଙ୍କୁ ସୀମା ହିରୋ ଟୁ ଡିଫେଣ୍ଡ ବର୍ଡର. ଚେନ୍ ଜିଆଙ୍ଗ୍ରୋଙ୍ଗ, ଜିଆଓ ସିଆନ୍ ଏବଂ ୱାଙ୍ଗ ଜୁରାନଙ୍କୁ ପ୍ରଥମ ଶ୍ରେଣୀ ମେରିଟ୍ ଭାବରେ ପୁରସ୍କୃତ କରାଯାଇଛି।