Earthquake: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଇଣ୍ଡୋନେସିଆ, ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ଘର
Advertisement
Article Detail0/zeeodisha/odisha1375747

Earthquake: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଇଣ୍ଡୋନେସିଆ, ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ଘର

Earthquake in Indonesia:  ଭୂମିକମ୍ପ ଦୃଷ୍ଟିକୋଣରୁ ଇଣ୍ଡୋନେସିଆ ଏକ ସମ୍ବେଦନଶୀଳ ଅଞ୍ଚଳ। ବିଶ୍ୱର ସର୍ବାଧିକ ଭୂକମ୍ପ ପ୍ରଭାବିତ ଦେଶଙ୍କ ତାଲିକାରେ ଇଣ୍ଡୋନେସିଆ ନାଁ ସାମିଲ ରହିଛି। କେବଳ ଏତିକି ନୁହେଁ ଏଠାରେ ଭୂକମ୍ପ ବ୍ୟତୀତ ଆଗ୍ନେୟଗିରି ଉଦ୍ଗୀରଣ ଏବଂ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ମଚାଇଥାଏ। 

 

ଟ୍ୱିଟର@LastQuake

Earthquake jolts Indonesia: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ। ଏଠାରେ ଲଗାତାର ଭାବେ ଅନୁଭୂତ ହୋଇଛି ସିରିଜ ଭୂକମ୍ପ ଝଟକା। ସମାଚାର ଏଜେନ୍ସି ରୟଟର ଖବର ଅନୁସାରେ ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ପ୍ରଦେଶରେ ଶନିବାର ସକାଳେ ୬ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି  ପ୍ରାଣ ହରାଇଥିବା କୁହାଯାଉଛି। 

ଦେଶରେ ଅନୁଭୂତ ହୋଇଥିବା ଭୂକମ୍ପ ଝଟକା ଉପରେ ପ୍ରତିକ୍ରିୟା ରଖି ଇଣ୍ଡୋନେସିଆ (Indonesia) ପାଣିପାଗ ଏବଂ ଭୂତାତ୍ତ୍ୱିକ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଶନିବାର ଉତ୍ତର ସୁମାତ୍ରା ପ୍ରଦେଶରେ (North Sumatra Province) ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏନେଇ ଏଜେନ୍ସି ମୁଖ୍ୟ ଦ୍ୱିକୋରିତା କର୍ନାବତୀ କହିଛନ୍ତି ଯେ ଦେଶରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯେଉଁଥିରେ ୯ ଜଣ ଆହତ ହୋଇଛନ୍ତି। ପ୍ରଦେଶର ବିଭିନ୍ନ ଅଞ୍ଚଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହା ପରେ ଲୋକେ ତୁରନ୍ତ ନିଜ ଘରୁ ବାହାରକୁ ବାହାରି ଆସିଥିଲେ।

ଏନେଇ ଏଜେନ୍ସି ମୁଖ୍ୟ ଦ୍ୱିକୋରିତା କର୍ନାବତୀ କହିଛନ୍ତି ଯେ ସ୍ଥାନୀୟ ସମୟ ସକାଳ ୨ଟା ୨୮ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଘଟଣାରେ  ପାଞ୍ଚଟି ଘର ନଷ୍ଟ ହୋଇଯାଇଛି। ଭୂମିକମ୍ପ ହେବା ପରେ ସୁନାମୀ ବିପଦ ନାହିଁ। ହେଲେ ପାର୍ବତ୍ୟ ଅଞ୍ଚଳରେ ସମ୍ଭାବ୍ୟ ଭୂସ୍ଖଳନ ହେବା ନେଇ ଚେତାବନୀ ଜାରି କରାଯାଇଛି।

Also Read: Earthquake: ଚୀନ ପରେ ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ପୁପୁଆ ନ୍ୟୁ ଗିନି

ଭୂମିକମ୍ପ (Earthquake) ଦୃଷ୍ଟିକୋଣରୁ ଇଣ୍ଡୋନେସିଆ ଏକ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହୋଇଥାଏ। ବିଶ୍ୱର ସର୍ବାଧିକ ଭୂକମ୍ପ ପ୍ରଭାବିତ ଦେଶଙ୍କ ତାଲିକାରେ ଇଣ୍ଡୋନେସିଆ ନାଁ ସାମିଲ ରହିଛି। କେବଳ ଏତିକି ନୁହେଁ ଏଠାରେ ଭୂକମ୍ପ ବ୍ୟତୀତ ଆଗ୍ନେୟଗିରି ଉଦ୍ଗୀରଣ ଏବଂ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ମଚାଇଥାଏ। ଦେଶର ପଶ୍ଚିମ ସୁମାତ୍ରା ପ୍ରଦେଶରେ ଅନୁଭୂତ ହୋଇଥିବା ୬.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ଅତି କମରେ ୨୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୬୦ ଜଣରୁ ଅଧିକ ଆହତ ହୋଇଥିଲେ। ଏହାପୂର୍ବରୁ ଗତ ବର୍ଷ ଜାନୁଆରୀରେ ପଶ୍ଚିମ ସୁଲାୱେସି ପ୍ରଦେଶରେ ଅନୁଭୂତ ହୋଇଥିବା ୬.୨ ତୀବ୍ରତା ଏକ ଭୂକମ୍ପରେ ୧୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇବା ବେଳେ ୬୫୦୦ ଲୋକ ଆହତ ହୋଇଥିଲେ।

ଇଣ୍ଡୋନେସିଆ ପୂର୍ବରୁ ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଥିଲା ଏସୀୟ-ଅଷ୍ଟ୍ରେଲିଆ ମହାଦେଶ ସୀମାରେ ଅବସ୍ଥିତ ପୁପୁଆ ନ୍ୟୁ ଗିନି। ସେପ୍ଟମ୍ବର ୧୧ ତାରିଖ ରବିବାର ଅନୁଭୂତ ହୋଇଥିବା ଏହି ପ୍ରଳୟଙ୍କାରୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ ଯୋଗେ ୭.୭ ରହିଥିବା ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଲୋକେ କାଳ ବିଳମ୍ବ ନ କରି ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଦେଶର ଲାଇ ଠାରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା। ପପୁଆ ନ୍ୟୁ ଗିନି (Papua New Guinea) ହେଉଛି ଦକ୍ଷିଣ ଏସୀୟ ଦେଶ (South Asian Country Indonesia) ଇଣ୍ଡୋନେସିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଧିନରେ ଆସୁଥିବା ଏକ ଦେଶ (Pacific Nation)। 

Also Read: Earthquake: ବାତ୍ୟା ଚେତାବନୀ ପରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା ଚୀନ, ୪୬ ମୃତ ସୂଚନା

ଉଭୟ ଇଣ୍ଡୋନେସିଆ ଏବଂ ପପୁଆ ନ୍ୟୁ ଗିନି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଥିଲା ଚୀନ। ସେପ୍ଟମ୍ବର ୫ ତାରିଖ ସୋମବାର ଚୀନର ଦକ୍ଷିଣ-ପଶ୍ଚିମ ଭାଗରେ (South West China) ଅବସ୍ଥିତ ସିଚୁଆନ୍ ପ୍ରଦେଶର (Sichuan Province) ଲୁଡିନ୍ କାଉଣ୍ଟି (Luding County) ଠାରେ ଅନୁଭୂତ ହୋଇଥିଲା ୬.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ। ଏହି ଘଟଣାରେ ୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଥିଲା।